ଦାବି ପୁରଣ ନ ହେଲେ ସମୂହ ଛୁଟିରେ ଯିବେ ବନ କର୍ମଚାରୀ

ମାଲକାନଗିରି,୨୭।୬(ଦୁର୍ଯ୍ୟୋଧନ ପାତ୍ର)ରାଜ୍ୟରେ ବନ ବିଭାଗର କ୍ଷେତ୍ର କର୍ମଚାରୀ ଯଥା ଉପ ବନାଞ୍ଚଳ ଅଧିକାରୀ, ବନପାଳ, ଏବଂ ବନରଧରକ୍ଷୀ ମାନେ ସୁରକ୍ଷିତ ନୁହନ୍ତି ବୋଲି ଓଡିଶା ଅଣ ଗେଜେଟେଡ ବନ କର୍ମଚାରୀ ସଂଘ ବାରମ୍ବାର ରାଜ୍ୟ ସରକାରଙ୍କୁ ଜଣାଉଥିଲେ ମଧ୍ୟ ତାହା ସରକାରଙ୍କ କଣ୍ଣର୍ର୍ ଗୋଚର ହେଉନାହିଁା ଯାହାଫଳରେ ଗତ ଏକମାସ ମଧ୍ୟରେ ଜଣେ ଡେପୁଟି ରେଞ୍ଜ ଅଫିସର ଏବଂ ଜଣେ ଫରେଷ୍ଟର ଶିକାରୀ ଗୁଳିରେ ପ୍ରାଣ ହରାଇଛନ୍ତିା ଏଥିସହ ଓଡିଶାର ବିଭିନ୍ନ
ଅଞ୍ଚଳରେ ମାଫିଆମାନେ ବନ କର୍ମଚାରୀମାନଙ୍କୁ ଆକ୍ରମଣ କରୁଥିବା ଏକ ନିତିଦିନିଆ ଘଟଣା ହୋଇଗଲାଣି। ଏହି ଘଟଣାକୁ ନେଇ ଓଡିଶା ଅଣଗେଜେଟେଡ ବନ କର୍ମଚାରୀ ସଂଘ ସାରା ରାଜ୍ୟରେ ଆସନ୍ତା ଜୁଲାଇ ୮ତାରିଖ ସୁଦ୍ଧା ସେମାନଙ୍କ ପାଞ୍ଚଦଫା ଦାବି ପୂରଣ ନ ହେଲେ ୧୦ତାରିଖରୁ ସମସ୍ତ ସମୂହ ଛୁଟିରେ ଯିବେ ବୋଲି ଦାବିପତ୍ର ପ୍ରଦାନ କରିଛନ୍ତି। ସମୂହ ଛୁଟିରେ ସେମାନେ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ସଂଘର ଉପ ସଭାପତି ଫକିର ଚନ୍ଦ୍ର ମହାଲି, ଏବଂ ସମ୍ପାଦକ କନ୍ଦର୍ପ ପ୍ରଧାନ ପ୍ରକାଶ କରିଛନ୍ତି। ସଂଘର ଏକ ପ୍ରତିନିଧି ଦଳ ଜିଲାପାଳ ଏବଂ ଡିଏଫଓଙ୍କ ଜରିଆରେ ପାଞ୍ଚଦଫା ଦାବି ସମୂହ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତିା ଏହି ଦାବି ଗୁଡିକ ମଧ୍ୟରେ ରାଜ୍ୟରେ ୫୦ଟି ଅଂଚଳରେ ବନ୍ୟଜନ୍ତୁ ଶଇକାରି କାଠ ମାଫିଆଙ୍କୁ ରୋକିବା ପାଇଁ ସ୍ବତନ୍ତ୍ର ସ୍କ୍ବାଡ ଗଠନ କରାଯାଉ, ବନ ବିଭାଗର ଜଙ୍ଗଲ ସୁରକ୍ଷା ଦାୟିତ୍ୱରେ ଥିବା ଅଣଗେଜେଟେଡ କ୍ଷେତ୍ର ବନଅଧିକାରୀଙ୍କୁ ସ୍ବତନ୍ତ୍ର କଲ୍ୟାଣ ପାଣ୍ଠି ଯୋଗାଇ ଦିଆଯାଉ, କାର୍ଯ୍ୟରତ ସମୟରେ ମୃତ୍ୟୁବରଣ କରିଥିବା ବନାଧିକାରୀଙ୍କ ପରିବାର ବର୍ଗଙ୍କୁ ତେଲେଙ୍ଗାନା ରାଜ୍ୟ ପରି ୫୦ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସାହା ସାହାର୍ଯ୍ୟ ରାଶି ଦିଆଯାଉ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁଧୁରୁନି ତୈଳ ସ୍ଥିତି, ବଢ଼ିଲାଣି କଳାବଜାର

ଭୁବନେଶ୍ୱର, ୧୭।୫(ସୁନିତ୍‌ ମିଶ୍ର): ଓଡ଼ିଶାରେ ଦେଖା ଦେଇଥିବା ତୈଳ ସଙ୍କଟ ସ୍ଥିତିରେ ଶନିବାର ସୁଦ୍ଧା ସୁଧାର ଆସିପାରି ନାହିଁ। ଭୁବନେଶ୍ୱରଠାରୁ ଆରମ୍ଭ କରି ରାଜ୍ୟର ଅନ୍ୟ ଜିଲାଗୁଡ଼ିକରେ…

ସରକାରଙ୍କ ବଡ଼ ଘୋଷଣା: ଏଣିକି ୩ୟ ସନ୍ତାନ ହେଲେ ମିଳିବ ୩୦ ହଜାର, ୪ର୍ଥରେ ୪୦ ହଜାର ଟଙ୍କା

ଅମରାବତି,୧୬।୫: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଥିବା ଜନସଂଖ୍ୟାକୁ ରୋକିବା ପାଇଁ ସରକାର…

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନନ୍ଦପୁରରେ ବିଜେପି SC ମୋର୍ଚ୍ଚାର ନୂତନ ନିଯୁକ୍ତି, ଶାନ୍ତନୁ ସେଠୀଙ୍କୁ ଜିଲା କମିଟିରେ ଦାୟିତ୍ୱ…

ବାଞ୍ଚୋ ,୧୬ା୫(ପ୍ରଦୋଷ କୁମାର ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦୁଝର ଜିଲା ଏସ୍‌.ସି ମୋର୍ଚ୍ଚା କମିଟିରେ ଆନନ୍ଦପୁର ଅଞ୍ଚଳର ଯୁବ ନେତା ଶାନ୍ତନୁ ସେଠୀଙ୍କୁ ଆଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri