ଘର ନ କଲେ ପ୍ଲଟ୍‌ ରଦ୍ଦ ହେବ

ଭୁବନେଶ୍ୱର,୯ା୭(ବ୍ୟୁରୋ): ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ଠାରୁ ଦୀର୍ଘବର୍ଷ ହେଲା ଜାଗା ନେଇ ଘର କରି ନ ଥିବା
ବ୍ୟକ୍ତିଙ୍କ ପ୍ଲଟ୍‌ ରଦ୍ଦ ହେବ। ଏ ନେଇ ପ୍ଲଟ୍‌ ନେଇଥିବା ବ୍ୟକ୍ତିଙ୍କୁ ସତର୍କ କରାଇଛି ବିଡିଏ। ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ଅନୁମୋଦିତ ପ୍ଲଟ୍‌ରେ ଘର ନିର୍ମାଣ ନ ହେଲେ ସମ୍ପୃକ୍ତ ପ୍ଲଟ୍‌ର ଅନୁମୋଦନ ରଦ୍ଦ କରାଯିବ। ଏପରିକି ସମ୍ପୃକ୍ତ ପ୍ଲଟ୍‌କୁ ନୋ-ଅବଜେକ୍ସନ ସାର୍ଟିଫିକେଟ ପ୍ରଦାନ କରାଯିବ ନାହିଁ ବୋଲି ବିଡିଏ ଚେତାବନୀ ଦେଇଛି।
ବିଡିଏଠାରୁ ପ୍ଲଟ ନେଇ ନିର୍ମାଣ କାର୍ଯ୍ୟ କରି ନ ଥିବା ବ୍ୟକ୍ତିଙ୍କୁ ୨୦୦୯ରୁ ବାରମ୍ବାର ଅବଗତି କରାଯାଉଛି। ଏ ନେଇ ୨୦୦୯, ୨୦୧୫, ୨୦୧୭, ୨୦୧୮ ଏବଂ ୨୦୨୦ରେ ଗଣମାଧ୍ୟମରେ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ହେଲେ ଜମିକୁ ଆକାଶ ଛୁଅଁା ଦରରେ ବିକ୍ରି କରିବାକୁ ଯୋଜନା କରି ପ୍ଲଟ ମାଲିକମାନେ କୌଣସି ନିର୍ମାଣ କରୁନାହାନ୍ତି, ଯାହା ବିଡିଏର ଲ୍ୟାଣ୍ଡ୍‌ ଆଲଟମେଣ୍ଟ ସ୍କିମ୍‌ର ଖୋଲାଖୋଲି ଉଲ୍ଲଂଘନ କରୁଛି। ଏହି କାର୍ଯ୍ୟରେ ବିଡିଏର କେତେଜଣ ଅସାଧୁ ଅଧିକାରୀଙ୍କରସମ୍ପୃକ୍ତି ରହିଥିବା ଅଭିଯୋଗ ହେଉଛି। ଜମି ନେଇଥିବା ଅନେକ ବ୍ୟକ୍ତି ବିଦେଶରେ ରହୁଛନ୍ତି। କରୋନା ମହାମାରୀ ଯୋଗୁ ସମସ୍ତଙ୍କୁ ଅଧିକ ବର୍ଷେ ସମୟ ଦିଆଯାଇଛି। ପ୍ଲଟ୍‌ ନେଇଥିବା ବ୍ୟକ୍ତିଙ୍କୁ ଶେଷ ଥର ପାଇଁ ସୁଯୋଗ ଦିଆଯାଇଛି। ସମୟ ସୀମା ମଧ୍ୟରେ ଖାଲି ଜମିରେ ଘର ନିର୍ମାଣ ନ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରି କି ଜମି ଅନୁମୋଦନକୁ ରଦ୍ଦ କରାଯିବ ବୋଲି ବିଡିଏ ସେକ୍ରେଟାରି କବୀନ୍ଦ୍ର କୁମାର ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜୀବ ଅରୋରା ଆଇବି ଡିଆଇଜି

ସମ୍ବଲପୁର,୨୧।୭(ବ୍ୟୁରୋ): ସମ୍ବଲପୁର ଏସ୍‌ପି ସଞ୍ଜୀବ ଅରୋରା ଗୋଇନ୍ଦା ବ୍ୟୁରୋ ଡିଆଇଜି ଭାବେ ଯୋଗ ଦେବେ। ସୋମବାର ସେ ତାଙ୍କ ଦାୟିତ୍ୱ ହସ୍ତାନ୍ତର କରିବେ। ହେଲେ କାହାକୁ...

‘୨୦୨୩ ଡିସେମ୍ବରରେ ସରିବ କାନପୁର ଡ୍ୟାମ୍‌ କାମ’

ଯୋଡ଼ା/କେନ୍ଦୁଝର,୨୩।୪ (ଡି.ଏନ.ଏ./ସ୍ବ.ପ୍ର.) ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କେନ୍ଦୁଝର ଜିଲାର କାନ୍‌ପୁର ଜଳସେଚନ ଡ୍ୟାମ୍‌ର ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ ହୋଇଛି। ୨୦୨୩ ଡିସେମ୍ବର ସୁଦ୍ଧା ଡ୍ୟାମ୍‌ ନିର୍ମାଣ କାର୍ଯ୍ୟ...

୭୫ରେ ନବୀନ: ଦୂରଦର୍ଶୀ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପ୍ରତିଦ୍ୱନ୍ଦ୍ୱୀ ଓ ଅଦ୍ୱିତୀୟ। ସ୍ବଚ୍ଛ ଭାବମୂର୍ତ୍ତି ତାଙ୍କୁ ଓଡ଼ିଶା ରାଜନୀତିରେ ଜଣେ ଜନପ୍ରିୟ ନେତା ଭାବେ ପରିଚିତ କରାଇଛି। ଦୁଇ ଦଶନ୍ଧି...

ଗାୟକ ହେବେ ତାରା: ‘ଛି ଛି’ ଗୀତରେ ସରକାରଙ୍କୁ କରିବେ ଟାର୍ଗେଟ

ଜୟପୁର,୨୯।୧୨(ଡି.ଏନ୍‌.ଏ.): ଜୟପୁରରୁ ନେଇ ଭୁବନେଶ୍ୱର, ସବୁଠି ରହିଛି ତାରାପ୍ରସାଦ ବାହିନୀପତିଙ୍କ ଦବ୍‌ଦବା। ପୋଲିସରୁ ନେତା ସାଜିଥିବା ତାରା ନିଜର ଅଜବ ଓ ଖିଆଲି ଅନ୍ଦାଜ ପାଇଁ...

ବିପଦସଙ୍କୁଳ ଅବସ୍ଥାରେ ଦାନପୁର ଲକ୍‌ ପୋଲ

ଡେରାବିଶ,୮ା୭(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅଧୀନ ଲୁଣାନଦୀର ଦାନପୁରଠାରେ ନିର୍ମିତ ହୋଇଥିବା ସେତୁଟି ଡେରାବିଶ ସହ ଗରଦପୁର ଓ ମାର୍ଶାଘାଇ ବ୍ଲକର ଜୀବନରେଖା। ଲୁଣାନଦୀରେ...

ପ୍ରଥମଥର ପାଇଁ ୩୦ ଜିଲାରୁ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୬ା୭(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ରବିବାର ରାଜ୍ୟରେ ୧୩୭୬ କରୋନା ଆକ୍ରାନ୍ତ...

ନବକଳେବରରେ ଶ୍ରୀପତିତପାବନ ବାନା

କାକଟପୁର ମଙ୍ଗଳା ମନ୍ଦିର ବିଧି: ପ୍ରଥମେ ମା’ ମଙ୍ଗଳାଙ୍କର ମହାସ୍ନାନ କରାଯାଇଥାଏ। – ମହାସ୍ନାନ ପରେ ମା’ଙ୍କର ବଡ଼ ସିଂହାର ବେଶ କରାଯାଇଥାଏ। – ଏହାପରେ...

‘ଏକ ଦୌଡ ଦେଶ କା ନାମ’

ଭୁବନେଶ୍ୱର,୫।୯ (ବ୍ୟୁରୋ):ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି। ଏହି ପରିପ୍ରେକ୍ଷୀରେ ରବିବାର ସ୍ଥାନୀୟ ପାହାଳଠାରେ ‘ଏକ...

Advertisement
Archives

Model This Week