ଆଇସିଏମ୍‌ଆର୍ ନୂଆ ଉପାୟରେ କରିବ କରୋନାର ଚିକିତ୍ସା!

ନୂଆଦିଲ୍ଲୀ,୨ ।୧୦: କରୋନା ମହାମାରୀଠାରୁ ଦୂରେଇ ରହିବାକୁ ସାରା ବିଶ୍ୱରେ ଟିକା ପ୍ରସ୍ତୁତି ପାଇଁ ଉଦ୍ୟମ ଜାରି ରହିଛି । ଭିନ୍ନ ଭିନ୍ନ ଉପାୟରେ କରୋନାଠାରୁ ଦୂରେଇ ରହିବାକୁ ବିଶେଷଜ୍ଞମାନେ ସେମାନଙ୍କ ଗବେଷଣା ଜାରି ରଖିଛନ୍ତି । ତେବେ ଇଣ୍ଡିଆନ୍ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌)ଏବେ ଏକ ନୂଆ ଉପାୟ ଆପଣେଇଥିବା କୁହାଯାଉଛି । ଆଇସିଏମ୍‌ଆର୍ ହାଇଦ୍ରାବାଦର ଏକ ଫାର୍ମ କମ୍ପାନୀ ବାୟୋଲୋଜି ଇ ଲିମିଟେଡ ସହ ମିଶି କରୋନା ଉପଚାରର ନୂଆ ଉପାୟ ବାହାର କରିଥିବା କୁହାଯାଉଛି । ଦୁଇଟିଯାକ ସଂଗଠନ ମିଶି ଏକ ପ୍ୟୁରିଫାଏଡ ଆଣ୍ଟିସେରା ବିକଶିତ କରିଛନ୍ତି । ବିଶେଷଜ୍ଞମାନେ ଏହାକୁ ପଶୁଙ୍କ ଶରୀରରେ ବିକଶିତ କରିଥିବା କୁହାଯାଏ । ଆଣ୍ଟିସେରା ହେଉଛି ପଶୁଙ୍କଠାରୁ ନିଆଯାଇଥିବା ବ୍ଲଡ ସିରମ । ଏହାଏକ ବିଶେଷ ଆଣ୍ଟିଜେନର ମୁକାବିଲା କରିବାକୁ ଏଥିରେ ଆଣ୍ଟିବଡି ରହିଥାଏ । ଡାକ୍ତରଙ୍କ କହିବା କଥା ହେଲା ଏହାକୁ କୌଣସି ବିଶେଷ ରୋଗର ଉପଚାର ପାଇଁ ଇଞ୍ଜେକସନ୍ ଭାବେ ଦିଆଯାଇଥାଏ । ଏହି ମାଧ୍ୟମରେ କରୋନା ଚିକିତ୍ସା ପାଇଁ ଆଣ୍ଟିସେରାକୁ ପ୍ରସ୍ତୁତ କରାଯାଇଛି । ଏହାକୁ ନେଇ ଏବେ କୁହାଯାଉଛି କି କରୋନା ଚିକିତ୍ସା ପଶୁଙ୍କ ରକ୍ତ ମାଧ୍ୟମରେ କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ୟାନ୍ସ ଭିଡିଓ ଶେୟାର କରି ପ୍ରିୟଙ୍କାଙ୍କୁ ଟାର୍ଗେଟ କଲେ ଅମିତ ମାଳବିୟ, ଜନତା ଶେୟାର କଲେ ସିନ୍ଧିଆଙ୍କ ଫଟୋ

ନୂଆଦିଲ୍ଲୀ,୧୧ ।୧୨: ଦେଶର ପ୍ରଥମ ସିଡିଏସ୍ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ୧୩ ଜଣଙ୍କର ହେଲିକପ୍ଟର ଦୁର୍ଘଟଣା ଜନିତ ମୃତ୍ୟୁ...

ପରସ୍ପର ବୁଝାମଣା ଭିତରେ କଶ୍ମୀର ସମସ୍ୟାର ହେଉ ସମାଧାନ

ନୂଆଦିଲ୍ଲୀ,୧୮।୯: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରେ ପାକିସ୍ତାନ ଭାରତ ବିରୋଧୀ ବୟାନ ଦେଇ ଆସୁଛି। ଆଉ ଭାରତକୁ ଘେରିବାକୁ ଅନ୍ତରାଷ୍ଟ୍ରୀୟ ସହାୟତା ମଧ୍ୟ...

