ଜିରୋ-କୋଭିଡ୍‌ ନୀତି ହଟିଲେ ୨୦ ଲକ୍ଷଙ୍କ ଘଟିପାରେ ମୃତ୍ୟୁ

ବେଜିଂ,୪।୧୨: ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ଜିରୋ-କୋଭିଡ୍‌ ନୀତିକୁ ବିରୋଧକରି ସପ୍ତାହେ ହେଲା ଦେଶରେ ବିକ୍ଷୋଭ ଜାରି ରହିଛି। ୧୯୮୯ ଟିଆନାନ୍‌ମେନ୍‌ ସ୍କୋୟାର ବିକ୍ଷୋଭ ପରେ ଗତ ୩୩ ବର୍ଷ ମଧ୍ୟରେ ଚାଇନାରେ ଏଭଳି ବିକ୍ଷୋଭ କେବେ ଦେଖାଯାଇ ନ ଥିଲା। ସାରା ବିଶ୍ୱରେ କୋଭିଡ୍‌ କଟକଣା ଉଠାଇ ଦିଆଯାଇଥିବାବେଳେ ଚାଇନାରେ ଜିରୋ-କୋଭିଡ୍‌ ନୀତିକୁ ନେଇ ଦେଶବାସୀ ଅତିଷ୍ଠ ହୋଇପଡ଼ିଲେଣି। ଯଦିଓ ଚାଇନାରେ ଦୈନିକ ସଂକ୍ରମଣ ଏବେ ସର୍ବାଧିକ ରହିଛି, ତଥାପି ଲକ୍‌ଡାଉନ୍‌ ଏବଂ ପରୀକ୍ଷା ସର୍ତ୍ତାବଳୀ କୋହଳ କରିବାକୁ ଦାବି ହେଉଛି।

ଅନ୍ୟପକ୍ଷରେ ଜୀବନ ବଞ୍ଚାଇବା ଏବଂ ହସ୍ପିଟାଲଗୁଡ଼ିକରେ ରୋଗୀ ସଂଖ୍ୟା କମାଇବାକୁ ହେଲେ କଠୋର କୋଭିଡ୍‌ କଟକଣା ମାନିବାକୁ ପଡ଼ିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଛି। ଏବେ ସରକାର କୋଭିଡ୍‌ ନୀତିରେ ସାମାନ୍ୟ କୋହଳ କରିଛନ୍ତି। ଏଥିରେ ଲୋକେ ଆଶ୍ୱସ୍ତ ହୋଇଥିଲେ ହେଁ ସ୍ବାସ୍ଥ୍ୟଜନିତ ପରିଣାମକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ଦେଶର ଅଧିକାଂଶ ଅଞ୍ଚଳରେ ଟିକାଦାନ ହାର୍‌ ଯଥେଷ୍ଟ କମ୍‌ ରହିଛି। ସଂକ୍ରମଣ ବିପଦ ଥିବା ଅଞ୍ଚଳରେ ଗୋଷ୍ଠୀ ରୋଗ ପ୍ରତିରୋଧ ଶକ୍ତିର ଅଭାବ ରହିଥିବାରୁ ବର୍ତ୍ତମାନ ସ୍ଥିତିରେ ଲକ୍‌ଡାଉନ୍‌ କଟକଣା ସମ୍ପୂର୍ଣ୍ଣ ଉଠାଇ ଦିଆଗଲେ ୨୦ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଇପାରେ ବୋଲି ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ମୁଖ୍ୟ ଝୋଉ ଜିଆଟୋଙ୍ଗ୍‌ କହିଛନ୍ତି। ସାଙ୍ଗାଇ ଜର୍ନାଲ ଅଫ୍‌ ପ୍ରିଭେଣ୍ଟିଭ୍‌ ମେଡିସିନ୍‌ରେ ପ୍ରକାଶିତ ସନ୍ଦର୍ଭରେ ଏହା କୁହାଯାଇଛି। ସେହିପରି ସଂକ୍ରମଣ ୨୩.୩ କୋଟିକୁ ବୃଦ୍ଧି ପାଇପାରେ ବୋଲି ଏଥିରେ କୁହାଯାଇଛି।

ଚାଇନା ଯଦି ଟିକାକରଣ ଓ ଚିକିତ୍ସା ସୁବିଧା ନ ବଢ଼ାଇ କଠୋର କୋଭିଡ୍‌ ନୀତିକୁ ହଟାଇଦିଏ ତେବେ ୧୫ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିବ ବୋଲି ଗତ ମେ’ ମାସରେ ଚାଇନା ଓ ଆମେରିକାର ବୈଜ୍ଞାନିକମାନେ ଆକଳନ କରିଥିଲେ। ନେଚର ମେଡିସିନ୍‌ରେ ଏହି ଗବେଷଣା ପ୍ରକାଶ ପାଇଥିଲା। ତେବେ ଟିକାକରଣ ବଢ଼ାଇଲେ ମୃତ୍ୟୁସଂଖ୍ୟା ଯଥେଷ୍ଟ ହ୍ରାସ ପାଇପାରେ ବୋଲି ଏଥିରେ କୁହାଯାଇଥିଲା। ସେହିପରି ବ୍ରିଟିଶ ବିଜ୍ଞାନସମ୍ମତ ସୂଚନା ଓ ବିଶ୍ଳେଷଣ କମ୍ପାନୀ ଏୟାରଫିନିଟି କହିବା ଅନୁଯାୟୀ, ଯଦି ଜିରୋ-କୋଭିଡ୍‌ ନୀତି ହଟାଇ ଦିଆଯାଏ, ତେବେ ୧୩ରୁ ୨୧ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇପାରେ। ଫେବୃୟାରୀରେ ହଂକଂରେ ବ୍ୟାପିଥିବା ବିଏ.୧ ଭାରିଆଣ୍ଟ ସଂକ୍ରମଣ ତଥ୍ୟକୁ ଆଧାରକରି ଏହି ଆକଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

ହେଲିକପ୍ଟର ଦୁର୍ଘଟଣାରେ କେନିଆର ପ୍ରତିରକ୍ଷା ମୁଖ୍ୟଙ୍କ ସମେତ ୯ ମୃତ୍ୟୁ

ନୈରୋବି,୧୯।୪: ଏକ ହେଲିକପ୍ଟର ଦୁର୍ଘଟଣାରେ ଗୁରୁବାର କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ମତ୍ୟୁ ଘଟିଛି। ତାଙ୍କ ସହ ହେଲିକପ୍ଟରରେ ଥିବା ୯ଜଣ ଲୋକ...

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକାର ସମର୍ଥନ

ଓ୍ବାଶିଂଟନ,୧୮ା୪: ଏକବିଂଶ ଶତାବ୍ଦୀର ବିଶ୍ୱର ପ୍ରତିଫଳନ ପାଇଁ ସୁରକ୍ଷା ପରିଷଦ ସମେତ ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକା ସମର୍ଥନ ଜଣାଇଛି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ...

ଦୁବଇରେ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ, ଦେଖୁ ଦେଖୁ ଆକାଶ ହୋଇଗଲା ସବୁଜ, ଦେଖନ୍ତୁ ଭିଡିଓ

ଦୁବଇ,୧୮।୪: ଗତ କିଛି ଦିନ ହେବ ଦୁବଇର ପାଗରେ ଅନେକ ପରିବର୍ତ୍ତନ ଦେଖାଯାଉଛି । ଯେଉଁଠାରେ ୭୫ ବର୍ଷ ମଧ୍ୟରେ ପ୍ରବଳ ବର୍ଷା ସହରକୁ ବୁଡ଼ାଇ...

ପ୍ରତିଦିନ ଚୋରି ହେଉଛି ୬ ଲକ୍ଷ ଲିଟର ପାଣି

ମେକ୍ସିକୋ ସିଟି,୧୮।୪: ଚୋରମାନଙ୍କ ଦ୍ୱାରା ଜଳର କଳାବଜାରି ଯୋଗୁଁ ମେକ୍ସିକୋରେ ହ୍ରଦ ଶୁଖିଯାଉଛି। ଚୋରମାନେ ସମଗ୍ର ହ୍ରଦକୁ ନିଷ୍କାସନ କରି ଦିନକୁ ପ୍ରାୟ ୬ଲକ୍ଷ ଲିଟର...

ଭୂକମ୍ପର ଜୋରଦାର ଝଟ୍‌କାରେ ଥରିଲା ଜାପାନ, ୯ ଆହତ, ନାହିଁ ସୁନାମି ଚେତାବନୀ

ଟୋକିଓ,୧୮।୪: ବୁଧବାର ବିଳମ୍ବିତ ରାତିରେ ଦକ୍ଷିଣ-ପଶ୍ଚିମ ଜାପାନରେ ହୋଇଥିବା ଏକ ଶକ୍ତିଶାଳୀ ଭୂକମ୍ପରେ ୯ଜଣ ଆହତ ହୋଇଛନ୍ତି। ଗତକାଲି ଅର୍ଥାତ୍‌ ବୁଧବାର ରାତିରେ ୬.୬ ମ୍ୟାଗ୍ନିଚ୍ୟୁଡର...

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରୋକିବା କଷ୍ଟକର’

ଇସଲାମାବାଦ,୧୮।୪: କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଭାରତର ଲୋକ ସଭା ନିର୍ବାଚନ ବିଷୟରେ ଆଲୋଚନା ହେଉଛି। ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri