Posted inଜାତୀୟ

ଯଦି କିଙ୍ଗ୍‌ ହୁଅନ୍ତି କିଙ୍ଗ୍‌ ମେକର, ସଫଳ ହେବା କଷ୍ଟକର…

ମୁମ୍ବାଇ, ୨୩।୬ : ଭାରତୀୟ ରାଜନୀତିରେ କିଙ୍ଗ୍‌ ଏବଂ କିଙ୍ଗ୍‌ ମେକରଙ୍କର ଲମ୍ବା କାହାଣୀ ଅଛି। ଅନେକ ମହାନ ବ୍ୟକ୍ତିତ୍ୱ କିଙ୍ଗ୍‌ ମେକର ଥିଲେ, କିନ୍ତୁ କେବେ କିଙ୍ଗ୍‌ ହୋଇ ନଥିଲେ। ଯେଉଁମାନେ ଏଭଳି କିଙ୍ଗ୍‌ ହେବାକୁ ଉଦ୍ୟମ କରିଥିଲେ, ସେମାନେ ଶେଷରେ ବିଫଳ ହୋଇଥିଲେ। କିଙ୍ଗ୍‌ ମେକର କିଙ୍ଗ୍‌ ହେବାରେ ବିଫଳ ହେବାଙ୍କ ମଧ୍ୟରେ ଉଦ୍ଧବ ଠାକ୍‌ରେ ହେଉଛନ୍ତି ସଦ୍ୟତମ ଉଦାହରଣ। ମହାନ ବ୍ୟକ୍ତିତ୍ୱମାନଙ୍କ ମଧ୍ୟରେ ଚାଣକ୍ୟ ହେଉଛନ୍ତି ପ୍ରଥମ ଏବଂ ପ୍ରସିଦ୍ଧ ଉଦାହରଣ।

ସେ କିଙ୍ଗ୍‌ ମେକର ହୋଇଥିଲେ ମଧ୍ୟ କେବେ କ୍ଷମତାକୁ ଆସି ନ ଥିଲେ। ଜଣେ ସରଳ ଶିକ୍ଷକ ହୋଇ ସେ ମଗଧର ରାଜା ଧନାନନ୍ଦଙ୍କୁ କ୍ଷମତାରୁ ହଟାଇ ଦେଇଥିଲେ, କିନ୍ତୁ ନିଜେ କ୍ଷମତାକୁ ଆସି ନ ଥିଲେ। ସେ ତାଙ୍କର ଶିଷ୍ୟ ଚନ୍ଦ୍ରଗୁପ୍ତଙ୍କୁ ରାଜା କରିଥିଲେ। ଦ୍ୱିତୀୟ ଏବଂ ତୃତୀୟ ମହାନ ବ୍ୟକ୍ତିତ୍ୱ ଥିଲେ ଜାତିର ପିତା ମହାତ୍ମା ଗାନ୍ଧି ଏବଂ ଲୋକ ନାୟକ ଜୟପ୍ରକାଶ ନାରାୟଣ । ଗାନ୍ଧିଜୀ ବର୍ଷ ବର୍ଷ ଧରି ନିଜର ଅହିଂସା ଆନ୍ଦୋଳନ ଦ୍ୱାରା ବ୍ରିଟିଶମାନଙ୍କୁ ବିବ୍ରତ କରାଇଥିଲେ। ଶେଷରେ ବ୍ରିଟିଶମାନଙ୍କୁ ଭାରତ ଛାଡିବାକୁ ପଡିଥିଲା। ଗାନ୍ଧିଜୀ ଚାହିଁଥିଲେ କ୍ଷମତାର ମୁଖ୍ୟ ହୋଇଥାନ୍ତେ, କିନ୍ତୁ ସେ ଏପରି କେବେ ବି ଭାବି ନ ଥିଲେ। ଜୟପ୍ରକାଶ ମଧ୍ୟ ଏଭଳି ମହାନତା ଦେଖାଇଥିଲେ। ସିଂହାସନକୁ ଖାଲି କର ଜନତା ଆସୁଛନ୍ତ, ଏହା ତାଙ୍କର ସ୍ଲୋଗାନ ଥିଲା।

ତାଙ୍କର ସାମାଜିକ ଆନ୍ଦୋଳନ ଅସମ୍ଭବ କାର୍ଯ୍ୟକୁ ସମ୍ଭବରେ ପରିଣତ କରିଥିଲା। ତାଙ୍କ ଯୋଗୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ କ୍ଷମତାରୁ ହଟାଇ ଦିଆଯାଇଥିଲା। କିନ୍ତୁ ଜୟପ୍ରକାଶ ନିଜେ କ୍ଷମତାକୁ ଆସି ନ ଥିଲେ। ରାଜନୀତିରେ ଏପରି ବହୁ ଉଦାହରଣ ଅଛି। ସେମାନଙ୍କ ମଧ୍ୟରେ ଆରଏସଏସ, ବାଲାସାହେବ ଠାକରେ ଏବଂ କାଶିଂରାମ ପ୍ରମୁଖ। ସେମାନେ ମଧ୍ୟ ସରକାର ଗଠନ କଲେ, ସରକାର ଭାଙ୍ଗିଲେ, କିନ୍ତୁ ସିଧାସଳଖ କେବେ କ୍ଷମତାରେ ରହିଲେ ନାହିଁ।

ଭାରତୀୟ ରାଜନୀତିରେ ବିଫଳ କିଙ୍ଗ୍‌ ମେକରଙ୍କ ସଂଖ୍ୟା ମଧ୍ୟ କମ ନାହିଁ। ଚନ୍ଦ୍ରଶେଖର, ଏଚଡି ଦେବ ଗୌଡା ଏବଂ ଆଇ.କେ ଗୁଜରାଲଙ୍କ ଭଳି କିଙ୍ଗ୍‌ ମେକର ରାଜନୈତିକ ବିଫଳତାର ଶିକାର ହୋଇଥିଲେ। ଚନ୍ଦ୍ରଶେଖରଙ୍କ ଜନତା ପାର୍ଟିରେ କେବଳ ଦୁଇଜଣ ଏମ୍‌ପି ଥିଲେ, ତଥାପି ସେ ପ୍ରଧାନମନ୍ତ୍ରୀ ହୋଇଥିଲେ। ମାତ୍ର ରାଜୀବ ଗାନ୍ଧୀଙ୍କ ବାସଭବନରେ ହରିୟାଣାର ଦୁଇଜଣ ଗୁପ୍ତଚରଙ୍କୁ ଦେଖି କଂଗ୍ରେସ ରାଗିଗଲା ଏବଂ ଚନ୍ଦ୍ରଶେଖରଙ୍କୁ କ୍ଷମତାଚ୍ୟୁତ ହେବାକୁ ପଡିଲା। ଦେବ ଗୌଡା ଏବଂ ଗୁଜରାଲଙ୍କ ସହ ସମାନ ଘଟଣା ଘଟିଥିଲା। ଦେଢ଼ ଅବା ଦୁଇ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ସେମାନଙ୍କ ସରକାର ଚାଲିପାରି ନ ଥିଲା। ଉଦ୍ଧବଙ୍କ ଭଳି କିଙ୍ଗ୍‌ ମେକରଙ୍କ ସହିତ ମଧ୍ୟ ଏଭଳି ସମାନ ଘଟଣା ଘଟିଛି। ତାଙ୍କ ପିତା ବାଲାସାହେବ ଠାକ୍‌ରେ ସିଧାସଳଖ କ୍ଷମତା ଗ୍ରହଣ କରି ନ ଥିଲେ, କିନ୍ତୁ ସର୍ବଦା ସରକାର ଗଠନ କରିଥିଲେ। ପରମ୍ପରାକୁ ଖଣ୍ଡନ କରି ଉଦ୍ଧବ ମେଳ ଖାଉ ନଥିବା ମେଣ୍ଟ କରିଥିଲେ। ଏବେ ଏହାର ଫଳାଫଳ ମହାରାଷ୍ଟ୍ର ରାଜନୀତିରେ ଦେଖିବାକୁ ମିଳୁଛି।

ଏକନାଥ ସିନ୍ଦେ କେବଳ ଶିବସେନାକୁ ଭାଙ୍ଗି ନାହାଁନ୍ତି, ବରଂ ଠାକ୍‌ରେ ସରକାରଙ୍କ ପୁରୁଣା ଗୌରବକୁ ମଧ୍ୟ ନଷ୍ଟ କରିଛନ୍ତି। ଯେତେବେଳେ ଏହା ପୂର୍ବରୁ ଘଟିଥଲା, କ୍ରୋଧିତ ଶିବ ସୈନିକମାନେ ହଇରାଣ ଭଙ୍ଗା ରୁଜା କରୁଥିଲେ, କିନ୍ତୁ ଏଥର ଏପରି କିଛି ଘଟିଲା ନାହିଁ। ବିଫଳ ମେଣ୍ଟ ସପକ୍ଷରେ ସେ ଜଣେ ସାଧାରଣ ଶିବ ସୈନିକ ମଧ୍ୟ ନ ଥିଲେ। ପୂର୍ବରୁ ସେମାନେ କ୍ଷମତାରେ ନଥିବା ଠାକ୍‌ରେ ପରିବାରକୁ ସରକାର ବୋଲି ବିବେଚନା କରୁଥିଲେ। ଏହି କାରଣରୁ ଦେଢ଼ ଦିନର ଅଶାନ୍ତି ମଧ୍ୟରେ ଉଦ୍ଧବ ହାର୍‌ ମାନିଛନ୍ତି। ସେ ନିଜେ ସହମତ ହୋଇଛନ୍ତି ଯେ ବର୍ତ୍ତମାନ ସରକାରଙ୍କ ବିଦାୟ ନିଶ୍ଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଇଭିଏମ୍‌ ମକ୍‌ ପୋଲ୍‌: ଭାଜପାକୁ ଯାଇଛି ଅତିରିକ୍ତ ଭୋଟ

ନୂଆଦିଲ୍ଲୀ,୧୯ା୪(ପି.ଟି.):ଦେଶରେ ଲୋକ ସଭା ନିର୍ବାଚନ ଚାଲିଥିବାବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ରେ ଜାଲିଆତି ଅଭିଯୋଗକୁ ନେଇ ବିବାଦ ଲାଗିରହିଛି। ସେଥିପାଇଁ ଭୋଟର ଭେରିଫାଏବଲ୍‌ ପେପର ଅଡିଟ୍‌ ଟ୍ରେଲ୍‌...

ଆଜି ପ୍ରଥମ ପର୍ଯ୍ୟାୟ ଭୋଟ:ଏହିସବୁ ହେଭିଓ୍ବେଟ୍‌ଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ

ନୂଆଦିଲ୍ଲୀ,୧9ା୪(ପି.ଟି.):ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ ହେବାକୁ ଯାଉଛି। ଏହି ପର୍ଯ୍ୟାୟର ପ୍ରମୁଖ...

ରାମନବମୀରେ ଭାଜପା ହିଂସାକୁ ଉସୁକାଇଥିଲା: ମମତା

କୋଲକାତା,୧୮ା୪: ପଶ୍ଚିମବଙ୍ଗରେ ରାମନବମୀ ପାଳନ ବେଳେ ଭାଜପା ହିଂସାକୁ ଉସୁକାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଅଭିଯୋଗ କରିଛନ୍ତି। ମୁର୍ଶିଦାବାଦ ଜିଲାରେ ଯେଉଁ ହିଂସାକାଣ୍ଡ...

ଏପ୍ରିଲ ୨୨ରୁ ସ୍କୁଲ ଛୁଟି

କୋଲକାତା,୧୮।୪: ରାଜ୍ୟରେ ଅତ୍ୟଧିକ ଉତ୍ତାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ୨୨ ଏପ୍ରିଲରୁ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟରେ ଗ୍ରୀଷ୍ମ ଛୁଟି...

ଭୋଟିଂର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୋଇଯାଏ ପ୍ରଚାର, ଏହି ସାଇଲେନ୍ସ ପିରିୟଡରେ କ’ଣ କରନ୍ତି ପ୍ରାର୍ଥୀ ଜାଣନ୍ତୁ

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ୧୯ ଏପ୍ରିଲରୁ ଆରମ୍ଭ ହେବ। ଏହା ଅଧୀନରେ ଦେଶର ୨୧ ଟି ରାଜ୍ୟ...

ନିର୍ବାଚନ ପୂର୍ବରୁ ଏଏପିକୁ ଝଟକା, ଗିରଫ ହେଲେ ବିଧାୟକ ଅମାନତୁଲ୍ଲାହ ଖାନ

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲାହ ଖାନଙ୍କୁ ଗୁରୁବାର ଇଡି ଗିରଫ କରିଛି। ୱାକଫ ବୋର୍ଡ ନିଯୁକ୍ତି ସ୍କାମରେ ତାଙ୍କୁ ପିଏମଏଲଏ ଅଧୀନରେ ଗିରଫ...

ଇରାନ କବଜାରେ ଥିବା ଜାହାଜରୁ ଭାରତ ଫେରିଲେ ପ୍ରଥମ କ୍ରୁ ମେମ୍ବର

ନୂଆଦିଲ୍ଲୀ,୧୮।୪: କେରଳ ତ୍ରିଶୁରର ବାସିନ୍ଦା ମହିଳାକ୍ୟାଡେଟ ଆନ ଟେସା ଜୋସେଫ, କାର୍ଗୋ ଜାହାଜ MSC Aries ରେ ଥିବା ଭାରତୀୟ କ୍ରୁଙ୍କ ଅଂଶ ଭାବରେ ଗୁରୁବାର...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri