Posted inଜାତୀୟ

‘ଝିଅଙ୍କୁ ସୁଯୋଗ ଦେଲେ ଦେଶ ଆଗେଇବ’

ନୂଆଦିଲ୍ଲୀ, ୧୪।୮: ଝିଅମାନଙ୍କୁ ସୁଯୋଗ ଦେଲେ ହିଁ ଦେଶ ଆଗେଇବ। ୭୫ତମ ସ୍ବାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧିତ କରି ଏଭଳି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଖେଳାଳିମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନକୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି। ଭାରତୀୟ ଅଲିମ୍ପିଆନ୍‌ମାନେ ଆମକୁ ଗର୍ବିତ କରିଛନ୍ତି।

ବିଜ୍ଞାନଠାରୁ ଆରମ୍ଭ କରି କ୍ରୀଡ଼ା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସେମାନେ ଇତିହାସ ରଚିଲେଣି। ଝିଅମାନଙ୍କୁ ସୁଯୋଗ ଦେଲେ ଦେଶ ଆଗେଇବ ବୋଲି ରାଷ୍ଟ୍ରପତି କହିଛନ୍ତି। ସଂସଦ ଦେଶର ଗଣତନ୍ତ୍ରର ମନ୍ଦିର। ଜନସାଧାରଣଙ୍କ ସୁଖ ସ୍ବାଚ୍ଛନ୍ଦ୍ୟ ପାଇଁ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା, ବିତର୍କ କରିବା ଓ ନିଷ୍ପତ୍ତି ନେବାର ଏହା ସର୍ବୋଚ୍ଚ ଫୋରମ୍‌। ନିକଟରେ ଶେଷ ହୋଇଥିବା ମୌସୁମୀ ଅଧିବେଶନରେ ପାର୍ଲାମେଣ୍ଟର ଉଭୟ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଯେଭଳି ଅଚଳାବସ୍ଥା ଲାଗି ରହିଲା, ଏହାକୁ ଲକ୍ଷ୍ୟରେ ରଖି ରାଷ୍ଟ୍ରପତି ଉପରୋକ୍ତ ମତ ଦେଇଛନ୍ତି। ମୌସୁମୀ ଅଧିବେଶନରେ ଅଚଳାବସ୍ଥା ପାଇଁ ସରକାର ଓ ବିରୋଧୀ ପରସ୍ପରକୁ ଦୋଷ ଦେଉଥିବାବେଳେ ଏମ୍‌ପିମାନଙ୍କୁ ମାଡ଼ ମାରିବା ଲାଗି ବାହାର ଲୋକଙ୍କୁ ମାର୍ଶାଲ ନିଯୁକ୍ତ କରାଯାଇଥିବା ବିରୋଧୀ ଅଭିଯୋଗ ଆଣିଥିଲେ। ପାର୍ଲାମେଣ୍ଟରେ ବିରୋଧୀଙ୍କ ସ୍ବରକୁ ଚପାଇଦେବା ସହ ଗଣତନ୍ତ୍ରକୁ ହତ୍ୟା କରାଯାଉଛି ବୋଲି ସେମାନେ କହିଥିଲେ।

ଟେଲିଭିଜନ ବାର୍ତ୍ତାରେ ରାଷ୍ଟ୍ରପତି କୋଭିଡ୍‌-୧୯ ଦ୍ୱିତୀୟ ଲହରର ଭୟାବହତା ସମ୍ପର୍କରେ କହିଥିଲେ। ଏବେ ବି ଦେଶ ଘାତକ ମହାମାରୀ କବଳରୁ ମୁକୁଳି ପାରିନାହିଁ। ଏଭଳି ସମୟରେ ଅଧିକ ଯତ୍ନ ଓ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ବୋଲି ସେ ଦେଶବାସୀଙ୍କୁ ପରାମର୍ଶ ଦେଇଥିଲେ। ୩ କୃଷି ଆଇନ ବିରୋଧରେ ଚାଷୀ ସଂଗଠନଗୁଡ଼ିକ ଦୀର୍ଘଦିନ ହେଲା ଆନ୍ଦୋଳନ ଚଳାଇଥିବା ବେଳେ ଏହା ଉପରେ ଉଦ୍‌ବେଗ ପ୍ରକାଶ କରି କୋବିନ୍ଦ କହିଥିଲେ, କୃଷି ବଜାର ବ୍ୟବସ୍ଥାରେ ଅନେକ ସଂସ୍କାର ଅନ୍ନଦାତା ଚାଷୀଙ୍କୁ ସଶକ୍ତ କରାଇବା ସହ ସେମାନଙ୍କ ଉତ୍ପାଦିତ ଫସଲକୁ ଉପଯୁକ୍ତ ମୂଲ୍ୟ ମିଳିବାରେ ସହାୟକ ହେବ।

ଦେଶ ସ୍ବାଧୀନତାରେ ସଂଗ୍ରାମୀମାନଙ୍କ ବଳିଦାନକୁ ଆମେ ଭୁଲି ପାରିବା ନାହିଁ। ଚଳିତ ବର୍ଷ ଆମେ ଏହାର ୭୫ତମ ବର୍ଷ ଅବସରରେ ଅମୃତ ମହୋତ୍ସବ ପାଳନ କରୁଛେ। ଦେଶ ସ୍ବାଧୀନ ହେଲାବେଳେ ଭାରତରେ ଗଣତନ୍ତ୍ର ଅଧିକ ଦିନ ତିଷ୍ଠି ରହିବ ନାହିଁ ବୋଲି ଅନେକ ସଂଶୟବାଦୀ ଆଶଙ୍କା ପ୍ରକାଶ କରିଥିଲେ। ତେବେ ଗଣତନ୍ତ୍ରର ଚେର ଭାରତ ମାଟିରେ ପୁରାତନ କାଳରୁ ବିକଶିତ ହୋଇଥିବା ସମ୍ପର୍କରେ ସେମାନଙ୍କର ଧାରଣା ନ ଥିଲା। ଆଧୁନିକ ଯୁଗରେ ସବୁ ଭେଦଭାବର ଊର୍ଦ୍ଧ୍ୱକୁ ଯାଇ ସବୁ ଯୁବବର୍ଗଙ୍କୁ ମତାଧିକାର ଦେବାରେ ଭାରତ ଅଧିକାଂଶ ପାଶ୍ଚାତ୍ୟ ଦେଶଠାରୁ ଆଗରେ ରହିଛି। ଦେଶବାସୀ ଭାରତକୁ ଏକ ସୁଦୃଢ଼ ଗଣତନ୍ତ୍ରରେ ପରିଣତ କରିପାରିଛନ୍ତି ବୋଲି ରାଷ୍ଟ୍ରପତି କହିଥିଲେ। ଆମେ ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ଗ୍ରହଣ କରିଥିବାରୁ ସଂସଦ ଆମ ଗଣତନ୍ତ୍ରର ମନ୍ଦିର ବୋଲି ସେ କହିଥିଲେ। ପାର୍ଲାମେଣ୍ଟ ଖୁବ୍‌ ଶୀଘ୍ର ଏକ ନୂଆ ବିଲ୍ଡିଂରେ ହେବାକୁ ଯାଉଥିବା ସବୁ ଭାରତୀୟଙ୍କ ପାଇଁ ଗର୍ବର ବିଷୟ ବୋଲି ରାଷ୍ଟ୍ରପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?