Posted inଖେଳ

ପାକିସ୍ତାନ ହାରିଲେ ଆଫଗାନିସ୍ତାନ ଯିବ ସେମିଫାଇନାଲ…

ନୂଆଦିଲ୍ଲୀ,୮।୧୧ : ବିଶ୍ୱକପ କ୍ରିକେଟ ୨୦୨୩ରେ ମଙ୍ଗଳବାର ଆଫଗାନିସ୍ତାନର ହୃଦୟ ଭାଙ୍ଗି ଯାଇଛି। ହାତକୁ ଆସିଥିବା ବିଜୟ ଗ୍ଲେନ ମ୍ୟାକ୍ସୱେଲଙ୍କ ଅପରାଜିତ ୨୦୧ ରନ ଦ୍ୱାରା ପରାଜୟରେ ପରିଣତ ହୋଇଛି। ଗ୍ଲେନ ମ୍ୟାକ୍ସୱେଲ ଆଫଗାନିସ୍ତାନର ଆଶାକୁ ଧୂଳିସାତ କରିଦେଇଛନ୍ତି।

ଗ୍ଲେନ ମ୍ୟାକ୍ସୱେଲ ସମଗ୍ର ମ୍ୟାଚର ଗତି ବଦଳାଇ ଆଫଗାନିସ୍ତାନ ଦଳର ଜିତିଥିବା ଖେଳକୁ ହରାଇ ଦେଇଥିଲେ।

ଅଷ୍ଟ୍ରେଲିଆକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିବା ପାଇଁ ଆଫଗାନିସ୍ତାନ ପାଖରେ ଏକ ବଡ଼ ସୁଯୋଗ ଥିଲା। ତଥାପି, ଏହା ସମ୍ଭବ ହୋଇ ପାରି ନ ଥିଲା। ତେବେ ବିଶ୍ୱକପ ୨୦୨୩ରେ ଆଫଗାନିସ୍ତାନର ଯାତ୍ରା ଏଠାରେ ଶେଷ ହୋଇନାହିଁ।

ଆଫଗାନିସ୍ତାନରେ ସେମିଫାଇନାଲରେ ପ୍ରବେଶ କରିବାର ସୁଯୋଗ ରହିଛି। ଆଫଗାନିସ୍ତାନ ଦଳ ଶ୍ରେଷ୍ଠ ୪ଟି ଦଳୂର ଶେଷ ସ୍ଥାନରେ ନିଜର ସ୍ଥାନ ଏବେ ମଧ୍ୟ ସୁରକ୍ଷିତ କରିପାରିବ ।

ଆଫଗାନିସ୍ତାନକୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅହମଦାବାଦରେ ଖେଳିବାକୁ ପଡିବ। ଆଫଗାନିସ୍ତାନକୁ ଏହି ମ୍ୟାଚକୁ ଏକ ବଡ଼ ବ୍ୟବଧାନରେ ଜିତିବାକୁ ହେବ। ଏହା ସହିତ ଆଫଗାନିସ୍ତାନକୁ ମଧ୍ୟ ସେମିଫାଇନାଲରେ ପ୍ରବେଶ କରିବା ଲାଗି ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ଉପରେ ନିର୍ଭର କରିବାକୁ ପଡିବ।

ଯଦି ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନ ନିଜର ଶେଷ ଲିଗ ମ୍ୟାଚ ହାରିଯାଆନ୍ତି ତେବେ ଆଫଗାନିସ୍ତାନ ଶ୍ରେଷ୍ଠ-୪ ପାଇଁ ଯୋଗ୍ୟତା ଅର୍ଜନ କରିବ। ନ୍ୟୁଜିଲାଣ୍ଡକୁ ଶ୍ରୀଲଙ୍କା ବିପକ୍ଷ ଶେଷ ମ୍ୟାଚ ଖେଳିବାକୁ ଥିବାବେଳେ ପାକିସ୍ତାନକୁ ଇଂଲଣ୍ଡ ବିପକ୍ଷରେ ଖେଳିବାକୁ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ପର୍ଯ୍ୟଟନ ବିକାଶର ସମୀକ୍ଷା:ହୋମଷ୍ଟେ କରି ସ୍ୱାବଲମ୍ବୀ ହେବାକୁ ପରାମର୍ଶ ଦେଲେ ପର୍ଯ୍ୟଟନ ପ୍ରମୁଖ ସଚିବ

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ଶନିବାର ଅପରାହ୍ନରେ ଓଡ଼ିଶା ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ବଳବନ୍ତ ସିଂ ପହଞ୍ଚି ପର୍ଯ୍ୟଟନ କ୍ଷେତ୍ରର ବିକାଶ…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ; ୩ ରାଶିଙ୍କ ଧନଯୋଗ, ହୁ ହୁ ହୋଇ ବଢିବ ଇନକମ୍‌…

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହ ଗତିର ପ୍ରଭାବ କେବଳ ରାଶି ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ନୁହେଁ । ଗ୍ରହ ଯେଉଁ ନକ୍ଷତ୍ରରେ ପ୍ରବେଶ କରେ ତାହାକୁ ମଧ୍ୟ ବହୁତ…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଶିଶୁଙ୍କ ଗେଡ଼ାପଣ: ୬ ଜିଲାରେ ସ୍ଥିତି ଚିନ୍ତାଜନକ

ଭୁବନେଶ୍ୱର,୧୩ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପୋଷଣ ସ୍ଥିତିକୁ ନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ୱେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌-୫ରୁ ଏନ୍‌ଏଫ୍‌ଏଚ୍‌ଏସ୍‌-୬)ର ଏକ ତୁଳନାତ୍ମକ ରିପୋର୍ଟ…

୧୭ ଯାଏ ବର୍ଷା

ଭୁବନେଶ୍ୱର,୧୩ା୯(ବନ୍ଦନା ସେଠୀ):ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିଛି। ଶନିବାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାବେଳେ ୧୭ ତାରିଖ ଯାଏ ଲାଗି ରହିବ। ତେବେ ରବିବାରଠାରୁ ବର୍ଷାର…

ଓରାଙ୍ଗଉଟାନ ଚୋରା ଚାଲାଣର ଗୁମର ଖୋଲୁଛି, ଫାର୍ମ ହାଉସ ପାଇଁ ମ୍ୟାନ୍‌ମାର ଦେଇ ଅଣାଯାଇଥିଲା

ଭୁବନେଶ୍ୱର/ ଭୋଗରାଇ, ୧୩ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫକୁ…

ଦିବ୍ୟାଙ୍ଗ ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ

ମାହାଙ୍ଗା,୧୩ା୯ (ଅଜୟ କୁମାର ମହାନ୍ତି): ରାଜ୍ୟରେ ବିଦ୍ୟାଳୟଗୁଡ଼ିକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବା ବେଳେ କଟକ ଜିଲା ମାହାଙ୍ଗା ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ୱେଦନଶୀଳ…

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?