ଆଇକ୍ୟାଚି ଲାଗିବ ଲାପ୍‌ଟପ୍‌

ଆଜିକାଲି ପ୍ରାୟ ଯୁବପିଢ଼ି ଲାପଟପ୍‌ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ବିଶେଷକରି କରୋନା ପରଠୁ ଅନ୍‌ଲାଇନ୍‌ କ୍ଲାସ୍‌ ହେଉ କିମ୍ବା ଜବ୍‌ ପାଇଁ ଏହାର ବ୍ୟବହାର ବଢ଼ିଯାଇଛି। ତେବେ ଫ୍ୟାଶନପ୍ରିୟ ଯୁବପିଢ଼ି ନିଜ ଲାପ୍‌ଟପ୍‌କୁ ବି ଆଇକ୍ୟାଚି ଲୁକ୍‌ ଦେବାକୁ ପଛାଉ ନାହାନ୍ତି। ଯଦି ଆପଣ ବି ଏପରି କରିବାକୁ ଚାହାନ୍ତି, ତେବେ ଜାଣିରଖନ୍ତୁ କେତୋଟି ଟିପ୍ସ …
ଲ୍ୟାପ୍‌ଟପ୍‌ ସ୍କ୍ରିନ୍‌ଠାରୁ ଆରମ୍ଭ କରି ୟୁଏସ୍‌ବି ଆସେସରିଜ୍‌ ପର୍ଯ୍ୟନ୍ତ ପ୍ରତ୍ୟେକକୁ ସଜାଇବା ଲାଗି ମାର୍କେଟ୍‌ରେ ଭଳିକି ଭଳି ଉପକରଣ ଉପଲବ୍ଧ। ତେଣୁ ଆପଣ ଚାହିଁଲେ ରିମୁଭେବଲ୍‌ ଲ୍ୟାପ୍‌ଟପ୍‌ ଡେକାଲ୍‌ ଏବଂ ଆକର୍ଷଣୀୟ ସ୍କ୍ରିନ୍‌ ଏବଂ କଭର ବ୍ୟବହାର କରିପାରିବେ। ବର୍ତ୍ତମାନ ବିଭିନ୍ନ ଆର୍ଟ ଓ୍ବର୍କ ଥିବା ସ୍କ୍ରିନ୍‌ ସବୁଠୁ ଅଧିକ ଡିମାଣ୍ଡରେ ରହିଛି। କେବଳ ମାର୍କେଟ୍‌ ନୁହେଁ, ଅନ୍‌ଲାଇନ୍‌ ଶପିଂ ସାଇଟ୍‌ଗୁଡ଼ିକରୁ ମଧ୍ୟ ଏସବୁ ମଗାଇପାରିବେ।
ଏହି କଭରଗୁଡ଼ିକ ସହଜରେ କାଢ଼ି ହେଉଥିବାରୁ କେହି କେହି ଏକାଧିକ କଭର ମଧ୍ୟ ରଖି ଇଚ୍ଛାନୁସାରେ ବଦଳାଉଛନ୍ତି। ଏହି କଭର ସାଧାରଣତଃ ଜେଲାସ୍କ୍ରିନ୍‌, ହାର୍ଡ କେସ୍‌ ଏବଂ ସ୍ଲିଭ୍‌ସ।
ଲ୍ୟାପ୍‌ଟପ୍‌ର ସୁରକ୍ଷିତ ତଥା ସ୍କ୍ରାଚ୍‌ ପ୍ରୁଫ୍‌ ରଖିବା ଲାଗି ଅନେକେ ହାର୍ଡ କେସ୍‌ ବ୍ୟବହାର କରୁଥିଲେ ନିଜ ପସନ୍ଦର କଲର ହାର୍ଡ କେସ୍‌ ବ୍ୟବହାର କରି ଏହାର ସୌନ୍ଦର୍ଯ୍ୟ ବଢାଇ ପାରିବେ।
ସେହିପରି ମାଉସ୍‌ ଏବଂ ଚାର୍ଜର, ୟୁଏସ୍‌ବି ଆସେସରିଜ୍‌ର ମଧ୍ୟ ଖୁବ୍‌ ସୁନ୍ଦର ଡେକୋରେଶନ୍‌ କରିଛନ୍ତି।
ରଗ୍‌ଡ, ନିଓପ୍ରିନ୍‌ ଏବଂ ଷ୍ଟାଇଲିସ୍‌ ମଧ୍ୟରୁ ଲାପ୍‌ଟପ୍‌କୁ ଅଧିକ ଆକର୍ଷଣୀୟ ଲୁକ୍‌ ଦେଉଥିବାରୁ ଷ୍ଟାଇଲିସ୍‌ ସ୍ଲିଭ୍‌ସର ଚାହିଦା ସର୍ବାଧିକ। ତେବେ ଯୁବତୀମାନେ ଏହାକୁ ବେଶି ପସନ୍ଦ କରୁଥିବା ଦେଖିବାକୁ ମିଳୁଛି।
କି’ ବୋର୍ଡର ମଧ୍ୟ ବିଭିନ୍ନ ସୁନ୍ଦର ଡିଜାଇନ୍‌ର ଷ୍ଟିକର ଅନେକେ ବ୍ୟବହାର କରୁଛନ୍ତି। ଏହା ନା କେବଳ କି’ ବୋର୍ଡକୁ ଅପରିଷ୍କାର ଏବଂ ଶୀଘ୍ର ଲୁଜ୍‌ ହେବାରୁ ବଞ୍ଚାଉଛି ବରଂ ସମ୍ପୂର୍ଣ୍ଣ ଲ୍ୟାପଟପ୍‌ର ଲୁକ୍‌ ବଦଳାଇ ଦେଉଛି। ତେବେ କଲରଫୁଲ୍‌ ବ୍ୟାକ୍‌ ଗ୍ରାଉଣ୍ଡ ଉପରେ କି’ ବୋର୍ଡ ଶର୍ଟକଟ୍‌ ଲେଖାଥିବା ଷ୍ଟିକର୍‌ର ବର୍ତ୍ତମାନ ଡିମାଣ୍ଡ ଅଧିକ ଥିବା ଦେଖିବାକୁ ମିଳୁଛି।

 


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri