ଯଦି ଭାରତ କରି ପାରୁଛି ଆମେ କାହିଁକି ପାରିବା ନାହିଁ, ଜନସଂଖ୍ୟା ନିୟନ୍ତ୍ରଣ ନେଇ ପାକିସ୍ତାନର ପୂର୍ବତନ ଅର୍ଥମନ୍ତ୍ରୀଙ୍କ ମନ୍ତବ୍ୟ…

ଇସଲାମାବାଦ,୧୩।୩ : ସମ୍ପ୍ରତି ପାକିସ୍ତାନ ଏକ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଯେଉଁଥିପାଇଁ ପାକିସ୍ତାନରେ ଏକ ବିତର୍କ ଆରମ୍ଭ ହୋଇଛି ଯେ ସେମାନେ କେଉଁଠାରେ ଭୁଲ କରିଛନ୍ତି ଯେ ଆଜି ଭାରତ ବିକାଶ ମୁହାଁ ହୋଇଛି ମାତ୍ର ପାକିସ୍ତାନ ବିନାଶ ଆଡକୁ ଯାଉଛି। ପାକିସ୍ତାନର ପୂର୍ବତନ ଅର୍ଥମନ୍ତ୍ରୀ ଏକ ବଡ଼ କଥା କହିଛନ୍ତି। ଏକ କାର୍ଯ୍ୟକ୍ରମ ସମୟରେ ସେ କହିଛନ୍ତି ଯେ ପାକିସ୍ତାନ ଏହାର ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ସହିତ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ଆବଶ୍ୟକ।

ପୂର୍ବତନ ମନ୍ତ୍ରୀ ମିଫତା ଇସମାଇଲ ପାକିସ୍ତାନ ପୁନଃକଳ୍ପନା ସେମିନାରକୁ ସମ୍ବୋଧିତ କରି କହିଛନ୍ତି ଯେ ଭାରତ, ବାଂଲାଦେଶ ଏବଂ ଅନ୍ୟାନ୍ୟ ଦେଶରେ ଜନ୍ମ ହାର ପାକିସ୍ଥାନ ତୁଳନାରେ ବହୁତ କମ। ପ୍ରତିବର୍ଷ ପାକିସ୍ତାନରେ ପ୍ରାୟ ୫୫ ଲକ୍ଷ ପିଲା ଜନ୍ମ ହୁଅନ୍ତି ଏବଂ ପାକିସ୍ତାନରେ ଜନ୍ମ ହାର ବିଶ୍ୱରେ ସର୍ବାଧିକ। ଯଦି ଗତ ଦଶ ବର୍ଷ ମଧ୍ୟରେ ପାକିସ୍ତାନର ଜନ୍ମ ହାର ବାଂଲାଦେଶ ସହିତ ସମାନ ହୋଇଥାନ୍ତା, ତେବେ ପାକିସ୍ତାନର ମୁଣ୍ଡପିଛା ଜିଡିପି ୧୦ ପ୍ରତିଶତ ଅଧିକ ହୋଇଥାନ୍ତା। ସେ କହିଛନ୍ତି ଯେ ଜନସଂଖ୍ୟା ବୃଦ୍ଧି ଯୋଗୁ ପାକିସ୍ତାନ ମାନବ ବିକାଶ ସୂଚକାଙ୍କ ତଳେ ରହିଛି। ଆଫ୍ରିକୀୟ ଦେଶଗୁଡିକ ତଳେ ମଧ୍ୟ ଦେଶ ରହିଛି। ସ୍ଥାୟୀ ଏବଂ ଦ୍ରୁତ ବିକାଶ ପାଇଁ ପାକିସ୍ତାନକୁ ଜନସଂଖ୍ୟା ନିୟନ୍ତ୍ରଣ କରିବାକୁ ପଡିବ।

 

ପାକିସ୍ତାନର ପୂର୍ବତନ ଅର୍ଥମନ୍ତ୍ରୀ ଦେଶର ବିକାଶ ପାଇଁ ଶିକ୍ଷା ଉପରେ ଧ୍ୟାନ ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଛନ୍ତି ଯେ ପାକିସ୍ତାନର ୫୦ ପ୍ରତିଶତ ପିଲା ବିଦ୍ୟାଳୟରେ ଅଧ୍ୟୟନ କରନ୍ତି ନାହିଁ। ପାକିସ୍ତାନରେ କେବଳ ୪୪ ପ୍ରତିଶତ ପିଲା ଉଚ୍ଚ ବିଦ୍ୟାଳୟରେ ନାମ ଲେଖାଉଥିବାବେଳେ ଭାରତରେ ଏହି ସଂଖ୍ୟା ୮୫ ପ୍ରତିଶତ ରହିଛି। ବିଶ୍ୱ ଭାରତର ଆଇଆଇଟିକୁ ସଶକ୍ତ ବୋଲି ବିବେଚନା କରେ। ବର୍ତ୍ତମାନ ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଏହା ମଧ୍ୟ ସ୍ବୀକାର କରିଛନ୍ତି ଯେ ଭାରତର ଆଇଆଇଟି ବିଶ୍ୱର ପ୍ରମୁଖ ଅନୁଷ୍ଠାନମାନଙ୍କ ମଧ୍ୟରେ ଅଛି ଏବଂ ସେମାନଙ୍କଠାରୁ ଶିକ୍ଷିତ ଲୋକମାନେ ଆଜି ବିଶ୍ୱର ପ୍ରମୁଖ କମ୍ପାନୀର ସିଇଓ ଅଟନ୍ତି। ସେ କହିଛନ୍ତି ଯେ ଭାରତରେ ସମସ୍ତ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଖୋଲୁଥିବାବେଳେ ପାକିସ୍ତାନର ହାରାହାରି ଯୁବବର୍ଗମାନେ ତିନି ମାସର ଡିପ୍ଲୋମା କରୁଛନ୍ତି। ପୂର୍ବତନ ମନ୍ତ୍ରୀ କହିଛନ୍ତି ଯେ ଶିକ୍ଷା ମାନରେ ଉନ୍ନତି ନ କରି ପାକିସ୍ତାନ ଅଗ୍ରଗତି କରିପାରିବ ନାହିଁ।

ମହିଳା ସଶକ୍ତିକରଣ ଉପରେ ପାକିସ୍ତାନର ପୂର୍ବତନ ମନ୍ତ୍ରୀ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି। ସେ ବାଂଲାଦେଶର ରପ୍ତାନି ବୃଦ୍ଧିକୁ ମହିଳା ଶିକ୍ଷା ସହ ଯୋଡି କହିଛନ୍ତି ଯେ ଦେଶର ୫୦ ପ୍ରତିଶତ ଜନସଂଖ୍ୟାକୁ ଅଣଦେଖା କରି ପାକିସ୍ତାନ ଆଗକୁ ଯାଇପାରିବ ନାହିଁ। ଯଦି ଭାରତ ଏବଂ ବାଂଲାଦେଶ ଏହା କରିପାରୁଛନ୍ତି, ତେବେ ଆମେ ମଧ୍ୟ ଭଲ ନେତୃତ୍ୱ ଆଧାରରେ ଏହା କରିପାରିବା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୃଦୟବିଦାରକ! ଜନ୍ମ ଦେଇ କେନାଲରେ ଫିଙ୍ଗିଦେଲେ, ଧାନ ବିଲରୁ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

ଅତାବିରା, ୨୩/୯ (ଯୁଧିଷ୍ଠିର ମହାପାତ୍ର): ପୁଣି ସାମ୍ନାକୁ ଆସିଛି ମାନବିକତାକୁ ଲଜ୍ଜିତ କଲା ଭଳି ଏକ କରୁଣ ଓ ହୃଦୟବିଦାରକ ଚିତ୍ର। ଧାନ ବିଲର ଅଳିଆ ଆବର୍ଜନା…

ପାକିସ୍ତାନରେ ହଇଚଇ! ସାଧାରଣ ଚିକିତ୍ସା ପରେ ପିଲାଙ୍କ HIV ରିପୋର୍ଟ ପଜିଟିଭ୍, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମବାଦ,୨୩।୯: ପାକିସ୍ତାନରେ ଅନେକ ପରିବାର ପାଇଁ ପିଲାଙ୍କ ସାଧାରଣ ଚିକିତ୍ସା ପରେ ସାମ୍ନାକୁ ଆସିଥିବା HIV ପଜିଟିଭ୍ ରିପୋର୍ଟ ଚିନ୍ତାର କାରଣ ପାଲଟିଛି । NPRର ଏକ…

ବାଫ୍ଲା ମାଳି ଖଣି ପ୍ରଭାବିତ ଅଞ୍ଚଳରେ ବିକାଶର ନଗ୍ନ ଚିତ୍ର: ଉପରେ ଚାଲିଛି ଖଣି, ତଳେ ରାସ୍ତା ନାହିଁ; ପ୍ରଶାସନର ଅବହେଳା ପରେ…

ଥୁଆମୂଳ ରାମପୁର/କାଶୀପୁର, ୨୩।୯ (ଦୁର୍ଗା କୀର୍ତ୍ତି/ ପ୍ରଫୁଲ୍ଲ ବେହେରା): ଗୋଟିଏ ପଟେ ବାଫ୍ଲା ମାଳି ପାହାଡ଼ ଉପରେ ବାକ୍ସାଇଟ୍ ଖଣି ଖନନ କରି କୋଟି କୋଟି ଟଙ୍କାର…

ହର୍ମୁଜରେ ଜାହାଜ ଉପରେ ବଡ଼ ଧରଣର ଆକ୍ରମଣ, ଚାଲିଗଲା ଭାରତୀୟ ନାବିକଙ୍କ ଜୀବନ

ଓମାନ,୨୩।୯: ଓମାନ ଉପକୂଳ ନିକଟ ହର୍ମୁଜ୍ ଅଞ୍ଚଳରେ ଭାରତ ଆସୁଥିବା ଏକ ମାଲବାହୀ ଜାହାଜ ଉପରେ ଟର୍ପିଡୋ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଉତ୍ତରପ୍ରଦେଶର ଦେବରିଆ…

ବଡ଼ ବିପଦ! ଭାରତରେ ଜୀବନ ନେଇପାରେ ତାତି, ଯାଇପାରେ ୪.୫ ଲକ୍ଷରୁ ଅଧିକ ଜୀବନ

ନୂଆଦିଲ୍ଲୀ,୨୩।୯: ଶକ୍ତିଶାଳୀ ଏଲ୍‌ ନିନୋକୁ ନେଇ ଜଳବାୟୁ ବିଶେଷଜ୍ଞମାନେ ବଡ଼ ଚେତାବନୀ ଦେଇଛନ୍ତି । ଏକ ନୂଆ ଆକଳନ ଅନୁସାରେ, ଆଗାମୀ ୬ ମାସରେ ଏହି କାରଣ…

‘ଯିଏ ରାମଙ୍କର ହେଲେନି, ସେ କୃଷ୍ଣଙ୍କର ହୋଇପାରିବେନି’: ଅଖିଳେଶଙ୍କୁ ଟାର୍ଗେଟ୍ କଲେ…

ଲକ୍ଷ୍ନୌ,୨୩।୯: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଅଯୋଧ୍ୟା, କାଶୀ ଓ ମଥୁରାକୁ ନେଇ ରାଜନୈତିକ ବୟାନବାଜି ଜୋରଦାର ହୋଇଛି। ଅଯୋଧ୍ୟାରେ ରାସ୍ତା ପ୍ରଶସ୍ତୀକରଣକୁ ନେଇ ସମାଜବାଦୀ…

ଆପଣଙ୍କର SBIରେ ଆକାଉଣ୍ଟ ଅଛି କି? ଅକ୍ଟୋବର ୧ରୁ ATMରୁ ଟଙ୍କା କାଢ଼ିବା ହେବ ମହଙ୍ଗା, ଜାଣନ୍ତୁ କେତେ କଟିବ…

ନୂଆଦିଲ୍ଲୀ,୨୩।୯: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ‘ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ’ (SBI) ନିଜ ଗ୍ରାହକମାନଙ୍କ ପାଇଁ ATM ଏବଂ ନଗଦ ଟଙ୍କା ଉଠାଣ (Cash…

ନ୍ୟାସନାଲ ପେନଚାକ ପ୍ରତିଯୋଗିତା, ସ୍ବର୍ଣ୍ଣପଦକ ବିଜେତାଙ୍କୁ ଗଞ୍ଜାମରେ ସମ୍ବର୍ଦ୍ଧନା

ଗଞ୍ଜାମ,୨୩ା୯(ବିଦ୍ୟାଧର ସାହୁ ): ଲେହ ଲଦାଖରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପେନଚାକ ସିଲାଟ ପ୍ରତିଯୋଗିତା 2026 ରେ ଓଡ଼ିଆ ପୁଅ ଶିବପ୍ରସାଦ ଜେନା ଗୋଲ୍ଡ ମେଡାଲ ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?