ଏୟାରପୋର୍ଟରେ ସୁରକ୍ଷା କର୍ମୀଙ୍କୁ ଦେଖି ସାଲ୍ୟୁଟ୍‌ କଲେ କୁନି ଶିଶୁ, ଭାଇରାଲ ହେଉଛି ଭିଡିଓ

ବେଙ୍ଗାଲୁରୁ,୨୫ା୧୦: ସୋସିଆଲ ମିଡିଆରେ ବେଳେବେଳେ ଏମିତି କିଛି ଭିଡିଓ ଭାଇରାଲ ହୁଏ, ଯାହାକୁ ଦେଖିଲେ ମନ ଖୁସିରେ ଭରିଉଠେ। ଏବେ ସେମିତି ଏକ ଭିଡିଓ ବେଙ୍ଗାଲୁରୁ...

ଅଓ୍ବନ୍ତିପୋରା ଏନ୍‌କାଉଣ୍ଟରରେ ୨ଆତଙ୍କବାଦୀ ନିହତ

ଶ୍ରୀନଗର,୨୧।୧: ଜମ୍ମୁ-କଶ୍ମୀର ଅଓ୍ବନ୍ତିପୋରାରେ ମଙ୍ଗଳବାର ଏନ୍‌କାଉଣ୍ଟର ହୋଇଛି। ଏହି ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ଶହୀଦ ଓ ୨ଯବାନ ଆହତ...

ଦିନେ ବଢିଲେ ଦିନେ କମୁଛି

ନୂଆଦିଲ୍ଲୀ,୩।୧୨: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନେ ବଢିଲେ ଦିନେ କମୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ...

କରୋନା ସଂକ୍ରମଣ ପ୍ରତିହତ ଲାଗି ବିଶୋଧକ ସିଞ୍ଚନ

ଡାବୁଗାଁ,୬ା୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକରେ କରୋନା ସଂକ୍ରମଣ ପ୍ରତିହତ ଲାଗି ଡାବୁଗାଁ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ରବିବାର ଅପରାହ୍ନରେ ବିଶୋଧକ ସିଞ୍ଚନ କରାଯାଇଛି। ଡାବୁଗାଁ...

ମଧ୍ୟସ୍ଥ ନିଯୁକ୍ତି ପ୍ରସ୍ତାବ ଦେଲେ ମାଓବାଦୀ

ବିଜାପୁର,୭ା୪(ପି.ଟି.): ଛତିଶଗଡ଼ର ବସ୍ତର ଅଞ୍ଚଳରେ ଶନିବାର ଏନ୍‌କାଉଣ୍ଟର ବେଳେ ନିଖୋଜ ହୋଇଥିବା କୋବ୍ରା କମାଣ୍ଡୋ ରାକେଶ୍ୱର ସିଂ ମନ୍‌ହାସ ମାଓବାଦୀମାନଙ୍କ କବ୍‌ଜାରେ ରହିଛନ୍ତି। ରାଜ୍ୟ ସରକାର...

ସ୍କୁଲରେ ସିଟ୍‌ ପାଇଁ ଝଗଡ଼ାରୁ ଫୁଟିଲା ଗୁଳି, କ୍ଲାସରୁମ୍‌ରେ ସାଙ୍ଗକୁ ହତ୍ୟା କଲା ଛାତ୍ର

ମିରଟ,୩୧ା୧୨- କ୍ଲାସରୁମ୍‌ରେ ନିର୍ଦ୍ଧିଷ୍ଟ ସିଟ୍‌କୁ ନେଇ ଛାତ୍ରଙ୍କ ମଧ୍ୟରେ ବିବାଦ ଦେଖାଦେବା କିଛି ବଡ଼ ଘଟଣା ନୁହେଁ। କିନ୍ତୁ ଏହି ବିବାଦ ଯୋଗୁ ଜଣେ ଛାତ୍ର...

Advertisement
Archives

Model This Week