Posted inଖେଳ

ଟି-୨୦ ବିଶ୍ୱକପ୍‌ ପାଇଁ ଦଳ ଘୋଷଣା କଲା ପାକିସ୍ତାନ: ପ୍ରଥମଥର ପାଇଁ ଦଳରୁ ବାଦ୍‌ ପଡିଲେ ଏହି ଖେଳାଳି

ଇସଲାମାବାଦ,୬।୯: ଆଗାମୀ ଆଇସିସି ଟି -୨୦ ବିଶ୍ୱକପ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ନିଜର ୧୫ ଜଣିଆ ଦଳ ଘୋଷଣା କରିଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ପାକିସ୍ତାନ ତିନିଜଣ ରିଜର୍ଭ ଖେଳାଳିଙ୍କୁ ମଧ୍ୟ ଚୟନ କରିଛି। ୟୁଏଇ ଏବଂ ଓମାନରେ ଆସନ୍ତା ମାସରୁ ହେବାକୁ ଥିବା ଏହି ବଡ ଟୁର୍ନାମେଣ୍ଟ ପାଇଁ ପିସିବି ବାବର ଆଜାମଙ୍କୁ ଦଳର ଅଧିନାୟକ ଭାବରେ ନିଯୁକ୍ତ କରିଛି। ଆସିଫ ଅଲି ଏବଂ ଖୁସଦିଲ ଶାହା ଦଳକୁ ଫେରିଛନ୍ତି। ବହୁ ଅଭିଜ୍ଞ ଖେଳାଳି ତଥା ପୂର୍ବତନ ଅଧିନାୟକ ଶୋଏବ ମଲିକ ଏବଂ ସରଫରାଜ ଅହମ୍ମଦ ଦଳରେ ସ୍ଥାନ ପାଇନାହାଁନ୍ତି। ଏହା ପ୍ରଥମ ଥର ହେବ ଯେ ପାକିସ୍ତାନ ଦଳ ଶୋଏବ ମଲିକଙ୍କ ବିନା ଟି -୨୦ ବିଶ୍ୱକପ ଖେଳିବ। ୨୦୦୭ ମସିହାରୁ ଆରମ୍ଭ ହୋଇଥିବା ଏହି ଟୁର୍ନାମେଣ୍ଟରେ ଶୋଏବ ମଲିକ ପ୍ରତ୍ୟେକ ଥର ପାକିସ୍ତାନ ଦଳର ଏକ ଅଂଶ ହୋଇଆସୁଛନ୍ତି।

ପାକିସ୍ତାନ ଦଳ
ବାବର ଆଜାମ (ଅଧିନାୟକ), ଶାଦବ ଖାନ (ଉପ-ଅଧିନାୟକ), ଇମାଦ ୱାସିମ, ମହମ୍ମଦ ରିଜୱାନ (ଉ), ଖୁସଦିଲ ଶାହ, ମହମ୍ମଦ ୱାସିମ ଜୁନିୟର, ଆସିଫ ଅଲ୍ଲୀ, ମହମ୍ମଦ ହଫିଜ୍‌, ଶାହିନ ଆଫ୍ରିଦ, ଆଜମ ଖାନ, ମହମ୍ମଦ ହସନୈନ, ସୋହେବ ମକସୁଦ, ହାରିସ ରୌଫ, ମହମ୍ମଦ ନୱାଜ ଏବଂ ହାସନ ଅଲି।

ରିଜର୍ଭ ଖେଳାଳି: ଫଖର ଜମାନ, ଶାହନାୱାଜ ଡାହନି ଏବଂ ଉସମାନ କାଦିର

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅମିତାଭ ବଚ୍ଚନଙ୍କ ପାଇଁ ପ୍ରାର୍ଥନା କଲେ ଏହି ପାକିସ୍ତାନ କ୍ରିକେଟର

ବଲିଉଡ୍‌ ମେଗାଷ୍ଟାର ଅମିତାଭ ବଚ୍ଚନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତାଙ୍କ ଆରୋଗ୍ୟ କାମନା କରି ଦେଶର ବିଭିନ୍ନ ଯାଗାରେ ପୂଜାର୍ଚ୍ଚନା ଚାଲିଥିବା ଦେଖାଯାଇଛି। ଅମିତାଭ...

ଭାରତ,ବାଂଲାଦେଶ ଦଳକୁ ଧନ୍ୟବାଦ ଦେଲେ ବିସିସିଆଇ ସଭାପତି

ନୂଆଦିଲ୍ଲୀ,୪।୧୧(ପି.ଟି.)- ଦେଶର ରାଜଧାନୀରେ ଅତ୍ୟଧିକ ପ୍ରଦୂଷଣ ସତ୍ତ୍ୱେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳିଥିବାରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ସୋମବାର...

ଦିନିକିଆ କ୍ରିକେଟ୍‌ରୁ ଅବସର ନେଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଲଣ୍ଡନ,୧୮।୭: ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ବେନ ଷ୍ଟୋକ୍ସ ଦିନିକିଆ କ୍ରିକେଟରୁ ଅବସର ନେଇଛନ୍ତି। ସୋମବାର ସେ ଏହା ଘୋଷଣା କରିଛନ୍ତି। ମଙ୍ଗଳବାର ଷ୍ଟୋକ୍ସ ତାଙ୍କ...

ପରାଜୟ ସହ ଭାରତର ଆଶା ଶେଷ

ଭୁବନେଶ୍ୱର, ୧୫।୧୦(କ୍ରୀଡ଼ା ପ୍ରତିନିଧି): ଚାପ ସ୍ଥିିତିକୁ ହାତେଇ ପାରିଲାନି ଭାରତ। ପ୍ରଥମାର୍ଦ୍ଧରେ ଉତ୍ସାହୀ ପ୍ରଦର୍ଶନ କରିଥିଲେ ହେଁ ଦ୍ୱିତୀୟାର୍ଦ୍ଧରେ ଏକାଧିକ ତ୍ରୁଟି କରି ୩ଟି ଗୋଲ...

ରାଜକୋଟରେ ଖେଳାଯିବ ନିର୍ଣ୍ଣାୟକ ମୁକାବିଲା, କିଛି ଏଭଳି ରହିଛି ଟିମ୍‌ ଇଣ୍ଡିଆର ରେକର୍ଡ

ନୂଆଦିଲ୍ଲୀ,୬।୧: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟି୨୦ ସିରିଜ ଖେଳାଯାଉଛି। ତିନି ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ଉଭୟ ଟିମ୍‌ ୧-୧, ବରାବର ସ୍ଥିତିରେ ରହିଛି।...

ଭାରତୀୟ ମହିଳା ଫୁଟ୍‌ବଲ କୋଚ୍‌ ପଦ ଛାଡ଼ିଲେ ମେମୋଲ

ନୂଆଦିଲ୍ଲୀ, ୨୧।୭(ପି.ଟି.)- ମେମୋଲ ରକି ଭାରତୀୟ ମହିଳା ଫୁଟ୍‌ବଲ ଦଳର କୋଚ୍‌ ପଦ ଛାଡ଼ିଛନ୍ତି। ଗତ ୪ ବର୍ଷ ଧରି ଜାତୀୟ ଦଳ ଦାୟିତ୍ୱରେ ଥିବା...

ରାଗିଗଲା ବିସିସିଆଇ: ଡ୍ରେସିଂ ରୁମ୍‌ ବିବାଦକୁ ନେଇ ଖୁଲାସା

ନୂଆଦିଲ୍ଲୀ,୩୦।୯: ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ମିଡିଆ ରିପୋର୍ଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି। କିଛି ବରିଷ୍ଠ ଖେଳାଳି ବିରାଟ...

ବାୟୋ-ବବଲ୍‌ ଉପରେ ଉଠିଲା ପ୍ରଶ୍ନ: ‘ଯଦି ନିୟମ କଡ଼ାକଡ଼ି, କିଭଳି ସଂକ୍ରମିତ ହେଲେ କ୍ରୁନାଲ’

କଲମ୍ବୋ,୨୭।୭: ଭାରତ-ଶ୍ରୀଲଙ୍କା ମଧ୍ୟରେ ଟି୨୦ ସିରିଜ୍‌ର ଦ୍ୱିତୀୟ ମୁକାବିଲା ମଙ୍ଗଳବାର ଖେଳାଯିବାର ଥିଲା। ହେଲେ ମ୍ୟାଚ୍‌ର କିଛି ଘଣ୍ଟା ପୂର୍ବରୁ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା କରୋନା...

Advertisement
Archives

Model This Week