Posted inଜାତୀୟ

ଶ୍ରୀଲଙ୍କାକୁ ଭାରତ ଦେଉ ସେନା ସହାୟତା: ସୁବ୍ରମଣ୍ୟମ ସ୍ୱାମୀ

ନୂଆଦିଲ୍ଲୀ,୧୧ ।୭: ଶ୍ରୀଲଙ୍କାର ଆର୍ଥିକ ସଙ୍କଟକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ । ଏଠାକାର ଆର୍ଥିକ ପରିସ୍ଥିତି ଖରାପ ହୋଇଯିବା ପରେ ସାଧାରଣ ଜନତା ଏବେ ରାଷ୍ଟ୍ରପତି ଭବନ କବଜା କରି ରଖିଛନ୍ତି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ଇସ୍ତଫା ଦେବା ସହ ରାଷ୍ଟ୍ରପତି ଆସନ୍ତା ୧୩ ତାରିଖରେ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି । ଋଣ ବୋଝରେ ବୁଡିଯାଇଥିବା ଶ୍ରୀଲଙ୍କାକୁ ଏବେ କିଛି ବାଟ ଦେଖାଯାଉ ନାହିଁ । ଏହାରି ଭିତରେ ଭାରତୀୟ ଜନତା ପାର୍ଟି(ଭାଜପା)ର ପୂର୍ବତନ ଏମପି ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି ଶ୍ରୀଲଙ୍କାର ଏପରି ପରିସ୍ଥିତି ସମୟରେ ଭାରତ ସେନା ସହାୟତା ଯୋଗାଇଦେବା ଉଚିତ । ସ୍ୱାମୀ ଟୁଇଟ କରି କହିଛନ୍ତି ଗୋଟବାୟା ଓ ମହିନ୍ଦା ରାଜପାକ୍ଷେ ଉଭୟ ବହୁମତ ସହ ଏକ ସ୍ୱତନ୍ତ୍ର ନିର୍ବାଚନରେ ବିଜୟୀ ହୋଇଥିଲେ । ତେଣୁ ଏମିତି ଏକ ବୈଧ ନିର୍ବାଚନକୁ ଭାରତ କେମିତି ଭାଙ୍ଗିବାକୁ ଦେଇପାରିବ ବୋଲି ସେ ପ୍ରଶ୍ନ କରିଛନ୍ତି । ନଚେତ ଆମ ପଡୋଶୀର କୌଣସି ଗଣତାନ୍ତ୍ରୀକ ଦେଶ ସୁରକ୍ଷିତ ରହିପାରିବ ନାହିଁ । ଯଦି ରାଜପାକ୍ଷେ ସେନା ସହାୟତା ମାଗୁଛି ଭାରତ ଏହା ଯୋଗାଇଦେବା ଦରକାର ବୋଲି ସ୍ୱାମୀ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଶାନ୍ତି ଦୂତ ସାଜିଥିବା ପାକିସ୍ତାନ ଏବେ ସାଜିବ ‘ଖଳନାୟକ’! ଟ୍ରମ୍ପଙ୍କ ଚକ୍ରବ୍ୟୂହରେ ଫସିଲେ ଶେହବାଜ

ନୂଆଦିଲ୍ଲୀ,୨୫।୫: ପାକିସ୍ତାନ ସମ୍ମୁଖରେ ଏଭଳି ଏକ ଦ୍ୱନ୍ଦ୍ୱ ଦେଖାଦେଇଛି, ଯେଉଁଥିରେ ଯଦି ସେ ସ୍ବୀକାର କରେ ତେବେ ବି ଫସିବ ଏବଂ ଯଦି ମନା କରେ ତେବେ…

ରାସ୍ତାରେ ଅଚେତ୍‌ ହୋଇ ପଡ଼ିଥିଲେ ମହିଳା, ଦେଖିକି ମୁଖ୍ୟମନ୍ତ୍ରୀ ବସ୍‌ ଚାଳକ, କଣ୍ଡକ୍ଟର କଲେ ଏମିତି କାମ

ନନ୍ଦପୁର, ୨୫।୫(ତୁଷାର କାନ୍ତ ମହାନ୍ତି ): ଲମତାପୁଟ-ଟିକରପଡ଼ା ମୁଖ୍ୟମନ୍ତ୍ରୀ ବସ୍‌ରେ କାର୍ଯ୍ୟରତ ଚାଳକ, କଣ୍ଡକ୍ଟର ସୋମବାର ପୂର୍ବାହ୍ନରେ ରାସ୍ତା କଡ଼ରେ ଅଚେତ୍‌ ଅବସ୍ଥାରେ ପଡ଼ିଥିବା ଜଣେ ମହିଳାଙ୍କୁ…

ସରକାରଙ୍କ ବଡ଼ ନିଷ୍ପତ୍ତି: ମୁଦ୍ରାସ୍ଫୀତି ମଧ୍ୟରେ PNG ଏବଂ LPG ଗ୍ରାହକଙ୍କୁ ଆଶ୍ୱସ୍ତି, ଉପକୃତ ହେବେ ଛାତ୍ରଙ୍କଠୁ ଆରମ୍ଭ କରି…

ନୂଆଦିଲ୍ଲୀ,୨୫।୫: କେନ୍ଦ୍ର ସରକାର ପାଇପ ମାଧ୍ୟମରେ ପ୍ରାକୃତିକ ଗ୍ୟାସ (PNG) ସଂଯୋଗ କରିଥିବା LPG ଗ୍ରାହକଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର LPG ଯୋଗାଣ…

ବିଜେଡି ଛାଡିବା ପରେ ବଡ଼ ଗୁମର ଖୋଲିଲେ ଦେବାଶିଷ, କହିଲେ-ନବୀନ ବାବୁ ଭାଜପା ହାତ ଧରି…

ଭୁବନେଶ୍ୱର,୨୫।୫: ବିଜେଡି ଛାଡ଼ିବା ପରେ ଦେବାଶିଷ ସାମନ୍ତରାୟ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ନବୀନ ବାବୁ ଭାଜପା ହାତ ଧରି କ୍ୟାରିୟର ଆରମ୍ଭ କରିଥିଲେ। ବାଜପେୟୀ,…

ଝାରସୁଗୁଡ଼ା ପ୍ରିମିୟର ଲିଗ୍‌: ଟାଉନ୍‌ ବୀର୍ସ ଚାମ୍ପିୟନ

ଝାରସୁଗୁଡ଼ା,୨୫।୫(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରସ୍ଥିତ ମନମୋହନ ଏମ୍‌.ଇ. ସ୍କୁଲ ପଡ଼ିଆଠାରେ ଝାରସୁଗୁଡ଼ା ପ୍ରିମିୟର ଲିଗ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍‌ରେ ମଙ୍ଗଳ ବଜାର…

ଅଭିଷେକଙ୍କ ଘରେ ପଶିଲା ପୋଲିସ: ଥମୁନି ଦିଦିଙ୍କ ଅଡ଼ୁଆ

କୋଲକାତା,୨୫।୫: ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ କୋଲକାତାସ୍ଥିତ ବାସଭବନରେ ପୋଲିସ ପହଞ୍ଚିଛି। ତାଙ୍କ ଘର ବାହାରେ ପ୍ରବଳ ପୋଲିସ ଫୋର୍ସ ମୁତୟନ କରାଯାଇଛି।…

IPL ବେଟିଂ, ୮ ଗିରଫ: ଏକାଧିକ ସ୍ଥାନରେ ଏକକାଳୀନ ଚଢ଼ାଉବେଳେ ମିଳିଲା…

ଝାରସୁଗୁଡା/ବ୍ରଜରାଜନଗର, ୨୫।୫(ଆଶିଷ ରଞ୍ଜନ ଦାଶ/ବିଜୟ ବରା ): ଝାରସୁଗୁଡ଼ା ଜିଲା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଚଳିତ ଆଇପିଏଲ ୨୦୨୬ ମ୍ୟାଚଗୁଡ଼ିକରେ ବେଆଇନ ଅନଲାଇନ କ୍ରିକେଟ…

ଚାଷ ଜମିରୁ ଫେରୁଥିବାବେଳେ କାମୁଡିଲା ସାପ, ମେଡିକାଲ ନେବାବେଳେ ଚାଲିଗଲା ଜୀବନ, ପରିବାର ଅସହାୟ

ଥୁଆମୂଳ ରାମପୁର, ୨୫ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ପଞ୍ଚାୟତ ଅଧୀନ ସମାପଲା ଗାଁରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ସାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri