Posted inଫୁରସତ

ଆଇସ୍‌କ୍ରିମ ସମାଧିପୀଠ

ମଣିଷ ଶେଷନିଃଶ୍ୱାସ ତ୍ୟାଗ କଲା ପରେ ତାଙ୍କ ସ୍ମୃତିଚାରଣ ପାଇଁ ତିଆରି କରାଯାଇଥାଏ ସମାଧିପୀଠ। ତେବେ ଜାଣନ୍ତି କି ଏମିତି ଏକ ଅଜବ ସମାଧିପୀଠ ଅଛି, ଯେଉଁଠି ମଣିଷ କି ପ୍ରାଣୀ ନୁହନ୍ତି ବରଂ ଆଇସ୍‌କ୍ରିମ୍‌ ଫ୍ଲେଭର୍‌କୁ ପୋତାଯାଇଥାଏ। ଏହି ସମାଧିପୀଠ ‘ଫ୍ଲେଭର୍‌ ଗ୍ରେଭୟାର୍ଡ’ଭାବେ ପରିଚିତ। ପ୍ରସିଦ୍ଧ ଆଇସ୍‌କ୍ରିମ୍‌ ବ୍ରାଣ୍ଡ ‘ବେନ୍‌ ଆଣ୍ଡ ଜେରୀ’ ଏହି ସମାଧିପୀଠରେ ବିଭିନ୍ନ ଆଇସ୍‌କ୍ରିମ୍‌ ଫ୍ଲେଭରକୁ ସମାଧି ଦେଇଛି। ତେବେ ଏଠାରେ ସେହି ଆଇସ୍‌କ୍ରିମ୍‌ ଫ୍ଲେଭର୍‌୍‌କୁ ପୋତାଯାଇଛି, ଯାହା ବନ୍ଦ ହୋଇଗଲାଣି। ଯେଉଁମାନେ ଆଜି ବି ସେହି ଫ୍ଲେଭରକୁ ଭୁଲିନାହାନ୍ତି ଓ ତାକୁ ମନେପକାଉଛନ୍ତି, ସେମାନେ ଯାଇ ସେଠାରେ ତାକୁ ମନେପକାଇ ଲୁହ ବୁହାଇପାରିବେ ଆଉ ଶ୍ରଦ୍ଧାଞ୍ଜଳି ଦେଇପାରିବେ। ବେନ୍‌ ଆଣ୍ଡ ଜେରୀର ନିକୋଲସ୍‌ ସିମ୍‌ସନ୍‌ କୁହନ୍ତି, ‘ଏହି ଫ୍ଲେଭର ଗ୍ରେଭୟାର୍ଡ ୩୦ବର୍ଷ ପୂର୍ବେ ଅନ୍‌ଲାଇନ୍‌ ଆରମ୍ଭ ହୋଇଥିଲା। ପରେ ୧୯୯୭ରେ ଆମେରିକାସ୍ଥ ଓ୍ବାଟରବରି ପ୍ଲାଣ୍ଟରେ ଏହାକୁ ଅସଲ ରୂପରେ ଆରମ୍ଭ କଲୁ। ପ୍ରଥମେ ୪ଟି ଫ୍ଲେଭରର ସମାଧିରୁ ଏହା ଆରମ୍ଭ ହୋଇଥିଲା। ଏବେ ଏହାର ସଂଖ୍ୟା ୩୫କୁ ଛୁଇଁଲାଣି।’ ଏହି ସମାଧିପୀଠ ସମ୍ପର୍କରେ ଜାଣିବାପରେ ଏବେ ଆଉ କେହି କହିବେନି ଯେ, କୌଣସି ଆଇସ୍‌କ୍ରିମ୍‌ ଫ୍ଲେଭର ବନ୍ଦ ହେବା ଏକ ଛୋଟିଆ କଥା ବୋଲି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?