କୋଭିଡ ନିୟମ ଉଲ୍ଲଂଘନ କଲେ ଶୀଘ୍ର ଆସିବ ତୃତୀୟ ଲହର: ହାଇକୋର୍ଟ

ନୂଆଦିଲ୍ଲୀ,୧୮।୬: ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ନିୟନ୍ତ୍ରଣକୁ ଆସିଥିବା ବେଳେ ଦିଲ୍ଲୀରେ ଦୈନିକ ସଂକ୍ରମଣ ୧ପ୍ରତିଶତରୁ ବି କମ୍‌ ରହିଛି। ତେଣୁ ଦିଲ୍ଲୀ ସରକାର ରାଜ୍ୟରେ ଅନ୍‌ଲକ୍‌ ଘୋଷଣା କରିଛନ୍ତି। ଲକ୍‌ଡାଉନ ପ୍ରତିବନ୍ଧକ ହଟାଯିବା ପରେ ଦିଲ୍ଲୀ ବଜାରରେ ଦେଖାଦେଇଥିବା ଭିଡ଼ ଓ ଲୋକଙ୍କ କରୋନା ନିୟମ ଉଲ୍ଲଂଘନକୁ ଦେଖି ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କୋଭିଡ-୧୯ ପ୍ରୋଟୋକଲ୍‌ ଉଲ୍ଲଂଘନ, ସଂକ୍ରମଣର ତୃତୀୟ ଲହରର ସମ୍ଭାବନାକୁ ଆହୁରି ବଢ଼ାଇଦେବ। ଯାହାର ଅନୁମତି ଦିଆଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। କୋଭିଡ ପ୍ରୋଟୋକଲ୍‌କୁ ଯଦି ଲୋକମାନେ ଏଭଳି ଉଲ୍ଲଂଘନ କରିବେ ତେବେ ଖୁବ୍‌ଶୀଘ୍ର ତୃତୀୟ ଲହର ଆସିବ ବୋଲି କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। ସୂଚନାଯୋଗ୍ୟ, ଅନ୍‌ଲକ ପରେ ଦିଲ୍ଲୀ ବଜାରରେ ଲୋକଙ୍କ ପ୍ରବଳ ଭିଡ଼ ଜମିବା ସହ କେହି କୋଭିଡ ନିୟମ ପାଳନ କରୁ ନ ଥିବା ଦେଖିବାକୁ ମିଳିଥିଲା। ଏହାକୁ ଦେଖି ହାଇକୋର୍ଟ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ଏକ ନୋଟିସ ଜାରି କରି ରିପୋର୍ଟ ତଲବ କରିଛନ୍ତି। ଏଥିସହ ସେ କହିଛନ୍ତି, କରୋନାର ତୃତୀୟ ଲହରକୁ ରୋକିବାକୁ ହେଲେ କୋଭିଡ ନିୟମକୁ କଡ଼ାକଡ଼ି ପାଳନ କରିବା ଜରୁରୀ।

 


Enter your email to get our daily news in your inbox.

All Right Reserved By Dharitri.Com

କଟକରୁ ୧୧୭ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ, ୧୬।୮-କଟକ ସହରରୁ ରବିବାର ୧୧୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୧୭ ଆକ୍ରାନ୍ତଙ୍କ ମଧ୍ୟରୁ ୨୨ ଜଣ ସରକାରୀ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ...

ବର୍ଷର ଶେଷ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ: ବିଦାୟୀ ବର୍ଷ ବହୁ କିଛି ଦେଖାଇଛି-ଶିଖାଇଛି

ନୂଆଦିଲ୍ଲୀ,୨୭।୧୨: ବିଦାୟ ନେବାକୁ ଯାଉଛି ୨୦୨୦ ବର୍ଷ। ବିଦାୟୀ ବର୍ଷ ବହୁ କିଛି ଦେଖାଇଛି ଏବଂ ଶିଖାଇଛି। କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଘୋଷଣା...

କରୋନା ସଂକ୍ରମଣ: ପିତାଙ୍କ ମୃତଦେହ ନେବାକୁ ମନାକଲେ ପୁଅ; ତହସିଲଦାର କଲେ ଅନ୍ତିମ ସଂସ୍କାର

ଭୋପାଳ,୨୨।୪: କରୋନା ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।  ସଂକ୍ରମଣରୁ ଦୂରେଇ ରହିବା ପାଇଁ ସାମାଜିକ ଦୂରତା ବଜାୟ ରଖିବାକୁ ସରକାରଙ୍କ...

ପୁରୀରୁ ଆଉ ୧୬ ଆକ୍ରାନ୍ତ ଚିହ୍ନଟ: ସଂଖ୍ୟା ଛୁଇଁଲା ୮୧

ପୁରୀ ଅଫିସ,୨୪।୫: ପୁରୀ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଶନିବାର ୧୭ ଆକ୍ରାନ୍ତ ଚିହ୍ନଟ ପରେ ଜିଲାର ମୋଟ...

ମୋଦିଙ୍କ ନୂଆ ଟିମ୍‌ରେ ୪ ଡାକ୍ତର

ନୂଆଦିଲ୍ଲୀ,୭।୭: ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତ୍ରିମଣ୍ଡଳ ବୁଧବାର ସମ୍ପ୍ରସାରଣ ହୋଇଛି। ୪୩ ଜଣ ମନ୍ତ୍ରୀ ଶପଥ ଗ୍ରହଣ ନେଇଛନ୍ତି। ଗୁରୁତ୍ୱପୂର୍ଣ୍ଣ ବିଷୟ ମୋଦିଙ୍କ ନୂଆ ଟିମ୍‌ରେ ୪...

ଆସ୍ଥା ହରାଇବା ପରେ ତତ୍ପରତା

ନୂଆଦିଲ୍ଲୀ,୨୪ା୫: ଦେଶବାସୀ କରୋନା ମହାମାରୀ ସହ ଯୁଝୁଥିବାବେଳେ ଭାଜପା ନେତାମାନଙ୍କ ଦେଖା ମିଳୁନାହିଁ। ଏଥିଯୋଗୁ କେନ୍ଦ୍ର ତଥା ଅନେକ ରାଜ୍ୟରେ କ୍ଷମତାସୀନ ଭାଜପା ପ୍ରତି ଲୋକଙ୍କ...

ଗଲଓ୍ବାନ ସଂଘର୍ଷ: ଜୟଶଙ୍କର ଓ୍ବାଙ୍ଗ ୟିଙ୍କ ସହିତ ଫୋନ୍‌ରେ କଲେ ଆଲୋଚନା

ନୂଆଦିଲ୍ଲୀ, ୧୭।୬: ଲଦାଖର ଗଲଓ୍ବାନ ଘାଟିରେ ସୋମବାର ରାତିରେ ଘଟିଥିବା ସଂଘର୍ଷ ପରେ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଚାଇନା ପ୍ରତିପକ୍ଷ ଓ୍ବାଙ୍ଗ ୟିଙ୍କ...

ଆୟର ଗୋଟିଏ ଭାଗ ଅଜଣା ମୃତଦେହ ସଂସ୍କାରରେ ଖର୍ଚ୍ଚ କରନ୍ତି ଆୟୁବ

ମହୀଶୂର,୨୬।୮: କର୍ନାଟକର ମହୀଶୂରରେ ରୁହନ୍ତି ଆୟୁବ ଅହମ୍ମଦ। ନିଶା ତାଙ୍କର ଅଜଣା ମୃତଦେହକୁ ସଂସ୍କାର କରିବା। ଆଉ ଫୁଟ୍‌ପାଥରେ ରହୁଥିବା ଲୋକଙ୍କୁ ସାହାଯ୍ୟ କରିବା। ମାତ୍ର...

Advertisement


Archives

Model This Week

Why Dharitri