Posted inଖେଳ

‘RCB ଚାମ୍ପିଅନ ନ ହେଲେ ଛାଡ଼ପତ୍ର ଦେଇଦେବି’… ଫାଇନାଲ ପୂର୍ବରୁ ବଡ଼ ବୟାନ ଦେଇ ଚର୍ଚ୍ଚାରେ ମହିଳା

ନୂଆଦିଲ୍ଲୀ,୩୦।୫: ଆଇପିଏଲ୍‌ ଇତିହାସରେ RCB ଏଯାବତ କୌଣସି ଟାଇଟଲ ହାସଲ କରି ନାହିଁ ସତ, ହେଲେ ଏହାର ପ୍ରଶଂସକଙ୍କ ଭଲପାଇବା ପୂର୍ବବତ ରହିଛି। କହିବାକୁ ଗଲେ ଆର୍‌ସିବିର ପ୍ରଶଂସକମାନେ ବେଶ ବିଶ୍ୱସ୍ତ। ଚଳିତ ବର୍ଷ IPL ୨୦୨୫ର ଫାଇନାଲ ଲାଗି ଆର୍‌ସିବି ଟିକେଟ ହାସଲ କରିବା ପରେ ପ୍ରଶଂସକଙ୍କ ଉତ୍କଣ୍ଠା ବହୁଗୁଣିତ ହୋଇଛି। ଏହାକୁ ନେଇ ଜଣେ ଆର୍‌ସିବି ପ୍ରଶଂସକ ବଡ଼ ବୟାନ ଦେଇଛନ୍ତି, ଯାହାକି ଭାଇରାଲ ହେଉଛି। ଦଳ ୨୦୨୫ରେ ଚାମ୍ପିଅନ ନ ହେଲେ ଛାଡ଼ପତ୍ର ଦେଇଦେବେ ବୋଲି କହିଛନ୍ତି।

IPL ୨୦୨୫ ର କ୍ୱାଲିଫାୟର ୧ ରେ ପଞ୍ଜାବ କିଙ୍ଗ୍‌ସକୁ ପରାସ୍ତ କରି RCB ଫାଇନାଲ ପାଇଁ ଟିକେଟ ବୁକ୍‌ କରିଛି। ଏହି ସିଜନର ଫାଇନାଲରେ ପହଞ୍ଚିଥିବା ସେମାନେ ପ୍ରଥମ ଦଳ। ୯ ବର୍ଷ ପରେ RCB IPL ଫାଇନାଲରେ ପହଞ୍ଚିବା ପରେ, ଏହାର ପ୍ରଶଂସକଙ୍କ ଆଶା ପୁଣି ଥରେ ଜାଗ୍ରତ ହୋଇଛି।

ଦଳର ଜଣେ ମହିଳା ପ୍ରଶଂସକ ଷ୍ଟାଡିୟମରେ ଏକ ପୋଷ୍ଟର ସହ ନଜର ଆସିଥିଲେ। ସେଥିରେ ସେ କହିଛନ୍ତି ଯେ, ଯଦି RCB ଫାଇନାଲ ନ ଜିତେ, ତେବେ ସେ ତାଙ୍କ ସ୍ବାମୀଙ୍କୁ ଛାଡପତ୍ର ଦେବେ। ଏହାପରଠାରୁ ଭାଇରାଲ ଫଟୋ ଏବଂ ଏଥିରେ ଲେଖାଯାଇଥିବା ବୟାନର ସତ୍ୟତା କେତେ ସେ ନେଇ ପ୍ରଶ୍ନ ଉଠିଛି। ଯଦି RCB ଫାଇନାଲ ଜିତି ନ ପାରିଲା ତେବେ କ’ଣ ସେହି ମହିଳା ପ୍ରକୃତରେ ତାଙ୍କ ସ୍ବାମୀଙ୍କୁ ଛାଡପତ୍ର ଦେବେ ସେନେଇ ଅନେକେ ପ୍ରଶ୍ନ କରୁଛନ୍ତି।

ମହିଳାଜଣଙ୍କ ବିଷୟରେ କହିଲେ ସେ ଜଣେ ଆର୍‌ସିବି ପ୍ରଶଂସକଙ୍କ ସହ ଭିଡିଓ କଣ୍ଟେଣ୍ଟ ନିର୍ମାତା ମଧ୍ୟ। ତାଙ୍କର ଚିରୈୟା ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟ ଅଛି। ସେ ଇନଷ୍ଟାଗ୍ରାମରେ ତାଙ୍କର ବ୍ଲଗ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ସେ ଷ୍ଟାଡିୟମରେ ସମାନ ପୋଷ୍ଟର ହଲାଇଥିବାର ଦେଖାଯାଉଛି, ଯେଉଁଥିରେ ଲେଖାଯାଇଛି ଯେ ଯଦି RCB ଫାଇନାଲ ଜିତି ନ ଯାଏ, ତେବେ ସେ ତାଙ୍କ ସୱାମୀଙ୍କୁ ଛାଡପତ୍ର ଦେବେ।

ପ୍ରକାଶ ଯେ, RCB ପ୍ରଶଂସକମାନେ ଗତ ୧୮ ସିଜିନ୍‌ ଧରି ଟ୍ରଫି ପାଇଁ ଅପେକ୍ଷା କରିଆସୁଛନ୍ତି। ଏଥର ସେହି ଅପେକ୍ଷାର ଅନ୍ତ ହେବାର ଆଶା ପୁଣି ଥରେ ଜାଗ୍ରତ ହୋଇଛି। IPL ୨୦୨୫ର ଫାଇନାଲ RCBର ଚତୁର୍ଥ ଫାଇନାଲ ହେବ। ଏହା ପୂର୍ବରୁ, ଏହା ୨୦୦୯, ୨୦୧୧ ଏବଂ ୨୦୧୬ ରେ ଆହୁରି ୩ ଟି ଫାଇନାଲ ଖେଳିଥିଲା। କିନ୍ତୁ ସବୁଥର ଏହାକୁ ରନର୍ସ ଅପ ହେବାରେ ସନ୍ତୁଷ୍ଟ ହେବାକୁ ପଡିଥିଲା। ଏଥର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଇତିହାସକୁ ବଦଳାଇ ଏହାର ପ୍ରଥମ IPL ଟାଇଟଲକୁ ହାସଲ କରିବାକୁ ଚାହିଁବ। ଏହାର ପ୍ରଶଂସକମାନେ ମଧ୍ୟ ସମାନ କିଛି ଚାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରତ୍ନଭଣ୍ଡାର ଗଣତି-ମଣତିକୁ ନେଇ ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ: ତାଲିକା ସାର୍ବଜନୀନ ହେବନି

ଭୁବନେଶ୍ୱର, ୧୦।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି-ମଣତି ଏବଂ ଅଳଙ୍କାର ତାଲିକାଭୁକ୍ତ ପ୍ରକ୍ରିୟାକୁ ନେଇ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏକ ବଡ଼ ପ୍ରତିକ୍ରିୟା ରଖିଛନ୍ତି। ରତ୍ନଭଣ୍ଡାରରୁ…

ରାଜ୍ୟର ୨ ଉପମୁଖ୍ୟମନ୍ତ୍ରୀ ପଦବୀକୁ ଚ୍ୟାଲେଞ୍ଜ, ଜନସ୍ବାର୍ଥ ମାମଲା ଖାରଜ କଲେ… 

କଟକ,୧୦।୮(କାର୍ତ୍ତିକ ସାହୁ): ଓଡ଼ିଶା ସରକାରଙ୍କ ୨ ଉପମୁଖ୍ୟମନ୍ତ୍ରୀ ପଦବୀର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ରୁଜୁ ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ଗୁରୁବାର ଖାରଜ କରିଛନ୍ତି। ହାଇକୋର୍ଟ…

ଆଫଗାନିସ୍ତାନ-ଭାରତ ପ୍ରଥମ ମ୍ୟାଚ୍‌କୁ ନେଇ ହଟିଲା ଦ୍ୱନ୍ଦ୍ୱ

ନୂଆଦିଲ୍ଲୀ,୧୦ା୯: ରାଜଧାନୀରେ ବ୍ରିକ୍ସ ସମିଟ କାରଣରୁ ଆସନ୍ତା ୧୩ରେ ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ହେବାକୁ ଥିବା ପ୍ରଥମ ଟି୨୦ ମ୍ୟାଚ୍‌କୁ ଦିନକ ପାଇଁ ସ୍ଥଗିତ ରଖାଯିବାର…

BDAର ୩୫ ବର୍ଷରୁ ଊର୍ଦ୍ଧ୍ୱ ଜମି ବିବାଦରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ୨୦୦ ହିତାଧିକାରୀଙ୍କୁ ଆଶ୍ୱସ୍ତି, ଦୂର ହେଲା…

ଭୁବନେଶ୍ୱର,୧୦।୯(ରବିନାରାୟଣ ଜେନା): ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ଠାରୁ ଦୀର୍ଘ ୩୫ ବର୍ଷ ତଳେ ପ୍ଲଟେଡ୍‌ ସ୍କିମରେ ନେଇଥିବା ୨୦୦ରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ଏବେ ଆଶ୍ୱସ୍ତି ମିଳିଛି। ରାଜସ୍ବ ପର୍ଷଦ…

ଅକ୍ଟୋବର ୨ରୁ ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ପୁଣି ଉଡ଼ିବ ବିମାନ, ସପ୍ତାହକୁ ଦୁଇଥର…

ଭୁବନେଶ୍ୱର,୧୦ା୯(ବନ୍ଦନା ସେଠୀ) – ଭୁବନେଶ୍ୱରରୁ ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍‌କୁ ସିଧାସଳଖ ବିମାନ ସେବା ପୁଣି ଆରମ୍ଭ ହେବ। ଅକ୍ଟୋବର ୨ରୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ବ୍ୟାଙ୍କକ୍‌…

ଘର ସାମ୍ନାରେ ଯୁବକଙ୍କୁ ଦଳି ଦେଲା ହାତୀ

ଜି.ଉଦୟଗିରି,୧୦ା୯(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଓ ଟିକାବାଲି ବ୍ଲକ୍‌ ସୀମାନ୍ତରେ ଜଣେ ଯୁବକଙ୍କୁ ଦନ୍ତାହାଦୀ ଦଳି ଦେଇଛି। ସେ ହେଲେ ପିକରଡ଼ି ପଞ୍ଚାୟତ କାମ୍ବାନାଯୁ…

ବଙ୍ଗୋପସାଗରରେ ଲଘୁଚାପ: ୧୦ ଜିଲାରେ ଝଡ଼ବର୍ଷା, ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୧୦ା୯(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଗୁରୁବାର ସକାଳ ୫ଟା ୩୦ରେ ଲଘୁଚାପର ରୂପ ନେଇଛି। ଏହା ଅପରାହ୍ନ ୨ଟା ୩୦ ସୁଦ୍ଧା ଉତ୍ତର…

ଆମେରିକୀୟ ବାୟୁସେନା ଘାଟିରେ କ୍ଷେପଣାସ୍ତ୍ର ମାଡ଼

ତେହେରାନ,୧୦।୯: ଜୋର୍ଡାନସ୍ଥିତ ଏକ ଆମେରିକୀୟ ବାୟୁସେନା ଘାଟି ଉପରେ ଇରାନର ସାମରିକ ଆକ୍ରମଣରେ ଆମେରିକାର ଏକାଧିକ ଯୁଦ୍ଧ ବିମାନ କ୍ଷତିଗ୍ରସ୍ତ ହୋଇଛି। ସିବିଏସ୍‌ ରିପୋର୍ଟ ଅନୁଯାୟୀ ଆକ୍ରମଣରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri