ଦାଦାବଟି ମାଗିଲେ ତଡ଼ିପାର

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ଦାଦାବଟି ବା ବଳପୂର୍ବକ ଚାନ୍ଦା ମାଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଏପରି କି ଜାତୀୟ ନିରାପତ୍ତା ଆଇନ(ଏନ୍‌ଏସ୍‌ଏ) ଲଗାଯିବା ସହ ଆବଶ୍ୟକ ପଡିଲେ ତଡ଼ିପାର କରାଯିବ। ଦାଦାବଟି ମାଗୁଥିବା ବ୍ୟକ୍ତିଙ୍କୁ ଏପରି କଡା ଚେତାବନୀ ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଏମାନଙ୍କ ଉପରେ ନଜର ରଖିବା ସହ ଦାଦା ବଟି ଆଦାୟ ରୋକିବାକୁ ଅତିରିକ୍ତ ପୋଲିସ କମିଶନର ରେଖା ଲୋହାନୀଙ୍କ ନେତୃତ୍ୱରେ ଆଣ୍ଟି-ଏକଷ୍ଟର୍ନଶନ ଟାସ୍କ ଫୋର୍ସ ଗଠନ ହୋଇଛି। ଏହି ଟାସ୍କ ଫୋର୍ସକୁ କ୍ୟୁଏଟି ସହାୟତା କରିବ ବୋଲି ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଅନେକ ସମୟରେ ଦାଦାବଟି ଦେଉଥିବା ଲୋକେ ପୋଲିସର ସହାୟତା ନେବାକୁ ଡରୁଛନ୍ତି। ତେଣୁ ଏହି ଟାସ୍କ ଫୋର୍ସକୁ ଲୋକେ ସୂଚନା ଦେଲେ ସେମାନଙ୍କ ନାମ ଗୋପନ ରଖାଯାଇ କାର୍ଯ୍ୟାନୁଷ୍ଠାନ ନିଅଯିବ। ଲୋକଙ୍କୁ ପ୍ରୋତ୍ସାହିତ କରିବା ସହ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବାକୁ ପ୍ରତି ଥାନା ସ୍ତରରେ ଓ ଡିସିପିଙ୍କ ସ୍ତରରେ ବିଭିନ୍ନ ବର୍ଗଙ୍କ ସହ ବୈଠକ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ। ଆସନ୍ତା ସୋମବାରଠାରୁ ଗୋଟିଏ ଆଣ୍ଟି-ଏକଷ୍ଟର୍ନଶନ ବା ଦାଦାବଟି ବିରୋଧରେ ହେଲ୍ପଲାଇନ୍‌ ଜାରି କରାଯିବ। ଲୋକେ ଏହାମାଧ୍ୟମରେ ଦାଦାବଟି ସମ୍ପର୍କିତ ସୂଚନା ଗୋପନୀୟ ଭାବେ ଫୋନ୍‌, ଏସ୍‌ଏମ୍‌ଏସ୍‌, ହ୍ବାଟ୍ସଆପ୍‌, ଟେଲିଗ୍ରାମ ଦ୍ୱାରା ଦେଇପାରିବେ। ଯେଉଁମାନଙ୍କ ଖବର ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସଫଳ ହେବ ସେମାନଙ୍କ ନାମ ଗୋପନ ରଖାଯିବା ସହ ସେମାନଙ୍କୁ ପୁରସ୍କୃତ କରାଯିବ। ଏହାସହ ଏହା ବିରୋଧରେ ଯେଉଁ ଥାନା ଅଧିକାରୀ ଭଲ କାର୍ଯ୍ୟାନୁଷ୍ଠାନ ନେବେ ତାଙ୍କୁ ମଧ୍ୟ ପୁରସ୍କୃତ କରାଯିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।

କଟକ ଅଫିସ,୧୭।୧୦: ଦୋକାନବଜାରଠାରୁ ଆରମ୍ଭ କରି ଶପିଂ ମଲ୍‌ରୁ ଆଦାୟ ହେଉଛି ଦାଦାବଟି। ପାର୍ବଣ ସମୟରେ ଏହି ବେଆଇନ କାର୍ଯ୍ୟ ଅଧିକମାତ୍ରାରେ ହୋଇଥାଏ। କରୋନା କଟକଣା ଯୋଗୁ ପାର୍ବଣ ଆୟୋଜନ ବଡ଼ଧରଣରେ ହେଉ ନ ଥିଲେ ସୁଦ୍ଧା ଆପରାଧିକ ବ୍ୟକ୍ତିମାନଙ୍କର ଦାଦାବଟି ଆଦାୟ ବନ୍ଦ ହୋଇ ନ ପାରେ। ଏହାକୁ ଦୃଷ୍ଟିରେ ରଖି ଦାଦାବଟି ଆଦାୟକାରୀଙ୍କ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି ଅଭୟ। କଟକ ପୋଲିସ ମୁଖ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବଳପୂର୍ବକ ଚାନ୍ଦା ଆଦାୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡ଼ା କଟକ-ଭୁବନେଶ୍ୱରରେ ସଙ୍ଗଠିତ ଅପରାଧକୁ ହ୍ରାସ କରିବା ପାଇଁ ଆଲୋଚନା ହୋଇଛି। ଏହି ଦୁଇଟି ସହରରେ ଶାନ୍ତିଶୃଙ୍ଖଳାରେ କିପରି ଦଶହରା ସମାପନ ହେବ ସେ ପ୍ରସଙ୍ଗ ମଧ୍ୟ ଉପସ୍ଥାପନ କରାଯାଇଥିଲା। ବୈଠକରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମ୍‌), ଗୋଇନ୍ଦା ନିର୍ଦ୍ଦେଶକ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ୍‌ଶୃଙ୍ଖଳା), ଆଇଜି (ଆଇନଶୃଙ୍ଖଳା) ଓ ଉଭୟ କଟକ, ଭୁବନେଶ୍ୱରର ଡିସିପି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୨ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୨ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୨ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪(ଅସମାପିକା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ମେ’ ୬ରୁ ଆରମ୍ଭ ହେବ। ସିବିଟି ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ମେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri