Posted inଖେଳ

ଟିମ ଇଣ୍ଡିଆ ଉପରେ ICCର ଛାଟ: ଲାଗିଲା ମୋଟା ଜରିମାନା, ଏହି ଭୁଲ ପାଇଁ ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୧୯।୧୧: ଗୁରୁବାର ଠାରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଖେଳିବ ଟିମ ଇଣ୍ଡିଆ। କିନ୍ତୁ ଏହାର ଦିନକ ପୂର୍ବରୁ ଅର୍ଥାତ୍‌ ବୁଧବାର (୧୮ ନଭେମ୍ବର) ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତୀୟ ଦଳ ଉପରେ ବଡ଼ ଜରିମାନା ଲଗାଇଛି। ନଭେମ୍ବର ୧୫ ତାରିଖରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସିରିଜର ପଞ୍ଚମ ଦିନିକିଆ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତୀୟ ଦଳ ଧିମା ଓଭର ଗତି ପାଇଁ ଦୋଷୀ ସାବ୍ୟସ୍ତ ହୋଇଛି। ଏଥିପାଇଁ ଶୁଭମନ ଗିଲଙ୍କ ନେତୃତ୍ୱାଧୀନ ଟିମ ଇଣ୍ଡିଆ ଉପରେ ମ୍ୟାଚ ଫି’ର ୩୫ ପ୍ରତିଶତ ଜରିମାନା ଲଗାଯାଇଛି।

ସମୟର ରିହାତିକୁ ବିଚାରକୁ ନେବା ପରେ ମଧ୍ୟ ଭାରତୀୟ ଦଳ ନିର୍ଦ୍ଧାରିତ ଓଭର ରେଟ୍‌ଠାରୁ ୭ ଓଭର ପଛରେ ରହିଥିଲା। ଖେଳାଳି ଓ ଖେଳାଳି ସହାୟକ କର୍ମଚାରୀଙ୍କ ପାଇଁ ଆଇସିସି ଆଚରଣ ସଂହିତାର ଧାରା ୨.୨୨ ଅନୁଯାୟୀ, ନିର୍ଦ୍ଧାରିତ ଓଭର ରେଟ୍‌ଠାରୁ ପ୍ରତ୍ୟେକ ଓଭର ପଛରେ ରହିବା ପାଇଁ ଖେଳାଳିଙ୍କ ମ୍ୟାଚ ଫି’ର ୫ ପ୍ରତିଶତ ଜରିମାନା ଲଗାଯାଇଥାଏ। ତେବେ ଏହି ଜରିମାନାର ସର୍ବାଧିକ ସୀମା ୫୦ ପ୍ରତିଶତ ରହିଛି।

ଆଇସିସି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, ଭାରତର ଷ୍ଟାଣ୍ଡ-ଇନ ଦିନିକିଆ ଅଧିନାୟକ ଶ୍ରେୟସ ଆୟର ମ୍ୟାଚ ରେଫରି ରଞ୍ଜନ ମଦୁଗଲେଙ୍କ ଦ୍ୱାରା ଦିଆଯାଇଥିବା ଦଣ୍ଡକୁ ସ୍ବୀକାର କରିନେଇଥିଲେ। ଫଳରେ ଆନୁଷ୍ଠାନିକ ଶୁଣାଣିର ଆବଶ୍ୟକତା ପଡ଼ିନଥିଲା।

ପଞ୍ଚମ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ବିଜୟ ସହ ଭାରତୀୟ ଦଳ ସିରିଜ ନିଜ ନାମରେ କରିଥିଲା। ପଞ୍ଚମ ମ୍ୟାଚର ଆରମ୍ଭରେ ଭାରତୀୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ମଧ୍ୟକ୍ରମ ବ୍ୟାଟର୍ମାନେ ଦଳକୁ ସମ୍ଭାଳିଥିଲେ। ଇଶାନ କିଶନ ଓ ଅକ୍ଷର ପଟେଲ ୪୬ ରନ ଲେଖାଏ ସଂଗ୍ରହ କରି ଭାରତର ସ୍କୋରକୁ ୨୦୯ ରନରେ ପହଞ୍ଚାଇଥିଲେ।

ଜବାବରେ ନ୍ୟୁଜିଲାଣ୍ଡ ଦଳ ୧୮୭ ରନରେ ଅଲଆଉଟ ହୋଇଯାଇଥିଲା। ଭାରତୀୟ ବୋଲର୍ମାନେ ଚମତ୍କାର ପ୍ରଦର୍ଶନ କରି ୨୨ ରନରେ ବିଜୟ ହାସଲ କରିଥିଲେ। ଏହା ସହ ଭାରତ ୩-୧ରେ ସିରିଜ ଜିତିଥିଲା।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କ ଆର୍ଥିକ ବିପର୍ଯ୍ୟୟ ବୟାନ ପରେ ମୋଦିଙ୍କ ବଡ଼ ବାର୍ତ୍ତା, କହିଲେ ଭାରତ ସଠିକ୍ ରାସ୍ତାରେ…

