Posted inଫୁରସତ

ଆଇସ୍‌କ୍ରିମ ସମାଧିପୀଠ

ମଣିଷ ଶେଷନିଃଶ୍ୱାସ ତ୍ୟାଗ କଲା ପରେ ତାଙ୍କ ସ୍ମୃତିଚାରଣ ପାଇଁ ତିଆରି କରାଯାଇଥାଏ ସମାଧିପୀଠ। ତେବେ ଜାଣନ୍ତି କି ଏମିତି ଏକ ଅଜବ ସମାଧିପୀଠ ଅଛି, ଯେଉଁଠି ମଣିଷ କି ପ୍ରାଣୀ ନୁହନ୍ତି ବରଂ ଆଇସ୍‌କ୍ରିମ୍‌ ଫ୍ଲେଭର୍‌କୁ ପୋତାଯାଇଥାଏ। ଏହି ସମାଧିପୀଠ ‘ଫ୍ଲେଭର୍‌ ଗ୍ରେଭୟାର୍ଡ’ଭାବେ ପରିଚିତ। ପ୍ରସିଦ୍ଧ ଆଇସ୍‌କ୍ରିମ୍‌ ବ୍ରାଣ୍ଡ ‘ବେନ୍‌ ଆଣ୍ଡ ଜେରୀ’ ଏହି ସମାଧିପୀଠରେ ବିଭିନ୍ନ ଆଇସ୍‌କ୍ରିମ୍‌ ଫ୍ଲେଭରକୁ ସମାଧି ଦେଇଛି। ତେବେ ଏଠାରେ ସେହି ଆଇସ୍‌କ୍ରିମ୍‌ ଫ୍ଲେଭର୍‌୍‌କୁ ପୋତାଯାଇଛି, ଯାହା ବନ୍ଦ ହୋଇଗଲାଣି। ଯେଉଁମାନେ ଆଜି ବି ସେହି ଫ୍ଲେଭରକୁ ଭୁଲିନାହାନ୍ତି ଓ ତାକୁ ମନେପକାଉଛନ୍ତି, ସେମାନେ ଯାଇ ସେଠାରେ ତାକୁ ମନେପକାଇ ଲୁହ ବୁହାଇପାରିବେ ଆଉ ଶ୍ରଦ୍ଧାଞ୍ଜଳି ଦେଇପାରିବେ। ବେନ୍‌ ଆଣ୍ଡ ଜେରୀର ନିକୋଲସ୍‌ ସିମ୍‌ସନ୍‌ କୁହନ୍ତି, ‘ଏହି ଫ୍ଲେଭର ଗ୍ରେଭୟାର୍ଡ ୩୦ବର୍ଷ ପୂର୍ବେ ଅନ୍‌ଲାଇନ୍‌ ଆରମ୍ଭ ହୋଇଥିଲା। ପରେ ୧୯୯୭ରେ ଆମେରିକାସ୍ଥ ଓ୍ବାଟରବରି ପ୍ଲାଣ୍ଟରେ ଏହାକୁ ଅସଲ ରୂପରେ ଆରମ୍ଭ କଲୁ। ପ୍ରଥମେ ୪ଟି ଫ୍ଲେଭରର ସମାଧିରୁ ଏହା ଆରମ୍ଭ ହୋଇଥିଲା। ଏବେ ଏହାର ସଂଖ୍ୟା ୩୫କୁ ଛୁଇଁଲାଣି।’ ଏହି ସମାଧିପୀଠ ସମ୍ପର୍କରେ ଜାଣିବାପରେ ଏବେ ଆଉ କେହି କହିବେନି ଯେ, କୌଣସି ଆଇସ୍‌କ୍ରିମ୍‌ ଫ୍ଲେଭର ବନ୍ଦ ହେବା ଏକ ଛୋଟିଆ କଥା ବୋଲି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ନମ୍ବରରୁ ହ୍ବାଟ୍ସଆପ୍‌କୁ ଆସିବ କଲ୍‌, ମିଳିବ ଧମକ, ଭୟଭୀତ ହେଲେ ଆକାଉଣ୍ଟ ହୋଇଯିବ ଖାଲି…

ଦୁଇମାସ ତଳେ କେରଳର ଜଣେ ବାସିନ୍ଦା ପୋଲିସ ଅଧିକାରୀଙ୍କ ଡିପି ଥାଇ ଏକ ନମ୍ବରରୁ ହ୍ବାଟ୍ସଆପ୍‌କୁ କଲ୍‌ ଆସିଥିଲା। ସେ ଏହାକୁ ଉଠାଇବା ମାତ୍ରେ ଏକ...

ଅଜବ ଘର: ଦେଖିବାକୁ ବଙ୍କାତେଢ଼ା ମାତ୍ର ଆକର୍ଷଣୀୟ, ଜାଣନ୍ତୁ ଏହାର ସ୍ବତନ୍ତ୍ରତା…

ଦୁନିଆରେ ଅନେକ ଅଟ୍ଟାଳିକା ଅଛି, ଯାହା ଅନେକ କାରଣ ପାଇଁ ଲୋକଙ୍କୁ ଆକର୍ଷିତ କରିଥାଏ। କିଛି ଘର ଡିଜାଇନକୁ ନେଇ ବେଶ୍‌ ଆକର୍ଷଣୀୟ ହୋଇଥାଏ। ଆଜି...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଭାରତର ଏହି ସହରରେ ପ୍ରସ୍ତୁତ ହୁଏ ଆଇପିଏଲ୍‌ ବଲ୍‌, ବର୍ଷକୁ ୫୦୦ କୋଟି ଟଙ୍କା ରୋଜଗାର

ବର୍ତ୍ତମାନ ଆଇପିଏଲ ଚାଲିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ କ୍ରେଜ୍‌ ରହିଛି। ଏହି ପ୍ରତିଯୋଗିତା ୬୬ ଦିନ ପର୍ଯ୍ୟନ୍ତ ଚାଲିବ।...

କଫି ସହ ମଣିଷ ରକ୍ତ ମିଶାଇ ପିଉଛନ୍ତି ଏହି ମହିଳା

ଦୁନିଆରେ,ପ୍ରତ୍ୟେକ ମଣିଷଙ୍କର ନିଜସ୍ବ ସଉକ ଅଛି। କିଏ ଭ୍ରମଣ କରିବାକୁ ଭଲ ପାଆନ୍ତି ତ ଆଉ କିଏ ଖାଇବାକୁ ଭଲ ପାଆନ୍ତି। କେତେକ ଗୀତ ଗାଇବାକୁ...

ପୃଥିବୀର ପଡୋଶୀରେ ଅଛନ୍ତି ଏଲିଏନ୍ସ, ୨୦୩୦ ସୁଦ୍ଧା ଖୋଜିଦେବ ନାସା!

ଓ୍ବାଶିଂଟନ,୨୫।୩: ଏଲିଲନ୍ସ ସତରେ ଅଛନ୍ତି କି। ଯଦି ଅଛନ୍ତି, ସେମାନେ କେଉଁଠାରେ ରୁହନ୍ତି? ଏହି ଦୁଇଟି ପ୍ରଶ୍ନର ଉତ୍ତର ଖୋଜିବାରେ ସାରା ବିଶ୍ୱର ସ୍ପେସ ଏଜେନ୍ସିମାନେ...

ଓଡ଼ିଆ ଜନଜୀବନରେ ଦୋଳଯାତ୍ରା

ଫାଲ୍‌ଗୁନ ଶୁକ୍ଳ ଦଶମୀ ତିଥିଠାରୁ ସାଧାରଣତଃ ଓଡ଼ିଆ ଜନଜୀବନରେ ଦୋଳଯାତ୍ରା ଆଧ୍ୟାତ୍ମିକ ଭକ୍ତିପୂତ ପରିବେଶରେ ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ପ୍ରେମମୟ...

ବୋତଲ ଭିତରେ ଅଠା ଲାଖେ ନାହିଁ କାହିଁକି

ବିଜ୍ଞାପନରେ ଅନେକ ଅଠା କମ୍ପାନୀ ଦାବି କରନ୍ତି ଯେ, ତାଙ୍କର ସାମାନ୍ୟ ଟିକେ ଅଠା ଯେକୌଣସି ଜିନିଷକୁ ଯୋଡିପାରେ। ଆଉ ଏମିତି ଯୋଡିବ ଯେ ଯୋଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri