ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗ୍‌: କୋହଲି, ରୋହିତ ଶୀର୍ଷରେ ଅପରିବର୍ତ୍ତିତ

ଦୁବାଇ, ୫।୧୧(ପି.ଟି.)- ସଦ୍ୟ ପ୍ରକାଶିତ ଆଇସିସି ଦିନିକିଆ କ୍ରିକେଟ ର଼୍ୟାଙ୍କିଙ୍ଗ୍‌ର ବ୍ୟାଟ୍ସମ୍ୟାନ ବିଭାଗରେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଓ ତାଙ୍କ ଡେପୁଟି ରୋହିତ ଶର୍ମା ଶୀର୍ଷ ଦୁଇସ୍ଥାନ ଅଧିକାର କରିଛନ୍ତି। ବୋଲିଂ ବିଭାଗରେ ଯଶପ୍ରୀତ୍‌ ବୁମ୍‌ରା ମଧ୍ୟ ଦ୍ୱିତୀୟ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି। କୋଭିଡ-୧୯ ମହାମାରୀ ଯୋଗୁ କ୍ରିକେଟ କାର୍ଯ୍ୟକଳାପ ବନ୍ଦ ପାଇଁ କୋହଲି ଓ ରୋହିତ ଦୀର୍ଘଦିନଧରି କୌଣସି ଦିନିକିଆ ମ୍ୟାଚ ଖେଳି ନାହାନ୍ତି। ଏହା ସତ୍ତ୍ୱେ କୋହଲି ୮୭୧ ଓ ରୋହିତ ୮୫୫ ପଏଣ୍ଟ ସହିତ ପ୍ରଥମ ଦୁଇସ୍ଥାନରେ ରହିଛନ୍ତି। ନିକଟରେ ଅନୁଷ୍ଠିତ ଜିମ୍ବାଓ୍ବେ ବିପକ୍ଷ ସିରିଜରେ ୧୨୫ ରନର ଇନିଂସ ଖେଳିଥିବା ପାକିସ୍ତାନ ଅଧିନାୟକ ବାବର ଆଜମ ୮ଟି ସ୍ଥାନ ଉପରକୁ ଉଠି ତୃତୀୟରେ ପହଞ୍ଚତ୍ଛନ୍ତି। ସେ ୮୩୭ ପଏଣ୍ଟ ପାଇଛନ୍ତି। ନ୍ୟୁଜିଲାଣ୍ଡର ରସ୍‌ ଟେଲର, ଦକ୍ଷିଣ ଆଫ୍ରିକାର ଫାଫ୍‌ ଡୁ’ପ୍ଲେସି, ନ୍ୟୁଜିଲାଣ୍ଡର କେନ୍‌ ଓ୍ବିଲିୟମସନ, ଅଷ୍ଟ୍ରେଲିଆର ଆରୋନ ଫିଞ୍ଚ୍‌, ଡେଭିଡ ଓ୍ବାର୍ନର, ଦକ୍ଷିଣ ଆଫ୍ରିକାର କ୍ୱିଣ୍ଟନ ଡି’କକ୍‌ ଓ ଇଂଲଣ୍ଡର ଜନି ବେୟାରଷ୍ଟୋ ଟପ୍‌-୧୦ରେ ରହିଛନ୍ତି। ବୋଲର ତାଲିକାରେ ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟ ୭୨୨ ପଏଣ୍ଟ ସହିତ ଶୀର୍ଷରେ ରହିଥିବାବେଳେ ବୁମ୍‌ରା ୭୧୯ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଆଫଗାନିସ୍ତାନର ମୁଜିବ ଉର୍‌ ରହମାନ, ଇଂଲଣ୍ଡର କ୍ରିସ ଓ୍ବକ୍ସ, ଦକ୍ଷିଣ ଆଫ୍ରିକାର କାଗିଶୋ ରାବାଡ଼ା, ଅଷ୍ଟ୍ରେଲିଆର ପ୍ୟାଟ୍‌ କୁମିନ୍ସ, ଜୋଶ୍‌ ହାଜେଲଉଡ୍‌, ପାକିସ୍ତାନର ମହମ୍ମଦ ଅମିର, ନ୍ୟୁଜିଲାଣ୍ଡର ମ୍ୟାଟ୍‌ ହେନରି ଓ ଇଂଲଣ୍ଡର ଜୋଫ୍ରା ଆର୍ଚର ଟପ୍‌-୧୦ରେ ପଛକୁପଛ ରହିଛନ୍ତି। ଅଲରାଉଣ୍ଡର ତାଲିକାରେ ବାଂଲାଦେଶର ଶାକିବ-ଅଲ୍‌-ହାସନ ୩୭୩ ପଏଣ୍ଟ ସହିତ ପ୍ରଥମ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ଭାରତର ରବୀନ୍ଦ୍ର ଜାଡେଜା ୨୪୬ ପଏଣ୍ଟ ପାଇ ୯ମ ସ୍ଥାନ ଅଧିକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେଟ୍‌ ରନରେଟ୍‌ ନିୟମକୁ ଆର୍ଥରଙ୍କ ସମାଲୋଚନା

ଲଡର୍‌ସ,୬।୭- ପାକିସ୍ତାନ କ୍ରିକେଟ୍‌ ଦଳର କୋଚ୍‌ ମିକି ଆର୍ଥର ନେଟ୍‌ ରନରେଟ୍‌ ନିୟମ ବଦଳାଇବା ନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)କୁ ପରାମର୍ଶ ଦେଇଛନ୍ତି। ଏହା...

‘କରୋନା’ କଟକଣାରେ ଛନ୍ଦି ହୋଇଛି କ୍ରିକେଟ

କଟକ ଅଫିସ,୧୪ା୪-କରୋନା ପ୍ରଭାବରୁ ମୁକୁଳିନି କ୍ରୀଡ଼ା ଜଗତ। ରାଜ୍ୟ ସମେତ ସମଗ୍ର ଦେଶ ଓ ବିଶ୍ୱର କ୍ରୀଡ଼ା ସାମ୍ରାଜ୍ୟ ମଧ୍ୟ କରୋନା ଭାଇରସ ଯୋଗୁଁ ପ୍ରଭାବିତ...

ବିଗ୍‌ ବାସ୍‌ ଲିଗ୍‌: ଗୋଟିଏ ଦିନରେ ୨ଟି ହ୍ୟାଟ୍ରିକ

ଆଡିଲେଡ୍‌,୯।୧- ଗୋଟିଏ ଦିନରେ ଦୁଇଜଣ ବୋଲରଙ୍କୁ ହ୍ୟାଟ୍ରିକ ଉଇକେଟ୍‌ ସଫଳତା ମିଳିଛି। ଅଷ୍ଟ୍ରେଲିଆର ଘରୋଇ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ବିଗ୍‌ ବାସ୍‌ ଲିଗ୍‌ (ବିବିଏଲ୍‌)ରେ ଆଫଗାନିସ୍ତାନ...

ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ୫ ଦିନିଆ କ୍ରିକେଟ ରୋମାଞ୍ଚକ ହେବ: କୋହଲି

ମୁମ୍ବାଇ,୩୦।୭(ପି.ଟି.)- ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବଲ୍ୟୁଟିସି) ଅଗଷ୍ଟ ୧ରୁ ଆରମ୍ଭ ହେବାକୁ ଯାଉଛି। ଏହା ୫ ଦିନିଆ କ୍ରିକେଟରେ ରୋମାଞ୍ଚ ଭରିବ ବୋଲି ଟିମ୍‌...

ନ୍ୟୁଜିଲାଣ୍ଡକୁ ହରାଇଲା ନାଇଜେରିଆ

ଭୁବନେଶ୍ୱର, ୧୫।୧୦(କ୍ରୀଡ଼ା ପ୍ରତିନିଧି): ଗୋଆର ମାର୍ଗାଓରେ ଶୁୁକ୍ରବାର ଅନୁଷ୍ଠିତ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପର ଏକ ଗ୍ରୁପ୍‌ ”ବି’ ମ୍ୟାଚରେ ନାଇଜେରିଆ ୪-୦...

ବେଲ୍‌ଜିୟମ-ଜର୍ମାନୀ ମ୍ୟାଚ ଡ୍ର

ଭୁବନେଶ୍ୱର (କ୍ରୀଡ଼ା ପ୍ରତିନିଧି), ୧୮।୧: ଚଳିତ ହକି ବିଶ୍ୱକପରେ ମଙ୍ଗଳବାର କଳିଙ୍ଗ ଷ୍ଟାଡିିୟମରେ ଅନୁଷ୍ଠିତ ବେଲଜିୟମ-ଜର୍ମାନୀ ପୁଲ୍‌ ”ବି’ ମ୍ୟାଚ ୨-୨ ଗୋଲରେ ଡ୍ର ରହିଛି।...

ହାତେ ଦୂରରେ ରହିଗଲେ ଅଂଶୁ

ନୂଆଦିଲ୍ଲୀ, ୮।୧୦: ମହିଳା ରେସଲିଂରେ ପ୍ରଥମ ଭାରତୀୟ ଭାବେ ବିଶ୍ୱ ଚାମ୍ପିୟନ ହେବାର ସଫଳତାଠାରୁ ହାତେ ଦୂରରେ ରହିଯାଇଛନ୍ତି ଅଂଶୁ ମଲିକ। ଗୁରୁବାର ନରଓ୍ବେର ଓସଲୋଠାରେ...

ରୋନାଲ୍ଡୋଙ୍କୁ ଅନୁସରଣ କଲେ ଓ୍ବାର୍ନର

ଦୁବାଇ,୨୯।୧୦: କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପଦାକୁ ଅନୁସରଣ କରିଛନ୍ତି ଅଷ୍ଟ୍ରେଲିଆର ତାରକା ଓପନର୍‌ ଡେଭିଡ ୱାର୍ନର। ଏଠାରେ ଚାଲିଥିବା ଟି -୨୦ ବିଶ୍ୱକପ୍‌ର ଏକ ଖବରଦାତା ସମ୍ମିଳନୀରେ...

Advertisement
Archives

Model This Week