Posted inଜାତୀୟ

ଏଲ୍‌ଏସିରେ ୧୮ ମୁହାଁମୁହିଁ ସ୍ଥିତି ସ୍ଥାନ ଚିହ୍ନଟ…

ନୂଆଦିଲ୍ଲୀ,୨।୧୦: ଭାରତ ଚାଇନା ମଧ୍ୟରେ ଉତ୍ତେଜନା ଥମିବାର ନା ଧରୁନି। ଏଲ୍‌ଏସିରେ ଦୁଇପକ୍ଷଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଥିବା ୧୮ଟି ସ୍ଥାନକୁ ଚିହ୍ନଟ କରାଯାଇଛି। ସୀମା ବିବାଦର ଶାନ୍ତିିପୂର୍ଣ୍ଣ ସଫଳ ସମାଧାନ ପାଇଁ ଭାରତୀୟ ସେନା ଏବଂ ଚାଇନା ସୈନ୍ୟ ବାହିନୀର ଉଚ୍ଚ ଅଧକାରୀଙ୍କ ମଧ୍ୟରେ ଏସବୁ ଅଞ୍ଚଳ ଉପରେ ଆଲୋଚନା ହେବାର ଆବଶ୍ୟକତା ରହିଛ।

ଜୁଲାଇ ୩୧ରେ ଦୁଇପକ୍ଷଙ୍କ ମଧ୍ୟରେ ୧୨ତମ କମାଣ୍ଡରସ୍ତରୀୟ ବୈଠକରେ ପୂର୍ବ ଲଦାଖର ଗୋଗରାଠାରେ ହେଉଥିବା ମୁହାଁମୁହିଁ ସ୍ଥିତିର ସମାଧାନ କରାଯାଇଥିଲା। ଭାରତୀୟ ସେନା ଏବଂ ଚାଇନା ପିପୁଲସ୍‌ ଲିବରେଶନ୍‌ ଆର୍ମି ପକ୍ଷରୁ ଧୀରେଧୀରେ ସୀମା ଅଞ୍ଚଳରେ ମୁହାଁମୁହାଁ ସ୍ଥିତି ଉତ୍ପନ୍ନ କରୁଥିବା ବିଭିନ୍ନ ଅଞ୍ଚଳରେ ଉପରେ ବୈଠକ ଅନୁଷ୍ଠିତ ହେବାର ପ୍ରକ୍ରିୟା ଜାରି ରହିଛି।

ଦୁଇଦେଶ ମଧ୍ୟରେ ଥିବା ଦୀର୍ଘ ୩,୪୮୮ କିଲୋମିଟର ଏଲ୍‌ଏସିରେ ଚାଇନା ଯଥାସ୍ଥିତିରେ ଏକ ତରଫା ପରିବର୍ତ୍ତନର ଉଦ୍ୟମ କରୁଥିବାରୁ ସମସ୍ୟା ସୃଷ୍ଟି ହେଉଛି। ଭାରତ ପକ୍ଷରୁ ଏହାକୁ ଲଗାତାର ବିରୋଧ କରାଯାଉଛି। ଅଗାମୀ ଦିନରେ କୋଙ୍ଗକା ଲା, ଡେମଚୋକ୍‌ ନିକଟରେ ଥିବା ହର୍ଟସ୍ପ୍ରିଙ୍ଗ, ଦେପସାଙ୍ଗ୍‌ ବୁଲଗେଠାରେ ଥିବା ଗସ୍ତ ଅଞ୍ଚଳର ମୁହାଁମୁହିଁ ସ୍ଥିତି ସମ୍ପର୍କରେ ଆଲୋଚନା କରାଯିବାର ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶହୀଦ ପରିବାରଙ୍କୁ ଶସ୍ତାରେ ଘର ଯୋଗାଇବେ ସରକାର

ନୂଆଦିଲ୍ଲୀ,୧।୧୨: ସୀମା ସୁରକ୍ଷା ବଳ(ବିଏସ୍‌ଏଫ)ର ୫୫ ତମ ସ୍ଥାପନା ଦିବସ ଅବସରରେ କେନ୍ଦ୍ର ସରକାର ଶହୀଦ ପରିବାରଙ୍କୁ ବଡ ଉପହାର ଦେଇଛନ୍ତି। ଡିସେମ୍ବର ୧ ସ୍ଥାପନା...

ସିନ୍ଧେ ଗୋଷ୍ଠୀଙ୍କୁ ନେଇ ମହାରାଷ୍ଟ୍ରରେ ସରକାର ଗଢିପାରେ ଭାଜପା: ଦିଲ୍ଲୀ ଗଲେ ଫଡନଭୀସ

ମୁମ୍ବାଇ,୨୮।୬: ମହାରାଷ୍ଟ୍ରରେ ହାଇଭୋଲଟେଜ୍‌ ରାଜନୈତିକ ଡ୍ରାମା ଦେଖିବାକୁ ମିଳିଛି। ଶିବସେନା ବିଦ୍ରୋହୀ ସିନ୍ଧେ ଗୋଷ୍ଠୀଙ୍କୁ ନେଇ ରାଜ୍ୟରେ ଭାଜପା ସରକାର ଗଢିବ ବୋଲି ଚର୍ଚ୍ଚା ହେଉଛି।...

ମହାକାଶରେ ଭାରତର ସ୍ଥିତି ସୁଦୃଢ଼ ହେବା ଜରୁରୀ…

ନୂଆଦିଲ୍ଲୀ, ୧୫।୬ : ମହାକାଶରେ ଉପଲବ୍ଧ ଉତ୍ସଗୁଡିକର ବ୍ୟବହାର ଉପରେ ଏୟାର ଚିଫ ମାର୍ଶଲ ଭି.ଆର ଚୌଧରୀ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ ମହାକାଶରେ...

ସିଏଏକୁ ନେଇ ବିକ୍ଷୋଭକାରୀଙ୍କ ଉନ୍ମତ୍ତକାଣ୍ଡ

ନୂଆଦିଲ୍ଲୀ,୨୪।୨: ଦିଲ୍ଲୀର ମୌଜପୁର ଓ ଜାଫରାବାଦ ଅଞ୍ଚଳରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନେଇ ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ସୋମବାର ଉତ୍ତେଜନା ଦେଖାଦେଇଛି। ଦୁଇ...

କେଜ୍ରିଓ୍ବାଲଙ୍କ ଘର ଉପରେ ଆକ୍ରମଣ

ନୂଆଦିଲ୍ଲୀ,୩୦।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ଉପରେ ଆକ୍ରମଣ ହୋଇଛି। କିଛି ଦୁର୍ବୃତ୍ତ ତାଙ୍କ ଘର ଉପରେ ଆକ୍ରମଣ କରିଥିବା ଜଣାପଡ଼ିଛି। ଏନେଇ ଦିଲ୍ଲୀ...

କୁକୁରକୁ ଛାଡ଼ିଲେ ନାହିଁ

ଗୁରୁଗ୍ରାମ, ୪ା୧୦: ହରିୟାଣାର ଗୁରୁଗ୍ରାମ ସୋହନା ଅଞ୍ଚଳରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା। ଜଣେ ୬୭ ବର୍ଷୀୟ ବ୍ୟକ୍ତି ତାଙ୍କ ପଡୋଶୀଙ୍କ କୁକୁରକୁ ବଳାତ୍କାର...

ମୁମ୍ବାଇରୁ ୧୫୦୦ କିମି ଚାଲି ଚାଲି ଘରେ ପହଞ୍ଚିବା ପରେ ଦିନମଜୁରିଆଙ୍କ ମୃତ୍ୟୁ: କରୋନା ରିପୋର୍ଟକୁ ଅପେକ୍ଷା

ଲକ୍ଷ୍ନୌ,୨୯।୪: ଦେଶରେ କରୋନା ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏପରିସ୍ଥଳେ ମୁମ୍ବାଇରୁ ୧୫୦୦ କିଲୋମିଟର...

ମଇଳା ସ୍ବେରେଜ ପାଣିରେ ଚାଲିଲେ ଭାଜପା ବିଧାୟକ

ହାପୁର,୩୦।୭: ଉତ୍ତରପ୍ରଦେଶ ଜନପଦ ହାପୁଡ ଜିଲାର ଗଡ଼ମୁକ୍ତେଶ୍ୱରରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଭାଜପା...

Advertisement
Archives

Model This Week