Posted inଖେଳ

ଆଇସିସି ନେଲା ବଡ଼ ନିଷ୍ପତ୍ତି; ଚମ୍ପିଆନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବନାହିଁ ଭାରତ

ନୂଆଦିଲ୍ଲୀ,୩।୮: ଯଦିଓ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଏପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ବିବୃତ୍ତି ଦେଇନାହିଁ, ଆଗାମୀ ଚମ୍ପିଆନ୍ସ ଟ୍ରଫିରେ ଭାରତ ଏହାର ସମସ୍ତ ମ୍ୟାଚ୍ ପାକିସ୍ତାନବାହରେ ଖେଳିବ। ଆଇସିସିର ଏ ନିଷ୍ପତ୍ତି ପରେ ଏହି ସମ୍ଭାବନା ସତରେ ପରିଣତ ହେବାକୁ ଯାଉଛି। କ୍ରିକବଜ୍ ରିପୋର୍ଟ ଅନୁଯାୟୀ କଲମ୍ବୋରେ ଅନୁଷ୍ଠିତ ବାର୍ଷିକ ସାଧାରଣ ସଭା (ଏଜିଏମ୍) ରେ ଆଇସିସି ପ୍ରାୟ ୬୫ ମିଲିୟନ୍ ଡଲାରର ବଜେଟ୍ ଅନୁମୋଦନ କରିଛି। ଏହି ବଜେଟରେ ପାକିସ୍ତାନ ବାହାରେ କିଛି ଖେଳ ମ୍ୟାଚ୍ ସହିତ ଜଡିତ ଖର୍ଚ୍ଚ ହେବ।

ଆସନ୍ତା ବର୍ଷ ପାକିସ୍ତାନରେ ଖେଳାଯିବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ ଯଦି ଭାରତୀୟ ଦଳ ପାକିସ୍ତାନ ଯିବାକୁ ମନା କରିବ ତେବେ ଆଇସିସି ସମସ୍ତ ସମ୍ଭାବନା ପାଇଁ ପ୍ରସ୍ତୁତ ହେଉଥିବା ଜଣାପଡିଛି। ମାର୍ଚ୍ଚ ୨୦୨୪ ରେ ପାକିସ୍ତାନରେ ପ୍ରସ୍ତାବିତ ମ୍ୟାଚ୍ ସ୍ଥାନଗୁଡିକର ଏକ ଯୋଜନା ବିଷୟରେ ପୂର୍ବରୁ ଅନୁଧ୍ୟାନ ସାରିଛି। ମ୍ୟାଚ ପୂର୍ବରୁ ସୁବିଧାଗୁଡ଼ିକର ନବୀକରଣ ପାଇଁ ଲାହୋର, କରାଚି ଏବଂ ରାୱଲପିଣ୍ଡି ତିନୋଟି ଷ୍ଟାଡିୟମରେ ବହୁ ପରିମାଣର ନବୀକରଣ କାର୍ଯ୍ୟ ଚାଲିଛି। ଯାହାର ଦାୟିତ୍ୱ ପିସିବି ନେଇଛି।

ତେବେ ବଜେଟ୍ ସମ୍ବନ୍ଧରେ ଦେଖିଲେ ପ୍ରତିଯୋଗିତା ପାଇଁ ପ୍ରାୟ ୩୫ ମିଲିୟନ୍ ଡଲାର୍ ପ୍ରଦାନ କରାଯାଇଥିଲା ବେଳେ ଏଥିରେ ଅଂଶଗ୍ରହଣ ଏବଂ ପୁରସ୍କାର ରାଶି ପାଇଁ ଅତିରିକ୍ତ ୨୦ ମିଲିୟନ୍ ଡଲାର୍ ଦିଆଯାଇଛି। ସେହିପରି ୧୫ ମ୍ୟାଚ୍, ୨୦ ଦିନିଆ ଟୁର୍ନାମେଣ୍ଟକୁ ଟେଲିଭିଜନ୍ ସହିତ ଜଡିତ ଉତ୍ପାଦନ ଖର୍ଚ୍ଚ ପାଇଁ ଆଉ ୧୦ ମିଲିୟନ୍ ଡଲାର୍ ଅନୁମୋଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୂର୍ଯ୍ୟକୁମାରଙ୍କୁ ବଦଳାଇ ଶ୍ରେୟସ ଆୟରଙ୍କୁ କାହିଁକି କରାଗଲା ଅଧିନାୟକ ପ୍ରକୃତ କାରଣ କହିଲେ ଅଜିତ ଅଗରକର

ନୂଆଦିଲ୍ଲୀ,୬।୬: ଶନିବାର ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ପାଇଁ ଭାରତର ଟି-୨୦ ଦଳ ଘୋଷଣା କରିଥିଲେ, ସେତେବେଳେ ତାଲିକାରୁ ଅଧିନାୟକ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଟିମ ଇଣ୍ଡିଆରେ କାହିଁକି ମିଳିଲା ସୁଯୋଗ? ଏମିତି କହିଲେ ଅଗରକର

ନୂଆଦିଲ୍ଲୀ,୬।୬: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଏବେ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିବାକୁ ପ୍ରସ୍ତୁତ ଏବଂ ସେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବେ ବୋଲି ଚର୍ଚ୍ଚା ଯୋର…

କେବଳ ବୈଭବ ସୂର୍ଯ୍ୟବଂଶୀ ନୁହଁନ୍ତି; ଏହି ଖେଳାଳି ବି ପ୍ରଥମ ଥର ପାଇଁ ଭାରତର ଟି-୨୦ ଦଳରେ ସ୍ଥାନ ପାଇଛନ୍ତି

ନୂଆଦିଲ୍ଲୀ,୬।୬: ବୈଭବ ସୂର୍ଯ୍ୟବଂଶୀଙ୍କୁ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜ ପାଇଁ ଚୟନ କରାଯାଇଛି। ଶନିବାର ବିସିସିଆଇ ଏହି ଦୁଇଟି ସିରିଜ ଏବଂ ଏସୀୟ କ୍ରୀଡା…

ଭାଙ୍ଗିଲା ତେନ୍ଦୁଲକରଙ୍କ ୩୭ ବର୍ଷର ରେକର୍ଡ, ସ୍କୁଲ ଯିବା ବୟସରେ ଟିମ ଇଣ୍ଡିଆରେ ଡେବ୍ୟୁକଲେ ବୈଭବ!

ନୂଆଦିଲ୍ଲୀ,୬।୬: ଆଜି ଅର୍ଥାତ୍‌ ଜୁନ ୬ ଶନିବାର ଭାରତୀୟ କ୍ରିକେଟ ଇତିହାସରେ ଏକ ନୂତନ ଅଧ୍ୟାୟ ଲେଖାଯାଇଛି। ମାତ୍ର ୧୫ ବର୍ଷ ବୟସର ବୈଭବ ସୂର୍ଯ୍ୟବଂଶୀଙ୍କୁ ଆଗାମୀ…

India T20I Squad: ଘୋଷଣା ହେଲା ଟି-୨୦ ପାଇଁ ଟିମ ଇଣ୍ଡିଆ; ଶ୍ରେୟସ ଆୟର ଅଧିନାୟକ, ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୬।୬: ବିସିସିଆଇ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନରେ ଶ୍ରେୟସ ଆୟରଙ୍କୁ ନୂତନ ଅଧିନାୟକ…

ଟସ୍‌ ଜିତିଲା ଭାରତ: ଡେବ୍ୟୁ କରୁଛନ୍ତି ମାନବ

ଚଣ୍ଡିଗଡ,୬।୬:ଭାରତ ବନାମ ଆଫଗାନିସ୍ତାନ ଟେଷ୍ଟ ମ୍ୟାଚ ଆଜିଠାରୁ ଆରମ୍ଭ ହୋଇଛି। ଶୁବମନ ଗିଲ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦୁଇ ଦଳ ୮…

ପାକିସ୍ତାନକୁ ହରାଇ ଫାଇନାଲରେ ପହଞ୍ଚିଲା ଭାରତ

କାକାମିଗାହାରା,୫ା୬: ଭାରତ ୧୮ ବର୍ଷରୁ କମ୍‌ ଏସିଆକପ୍‌ ହକିର ଏକ ହାଇ ଭୋଲ୍‌ଟେଜ୍‌ ସେମିଫାଇନାଲରେ ୫-୩ ଗୋଲ୍‌ରେ ପାକିସ୍ତାନକୁ ହରାଇ ଦେଇଛି। ଏଥିରେ ଆଶିଷ ପୂର୍ତ୍ତି ବ୍ୟକ୍ତିଗତ…

ନୀରଜଙ୍କୁ ଅତିକ୍ରମ କରି ସୁପର ଷ୍ଟାର ଭାବେ ଉଭା ହେଲେ ଏହି ଖେଳାଳି, ଜାଣନ୍ତୁ…

ରୋମ୍‌,୫ା୬: ଶ୍ରୀଲଙ୍କାର ରୁମେଶ ଥରାଙ୍ଗା ପାଥିରେଜ ଏସିଆର ପରବର୍ତ୍ତୀ ଜାଭେଲିନ ସୁପର ଷ୍ଟାର ଭାବେ ଉଭା ହୋଇଛନ୍ତି। ଏଥିପାଇଁ ନୀରଜ ଚୋପ୍ରା ଓ ଅର୍ଶାଦ ନଦିମଙ୍କୁ ଚଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri