ଡ୍ରୋନ୍‌ରେ ସହରର ସମସ୍ତଙ୍କ ପାଇଁ ପହଞ୍ଚିଲା ଆଇସ୍‌କ୍ରିମ୍‌-ବିୟର…

ତେଲ୍‌ ଅଭିବ୍‌,୧୨।୧୦: ଇସ୍ରାଏଲ୍‌ ଡ୍ରୋନ୍‌ରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବାରେ ଏକ ଇତିହାସ ସୃଷ୍ଟି କରିଛି। ତେଲ୍‌ ଅଭିବ୍‌ ସହରରେ ସମସ୍ତଙ୍କ ପାଇଁ ଡ୍ରୋନ୍‌ରେ ଆଇସ୍‌କ୍ରିମ୍‌-ବିୟର ପହଞ୍ଚିଛି। ଏହା ସହିତ ସହରବାସୀ ଚାଉଳରେ ପ୍ରସ୍ତୁତ ହୋଇଥିବା ସୁସ୍ବାଦୁ ଖାଦ୍ୟ ସୁଶି ମଧ୍ୟ ଯୋଗାଇ ଦିଆଯାଇଛି। ତେଲ୍‌ ଅଭିବ୍‌ ସହର ଆକାଶରେ ଡ୍ରୋନ୍‌ଗୁଡ଼ିକ ଉଡ଼ିବୁଲି ଖାଦ୍ୟ ଠିକଣା ଯାଗାରେ ପହଞ୍ଚାଇଛନ୍ତି।

ଏକ ସରକାରୀ କାର୍ଯ୍ୟକ୍ରମ ଅନ୍ତର୍ଗତ ପରୀକ୍ଷାମୂଳକ ଭାବେ ଏଭଳି କରାଯାଇଛି। ଜରୁରୀକାଳୀନ ପରିସ୍ଥିତିରେ କିଭଳି ଡ୍ରୋନ୍‌ ଦ୍ୱାରା ଆବଶ୍ୟକ ସାମଗ୍ରୀ ଲୋକଙ୍କ ପାଖରେ ପହଞ୍ଚାଯିବ ସେ ନେଇ ସରକାରଙ୍କ ପକ୍ଷରୁ ଏହା କରାଯାଇଛି। ପରବର୍ତ୍ତୀ ସମୟରେ ଡ୍ରୋନ୍‌ କମ୍ପାନୀଗୁଡ଼ିକୁ ଦେଶବ୍ୟାପୀ ସାମଗ୍ରୀ ଯୋଗାଣରେ ଲଗାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ସjରକାରଙ୍କ ପକ୍ଷରୁ କୁହାଯାଇଛି।

ପ୍ରଥମେ ଦେଶର ସହରାଞ୍ଚଳ ଏବଂ ପରେ ଗ୍ରାମାଞ୍ଚଳରେ ଏହି ସୁବିଧା ଯୋଗାଇ ଦେବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ତେବେ ସୁରକ୍ଷା ସମ୍ପର୍କିତ କେତେକ ବାଧା ଏକ୍ଷେତ୍ରରେ ରହିଥିବା ସରକାରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ୍‌ରେ ରାଜନୈତିକ ସଙ୍କଟ: ୨ ବର୍ଷରେ ଚତୁର୍ଥ ଥର ପାଇଁ ନିର୍ବାଚନ ମୁହାଁ ଦେଶ

ଜେରୁଜେଲମ୍‌,୨୩।୧୨: ଇସ୍ରାଏଲ୍‌ରେ ଏବେ ରାଜନୈତିକ ସଙ୍କଟ ବଢ଼ିବାରେ ଲାଗିଛି। ଦେଶର ସଂସଦକୁ ଭଙ୍ଗ କରି ଦିଆଯାଇଛି। ଫଳରେ ୨ ବର୍ଷ ମଧ୍ୟରେ ଚତୁର୍ଥ ଥର ପାଇଁ...

ରୋଜ ଡେ’: ଟୁଇଟରରେ ବ୍ୟାଚେଲର କହିଲେ ‘ଅଚ୍ଛେଦିନ ଆୟେଗା’

ନୂଆଦିଲ୍ଲୀ: ଫେବୃୟାରୀ ୧୪ରେ ପାଳନ କରାଯାଉଛି ଭାଲେଣ୍ଟାଇନ୍‌ ଡେ’। ଆଉ ଏବେଠାରୁ ଆରମ୍ଭ ହେଲାଣି ଏହାର ପୂର୍ବ ପ୍ରସ୍ତୁତି। ଫେବୃୟାରୀ ୭ରେ ପାଳନ କରାଯାଉଛି ରୋଜ୍‌...

କୋଆଲା ଲାଗି ଦେବଦୂତ ସାଜିଲେ ଏହି ବ୍ୟକ୍ତି, ବୋତଲରେ ପିଆଇଲେ ପାଣି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

ଭୟଙ୍କର ଅଗ୍ନିକାଣ୍ଡ, ୧୬ ମହଲା ପୋଡ଼ି ପାଉଁଶ

ଇସଲାମାବାଦ,୧୨ା୩: କରାଚିରେ ଶନିବାର ରାତିରେ ୧୬ ମହଲା ବିଶିଷ୍ଟ ଅଟ୍ଟାଳିକାରେ ଅଗ୍ନିକାଣ୍ଡ ଘଟିଥିଲା। କରାଚିର ଶାହରାହ-ଏ-ଫୈସଲରେ ଥିବା ୧୬ ମହଲା ବିଶିଷ୍ଟ ପୋର୍ଟଓ୍ବେ ବାଣିଜ୍ୟ କେନ୍ଦ୍ର...

ବଳାତ୍କାର ଅଭିଯୋଗ:ନେପାଳ ବାଚସ୍ପତିଙ୍କ ଇସ୍ତଫା

କାଠମାଣ୍ଡୁ,୨ା୧୦(ପି.ଟି.): ଜଣେ ମହିଳା କର୍ମଚାରୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ନେପାଳ ପାର୍ଲାମେଣ୍ଟର ବାଚସ୍ପତି କ୍ରିଷ୍ଣ ବାହାଦୁର ମହାରା ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ...

କୁକୁର ଉଇକେଟ୍‌ କିପିଂ ସହ କରୁଛି ଫିଲ୍ଡିଂ: ସଚିନ ଦେଖି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୩।୧୧: ଭାରତର ପୂର୍ବତନ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସୋମବାର ସେ ଏକ ଭିଡିଓ ଶେୟାର କରିଛନ୍ତି ଯାହାକୁ ବହୁତ ପସନ୍ଦ...

୧୦୦ରୁ ଅଧିକ ସିନେମା ହଲ, ବଡ ସହରରେ ସ୍କ୍ରିନରେ ପ୍ରଦର୍ଶିତ ହେବ ମହାରାଣୀଙ୍କ ଅନ୍ତିମ ସଂସ୍କାର

ଲଣ୍ଡନ,୧୮ ।୯: ବ୍ରିଟେନ ମହାରାଣୀ ସ୍ୱର୍ଗତ ଏଲିଜାବେଥ ଦ୍ୱିତୀୟଙ୍କ ରାଜକୀୟ ଅନ୍ତିମ ସଂସ୍କାର ୧୯ ସେପ୍ଟେମ୍ବରରେ ଲଣ୍ଡନର ୱେଷ୍ଟମିଂଷ୍ଟର ଏବେରେ କରାଯିବ । ଏହା ପୂର୍ବରୁ...

‘ତୁମେ ପାକିସ୍ତାନର ହିରୋ’…

ଇସଲାମାବାଦ,୫ ।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ସବୁଠି ଚର୍ଚ୍ଚା ଚାଲିଛି । ତାଙ୍କ ଡାହାଣ ଗୋଡରେ ଗୁଳି...

Advertisement
Archives

Model This Week