Odisha Elections 2024
Posted inଖେଳ

୨୦୨୩ ବର୍ଷର ଶ୍ରେଷ୍ଠ ଟି -୨୦ ଦଳ ଘୋଷଣା କଲା ଆଇସିସି, ସୂର୍ଯ୍ୟକୁମାରଙ୍କୁ ମିଳିଲା ଅଧିନାୟକତ୍ୱ

ନୂଆଦିଲ୍ଲୀ,୨୨।୧: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୨୦୨୩ ବର୍ଷର ଶ୍ରେଷ୍ଠ ଟି -୨୦ ଦଳ ଘୋଷଣା କରିଛି। ଆଇସିସି ଭାରତର ସୂର୍ଯ୍ୟକୁମାର ଯାଦବଙ୍କୁ ଏହି ଦଳର ଅଧିନାୟକ କରିଛି। ସୂର୍ଯ୍ୟଙ୍କ ବ୍ୟତୀତ ଭାରତର ଯଶସ୍ବୀ ଜୟସ୍ବାଲ, ରବି ବିଷ୍ଣୋଇ ଏବଂ ଅର୍ଶଦୀପ ସିଂ ମଧ୍ୟ ଏହି ଦଳର ଅଂଶ ଅଟନ୍ତି। ଏଥି ସହିତ ପାକିସ୍ତାନର କୌଣସି ଖେଳାଳି ଏହି ଦଳରେ ଅନ୍ତର୍ଭୁକ୍ତ ନୁହଁନ୍ତି।

ଆଇସିସି ଏହି ଦଳରେ ଭାରତର ୪ ଜଣ ଖେଳାଳି, ଜିମ୍ବାୱେରୁ ଦୁଇ ଜଣ, ଇଂଲଣ୍ଡର ଜଣେ, ୱେଷ୍ଟଇଣ୍ଡିଜରୁ ଜଣେ, ଆୟର୍ଲାଣ୍ଡର ଜଣେ ଏବଂ ନ୍ୟୁଜିଲ୍ୟାଣ୍ଡର ଜଣେ ଖେଳାଳି ଅଛନ୍ତି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଆଇସିସି ମଧ୍ୟ ୨୦୨୩ ବର୍ଷର ଶ୍ରେଷ୍ଠ ଟି -୨୦ ଦଳରେ ଉଗାଣ୍ଡାରୁ ଜଣେ ଖେଳାଳି ଚୟନ କରିଛି। ଏଥି ସହିତ ଆଇସିସି ପାକିସ୍ତାନର କୌଣସି ଖେଳାଳିଙ୍କୁ ଶ୍ରେଷ୍ଠ ଟି -୨୦ ଦଳରେ ଚୟନ କରି ନାହିଁ।

ଆଇସିସି ୨୦୨୩ର ଶ୍ରେଷ୍ଠ ଟି -୨୦ରେ ଭାରତର ଯୁବ ଓପନର୍‌ ଯଶସ୍ବୀ ଜୟସ୍ବାଲ, ବିସ୍ଫୋରକ ବ୍ୟାଟର ସୂର୍ଯ୍ୟକୁମାର ଯାଦବ, ଲେଗ ସ୍ପିନର ରବି ବିଷ୍ଣୋଇ ଏବଂ ଦ୍ରୁତ ବୋଲର ଅର୍ଶଦୀପ ସିଂଙ୍କୁ ଚୟନ କରିଛନ୍ତି। ସେହିପରି ଜିମ୍ବାୱେ ଅଧିନାୟକ ସିକନ୍ଦର ରଜା ଏବଂ ଦ୍ରୁତ ବୋଲର ରିଚାର୍ଡ ନାଗରୱା ମଧ୍ୟ ଏହି ଦଳର ଅଂଶ ଅଟନ୍ତି। ନ୍ୟୁଜିଲ୍ୟାଣ୍ଡର ମାର୍କ ଚାପମାନ ଏବଂ ଆୟର୍ଲାଣ୍ଡର ଅଲରାଉଣ୍ଡର ମାର୍କ ଅଡାୟର ମଧ୍ୟ ଆଇସିସି ଦ୍ୱାରା ବର୍ଷର ଶ୍ରେଷ୍ଠ ଟି -୨୦ ଦଳରେ ମନୋନୀତ ହୋଇଛନ୍ତି। ଏମାନଙ୍କ ବ୍ୟତୀତ ୨୦୨୪ ରେ ଅନସୋଲ୍ଡ ରହିଥିବା ଇଂଲଣ୍ଡର ଫିଲ ସାଲ୍ଟ ମଧ୍ୟ ଏହି ଦଳର ଏକ ଅଂଶ।

ସୂଚନାଯୋଗ୍ୟ, ପ୍ରତିବର୍ଷ ଆଇସିସି ସମସ୍ତ ତିନୋଟି ଫର୍ମାଟ୍‌ରେ ଶ୍ରେଷ୍ଠ ପୁରୁଷ ଏବଂ ମହିଳା ଦଳ ଚୟନ କରେ । ବିଶ୍ୱର ବିଭିନ୍ନ ସ୍ଥାନରୁ ୧୧ ଜଣ ଖେଳାଳି ଯେଉଁମାନେ ଭଲ ପ୍ରଦର୍ଶନ କରନ୍ତି ଏହି ଦଳରେ ସ୍ଥାନ ପାଆନ୍ତ। ଦଳ ବ୍ୟତୀତ, ଆଇସିସି ମଧ୍ୟ ପ୍ରତ୍ୟେକ ଫର୍ମାଟ୍‌ରେ ଜଣେ ଶ୍ରେଷ୍ଠ ଖେଳାଳି ଚୟନ କରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବେଲଜିୟମକୁ ହରାଇଲା ଭାରତ

ଆଣ୍ଟ୍ବେର୍ପ, ୨୨।୫: ଭାରତୀୟ ଜୁନିୟର ପୁରୁଷ ହକି ଦଳ ବିଜୟ ସହ ଏହାର ୟୁରୋପ ଟୁର୍‌ ଆରମ୍ଭ କରିଛି। ଉପ-ଅଧିନାୟକ ଶାରଦାନନ୍ଦ ତିଓ୍ବାରୀଙ୍କ ଡବଲ ଗୋଲ...

ଟାଇଟଲ ବଜାୟ ରଖିଲେ ସୁମିତ

କୋବ୍‌ (ଜାପାନ), ୨୨ା୫ : ଭାରତର ସୁମିତ ଅଣ୍ଟିଲ ଏଠାରେ ଚାଲିଥିବା ବିଶ୍ୱ ପାରା ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ରେ ତାଙ୍କ ଏଫ୍‌୬୪ ଜାଭେଲିନ୍‌ ଥ୍ରୋ ବିଶ୍ୱ ଟାଇଟଲ...

ନମ୍ବର ଓ୍ବାନକୁ ଫେରିଲେ ସାତ୍ତ୍ୱିକ-ଚିରାଗ

ନୂଆଦିଲ୍ଲୀ, ୨୨ା୫ (ପି.ଟି.): ଥାଇଲାଣ୍ଡ ଓପନରେ ସଫଳତା ପରେ ଭାରତର ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ପୁଣି ବିଶ୍ୱର ନମ୍ବର ଓ୍ବାନ ର଼୍ୟାଙ୍କିଙ୍ଗ ପୁରୁଷ...

କେକେଆର୍‌କୁ ଫାଇନାଲ ଟିକେଟ, ହାଇଦ୍ରାବାଦ ପାଖରେ ଆଉ ଏକ ସୁଯୋଗ

ଅହମ୍ମଦାବାଦ,୨୧।୫: ଆଇପିଏଲ୍‌ ୨୦୨୪ ସିଜନର ପ୍ରଥମ ଫାଇନାଲ ଟିକେଟ ପାଇଛି ଶ୍ରେୟସ ଆୟର ନେତୃତ୍ୱାଧୀନ କୋଲକାତା ନାଇଟ ରାଇଡର୍ସ(କେକେଆର୍‌)। ଏହା ଦଳ ପାଇଁ ଆଇପିଏଲ୍‌ ଇତିହାସରେ...

ଆଇପିଏଲ୍‌ ୨୦୨୪ ଫାଇନାଲ ଖେଳିବ ଏହି ଦୁଇ ଟିମ୍‌!

ନୂଆଦିଲ୍ଲୀ,୨୧।୫: ଆଇପିଏଲ୍‌ ୨୦୨୪ ଏହାର ଅନ୍ତିମ ଚରଣରେ ପହଞ୍ଚିଛି। ୧୦ ଟିମ୍‌ ମଧ୍ୟରେ ଆରମ୍ଭ ହୋଇଥିବା ଟୁର୍ନାମେଣ୍ଟରେ ଏବେ କେବଳ ୪ ଟିମ୍‌ ପ୍ଲେ ଅଫ୍‌...

କ୍ୱାଲିଫାୟରରେ ଆଣ୍ଠେଇଲା ହାଇଦ୍ରାବାଦ; ବ୍ୟାଟିଂ ଫାୟାର ପାଓ୍ବାର୍‌ ଫେଲ୍‌, କୋଲକାତାକୁ ମାତ୍ର ଏତିକି ରନ୍‌ର ସହଜ ଟାର୍ଗେଟ…

ଅହମ୍ମଦାବାଦ,୨୧।୫: ଆଇପିଏଲ୍‌ ୨୦୨୪ ସିଜନରେ ପ୍ଲେଅଫ୍‌ର ରୋମାଞ୍ଚ ଆରମ୍ଭ ହୋଇଛି। ପ୍ରଥମ କ୍ୱାଲିଫାୟରରେ କୋଲକାତା ନାଇଟ ରାଇଡର୍ସ(କେକେଆର୍‌) ଏବଂ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେଉଛି। ନରେନ୍ଦ୍ର...

କୋଲକାତା ବିପକ୍ଷରେ ଟସ୍‌ ଜିତିଲା ହାଇଦ୍ରାବାଦ, ନେଲା ଏହି ନିଷ୍ପତ୍ତି

ଅହମ୍ମଦାବାଦ,୨୧।୫: ଆଇପିଏଲ୍‌ କ୍ୱାଲିଫାୟର- ୧ ମୁକାବିଲା ମଙ୍ଗଳବାର କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌) ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା...

ଗମ୍ଭୀର ନା ଫ୍ଲେମିଂ, କିଏ ହେବେ ଭାରତର କୋଚ୍‌? ମହେନ୍ଦ୍ର ସିଂ ଧୋନୀ ନେବେ ନିଷ୍ପତ୍ତି !

ନୂଆଦିଲ୍ଲୀ,୨୧।୫: ଟି୨୦ ବିଶ୍ୱକପ୍‌ ପରେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ପଦ ଖାଲି ହୋଇଯିବ। ଏଥିଲାଗି ବିସିସିଆଇ ନୂଆ କୋଚ୍‌ ଖୋଜିବା ଆରମ୍ଭ କରିଛି। ନ୍ୟାଶନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri