ମୁଖ୍ୟ ଦ୍ୱାରରେ ଶୁଭ କଳସ ରଖୁଛନ୍ତି କି, ଜାଣି ରଖନ୍ତୁ ନିୟମ…

କୁହାଯାଏ, ଘରୁ ବାହାରିବା ସମୟରେ ଶୁଭ କଳସ ବା ଜଳପୂର୍ଣ୍ଣ କୁମ୍ଭ ଦେଖିକି ଗଲେ କାର୍ଯ୍ୟସିଦ୍ଧି ହୋଇଥାଏ। ସେଥିପାଇଁ ଅନେକେ ଘରର ମୁଖ୍ୟଦ୍ୱାର ନିକଟରେ ଶୁଭ କଳସ ରଖିଥାନ୍ତି। ତେବେ ଏହି ଶୁଭ କଳସ ରଖିବାକୁ ନେଇ ମଧ୍ୟ କିଛିଟା ନିୟମ ରହିଛି, ଯେମିତିକି:

*ମୁଖ୍ୟ ଦ୍ୱାରର ବାମପଟେ ଶୁଭ କଳସ ରଖିବା ଅତ୍ୟନ୍ତ ଭଲ ହୋଇଥାଏ। ଆବଶ୍ୟକ ସ୍ଥଳେ ଆପଣ ଚାହିଁଲେ ଏହାକୁ ଡାହାଣ ପଟେ କିମ୍ବା ଦ୍ୱାରର ସମ୍ମୁଖ ଭାଗରେ ମଧ୍ୟ ରଖିପାରିବେ। କିନ୍ତୁ ସମ୍ମୁଖରେ ରଖିଲେ ଭୁଲ୍‌ରେ କାହାର ଗୋଡ ବାଜିଯିବାର ସମ୍ଭାବନା ଥାଏ। ତେଣୁ ନିଜର ସୁବିଧା ଅନୁଯାୟୀ ଶୁଭ କଳସକୁ ଦ୍ୱାରର ଯେଉଁଠି ଚାହିଁବେ ସେଠି ରଖିପାରିବେ। କିନ୍ତୁ ଧ୍ୟାନ ଦେବେ ଘରକୁ ଯିବାଆସିବା ସମୟରେ ଯେମିତି ଶୁଭକଳସ ଉପରେ ସମସ୍ତଙ୍କର ନଜର ପଡିପାରୁଥିବ।

*ଯଦି ଆପଣଙ୍କ ମୁଖ୍ୟ ଦ୍ୱାରର କାନ୍ଥକୁ ଲାଗି ଚଉରା ରହିଛି, ତା’ହେଲେ ଉକ୍ତ ଚଉରାର ମଣ୍ଡପ ଉପରେ ଆପଣ ଏହି ଶୁଭ କଳସକୁ ମଧ୍ୟ ରଖିପାରିବେ।

*ପ୍ରତିଦିନ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନସାରି ପ୍ରଥମେ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ଘ୍ୟ ଦେବେ, ତା’ପରେ ମା’ ବୃନ୍ଦାବତୀଙ୍କୁ ପୂଜା କରିବେ। ଆଉ ତା’ପରେ ମୁଖ୍ୟ ଦ୍ୱାର ନିକଟରେ ଶୁଭ କଳସକୁ ସ୍ଥାପନା କରି ଘର ଠାକୁରଙ୍କୁ ପୂଜା କଲେ ପରିବାରର ମଙ୍ଗଳ ହୋଇଥାଏ ବୋଲି ବିଶ୍ୱାସ କରାଯାଏ।

*ଯଦି ସୂର୍ଯ୍ୟୋଦୟ ପୂର୍ବରୁ ଶୁଭ କଳସ ବସାଇବା ସମ୍ଭବ ହେଉନାହିଁ ତା’ହେଲେ ସକାଳର ପ୍ରଥମ ପ୍ରହର ଅର୍ଥାତ୍‌ ସକାଳ ୯ଟା ଭିତରେ ଶୁଭ କଳସ ବସାଇବା ନିହାତି ଆବଶ୍ୟକ।

*ଶୁଭ କଳସର ପାଣି ବାସି ହେବା ଠିକ୍‌ ନୁହେଁ ଅର୍ଥାତ୍‌ ସକାଳେ ଯେଉଁ ଶୁଭ କଳସ ବସାଇଥିବେ ସୂର୍ଯ୍ୟାସ୍ତ ପୂର୍ବରୁ ସେହି କଳସର ପାଣିକୁ କୌଣସି ଗଛ ମୂଳରେ ଢାଳିଦେବେ। ପୂର୍ନଃବାର ତା’ପରଦିନ ଶୁଦ୍ଧ ଜଳରେ ପୁଣି ଶୁଭ କଳସ ବସାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri