Posted inଜାତୀୟ

ଯଦି କିଙ୍ଗ୍‌ ହୁଅନ୍ତି କିଙ୍ଗ୍‌ ମେକର, ସଫଳ ହେବା କଷ୍ଟକର…

ମୁମ୍ବାଇ, ୨୩।୬ : ଭାରତୀୟ ରାଜନୀତିରେ କିଙ୍ଗ୍‌ ଏବଂ କିଙ୍ଗ୍‌ ମେକରଙ୍କର ଲମ୍ବା କାହାଣୀ ଅଛି। ଅନେକ ମହାନ ବ୍ୟକ୍ତିତ୍ୱ କିଙ୍ଗ୍‌ ମେକର ଥିଲେ, କିନ୍ତୁ କେବେ କିଙ୍ଗ୍‌ ହୋଇ ନଥିଲେ। ଯେଉଁମାନେ ଏଭଳି କିଙ୍ଗ୍‌ ହେବାକୁ ଉଦ୍ୟମ କରିଥିଲେ, ସେମାନେ ଶେଷରେ ବିଫଳ ହୋଇଥିଲେ। କିଙ୍ଗ୍‌ ମେକର କିଙ୍ଗ୍‌ ହେବାରେ ବିଫଳ ହେବାଙ୍କ ମଧ୍ୟରେ ଉଦ୍ଧବ ଠାକ୍‌ରେ ହେଉଛନ୍ତି ସଦ୍ୟତମ ଉଦାହରଣ। ମହାନ ବ୍ୟକ୍ତିତ୍ୱମାନଙ୍କ ମଧ୍ୟରେ ଚାଣକ୍ୟ ହେଉଛନ୍ତି ପ୍ରଥମ ଏବଂ ପ୍ରସିଦ୍ଧ ଉଦାହରଣ।

ସେ କିଙ୍ଗ୍‌ ମେକର ହୋଇଥିଲେ ମଧ୍ୟ କେବେ କ୍ଷମତାକୁ ଆସି ନ ଥିଲେ। ଜଣେ ସରଳ ଶିକ୍ଷକ ହୋଇ ସେ ମଗଧର ରାଜା ଧନାନନ୍ଦଙ୍କୁ କ୍ଷମତାରୁ ହଟାଇ ଦେଇଥିଲେ, କିନ୍ତୁ ନିଜେ କ୍ଷମତାକୁ ଆସି ନ ଥିଲେ। ସେ ତାଙ୍କର ଶିଷ୍ୟ ଚନ୍ଦ୍ରଗୁପ୍ତଙ୍କୁ ରାଜା କରିଥିଲେ। ଦ୍ୱିତୀୟ ଏବଂ ତୃତୀୟ ମହାନ ବ୍ୟକ୍ତିତ୍ୱ ଥିଲେ ଜାତିର ପିତା ମହାତ୍ମା ଗାନ୍ଧି ଏବଂ ଲୋକ ନାୟକ ଜୟପ୍ରକାଶ ନାରାୟଣ । ଗାନ୍ଧିଜୀ ବର୍ଷ ବର୍ଷ ଧରି ନିଜର ଅହିଂସା ଆନ୍ଦୋଳନ ଦ୍ୱାରା ବ୍ରିଟିଶମାନଙ୍କୁ ବିବ୍ରତ କରାଇଥିଲେ। ଶେଷରେ ବ୍ରିଟିଶମାନଙ୍କୁ ଭାରତ ଛାଡିବାକୁ ପଡିଥିଲା। ଗାନ୍ଧିଜୀ ଚାହିଁଥିଲେ କ୍ଷମତାର ମୁଖ୍ୟ ହୋଇଥାନ୍ତେ, କିନ୍ତୁ ସେ ଏପରି କେବେ ବି ଭାବି ନ ଥିଲେ। ଜୟପ୍ରକାଶ ମଧ୍ୟ ଏଭଳି ମହାନତା ଦେଖାଇଥିଲେ। ସିଂହାସନକୁ ଖାଲି କର ଜନତା ଆସୁଛନ୍ତ, ଏହା ତାଙ୍କର ସ୍ଲୋଗାନ ଥିଲା।

ତାଙ୍କର ସାମାଜିକ ଆନ୍ଦୋଳନ ଅସମ୍ଭବ କାର୍ଯ୍ୟକୁ ସମ୍ଭବରେ ପରିଣତ କରିଥିଲା। ତାଙ୍କ ଯୋଗୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ କ୍ଷମତାରୁ ହଟାଇ ଦିଆଯାଇଥିଲା। କିନ୍ତୁ ଜୟପ୍ରକାଶ ନିଜେ କ୍ଷମତାକୁ ଆସି ନ ଥିଲେ। ରାଜନୀତିରେ ଏପରି ବହୁ ଉଦାହରଣ ଅଛି। ସେମାନଙ୍କ ମଧ୍ୟରେ ଆରଏସଏସ, ବାଲାସାହେବ ଠାକରେ ଏବଂ କାଶିଂରାମ ପ୍ରମୁଖ। ସେମାନେ ମଧ୍ୟ ସରକାର ଗଠନ କଲେ, ସରକାର ଭାଙ୍ଗିଲେ, କିନ୍ତୁ ସିଧାସଳଖ କେବେ କ୍ଷମତାରେ ରହିଲେ ନାହିଁ।

ଭାରତୀୟ ରାଜନୀତିରେ ବିଫଳ କିଙ୍ଗ୍‌ ମେକରଙ୍କ ସଂଖ୍ୟା ମଧ୍ୟ କମ ନାହିଁ। ଚନ୍ଦ୍ରଶେଖର, ଏଚଡି ଦେବ ଗୌଡା ଏବଂ ଆଇ.କେ ଗୁଜରାଲଙ୍କ ଭଳି କିଙ୍ଗ୍‌ ମେକର ରାଜନୈତିକ ବିଫଳତାର ଶିକାର ହୋଇଥିଲେ। ଚନ୍ଦ୍ରଶେଖରଙ୍କ ଜନତା ପାର୍ଟିରେ କେବଳ ଦୁଇଜଣ ଏମ୍‌ପି ଥିଲେ, ତଥାପି ସେ ପ୍ରଧାନମନ୍ତ୍ରୀ ହୋଇଥିଲେ। ମାତ୍ର ରାଜୀବ ଗାନ୍ଧୀଙ୍କ ବାସଭବନରେ ହରିୟାଣାର ଦୁଇଜଣ ଗୁପ୍ତଚରଙ୍କୁ ଦେଖି କଂଗ୍ରେସ ରାଗିଗଲା ଏବଂ ଚନ୍ଦ୍ରଶେଖରଙ୍କୁ କ୍ଷମତାଚ୍ୟୁତ ହେବାକୁ ପଡିଲା। ଦେବ ଗୌଡା ଏବଂ ଗୁଜରାଲଙ୍କ ସହ ସମାନ ଘଟଣା ଘଟିଥିଲା। ଦେଢ଼ ଅବା ଦୁଇ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ସେମାନଙ୍କ ସରକାର ଚାଲିପାରି ନ ଥିଲା। ଉଦ୍ଧବଙ୍କ ଭଳି କିଙ୍ଗ୍‌ ମେକରଙ୍କ ସହିତ ମଧ୍ୟ ଏଭଳି ସମାନ ଘଟଣା ଘଟିଛି। ତାଙ୍କ ପିତା ବାଲାସାହେବ ଠାକ୍‌ରେ ସିଧାସଳଖ କ୍ଷମତା ଗ୍ରହଣ କରି ନ ଥିଲେ, କିନ୍ତୁ ସର୍ବଦା ସରକାର ଗଠନ କରିଥିଲେ। ପରମ୍ପରାକୁ ଖଣ୍ଡନ କରି ଉଦ୍ଧବ ମେଳ ଖାଉ ନଥିବା ମେଣ୍ଟ କରିଥିଲେ। ଏବେ ଏହାର ଫଳାଫଳ ମହାରାଷ୍ଟ୍ର ରାଜନୀତିରେ ଦେଖିବାକୁ ମିଳୁଛି।

ଏକନାଥ ସିନ୍ଦେ କେବଳ ଶିବସେନାକୁ ଭାଙ୍ଗି ନାହାଁନ୍ତି, ବରଂ ଠାକ୍‌ରେ ସରକାରଙ୍କ ପୁରୁଣା ଗୌରବକୁ ମଧ୍ୟ ନଷ୍ଟ କରିଛନ୍ତି। ଯେତେବେଳେ ଏହା ପୂର୍ବରୁ ଘଟିଥଲା, କ୍ରୋଧିତ ଶିବ ସୈନିକମାନେ ହଇରାଣ ଭଙ୍ଗା ରୁଜା କରୁଥିଲେ, କିନ୍ତୁ ଏଥର ଏପରି କିଛି ଘଟିଲା ନାହିଁ। ବିଫଳ ମେଣ୍ଟ ସପକ୍ଷରେ ସେ ଜଣେ ସାଧାରଣ ଶିବ ସୈନିକ ମଧ୍ୟ ନ ଥିଲେ। ପୂର୍ବରୁ ସେମାନେ କ୍ଷମତାରେ ନଥିବା ଠାକ୍‌ରେ ପରିବାରକୁ ସରକାର ବୋଲି ବିବେଚନା କରୁଥିଲେ। ଏହି କାରଣରୁ ଦେଢ଼ ଦିନର ଅଶାନ୍ତି ମଧ୍ୟରେ ଉଦ୍ଧବ ହାର୍‌ ମାନିଛନ୍ତି। ସେ ନିଜେ ସହମତ ହୋଇଛନ୍ତି ଯେ ବର୍ତ୍ତମାନ ସରକାରଙ୍କ ବିଦାୟ ନିଶ୍ଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?