ଦେଶର ଅର୍ଥନୀତିକୁ ନେଇ ମତ ରଖିବା ସହ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । FICCIର ଶତବାର୍ଷିକୀ ସମ୍ମିଳନୀ ଓ ବାର୍ଷିକ ସାଧାରଣ ସଭା-୨୦୨୬କୁ…

ଆପଣ ଜଣେ ଅଦ୍ଭୁତ ନେତା… ଚାଇନା ରାଷ୍ଟ୍ରପତିଙ୍କୁ କାହିଁକି ଏମିତି କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୧୯।୧୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନେତୃତ୍ୱ ଏବଂ ଚାଇନାରେ ତାଙ୍କୁ ମିଳିଥିବା ଭବ୍ୟ ସ୍ବାଗତର ଖୋଲା ପ୍ରଶଂସା କରିଛନ୍ତି। ୱାଶିଂଟନ…

କୂଅରୁ ୮ ମାସର ଶିଶୁପୁତ୍ରର ମୃତଦେହ ଉଦ୍ଧାର: ସନ୍ଦେହ ଘେରରେ ମା’

ସମ୍ବଲପୁର,୧୯।୧୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲି ଯୁଯୋମୁରା ଥାନା ଅନ୍ତର୍ଗତ ହରିଜନପଡ଼ାର ଏକ ପରିତ୍ୟକ୍ତ କୂଅ ଭିତରୁ ଜଣେ ୮ ମାସର ଶିଶୁପୁତ୍ରର ମୃତଦେହ ଉଦ୍ଧାର କରାଯାଇଛି। ଖବର…

ଲଭ୍‌ ଲାଇଫ୍‌କୁ ନେଇ ମୁହଁ ଖୋଲିଲେ ଅନନ୍ୟା ପାଣ୍ଡେ, କହିଲେ ଖୁସି….

ନୂଆଦିଲ୍ଲୀ,୧୯।୧୧: ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏବେ ନିଜ ୱେବ୍‌ ସିରିଜ୍‌ ‘କଲ୍‌ ମି ବେ’ର ଦ୍ୱିତୀୟ ସିଜନ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହାରି ମଧ୍ୟରେ…

କେମ୍ୱ୍ରିଜ ଡିକ୍ସନାରିର ୨୦୨୬ର ଶ୍ରେଷ୍ଠ ଶବ୍ଦ ‘ହୁମାନ୍‌’

ଲଣ୍ଡନ, ୧୯ା୧୧ (ପି.ଟି.): କୃତି୍ରିମ ବୃଦ୍ଧିମତ୍ତା (ଏଆଇ)ର ଅଗ୍ରଗତି ଏବଂ ଏହାକୁ ନେଇ ସୃଷ୍ଟି ହୋଇଥିବା ଭୟ ମଧ୍ୟରେ କେମ୍ୱ୍ରିଜ ଡିକ୍ସନାରି ୨୦୨୬ ପାଇଁ ‘ହୁମାନ୍‌’ ଶବ୍ଦକୁ…

ପଡ଼ିଆ ମଝିରେ ଏମିତି କାମ କଲେ ରିଷଭ ପନ୍ତ: ଚିତ୍କାର କଲେ ଗିଲ୍‌, ଦେଖନ୍ତୁ VIDEO

ୱେଲିଂଟନ,୧୯।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୱେଲିଂଟନ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଟିମ ଇଣ୍ଡିଆକୁ ଏକ ବଡ଼ ଝଟକା ଲାଗିଛି। ଦିନର ତୃତୀୟ ସେସନ୍ରେ…

ଧୋନୀଙ୍କ ଅବସରକୁ ନେଇ ସଚିନଙ୍କ ବଡ଼ ବୟାନ: କଲେ ଏଭଳି ଖୁଲାସା, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୯।୧୧: ଆଇପିଏଲ ୨୦୨୭ ପାଇଁ ସମସ୍ତ ୧୦ଟି ଟିମ ନଭେମ୍ବର ୧୭ ତାରିଖରେ ନିଜ ନିଜର ରିଟେନ ଓ ରିଲିଜ ଖେଳାଳିଙ୍କ ତାଲିକା ଜାରି କରିଥିଲେ। ସେହିଦିନ…

ସଡ଼କ ଦୁର୍ଘଟଣା ନେଉଛି ଜୀବନ, ଆଖି ବୁଜିଛି ପ୍ରଶାସନ

ବରଗଡ଼,୧୯।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସଡ଼କ ସୁରକ୍ଷା ଚିନ୍ତାର ବିଷୟ ପାଲଟିଛି। ଜିଲାରେ ସଡ଼କ ଦୁର୍ଘଟଣା ଏବେ ସାଧାରଣରେ ପରିଣତ ହୋଇଛି। ଦିନକୁ ଦିନ ଏଠାରେ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?