୪୯% ପରିବାର ପାଇଛନ୍ତି ଟ୍ୟାପ୍‌ ପାଣି

ଯାଜପୁର ଅଫିସ,୧୧ା୭: ରାଜ୍ୟବାସୀଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ବସୁଧା, ଜଳ ଜୀବନ ମିଶନ, ଓଏମ୍‌ବିଏଡିସି, ଡିଏମ୍‌ଏଫ୍‌, ଆର୍‌ଆଇଡିଏଫ୍‌ ଆଦି ଯୋଜନାରେ ବ୍ୟବସ୍ଥା କରାଯାଇଛି। ଏଥିରେ ପ୍ରତ୍ୟେକ ଘରକୁ ଟ୍ୟାପ୍‌ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ପଦକ୍ଷେପ ନିଆଯାଉଛି। ଏହିକ୍ରମରେ ଗତ ଜୁନ୍‌ ୩୦ ସୁଦ୍ଧା ୪୮.୮୫% ପରିବାରକୁ ଟ୍ୟାପ ସଂଯୋଗୀକରଣ ହୋଇଛି। ଗ୍ରାମାଞ୍ଚଳର ସମସ୍ତ ଜନସାଧାରଣଙ୍କୁ ୨୦୨୪ ସୁଦ୍ଧା ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ଲକ୍ଷ୍ୟ ରହିଥିବା ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ଦର୍ଶାଇଛନ୍ତି। ତେବେ କେତେକ ମେଗା ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି ନୈରାଶ୍ୟଜନକ ଏବଂ ଅତି ନିମ୍ନମାନର ଯୋଗୁ ଏହି ଲକ୍ଷ୍ୟ ପୂରଣ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।
ରାଜ୍ୟ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ (ଆରଡବ୍ଲ୍ୟୁଏସ୍‌ଏସ୍‌) ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ମେଗା ଜଳଯୋଗାଣ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ମନ୍ଥର ଏବଂ ନିମ୍ନମାନର ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏଥିରେ ନିୟୋଜିତ କେତେକ ଅଣଓଡ଼ିଆ ଠିକାସଂସ୍ଥାର ମନମାନି ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହେବା ସହ ଲୋକଙ୍କୁ ସ୍ବଚ୍ଛ ପାଣି ମିଳିବାରେ ବିଳମ୍ବ ଘଟିଚାଲିଛି। ଆରଡବ୍ଲ୍ୟୁଏସ୍‌ଏସ୍‌ ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ ୪ ପର୍ଯ୍ୟାୟରେ ୨୧୫ ମେଗା ପାଇପ୍‌ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଛି। ଏଥିପାଇଁ ୩୫,୧୭୫ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି। ଏହିସବୁ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପାଇଁ ଏଲ୍‌ ଆଣ୍ଡ ଟି, ଜିଭିପିଆର, ଜେଏମ୍‌ସି ଆଣ୍ଡ୍‌ ଜେଭି, ଏନ୍‌ସିସି, ଏମ୍‌ଇଆଇଏଲ୍‌, ଭୋଲଟାସ୍‌, ଜୁବେରୀ, ଆଇଏଚ୍‌ପି, କେଇସି-କାବେରି, କେଇସି-ବିଆର୍‌ସିସିପିଏଲ୍‌, କେସିପିଏଲ୍‌-ୟୁଏମ୍‌ଏସ୍‌ଏଲ୍‌ ଆଦି ଅଣଓଡ଼ିଆ ଠିକାସଂସ୍ଥା ସହ ୨୦୧୬ରୁ ଚୁକ୍ତି ହୋଇଆସିଛି। ହେଲେ ଏଯାଏ ଗୋଟିଏ ବି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ଏଠାରେ ବୌଦ୍ଧ, ପୁରୀ, ଗଞ୍ଜାମ, ଖୋର୍ଦ୍ଧା ଏବଂ ଢେଙ୍କାନାଳ ଜିଲାରେ ନିର୍ମାଣ ହେଉଥିବା ପ୍ରକଳ୍ପଗୁଡିକୁ ଉଦାହରଣ ଭାବେ ନିଆଯାଇପାରେ। ଖୋର୍ଦ୍ଧା ଜିଲାର ବୋଲଗଡ଼ ଓ ବେଗୁନିଆ ବ୍ଲକ ଅନ୍ତର୍ଗତ ୩୩୭ ଗ୍ରାମ ଏବଂ ଢେଙ୍କାନାଳ ଜିଲା ସଦର ବ୍ଲକର ୯ ଗ୍ରାମ ପଞ୍ଚାୟତ ପାଇଁ ମେଗା ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ହେଉଛି। ଏହିସବୁ ପ୍ରକଳ୍ପର ଅଗ୍ରଗତି ଏବଂ କାର୍ଯ୍ୟର ମାନ ଆଦୌ ଉଲ୍ଲେଖନୀୟ ନୁହେଁ ବୋଲି ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଗତ ଜୁନ୍‌ ୨୮ରେ ଦର୍ଶାଇଛନ୍ତି। ଆଗକୁ ଉଲ୍ଲେଖନୀୟ ସଫଳତା ହାସଲ ନ କଲେ ପରବର୍ତ୍ତୀ ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇପାରିବ ନାହିଁ ବୋଲି ଠିକାସଂସ୍ଥା ଜେଏମ୍‌ସି କର୍ତ୍ତୃପକ୍ଷଙ୍କୁ ଚେତାବନୀ ଦେଇଛନ୍ତି।
ପୁରୀ ଜିଲାର କଣାସ ବ୍ଲକର ୧୨୬ ଗ୍ରାମ, ବ୍ରହ୍ମଗିରି ବ୍ଲକର ୧୮ ଗ୍ରାମ, ସତ୍ୟବାଦୀ ବ୍ଲକର ୧୪ ଏବଂ କୃଷ୍ଣପ୍ରସାଦ ବ୍ଲକର ୯୦ ଗ୍ରାମ ଓ ଗଞ୍ଜାମ ବ୍ଳକର ୪୫ ଗ୍ରାମ ପାଇଁ ନିର୍ମାଣ ହେଉଥିବା ମେଗା ଜଳଯୋଗାଣ ପ୍ରକଳ୍ପର ଅଗ୍ରଗତି ଉପରେ ବିଭାଗୀୟ ଇଞ୍ଜିନିୟର ଜିଭିପିଆର ଠିକାସଂସ୍ଥା କର୍ତ୍ତୃପକ୍ଷଙ୍କୁ ଅନୁରୂପ ମନ୍ତବ୍ୟ ଦେଇଛନ୍ତି।
ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକର ୩୯୩ ଗ୍ରାମର ଲୋକଙ୍କ ପାଇଁ ତେଲନଦୀର ଲୁକାପଧାଠାରେ ଏଲ ଆଣ୍ଡ ଟି ପକ୍ଷରୁ ଏକ ମେଗା ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ହେଉଛି। ଏଥିପାଇଁ ୨୨୭.୪୧ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହାର କାର୍ଯ୍ୟକାରିତା ପାଇଁ ୧ା୩ା୨୦୧୯ରେ ଏଲ ଆଣ୍ଡ ଟି ଠିକାସଂସ୍ଥା ସହ ଚୁକ୍ତି ହୋଇଛି। ହେଲେ ଅତି ନିମ୍ନମାନର କାମ ହେଉଥିବା ଅଭିଯୋଗ ହୋଇଛି। ଏହି ବ୍ଲକର ଖଇରମାଳ, ବନଗୁରା, ଖୁଣ୍ଟିଗୋରା, ଗୁଛାଗୋରା, ମସିନାଗୋରା, ଘଣ୍ଟାପଡା, ଆମ୍ବଗଁା, ଆଡେଲଗଁା ପ୍ରଭୃତି ଗ୍ରାମରେ ପାଇପ୍‌ ବିଛା କାର୍ଯ୍ୟ ଅତି ମନ୍ଥର ହେବା ସହ ଗାତ ଖୋଳାରେ ବ୍ୟାପକ ଅନିୟମିତତା ହେଉଥିବା କୁହାଯାଉଛି। ରାଜ୍ୟରେ ଥିବା ଠିକାସଂସ୍ଥାଗୁଡିକୁ ଅଯୋଗ୍ୟ ବିବେଚନା କରି ବାହାର ରାଜ୍ୟର ଠିକାସଂସ୍ଥାକୁ କାମ ଦେବା ଲାଗି ଜାଣିଶୁଣି ଜଟିଳ ସର୍ତ୍ତ ରଖାଯାଇଥିଲା। ତେଣୁ ରାଜ୍ୟର କେହି ଏହି ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇ ନ ଥିଲେ ବୋଲି ଜଣେ ଠିକାଦାର କହିଛନ୍ତି। ଏଭଳିସ୍ଥିତିରେ ଅଣଓଡ଼ିଆ ଠିକାସଂସ୍ଥା କର୍ତ୍ତୃପକ୍ଷ ଜନସାଧାରଣଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇବା ପାଇଁ ଚିନ୍ତା କରିବା ପରିବର୍ତ୍ତେ ସିଂହଭାଗ ଅର୍ଥ ଚଳୁ କରିବାକୁ ମସୁଧା କରୁଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ମଦ ଲୁଟ୍‌

ଗଞ୍ଜାମ,୨୦।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ହୁବଟେଶ୍ୱର ରାସ୍ତାରେ ଥିବା ବିଦେଶୀ ମଦ କାଉଣ୍ଟରରୁ ବଡ଼ ଧରଣର ଲୁଟ ହୋଇଥିବା ଜଣା ପଡିଛିl ଖବରପାଇ...

ଅନୁମତି ଦେଇନି ରେଲୱେ, ବାଧା ରାଜପଥ ସମ୍ପ୍ରସାରଣ

ଛତ୍ରପୁର,୩।୭(ଡି.ଏନ.ଏ.): ଗଞ୍ଜାମ- ପୁରୀ ମେଗା ପାଇପ୍‌ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ସାରିବାରେ ସମ୍ପୃକ୍ତ ହାଇଦ୍ରାବାଦର ଜିଭିପିଆର୍‌ ଇଞ୍ଜିନିୟର୍ସ ଲିମିଟେଡ୍‌ ଠିକା ସଂସ୍ଥାରେ ଅହେତୁକ ବିଳମ୍ବ କରୁଛି ା...

ସାଧାରଣ ନିର୍ବାଚନରେ ୯୦ ସିଟ୍‌ ହାତେଇବାକୁ ପିସିସି ସଭାପତିଙ୍କ ଦୃଢ଼ୋକ୍ତି

ରାୟଗଡା ଅଫିସ, ୨୮।୯: ଓଡ଼ିଶା ପ୍ରଦେଶ କଂଗେସ କମିଟି ସଭାପତି ଶରତ ପଟ୍ଟନାୟକ ଦିନିକିଆ ରାୟଗଡ଼ର ଜିଲା ଗସ୍ତରେ ଆସି ଅଶୋକ କଲ୍ୟାଣ ମଣ୍ଡପରେ ଆୟୋଜିତ...

କନ୍ଧମାଳରେ ଦୁଇଦିନିଆ ଶଟ୍‌ଡାଉନ୍‌: ରାସ୍ତାଘାଟ ଶୂନ୍‌ଶାନ୍‌

ବାଲିଗୁଡ଼ା,୪ା୭(ଡି.ଏନ୍‌.ଏ.): କନ୍ଧମାଳ ଜିଲାର ସମସ୍ତ ୧୭୮ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ପଡ଼ୋଶୀ ଗଞ୍ଜାମ ଓ ଗଜପତି ଜିଲାରେ ସଂକ୍ରମଣ ଦିନକୁଦିନ...

ପୋକତୁଙ୍ଗା ସେବା ସମବାୟ ବ୍ୟାଙ୍କରୁ ଲୁଟ୍‌: ତାଲା ତାଡ଼ି ନେଇଗଲେ ଆଇରନ ଚେଷ୍ଟ

ବନ୍ତଳା,୭।୮ (ଡି.ଏନ.ଏ.):ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ସେବା ସମବାୟ ବ୍ୟାଙ୍କରୁ ସୋମବାର ରାତିରେ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ବ୍ୟାଙ୍କ ଗ୍ରୀଲ ତାଡି ଭିତରେ ପଶିବା...

ତହସିଲ କାର୍ଯ୍ୟାଳୟ ଘେରିଲା ନବନିର୍ମାଣ କୃଷକ ସଙ୍ଗଠନ

ତିହିଡ଼ି,୧୫।୧୧(ଡି.ଏନ୍‌.ଏ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଶୁକ୍ରବାର ମଧ୍ୟାହ୍ନରେ ତହସିଲ କାର୍ଯ୍ୟାଳୟ ଘେରାଉ କରାଯାଇଛି। ‘ବୁଲ୍‌ବୁଲ୍‌’ରେ ବ୍ଲକର କ୍ଷତିଗ୍ରସ୍ତ...

କରୋନା ସମୟରେ ମହିଳାଙ୍କୁ ରକ୍ତଦେଇ ଜୀବନ ବଞ୍ଚାଇଲେ ଯୁବକ

ବେଗୁନିଆପଡ଼ା,୧୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ନୂଆଗଡ଼ ଗ୍ରାମର ଲତା ବେହେରା ମଙ୍ଗଳବାର ରାତିରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ସଙ୍ଗେ ସଙ୍ଗେ ପରିବାର ପକ୍ଷରୁ ତାଙ୍କୁ...

ଉଲ୍ଲଂଘନ ହେଉଛି କଟକଣା: ଶ୍ରୀମନ୍ଦିରରେ ପାନଛେପ ଦେଖି ୫-ଟି ସଚିବ କ୍ଷୁବ୍ଧ

ପୁରୀ ଅଫିସ, ୧୬।୨: ଶ୍ରୀମନ୍ଦିର ଭିତରକୁ ପାନ, ଗୁଟ୍‌ଖା ଉପରେ କଟକଣା ରହିଛି। କେହି ଏସବୁ ଖାଇ କିମ୍ବା ନେଇ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ...

Advertisement
Archives

Model This Week