ଯଦି ଭାରତ କରି ପାରୁଛି ଆମେ କାହିଁକି ପାରିବା ନାହିଁ, ଜନସଂଖ୍ୟା ନିୟନ୍ତ୍ରଣ ନେଇ ପାକିସ୍ତାନର ପୂର୍ବତନ ଅର୍ଥମନ୍ତ୍ରୀଙ୍କ ମନ୍ତବ୍ୟ…

ଇସଲାମାବାଦ,୧୩।୩ : ସମ୍ପ୍ରତି ପାକିସ୍ତାନ ଏକ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଯେଉଁଥିପାଇଁ ପାକିସ୍ତାନରେ ଏକ ବିତର୍କ ଆରମ୍ଭ ହୋଇଛି ଯେ ସେମାନେ କେଉଁଠାରେ ଭୁଲ କରିଛନ୍ତି ଯେ ଆଜି ଭାରତ ବିକାଶ ମୁହାଁ ହୋଇଛି ମାତ୍ର ପାକିସ୍ତାନ ବିନାଶ ଆଡକୁ ଯାଉଛି। ପାକିସ୍ତାନର ପୂର୍ବତନ ଅର୍ଥମନ୍ତ୍ରୀ ଏକ ବଡ଼ କଥା କହିଛନ୍ତି। ଏକ କାର୍ଯ୍ୟକ୍ରମ ସମୟରେ ସେ କହିଛନ୍ତି ଯେ ପାକିସ୍ତାନ ଏହାର ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ସହିତ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ଆବଶ୍ୟକ।

ପୂର୍ବତନ ମନ୍ତ୍ରୀ ମିଫତା ଇସମାଇଲ ପାକିସ୍ତାନ ପୁନଃକଳ୍ପନା ସେମିନାରକୁ ସମ୍ବୋଧିତ କରି କହିଛନ୍ତି ଯେ ଭାରତ, ବାଂଲାଦେଶ ଏବଂ ଅନ୍ୟାନ୍ୟ ଦେଶରେ ଜନ୍ମ ହାର ପାକିସ୍ଥାନ ତୁଳନାରେ ବହୁତ କମ। ପ୍ରତିବର୍ଷ ପାକିସ୍ତାନରେ ପ୍ରାୟ ୫୫ ଲକ୍ଷ ପିଲା ଜନ୍ମ ହୁଅନ୍ତି ଏବଂ ପାକିସ୍ତାନରେ ଜନ୍ମ ହାର ବିଶ୍ୱରେ ସର୍ବାଧିକ। ଯଦି ଗତ ଦଶ ବର୍ଷ ମଧ୍ୟରେ ପାକିସ୍ତାନର ଜନ୍ମ ହାର ବାଂଲାଦେଶ ସହିତ ସମାନ ହୋଇଥାନ୍ତା, ତେବେ ପାକିସ୍ତାନର ମୁଣ୍ଡପିଛା ଜିଡିପି ୧୦ ପ୍ରତିଶତ ଅଧିକ ହୋଇଥାନ୍ତା। ସେ କହିଛନ୍ତି ଯେ ଜନସଂଖ୍ୟା ବୃଦ୍ଧି ଯୋଗୁ ପାକିସ୍ତାନ ମାନବ ବିକାଶ ସୂଚକାଙ୍କ ତଳେ ରହିଛି। ଆଫ୍ରିକୀୟ ଦେଶଗୁଡିକ ତଳେ ମଧ୍ୟ ଦେଶ ରହିଛି। ସ୍ଥାୟୀ ଏବଂ ଦ୍ରୁତ ବିକାଶ ପାଇଁ ପାକିସ୍ତାନକୁ ଜନସଂଖ୍ୟା ନିୟନ୍ତ୍ରଣ କରିବାକୁ ପଡିବ।

 

ପାକିସ୍ତାନର ପୂର୍ବତନ ଅର୍ଥମନ୍ତ୍ରୀ ଦେଶର ବିକାଶ ପାଇଁ ଶିକ୍ଷା ଉପରେ ଧ୍ୟାନ ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଛନ୍ତି ଯେ ପାକିସ୍ତାନର ୫୦ ପ୍ରତିଶତ ପିଲା ବିଦ୍ୟାଳୟରେ ଅଧ୍ୟୟନ କରନ୍ତି ନାହିଁ। ପାକିସ୍ତାନରେ କେବଳ ୪୪ ପ୍ରତିଶତ ପିଲା ଉଚ୍ଚ ବିଦ୍ୟାଳୟରେ ନାମ ଲେଖାଉଥିବାବେଳେ ଭାରତରେ ଏହି ସଂଖ୍ୟା ୮୫ ପ୍ରତିଶତ ରହିଛି। ବିଶ୍ୱ ଭାରତର ଆଇଆଇଟିକୁ ସଶକ୍ତ ବୋଲି ବିବେଚନା କରେ। ବର୍ତ୍ତମାନ ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଏହା ମଧ୍ୟ ସ୍ବୀକାର କରିଛନ୍ତି ଯେ ଭାରତର ଆଇଆଇଟି ବିଶ୍ୱର ପ୍ରମୁଖ ଅନୁଷ୍ଠାନମାନଙ୍କ ମଧ୍ୟରେ ଅଛି ଏବଂ ସେମାନଙ୍କଠାରୁ ଶିକ୍ଷିତ ଲୋକମାନେ ଆଜି ବିଶ୍ୱର ପ୍ରମୁଖ କମ୍ପାନୀର ସିଇଓ ଅଟନ୍ତି। ସେ କହିଛନ୍ତି ଯେ ଭାରତରେ ସମସ୍ତ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଖୋଲୁଥିବାବେଳେ ପାକିସ୍ତାନର ହାରାହାରି ଯୁବବର୍ଗମାନେ ତିନି ମାସର ଡିପ୍ଲୋମା କରୁଛନ୍ତି। ପୂର୍ବତନ ମନ୍ତ୍ରୀ କହିଛନ୍ତି ଯେ ଶିକ୍ଷା ମାନରେ ଉନ୍ନତି ନ କରି ପାକିସ୍ତାନ ଅଗ୍ରଗତି କରିପାରିବ ନାହିଁ।

ମହିଳା ସଶକ୍ତିକରଣ ଉପରେ ପାକିସ୍ତାନର ପୂର୍ବତନ ମନ୍ତ୍ରୀ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି। ସେ ବାଂଲାଦେଶର ରପ୍ତାନି ବୃଦ୍ଧିକୁ ମହିଳା ଶିକ୍ଷା ସହ ଯୋଡି କହିଛନ୍ତି ଯେ ଦେଶର ୫୦ ପ୍ରତିଶତ ଜନସଂଖ୍ୟାକୁ ଅଣଦେଖା କରି ପାକିସ୍ତାନ ଆଗକୁ ଯାଇପାରିବ ନାହିଁ। ଯଦି ଭାରତ ଏବଂ ବାଂଲାଦେଶ ଏହା କରିପାରୁଛନ୍ତି, ତେବେ ଆମେ ମଧ୍ୟ ଭଲ ନେତୃତ୍ୱ ଆଧାରରେ ଏହା କରିପାରିବା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri