Posted inଖେଳ

୨୦୨୩ ବର୍ଷର ଶ୍ରେଷ୍ଠ ଟି -୨୦ ଦଳ ଘୋଷଣା କଲା ଆଇସିସି, ସୂର୍ଯ୍ୟକୁମାରଙ୍କୁ ମିଳିଲା ଅଧିନାୟକତ୍ୱ

ନୂଆଦିଲ୍ଲୀ,୨୨।୧: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୨୦୨୩ ବର୍ଷର ଶ୍ରେଷ୍ଠ ଟି -୨୦ ଦଳ ଘୋଷଣା କରିଛି। ଆଇସିସି ଭାରତର ସୂର୍ଯ୍ୟକୁମାର ଯାଦବଙ୍କୁ ଏହି ଦଳର ଅଧିନାୟକ କରିଛି। ସୂର୍ଯ୍ୟଙ୍କ ବ୍ୟତୀତ ଭାରତର ଯଶସ୍ବୀ ଜୟସ୍ବାଲ, ରବି ବିଷ୍ଣୋଇ ଏବଂ ଅର୍ଶଦୀପ ସିଂ ମଧ୍ୟ ଏହି ଦଳର ଅଂଶ ଅଟନ୍ତି। ଏଥି ସହିତ ପାକିସ୍ତାନର କୌଣସି ଖେଳାଳି ଏହି ଦଳରେ ଅନ୍ତର୍ଭୁକ୍ତ ନୁହଁନ୍ତି।

ଆଇସିସି ଏହି ଦଳରେ ଭାରତର ୪ ଜଣ ଖେଳାଳି, ଜିମ୍ବାୱେରୁ ଦୁଇ ଜଣ, ଇଂଲଣ୍ଡର ଜଣେ, ୱେଷ୍ଟଇଣ୍ଡିଜରୁ ଜଣେ, ଆୟର୍ଲାଣ୍ଡର ଜଣେ ଏବଂ ନ୍ୟୁଜିଲ୍ୟାଣ୍ଡର ଜଣେ ଖେଳାଳି ଅଛନ୍ତି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଆଇସିସି ମଧ୍ୟ ୨୦୨୩ ବର୍ଷର ଶ୍ରେଷ୍ଠ ଟି -୨୦ ଦଳରେ ଉଗାଣ୍ଡାରୁ ଜଣେ ଖେଳାଳି ଚୟନ କରିଛି। ଏଥି ସହିତ ଆଇସିସି ପାକିସ୍ତାନର କୌଣସି ଖେଳାଳିଙ୍କୁ ଶ୍ରେଷ୍ଠ ଟି -୨୦ ଦଳରେ ଚୟନ କରି ନାହିଁ।

ଆଇସିସି ୨୦୨୩ର ଶ୍ରେଷ୍ଠ ଟି -୨୦ରେ ଭାରତର ଯୁବ ଓପନର୍‌ ଯଶସ୍ବୀ ଜୟସ୍ବାଲ, ବିସ୍ଫୋରକ ବ୍ୟାଟର ସୂର୍ଯ୍ୟକୁମାର ଯାଦବ, ଲେଗ ସ୍ପିନର ରବି ବିଷ୍ଣୋଇ ଏବଂ ଦ୍ରୁତ ବୋଲର ଅର୍ଶଦୀପ ସିଂଙ୍କୁ ଚୟନ କରିଛନ୍ତି। ସେହିପରି ଜିମ୍ବାୱେ ଅଧିନାୟକ ସିକନ୍ଦର ରଜା ଏବଂ ଦ୍ରୁତ ବୋଲର ରିଚାର୍ଡ ନାଗରୱା ମଧ୍ୟ ଏହି ଦଳର ଅଂଶ ଅଟନ୍ତି। ନ୍ୟୁଜିଲ୍ୟାଣ୍ଡର ମାର୍କ ଚାପମାନ ଏବଂ ଆୟର୍ଲାଣ୍ଡର ଅଲରାଉଣ୍ଡର ମାର୍କ ଅଡାୟର ମଧ୍ୟ ଆଇସିସି ଦ୍ୱାରା ବର୍ଷର ଶ୍ରେଷ୍ଠ ଟି -୨୦ ଦଳରେ ମନୋନୀତ ହୋଇଛନ୍ତି। ଏମାନଙ୍କ ବ୍ୟତୀତ ୨୦୨୪ ରେ ଅନସୋଲ୍ଡ ରହିଥିବା ଇଂଲଣ୍ଡର ଫିଲ ସାଲ୍ଟ ମଧ୍ୟ ଏହି ଦଳର ଏକ ଅଂଶ।

ସୂଚନାଯୋଗ୍ୟ, ପ୍ରତିବର୍ଷ ଆଇସିସି ସମସ୍ତ ତିନୋଟି ଫର୍ମାଟ୍‌ରେ ଶ୍ରେଷ୍ଠ ପୁରୁଷ ଏବଂ ମହିଳା ଦଳ ଚୟନ କରେ । ବିଶ୍ୱର ବିଭିନ୍ନ ସ୍ଥାନରୁ ୧୧ ଜଣ ଖେଳାଳି ଯେଉଁମାନେ ଭଲ ପ୍ରଦର୍ଶନ କରନ୍ତି ଏହି ଦଳରେ ସ୍ଥାନ ପାଆନ୍ତ। ଦଳ ବ୍ୟତୀତ, ଆଇସିସି ମଧ୍ୟ ପ୍ରତ୍ୟେକ ଫର୍ମାଟ୍‌ରେ ଜଣେ ଶ୍ରେଷ୍ଠ ଖେଳାଳି ଚୟନ କରେ।


Enter your email to get our daily news in your inbox.

All Right Reserved By Dharitri.Com

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?