Posted inଖେଳ

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ବୁମ୍‌ରା ପୁଣି ୧ ନମ୍ବର

ଦୁବାଇ,୨ା୧୦: ଭାରତୀୟ ପେସ୍‌ ବୋଲର ଯଶ୍‌ପ୍ରୀତ୍‌ ବୁମ୍‌ରା ସଦ୍ୟ ପ୍ରକାଶିତ ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। କାନପୁରରେ ବାଂଲାଦେଶ ବିପକ୍ଷରେ ୬ ଉଇକେଟ ନେଇଥିବା ବୁମ୍‌ରା ଅନ୍ୟତମ ଭାରତୀୟ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ହଟାଇ ପ୍ରଥମ ସ୍ଥାନକୁ ଫେରିଛନ୍ତି। ବୋଲରଙ୍କ ମଧ୍ୟରେ ରବୀନ୍ଦ୍ର ଜାଡେଜା ଷଷ୍ଠ ଓ କୁଲଦୀପ ଯାଦବ ୧୬ ତମ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି।

ସେହିପରି ବ୍ୟାଟରଙ୍କ ମଧ୍ୟରେ ଗ୍ରୀନପାର୍କର ଟେଷ୍ଟର ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଯଶସ୍ବୀ ଜୟସ୍ବାଲ ଶୀର୍ଷ ମାନ୍ୟତାପ୍ରାପ୍ତ ଭାରତୀୟ ରହିଛନ୍ତି। ଜୟସ୍ବାଲ ଟେଷ୍ଟ ବ୍ୟାଟରଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ରହିଛନ୍ତି। ଜୟସ୍ବାଲ ୭୯୨ ରେଟିଂ ପଏଣ୍ଟ ହାସଲ କରିଥିବା ବେଳେ କେନ୍‌ ଓ୍ବିଲିୟମସନ୍‌(୮୨୯) ଓ ଜୋ ରୁଟ୍‌ (୮୯୯) ତାଙ୍କ ଉପରେ ରହିଛନ୍ତି।

ଭାରତୀୟ ଷ୍ଟାର ବ୍ୟାଟର ବିରାଟ କୋହଲି ୪୭ ଓ ୨୯ ରନ୍‌ର ଇନିଂସ ଖେଳି ୬ ସ୍ଥାନ ଉପରକୁ ଷଷ୍ଠ ସ୍ଥାନରେ ରହିଛନ୍ତି। ରିଷଭ ପନ୍ତ ୯ ନମ୍ବର ସ୍ଥାନରେ ଥିବାବେଳେ ରୋହିତ ଶର୍ମା ଓ ଶୁବମାନ ଗିଲ୍‌ ଯଥାକ୍ରମେ ୧୫ ଓ ୧୬ ନମ୍ବର ସ୍ଥାନରେ ଅଛନ୍ତି। ଅଲରାଉଣ୍ଡର ତାଲିକାରେ ରବୀନ୍ଦ୍ର ଜାଡେଜା ଏକ ନମ୍ବର ସ୍ଥାନ ବଜାୟ ରଖିଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ ଦ୍ୱିତୀୟ ଓ ଅକ୍ଷର ପଟେଲ ସପ୍ତମ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ୍‌ ଅଫିସରେ ଚାଲିଛି ପିସି କାରବାର: ଡ୍ରେନ୍‌ କାମର ବିଲ୍‌ କରିଦେବା ପାଇଁ…

ଖଡ଼ିଆଳ,୫ା୮ (ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ବ୍ଲକ୍‌ କାର୍ଯ୍ୟାଳୟରେ ପିସି କାରବାର ହେଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କଠାରୁ ଅଫିସ କର୍ମଚାରୀ…

୧୮ ବର୍ଷର ଛାତ୍ର ହେଲେ କଲେଜ ପ୍ରଫେସର: ଭାଙ୍ଗିଗଲା ୩୦୬ ବର୍ଷର ପୁରୁଣା ରେକର୍ଡ

ଯେଉଁ ବୟସରେ ଅଧିକାଂଶ ଛାତ୍ର ସେମାନଙ୍କର କଲେଜ ଶିକ୍ଷା ଆରମ୍ଭ କରୁଛନ୍ତି, ସେହି ବୟସରେ ଆମେରିକାର ଜଣେ ଯୁବକ କଲେଜ ପ୍ରଫେସର ଭାବରେ ଛାତ୍ରମାନଙ୍କୁ ପାଠ ପଢ଼ାଉଛନ୍ତି।…

RBIର ବଡ଼ ନିଷ୍ପତ୍ତି, ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌; ଋଣଗ୍ରାହକଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୫।୮: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ମୌଦ୍ରିକ ନୀତି କମିଟି (MPC) ବୈଠକ ପରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆରବିଆଇ ରେପୋ ରେଟ୍‌କୁ ୫.୨୫ ପ୍ରତିଶତରେ…

ଭାଙ୍ଗିଲା କେନାଲ: ଉଜୁଡିଲା ଚାଷୀଙ୍କ ଫସଲ

ରିଷିଡା,୫।୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ଉତେଇ ଜଳସେଚନ ବିଭାଗ ପକ୍ଷରୁ କର୍ଲାମୁଣ୍ଡା ବ୍ଲକ ରାଜପୁର ଗ୍ରାମର ଭୋରପଡା( ଆର ୧) ସବମାଇନର କେନାଲ ବିଭିନ୍ନ ସ୍ଥାନରେ ନୂତନ…

ଜନ୍ତର-ମନ୍ତରରେ ଆନ୍ଦୋଳନ ପଛରେ ପାକିସ୍ତାନର ଷଡ଼ଯନ୍ତ୍ର! ହେଲା ବଡ଼ ପର୍ଦ୍ଦାଫାଶ, ISI ମଡ୍ୟୁଲର ୯ ଲୋକ…

ନୂଆଦିଲ୍ଲୀ,୫।୮: ଅମୃତସର କମିଶନରେଟ ପୋଲିସ ଆଇଏସଆଇ (ISI) ସମର୍ଥିତ ଦୁଇଟି ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାଶ କରିଛି ଏବଂ ଏହି ମାମଲାରେ ମୋଟ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ…

ଆନାଲଗ ପନିର ବ୍ୟାନ୍‌: ଜାଣନ୍ତୁ ଏହା କ’ଣ

ମୁମ୍ବାଇ,୫।୮: ଜନସ୍ବାସ୍ଥ୍ୟକୁ ପ୍ରାଥମିକତା ଦେଇ ମହାରାଷ୍ଟ୍ର ସରକାର ରାଜ୍ୟ ମଧ୍ୟରେ ଆନାଲଗ ପନିର(ନକଲି କିମ୍ବା ନନ୍‌-ଡାୟରୀ ପନିର) ଉତ୍ପାଦନ, ବିକ୍ରୟ, ରଖିବା, ପରିବହନ ଏବଂ ବଣ୍ଟନ ଉପରେ…

ଅଗରକରଙ୍କ ହେବ ଛୁଟି! ତାଙ୍କୁ ସ୍ଥାନ ନେଇପାରନ୍ତି ଏହି ମହାନ ଖେଳାଳି

ନୂଆଦିଲ୍ଲୀ,୫।୮: ଅଜିତ ଅଗରକରଙ୍କୁ ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ପଦରୁ ହଟାଯାଇପାରେ। ବିସିସିଆଇ ଏହି ଦାୟିତ୍ୱ ସେଣ୍ଟର ଅଫ ଏକ୍ସଲେନ୍ସ (ସିଓଇ)ର ମୁଖ୍ୟ ଭିଭିଏସ ଲକ୍ଷ୍ମଣଙ୍କୁ ଦେଇପାରେ।…

ମୋବାଇଲ୍‌ ନ ଦେବାକୁ ଚରମ ନିଷ୍ପତ୍ତି ନେଲେ ସପ୍ତମ ଶ୍ରେଣୀ ଛାତ୍ର: ଘରେ ଖେଳିଗଲା…

ସୁରତ,୫।୮:ଗୁଜରାଟର ସୁରତରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମୋବାଇଲ ଫୋନ ନିଶା ପିଲାମାନଙ୍କ ଜୀବନ ଉପରେ କେତେ ପ୍ରଭାବ ପକାଇପାରେ ତାହାର ଏକ ହୃଦୟ ବିଦାରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri