ଭିଜିଲାନ୍ସ ଜାଲରେ ସୁପରଭାଇଜର

ସମ୍ବଲପୁର,୨୭ା୧୧(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଆଇସିଡିଏସ୍‌ ସୁପରଭାଇଜର ସୁଲଚନା ଅର୍କ ଶନିବାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ତାଙ୍କଠାରୁ ରାସାୟନିକ ପ୍ରଲେପ ଦିଆ ୧୩ ହଜାର ୫ଶହ ଟଙ୍କିଆ ନୋଟ ଜବତ ହୋଇଛି। ଏ ନେଇ ଭିଜିଲାନ୍ସ ଏକ ମାମଲା(ନଂ.୪୦/୨୧) ରୁଜୁ କରିଛି। ଏହା ସହ ସୁଲଚନା ରହୁଥିବା ଘରେ ଭିଜିଲାନ୍ସ ଟିମ୍‌ ଚଢାଉ ଜାରି ରହିଛି।

ଜୟନ୍ତପୁର ଅଙ୍ଗନଓ୍ବାଡି କେନ୍ଦ୍ରରେ କିଛିଦିନ ତଳେ ଶୁଖିଲା ଖାଦ୍ୟ ଓ କିଛି ସାମଗ୍ରୀ କିଣାଯାଇଥିଲା। ସୁପରଭାଇଜର ଅର୍କ କେନ୍ଦ୍ର ପରିଦର୍ଶନରେ ଆସିଥିବା ସମୟରେ ଅଙ୍ଗନଓ୍ବାଡି କର୍ମୀ ତାଙ୍କୁ କିଣାଯାଇଥିବା ସାମଗ୍ରୀର ବିଲ୍‌ ଦେଇ ଟଙ୍କା ରିଲିଜ୍‌ କରିଦେବାକୁ ଅନୁରୋଧ କରିଥିଲେ। ହେଲେ ସୁପରଭାଇଜର ବିଲ୍‌ ପାସ ନ କରି ଦିନ ଗଡାଇ ଚାଲିଥିଲେ। ପରେ ସେ ୨୦ ହଜାର ଟଙ୍କା ଦାବି କରିଥିଲେ। ଶେଷରେ ୧୩,୫୦୦ଟଙ୍କାରେ ବୁଝାମଣା ହୋଇଥିଲା। ଏ ନେଇ ଅଙ୍ଗନଓ୍ବାଡି କର୍ମୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଶନିବାର ସେ ଟଙ୍କା ନେବା ସମୟରେ ଯୋଜନା ମୁତାବକ ଉପସ୍ଥିତ ରହିଥିବା ଭିଜିଲାନ୍ସ ଅଧିକାରୀ ତାଙ୍କୁ କାବୁ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୭୨ତମ ସାଧାରଣତନ୍ତ୍ର ଦିବସ ପାଳନ: ରାଜ୍ୟପାଳ କଲେ ପତାକା ଉତ୍ତୋଳନ

ଭୁବନେଶ୍ୱର,୨୬।୧(ବ୍ୟୁରୋ): ସାରା ଦେଶ ଆଜି ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି। ଏହି ଅବସରରେ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସାଧାରଣ ଦିବସ ପାଳିତ ହୋଇଯାଇଛି। ରାଜ୍ୟପାଳ ପ୍ରଫେସର...

ରାୟଗଡ଼ାରେ ବିଜେଡିର ହିମିରିକା ଆଗୁଆ

ରାୟଗଡ଼ା ଅଫିସ୍‌, ୨୩।୫: ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରଥମ ରାଉଣ୍ଡ ଗଣତିରେ ବିଜେଡି ଆଗୁଆ ରହିଛି। ବିଜେଡିର ପ୍ରାର୍ଥୀ ଲାଲ୍‌ ବିହାରୀ ହିମିରିକା ୩୫୯...

ଡାକ୍ତରଙ୍କୁ କରୋନା ପରେ ସ୍ବାସ୍ଥ୍ୟକେନ୍ଦ୍ର ସିଲ୍‌  

ଆର.ଉୟଦଗିରି,୧୧ା୭(ଡି.ଏନ.ଏ.)- ଆର୍‌.ଉଦୟଗିରି ବ୍ଲକରେ ଶୁକ୍ରବାର ୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଛେଲାଗଡ଼ ସଙ୍ଗରୋଧ କେନ୍ଦ୍ରରୁ ୩ ଏବଂ ଆର୍‌.ଉଦୟଗିରି ସ୍ବାସ୍ଥ୍ୟକେନ୍ଦ୍ରର ଜଣେ ଆୟୁଷ ଡ଼ାକ୍ତର,...

ମାଷ୍ଟର କ୍ୟାଣ୍ଟିନରୁ ଯୋଦ୍ଧା, ଘୋଡ଼ା ପ୍ରତିମୂର୍ତ୍ତି ସ୍ଥାନାନ୍ତର କରା ନ ଯାଉ

ଭୁବନେଶ୍ୱର,୩୦ା୬(ବ୍ୟୁରୋ): ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ମାଷ୍ଟର କ୍ୟାଣ୍ଟିନ ଛକରୁ ଯୋଦ୍ଧା, ଘୋଡ଼ା ସ୍ଥାନାନ୍ତର ନ କରିବା ପାଇଁ ରାଜ୍ୟ ସରକାରଙ୍କୁ ଉପଦେଶ ଦେବା...

ଜେଜେବାପାଙ୍କ ଦଶାହରେ ନାତିଙ୍କ ଜୀବନ ଗଲା

ସଜନାଗଡ଼, ୨୯।୧: ଜେଜେବାପାଙ୍କ ଦଶାହରେ ବନ୍ଧୁ ପରିଜନ ଶୁଦ୍ଧିକ୍ରିୟାରେ ବ୍ୟସ୍ତ ଥିଲେ। ସମସ୍ତେ ପୋଖରୀଘାଟରେ କ୍ଷୌର ହେଉଥିବା ବେଳେ ୨୨ବର୍ଷୀୟ ନାତି ଗାଧୋଇବାକୁ ଯାଇ ଆଉ...

ଡିବିରି ନିଆଁରେ ଜଳିଗଲେ କଲେଜ ଛାତ୍ରୀ

ବଣାଇଁ,୧୪।୧୨(ସ୍ବ.ପ୍ର. ): ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅଧୀନ ଭାଲୁଡୁଙ୍ଗୁରି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଡିବିରିରୁ ନିଆଁ ଲାଗିଯିବାରୁ ଯୁକ୍ତ ତିନି ପଢୁଥିବା...

ବାଲେଶ୍ୱରରୁ ପୁଣି ଜଣେ ପଜିଟିଭ୍‌ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଲା ୧୬୧

ଭୁବନେଶ୍ୱର,୩।୫(ବ୍ୟୁରୋ): ବାଲେଶ୍ୱରରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୧ରେ ପହଞ୍ଚିଛି। ଏନେଇ ରବିବାର ଅପରାହ୍ନରେ...

ପୁଣି ଫାଟିଲା ପାଉଁଶ ପାଇପ୍‌

ଝାରସୁଗୁଡ଼ା ଅଫିସ,୧୧ା୪: ଝାରସୁଗୁଡ଼ାସ୍ଥିତ ଓଡ଼ିଶା ବିଦ୍ୟୁତ୍‌ ଉତ୍ପାଦନ ନିଗମ (ଓପିଜିସି)ର ଇବ୍‌ଥର୍ମାଲ ପ୍ରକଳ୍ପରୁ ନିର୍ଗତ ହେଉଥିବା ତରଳ ବର୍ଜ୍ୟବସ୍ତୁ ପାଉଁଶ ପାଇପ୍‌ ଦ୍ୱିତୀୟଥର ପାଇଁ ଫାଟିଯାଇଛି।...

Advertisement
Archives

Model This Week