ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି ନେଉଛନ୍ତି। ଯାହାଦ୍ୱାରା ଆଗାମୀ ଦିନରେ ଅନେକ ପ୍ରକାରର ଅସୁବିଧାକୁ ସାମ୍ନା କରିବାକୁ ପଡିଥାଏ। ତେଣୁ ସିଙ୍ଗଲ ଚାଇଲ୍ଡ ହୋଇଥିଲେ ପିତାମାତାଙ୍କୁ ସ୍ବତନ୍ତ୍ରଭାବେ ଯତ୍ନ
ନେବାକୁ ହେବ।

ଘରେ ଅଧିକ ପିଲା ଏକାଠି ରହିଲେ ସେମାନେ ପରସ୍ପର ସହିତ ମିଶିବା, ଖେଳିବା, ଶେୟାର କରିବା, ଦାୟିତ୍ୱବୋଧ ଓ ଅନ୍ୟାନ୍ୟ ସୋସିଆଲ ସ୍କିଲ ବିଷୟରେ ବିଭିନ୍ନ କଥା ସହଜରେ ଶିଖି ପାରନ୍ତି। କିନ୍ତୁ ଗୋଟିଏ ସନ୍ତାନ ଥିଲେ ଲାଳନପାଳନ ପ୍ରାୟତଃ କଷ୍ଟସାଧ୍ୟ ହୋଇଥାଏ। ଅନେକ ସମୟରେ ଏଭଳି କ୍ଷେତ୍ରରେ ପିଲାମାନେ ଏକୁଟିଆପଣର ଶିକାର ହୋଇଥାନ୍ତି। ବେଳେବେଳେ ସେମାନେ ଜିଦିଆ ହୋଇଯାନ୍ତି କିମ୍ବା ବୟସ ପୂର୍ବରୁ ଅଧିକ ମ୍ୟାଚୋର ହୋଇଥାନ୍ତି। ତେଣୁ ସିଙ୍ଗଲ ଚାଇଲ୍ଡଙ୍କ କ୍ଷେତ୍ରରେ ଅଭିଭାବକଙ୍କୁ ଅଧିକ ସତର୍କ ହେବାକୁ ପଡିବ।
ଓଭର ପ୍ରୋଟେକ୍ଟିଭ୍‌: ପିଲାଙ୍କ ପାଇଁ ପ୍ରୋଟେକ୍ଟିଭ୍‌ ହେବା ଭଲ କିନ୍ତୁ ଓଭର ପ୍ରୋଟେକ୍ଟିଭ୍‌ ହେବା ଠିକ୍‌ ନୁହେଁ। ସିଙ୍ଗଲ ଚାଇଲ୍ଡଙ୍କ କ୍ଷେତ୍ରରେ ପ୍ରାୟତଃ ଅଭିଭାବକମାନେ ଅଧିକ ଯତ୍ନ କିରବାକୁ ଚେଷ୍ଟା କରନ୍ତି। ସେମାନଙ୍କୁ କୌଣସି କାମ କରିବାକୁ ଦିଅନ୍ତି ନାହିଁ। ବରଂ ସେମାନଙ୍କର ପ୍ରତିଟି କାମରେ ହସ୍ତକ୍ଷେପ କରିଥାନ୍ତି ଯେପରି ପିଲାକୁ କୌଣସି ପ୍ରକାରର ଆଘାତ ଅବା କଷ୍ଟ ନ ହେବ। ସିଙ୍ଗଲ ଚାଇଲ୍ଡ ହୋଇଥିବାରୁ ଅଭିଭାବକ ସମସ୍ତ ସୁଖ ସୁବିଧା ଦେବାପାଇଁ ଚେଷ୍ଟା କରନ୍ତି ଏବଂ ସେମାନଙ୍କ ଭୁଲ୍‌କୁ ପ୍ରାୟତଃ ଅଣଦେଖା କରିଥାନ୍ତି। ଫଳରେ ସେମାନଙ୍କ ଭିତରେ ଏକ ଖରାପ ଗୁଣର ବିକାଶ ହୋଇଥାଏ। ପିଲାର ସମ୍ପୂର୍ଣ୍ଣ ବିକାଶରେ ବି ବାଧା ସୃଷ୍ଟି ହୋଇଥାଏ। ତେଣୁ ସେମାନଙ୍କୁ ଏକୁଟିଆ କିଛି କରିବା ପାଇଁ ଛାଡନ୍ତୁ। କିଛି ଭୁଲ୍‌ କାମ କରିଲେ ସେମାନଙ୍କୁ ଶିଖିବା ପାଇଁ କୁହନ୍ତୁ। ନଚେତ୍‌ ଭବିଷ୍ୟତରେ କୌଣସି ନିଷ୍ପତ୍ତି ନେବାପାଇଁ ସେମାନେ ସକ୍ଷମ ହେବେ ନାହିଁ।
ସୋସିଆଲ ସ୍କିଲ୍‌ ବଢ଼ାନ୍ତୁ: ସାଧାରଣତଃ ଦେଖାଯାଏ କି ସିଙ୍ଗଲ ଚାଇଲ୍ଡ ନିଜ କମ୍ଫର୍ଟ ଜୋନ୍‌ରୁ ବାହାରି ଅନ୍ୟମାନଙ୍କ ସହ ମିଶିବାକୁ ବେଶି ପସନ୍ଦ କରନ୍ତି ନାହିଁ। ସେମାନେ ଚାହାନ୍ତି କି ସେମାନଙ୍କ ସାଙ୍ଗମାନେ ବି ତାଙ୍କ ଭଳି ସବୁକିଛି କରନ୍ତୁ। ଏଭଳି ପ୍ରକୃତି ପାଇଁ ସେମାନେ ଭବିଷ୍ୟତରେ କାହା ସହ ମିଶି ନ ପାରି ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଏଭଳି କ୍ଷେତ୍ରରେ ଅଭିଭାବକଙ୍କୁ ହିଁ ପିଲାଙ୍କୁ ବୁଝାଇବାକୁ ପଡ଼ିବ ଯେ ବନ୍ଧୁମାନଙ୍କ ସହ କିପରି ଚଳିବାକୁ ହେବ। ଏହା ସହ ଅନ୍ୟର ଇମୋସନକୁ ବି ବୁଝିବାକୁ ହେବ। ତେଣୁ ସାଙ୍ଗମାନଙ୍କ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ ବୁଲାଇବାକୁ ନିଅନ୍ତୁ। ଫଳରେ ପିଲାଟି ଅନ୍ୟମାନଙ୍କ ଘରେ ଅବା ଏକ ଭିନ୍ନ ପରିବେଶରେ ଆଡଜଷ୍ଟ କରିବା ଶିଖିପାରିବ।
ବ୍ୟବହାର ଶିଖାନ୍ତୁ: ସିଙ୍ଗଲ ଚାଇଲ୍ଡଙ୍କ କ୍ଷେତ୍ରରେ ପ୍ରାୟତଃ ଅଭିଭାବକମାନେ ହିଁ ସେମାନଙ୍କର ସବୁ କାମ କରି ଦେଇଥାନ୍ତି। ଯଦି ଉଭୟେ କର୍ମଜୀବୀ, ତେବେ ଘରେ କାମ ପାଇଁ ସହାୟିକା ନିଯୁକ୍ତ କରି ଦେଇଥାନ୍ତି। ତେଣୁ ପିଲାଟି ନିଜର କୌଣସି କାମ କରିବା ଶିଖିପାରେ ନାହିଁ। ସବୁବେଳେ ଅନ୍ୟ ଉପରେ ନିର୍ଭର କରିଥାଏ। ଏହା ବ୍ୟତୀତ ନିଜ ପୋଷାକପତ୍ର, ବହି ଓ ଖେଳନା ଆଦି ସବୁ କିଛି ସଜାଡ଼ି ରଖିପାରନ୍ତି ନାହିଁ। ତେଣୁ ଏସବୁ ଦିଗକୁ ଦୃଷ୍ଟିଦେବା ସହ ପିଲାଙ୍କୁ ଭଲ ବ୍ୟବହାର ମଧ୍ୟ ଶିଖାଇବାକୁ ପ୍ରୟାସ କରିବା ଜରୁରୀ।
ସମୟ ବିତାନ୍ତୁ: ପିତାମାତା ଉଭୟ କର୍ମଜୀବୀ ହୋଇଥିଲେ ସିଙ୍ଗଲ ଚାଇଲ୍ଡ ଅନେକ ସମୟରେ ଏକୁଟିଆପଣର ଶିକାର ହୋଇଥାନ୍ତି। ତେଣୁ ଅଭିଭାବକଙ୍କୁ ସମୟ ବାହାରକରି ପିଲାଙ୍କ ସହ କଟାଇବା ଜରୁରୀ। ଅଫିସ୍‌ କାମ ସାରିବା ପରେ ଟିଭି କିମ୍ବା ଫୋନ୍‌ରେ ବେଶି ସମୟ ନଷ୍ଟ ନ କରି ପିଲାଙ୍କୁ ସମୟ ଦିଅନ୍ତୁ। ପିଲାଙ୍କ ସହ କଥାବାର୍ତ୍ତା ହୁଅନ୍ତୁ ସେମାନଙ୍କର ଦିନ ସାରାର କାମ ବିଷୟରେ ବୁଝନ୍ତୁ। ନିଜ କଥା ବି କୁହନ୍ତୁ ଏବଂ ସେମାନଙ୍କୁ ପରିସ୍ଥିତି ଅନୁଭବ କରିବାକୁ ଦିଅନ୍ତୁ। ଫଳରେ ପିଲାଙ୍କ ସହ ସମ୍ପର୍କ ମଜଭୁତ ହୋଇପାରିବ।
ସ୍ବାଧୀନତା ଦିଅନ୍ତୁ: ଅନେକ ସମୟରେ ଅଭିଭାବକମାନେ ନିଜ ଇଚ୍ଛା ଅନୁସାରେ ପିଲାଙ୍କୁ କ୍ୟାରିୟର କରିବା ପାଇଁ ବାଧ୍ୟ କରନ୍ତି। ସିଙ୍ଗଲ ଚାଇଲ୍ଡ ହୋଇଥିଲେ ଏମିତି ଇଚ୍ଛା ଆହୁରି ଅଧିକ ହୋଇଥାଏ। ନିଜ ସ୍ବପ୍ନକୁ ପୂରା କରିବା ପାଇଁ ସେମାନେ ପିଲାକୁ ପ୍ରସ୍ତୁତ କରାନ୍ତି। ମାତ୍ର ଏହା ଭବିଷ୍ୟତରେ ସେମାନଙ୍କ ପାଇଁ ବହୁ ସମସ୍ୟା ସୃଷ୍ଟି କରିଥାଏ। ତେଣୁ ଏ କ୍ଷେତ୍ରରେ ପିଲାର ଇଚ୍ଛାକୁ ଗୁରୁତ୍ୱ ଦିଅନ୍ତୁ।
ଏକୁଟିଆ ଛାଡ଼ନ୍ତୁ: ପ୍ରାୟତଃ ସିଙ୍ଗଲ ଚାଇଲ୍ଡଙ୍କ ମାଆମାନେ ସେମାନଙ୍କୁ ସବୁବେଳେ ଜଗିଥାନ୍ତି। ବାହାରକୁ ବୁଲିବା ପାଇଁ ଯିବା କିମ୍ବା ସାଙ୍ଗସାଥୀମାନଙ୍କ ଘରକୁ ଯିବା, ପାର୍ଟି କରିବା ପାଇଁ ବାରଣ କରିଥାନ୍ତି। ଏପରି ହେଲେ ପିଲା ଭଲମନ୍ଦ ବିଚାର କରିବା ସାମର୍ଥ୍ୟ ହରାଇ ବସେ। କିଛି ବି କରିବା ପାଇଁ ସେ ମାତାପିତାଙ୍କର ସହଯୋଗ ଆବଶ୍ୟକ କରେ। ତେଣୁ ପିଲାକୁ ଏକୁଟିଆ ଘରୁ ବାହାରକୁ ଯିବାକୁ ଦିଅନ୍ତୁ। କିଛି କାମ ଦିଅନ୍ତୁ। ବାହାରୁ ଜିନିଷ କିଣିବା କିମ୍ବା ଅନ୍ୟ ଛୋଟ କାମ ଏକା କରିବାକୁ କୁହନ୍ତୁ। ଏଭଳି କରିବା ଦ୍ୱାରା ପିଲାର ଆତ୍ମବିଶ୍ୱାସ ଦୃଢ଼ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପରେ ସ୍ବାମୀଙ୍କ ଭାଗ୍ୟ ଚମକାନ୍ତି ଏହି ୩ ରାଶିର ଯୁବତୀ

ଯେତେବେଳେ ବିବାହ କଥା ଉଠେ, ସମସ୍ତେ ଉତ୍ତମ ବୁଝାବଣା ଥିବା ଜୀବନସାଥୀଟିଏ ଖୋଜିଥାନ୍ତି। କୁହାଯାଏ ବିବାହ ପରେ ସ୍ବାମୀ ସହ ସ୍ତ୍ରୀର ଭାଗ୍ୟ ଯୋଡ଼ି ହୋଇଯାଏ।...

ଏହି ୫ ଗୁଣ ସ୍ତ୍ରୀଙ୍କ ପାଖରେ ଥିଲେ ଭାଗ୍ୟବାନ ହୋଇଥାନ୍ତି ସ୍ବାମୀ; ଜାଣନ୍ତୁ କ’ଣ କୁହନ୍ତି…

ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନକୁ ସଫଳ କରିବା ପାଇଁ ଅନେକ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଯେଉଁ ବ୍ୟକ୍ତି ଏହାକୁ ଅନୁସରଣ କରେ ତାର ଜୀବନରୁ...

ଶ୍ରାବଣରେ ମହାଦେବଙ୍କ ଶୁଭଦୃଷ୍ଟି ପାଇବାକୁ ଚାହାନ୍ତି କି, କରନ୍ତୁ ଏପରି…

ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି। ବିଶ୍ୱାସ ରହିଛି ଯଦି ଭଗବାନ ଶିବ ଏହି ମାସରେ ସନ୍ତୁଷ୍ଟ ହୁଅନ୍ତି ତେବେ ସେ ଭକ୍ତର ପ୍ରତ୍ୟେକ ଇଚ୍ଛା ପୂରଣ...

ଝାଡାବାନ୍ତି ହେଉଥିଲେ…କେମିତି ନେବେ ଯତ୍ନ

ସାଧାରଣତଃ ବର୍ଷାଦିନେ ଥଣ୍ଡା, କାଶ, ଜ୍ୱର, ମ୍ୟାଲେରିଆ, ଡେଙ୍ଗୁ ଆଦି ସ୍ବାସ୍ଥ୍ୟ ସମସ୍ୟା ଅଧିକ ପରିମାଣରେ ଦେଖିବାକୁ ମିଳିଥାଏ। ଏହି ଋତୁରେ ଅନ୍ୟ ଏକ ସମସ୍ୟା...

ସନ୍ତୁଳିତ ଓଜନ ଲାଗି…ଆପଣାନ୍ତୁ ଏହି ଟିପ୍ସ

ଆଜିକାଲି ଓଜନ ବୃଦ୍ଧି ବା ଓବେସିଟି ଏକ ସାଧାରଣ କଥା ପାଲଟି ଗଲାଣି। ଖାଦ୍ୟପେୟ, ନିୟମିତ ବ୍ୟାୟାମ ନ କରିବା, ଅସନ୍ତୁଳିତ ଜୀବନଶୈଳୀ ଏହାର କେତୋଟି...

ଖାଆନ୍ତୁ ଡାଳିମ୍ବ: ଦୂର ହେବ ଏସବୁ ରୋଗ

ଡାଳିମ୍ବରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପଯୋଗୀ ଗୁଣ ଭରି ରହିଛି। ଜାଣନ୍ତୁ ସେ ସମ୍ପର୍କରେ… ଭିଟାମିନ୍‌ ‘ସି’ର ଅନ୍ୟତମ ପ୍ରମୁଖ ଉତ୍ସ ହେଉଛି ଡାଳିମ୍ବ। ଏଥିରେ ଥିବା...

ଲାଞ୍ଜ ହଜିବା ରହସ୍ୟ

”ଜାପାନସ୍ଥିତ କେଇଓ ବିଶ୍ୱବିଦ୍ୟାଳୟର କିଛି ଜୈବ ଇଞ୍ଜିନିୟର ମଣିଷଠାରେ ଲଗାଇବା ପାଇଁ କୃତ୍ରିମ ଲାଞ୍ଜ ତିଆରି କରିଛନ୍ତି। ଏହାର ନାମ ରଖାଯାଇଛି ‘ଆରକ୍ୟୁ’। ଭଲ କରି...

ଖର୍ଚ୍ଚ ବଢ଼ୁଛି, ଘରେ ଲାଗି ରହୁଛି କି କଳହ? ବାସ୍ତୁଦୋଷ ହୋଇପାରେ କାରଣ, ଜାଣନ୍ତୁ ପ୍ରତିକାର…

ଅନେକଥର ଏମିତି ହୋଇଥିବ, ଘରେ କୌଣସି ଜିନିଷର ଅଭାବ ନଥିବ, କିନ୍ତୁ କଳହ ସବୁବେଳେ ଲାଗି ରହୁଥିବ। ଏପରିକି ଘରର ଉନ୍ନତି ପଥରେ ବାରମ୍ବାର ବାଧା...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri