Posted inଖେଳ

ଆଇସିସି ମହିଳା ଟି୨୦ ର଼୍ୟାଙ୍କିଙ୍ଗ୍‌: ଦ୍ୱିତୀୟ ସ୍ଥାନକୁ ଶେଫାଳୀ ଉଠିଲେ

ଦୁବାଇ,୧୦।୩(ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ମହିଳା ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ବ୍ୟାଟିଂ ସେନସେଶନ ଶେଫାଳୀ ବର୍ମା ଗୋଟିଏ ସ୍ଥାନ ଉପରକୁ ଉଠି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଅନ୍ୟପଟେ ଉପଅଧିନାୟିକା ସ୍ମୃତି ମାନ୍ଧନା ୭ ସ୍ଥାନରେ ପୂର୍ବପରି ସ୍ଥିର ରହିଛନ୍ତି। ଶେଫାଳୀ ୭୪୪ ରେଟିଂ ପଏଣ୍ଟ ପାଇଥିବା ବେଳେ ଅଷ୍ଟ୍ରେଲିଆର ବେଥ୍‌ ମୁନି ୭୪୮ ପଏଣ୍ଟ ପାଇ ଶୀର୍ଷରେ ରହିଛନ୍ତି। ମାନ୍ଧନା ୬୯୩ ପଏଣ୍ଟ ପାଇଛନ୍ତି। ସେହିପରି ଜେମିମା ରୋଡ୍ରିଗ୍ବେଜ ୬୪୩ ପଏଣ୍ଟ ପାଇ ୯ମ ସ୍ଥାନରେ ସ୍ଥିର ରହିଛନ୍ତି। ଏଥିସହ ଟପ୍‌- ୧୦ରେ ଦଶଜଣ ଭାରତୀୟ ମହିଳା ସ୍ଥାନ ପାଇଛନ୍ତି। ନ୍ୟୁଜିଲାଣ୍ଡର ସୋଫି ଡେଭିନ୍‌ ତୃତୀୟ, ଅଷ୍ଟ୍ରେଲିଆର ମେଗ୍‌ ଲାନିଂ ଚତୁର୍ଥ ଓ ଅଲିସା ହିଲି ଗୋଟିଏ ସ୍ଥାନ ଉପରକୁ ଉଠି ୫ମ ସ୍ଥାନରେ ରହିଛନ୍ତି।
ବୋଲିଂ ତାଲିକାରେ ଅଲରାଉଣ୍ଡର ଦୀପ୍ତି ଶର୍ମା ଷଷ୍ଠ, ସ୍ପିନର ରାଧା ଯାଦବ ଅଷ୍ଟମ ଓ ପୁନମ ଯାଦବ ୯ମ ସ୍ଥାନରେ ରହି ଟପ୍‌-୧୦ରେ ସ୍ଥାନ ପାଇଛନ୍ତି। ଇଂଲଣ୍ଡ ସୋଫି ଇକ୍ଲେଷ୍ଟୋନ ୭୯୯ ପଏଣ୍ଟ ପାଇ ଶୀର୍ଷରେ ରହିଥିବା ବେଳେ ଦକ୍ଷିଣ ଆଫ୍ରିକାର ଶମନିମ ଇସ୍‌ମାଇଲ ୭୬୪ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। ଇଂଲଣ୍ଡର ସାରା ଗ୍ଲେନ ୭୫୫, ଅଷ୍ଟ୍ରେଲିଆର ମେଗାନ ସ୍କଟ ୭୫୩ ଓ ଜେଶ୍‌ ଜୋନାସିନ ୭୩୦ ପଏଣ୍ଟ ପାଇ ଶ୍ରେଷ୍ଠ-୫ରେ ସ୍ଥାନିତ ହୋଇଛନ୍ତି।
ସେହିପରି ଅଲରାଉଣ୍ଡର ତାଲିକାରେ ଏକମାତ୍ର ଭାରତୀୟ ଭାବେ ଦୀପ୍ତି ସ୍ଥାନ ପାଇଛନ୍ତି। ସେ ୩୦୨ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛନ୍ତି। ଗତ ଗୋଟିଏ ବର୍ଷ ହେବ ଭାରତ ଗୋଟିଏ ହେଲେ ବି ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ ଖେଳିନାହିଁ। ଏହାପୂର୍ବରୁ ୨୦୨୦ ମାର୍ଚ୍ଚ ୮ରେ ଭାରତ ଟି୨୦ ବିଶ୍ୱକପ୍‌ ଫାଇନାଲରେ ଅଷ୍ଟ୍ରେଲିଆକୁ ଶେଷଥର ପାଇଁ ଭେଟିଥିଲା। ଭାରତ ଏବେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମାର୍ଚ୍ଚ ୨୦ରେ ଏକ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

ଗୋଟିଏ IPL ମ୍ୟାଚ୍‌ ଖେଳିବାକୁ କେତେ ଟଙ୍କା ନିଅନ୍ତି ବିରାଟ କୋହଲି: ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୪।୪: IPL ହେଉଛି ବିଶ୍ୱର ସବୁଠାରୁ ବଡ଼ କ୍ରୀଡା ଲିଗ ମଧ୍ୟରୁ ଗୋଟିଏ। ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଇଣ୍ଡିଆନ ପ୍ରିମିୟର ଲିଗ ମ୍ୟାଚ…

ମାତ୍ର ୧୧ ବଲ୍‌ରେ ବାଜି ପଲଟାଇ ଦେଲେ ଶିକ୍ଷକଙ୍କ ପୁଅ: ରାତାରାତି ପାଲଟିଲେ ସୁପରଷ୍ଟାର

ନୂଆଦିଲ୍ଲୀ,୪।୪: ଆଇପିଏଲରେ ଅଜଣା ଏବଂ ନୂତନ ଖେଳାଳିମାନେ ସୁପରଷ୍ଟାର ମାନ୍ୟତା ହାସଲ କରିପାରିବେ। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ମଧ୍ୟରେ ଆଇପିଏଲ…

RCBକୁ ପଛରେ ପକାଇ ମହାରେକର୍ଡ କଲା ଚେନ୍ନାଇ ସୁପର୍‌ କିଙ୍ଗ୍ସ: ପ୍ରଥମ ଦଳ ଭାବେ…

ନୂଆଦିଲ୍ଲୀ,୪।୪: ଚେନ୍ନାଇ ସୁପର କିଙ୍ଗସ IPLରେ ଏପରି ଏକ ସଫଳତା ହାସଲ କରିଛି ଯାହା ପୂର୍ବରୁ ଅନ୍ୟ କୌଣସି ଦଳ କରିପାରି ନାହିଁ। ଚେନ୍ନାଇ ଏବେ ଇଣ୍ଡିଆନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri