ଜିରୋ-କୋଭିଡ୍‌ ନୀତି ହଟିଲେ ୨୦ ଲକ୍ଷଙ୍କ ଘଟିପାରେ ମୃତ୍ୟୁ

ବେଜିଂ,୪।୧୨: ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ଜିରୋ-କୋଭିଡ୍‌ ନୀତିକୁ ବିରୋଧକରି ସପ୍ତାହେ ହେଲା ଦେଶରେ ବିକ୍ଷୋଭ ଜାରି ରହିଛି। ୧୯୮୯ ଟିଆନାନ୍‌ମେନ୍‌ ସ୍କୋୟାର ବିକ୍ଷୋଭ ପରେ ଗତ ୩୩ ବର୍ଷ ମଧ୍ୟରେ ଚାଇନାରେ ଏଭଳି ବିକ୍ଷୋଭ କେବେ ଦେଖାଯାଇ ନ ଥିଲା। ସାରା ବିଶ୍ୱରେ କୋଭିଡ୍‌ କଟକଣା ଉଠାଇ ଦିଆଯାଇଥିବାବେଳେ ଚାଇନାରେ ଜିରୋ-କୋଭିଡ୍‌ ନୀତିକୁ ନେଇ ଦେଶବାସୀ ଅତିଷ୍ଠ ହୋଇପଡ଼ିଲେଣି। ଯଦିଓ ଚାଇନାରେ ଦୈନିକ ସଂକ୍ରମଣ ଏବେ ସର୍ବାଧିକ ରହିଛି, ତଥାପି ଲକ୍‌ଡାଉନ୍‌ ଏବଂ ପରୀକ୍ଷା ସର୍ତ୍ତାବଳୀ କୋହଳ କରିବାକୁ ଦାବି ହେଉଛି।

ଅନ୍ୟପକ୍ଷରେ ଜୀବନ ବଞ୍ଚାଇବା ଏବଂ ହସ୍ପିଟାଲଗୁଡ଼ିକରେ ରୋଗୀ ସଂଖ୍ୟା କମାଇବାକୁ ହେଲେ କଠୋର କୋଭିଡ୍‌ କଟକଣା ମାନିବାକୁ ପଡ଼ିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଛି। ଏବେ ସରକାର କୋଭିଡ୍‌ ନୀତିରେ ସାମାନ୍ୟ କୋହଳ କରିଛନ୍ତି। ଏଥିରେ ଲୋକେ ଆଶ୍ୱସ୍ତ ହୋଇଥିଲେ ହେଁ ସ୍ବାସ୍ଥ୍ୟଜନିତ ପରିଣାମକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ଦେଶର ଅଧିକାଂଶ ଅଞ୍ଚଳରେ ଟିକାଦାନ ହାର୍‌ ଯଥେଷ୍ଟ କମ୍‌ ରହିଛି। ସଂକ୍ରମଣ ବିପଦ ଥିବା ଅଞ୍ଚଳରେ ଗୋଷ୍ଠୀ ରୋଗ ପ୍ରତିରୋଧ ଶକ୍ତିର ଅଭାବ ରହିଥିବାରୁ ବର୍ତ୍ତମାନ ସ୍ଥିତିରେ ଲକ୍‌ଡାଉନ୍‌ କଟକଣା ସମ୍ପୂର୍ଣ୍ଣ ଉଠାଇ ଦିଆଗଲେ ୨୦ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଇପାରେ ବୋଲି ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ମୁଖ୍ୟ ଝୋଉ ଜିଆଟୋଙ୍ଗ୍‌ କହିଛନ୍ତି। ସାଙ୍ଗାଇ ଜର୍ନାଲ ଅଫ୍‌ ପ୍ରିଭେଣ୍ଟିଭ୍‌ ମେଡିସିନ୍‌ରେ ପ୍ରକାଶିତ ସନ୍ଦର୍ଭରେ ଏହା କୁହାଯାଇଛି। ସେହିପରି ସଂକ୍ରମଣ ୨୩.୩ କୋଟିକୁ ବୃଦ୍ଧି ପାଇପାରେ ବୋଲି ଏଥିରେ କୁହାଯାଇଛି।

ଚାଇନା ଯଦି ଟିକାକରଣ ଓ ଚିକିତ୍ସା ସୁବିଧା ନ ବଢ଼ାଇ କଠୋର କୋଭିଡ୍‌ ନୀତିକୁ ହଟାଇଦିଏ ତେବେ ୧୫ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିବ ବୋଲି ଗତ ମେ’ ମାସରେ ଚାଇନା ଓ ଆମେରିକାର ବୈଜ୍ଞାନିକମାନେ ଆକଳନ କରିଥିଲେ। ନେଚର ମେଡିସିନ୍‌ରେ ଏହି ଗବେଷଣା ପ୍ରକାଶ ପାଇଥିଲା। ତେବେ ଟିକାକରଣ ବଢ଼ାଇଲେ ମୃତ୍ୟୁସଂଖ୍ୟା ଯଥେଷ୍ଟ ହ୍ରାସ ପାଇପାରେ ବୋଲି ଏଥିରେ କୁହାଯାଇଥିଲା। ସେହିପରି ବ୍ରିଟିଶ ବିଜ୍ଞାନସମ୍ମତ ସୂଚନା ଓ ବିଶ୍ଳେଷଣ କମ୍ପାନୀ ଏୟାରଫିନିଟି କହିବା ଅନୁଯାୟୀ, ଯଦି ଜିରୋ-କୋଭିଡ୍‌ ନୀତି ହଟାଇ ଦିଆଯାଏ, ତେବେ ୧୩ରୁ ୨୧ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇପାରେ। ଫେବୃୟାରୀରେ ହଂକଂରେ ବ୍ୟାପିଥିବା ବିଏ.୧ ଭାରିଆଣ୍ଟ ସଂକ୍ରମଣ ତଥ୍ୟକୁ ଆଧାରକରି ଏହି ଆକଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ ପୁଣି ହିନ୍ଦୁମାନଙ୍କୁ କରାଯାଉଛି କି ଟାର୍ଗେଟ? ଛାତ ଉପରେ ବାପା, ସିଡ଼ିରେ ମାଆ-ଝିଅ, ଖଟ ତଳେ ମିଳିଲା ୧୨ ବର୍ଷ ପୁଅର ମୃତଦେହ

ଢାକା,୨୩।୮: ବାଂଲାଦେଶର ରଙ୍ଗପୁର ସହରରେ ଏକ ବନ୍ଦ ଘର ଭିତରେ ପରିବାରର ଚାରି ଜଣଙ୍କ ମୃତଦେହ ମିଳିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକଙ୍କ ମଧ୍ୟରେ…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

କେବେ ଭାରତ ଆସିବେ ବାଂଲାଦେଶୀ ପ୍ରଧାନମନ୍ତ୍ରୀ? ଆସିଲା ନୂଆ ତାରିଖ

ନୂଆଦିଲ୍ଲୀ,୨୨।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହkସିନାଙ୍କ ବହିଷ୍କାର ଏବଂ ଭାରତରେ ଆଶ୍ରୟ ନେବା ମଧ୍ୟରେ, ବାଂଲାଦେଶୀ ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ 23 ରୁ 25 ମଧ୍ୟରେ…

ମିତ୍ର ଦେଶ କାନାଡାକୁ ଶକ୍ତ ଝଟକା ଦେଲେ ଟ୍ରମ୍ପ!

ଓ୍ବାଶିଂଟନ,୨୨।୮: ଡୋନାଲ୍ଡ ଟ୍ରମ୍ପ ଆମେରିକାର ଘନିଷ୍ଠ ସହଯୋଗୀ ଏବଂ ବନ୍ଧୁ କାନାଡା ଉପରେ ‘ଶୁଳ୍କ ବୋମା’ ପକାଇଛନ୍ତି। ବାଣିଜ୍ୟ ଚୁକ୍ତି ଆଲୋଚନା ସମୟରେ ଦୁଇ ରାଷ୍ଟ୍ର ଏକ…

ଷ୍ଟେଜ ଉପରେ କାହିଁକି ହଠାତ ନାଚିଲେ ଟ୍ରମ୍ପ? ସାମ୍ନାକୁ ଆସିଲା ଭିଡ଼ିଓ

ଓ୍ବାଶିଂଟନ,୨୨।୮: ଦକ୍ଷିଣ କାରୋଲିନାର ପ୍ରସିଦ୍ଧ ରିସର୍ଟ ସହର ମର୍ଟଲ ବିଚରେ ଏକ କାର୍ଯ୍ୟକ୍ରମରେ ଡୋନାଲ୍ଡ ଟ୍ରମ୍ପ ନାଚିଥିବାର ଦେଖାଯାଇଥିଲା। ଏହି କାର୍ଯ୍ୟକ୍ରମ ଶୁକ୍ରବାର ରାତିରେ ଅନୁଷ୍ଠିତ ହୋଇଥିଲା…

କଡ଼ା ଜବାବ ଦେବୁ: ଇରାନ

ତେହେରାନ, ୨୨।୮: ଇରାନର ନେତୃତ୍ୱକୁ କ୍ଷତବିକ୍ଷତ କରିବା ପାଇଁ ଆମେରିକା ଇତିହାସର ସବୁଠାରୁ କଠୋର ଆର୍ଥିକ କଟକଣା ଲଗାଇବାକୁ ଘୋଷଣା କରିବା ପରେ, ଇରାନ ଏହାର ଏକ…

ପାକିସ୍ତାନରେ କେତେ ଟଙ୍କାରେ ମିଳୁଛି ସେକେଣ୍ଡ ହ୍ୟାଣ୍ଡ୍‌ ଗାଡ଼ି, ଦାମ୍‌ ଜାଣିଲେ ଚମକି ପଡିବେ…

ଇସଲାମାବାଦ,୨୧।୮: ପାକିସ୍ତାନରେ ପ୍ରବଳ ମହଙ୍ଗା ମାଡ଼ ଯୋଗୁଁ ସାଧାରଣ ଲୋକଙ୍କ ବଜେଟ ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି। ନିତ୍ୟବ୍ୟବହାର୍ଯ୍ୟ ଜିନିଷଠାରୁ ଆରମ୍ଭ କରି ପେଟ୍ରୋଲ-ଡିଜେଲ ପର୍ଯ୍ୟନ୍ତ ସବୁକିଛି ମହଙ୍ଗା…

କ୍ରାଶ ହେଲା ଚାଟାର୍ଡ ପ୍ଲେନ; ୮ ମୃତ, ଜାଣନ୍ତୁ କିପରି ହେଲା ଦୁର୍ଘଟଣା

ଆଲାସ୍କା,୨୧।୮: ପଶ୍ଚିମ ଆଲାସ୍କାର ଏକ ଦୁର୍ଗମ ରାଡାର ସାଇଟ୍ ନିକଟରେ ୮ ଜଣଙ୍କୁ ନେଇ ଯାଉଥିବା ଏକ ଚାଟାର୍ଡ ପ୍ଲେନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗୁରୁବାର ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri