ବଲିଉଡ୍‌ରେ ଡେବ୍ୟୁ କରିବେ ଇବ୍ରାହିମ

ମୁମ୍ବାଇ: ଅଭିନେତା ସୈଫ୍‌ ଅଲୀ ଖାନ୍‌ ଓ ତାଙ୍କ ପ୍ରଥମ ସ୍ତ୍ରୀ ଅମୃତା ସିଂଙ୍କ ପୁଅ ଇବ୍ରାହିମ ଅଲୀ ଖାନ୍‌ ଖୁବ୍‌ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏନେଇ ଫିଲ୍ମ ନିର୍ମାତା କରନ ଜୋହର ସୋସିଆଲ ମିଡିଆରେ ଏକ ଭାବନାତ୍ମକ ପୋଷ୍ଟ କରି ସୂଚନା ଦେଇଛନ୍ତି। କରନଙ୍କ ପ୍ରଡକ୍ସନ ହାଉସ ଧର୍ମା ପ୍ରଡକ୍ସନର ଏକ ଫିଲ୍ମରେ ଇବ୍ରାହିମ ଡେବ୍ୟୁ କରିବେ। ଇବ୍ରାହିମଙ୍କ ଡେବ୍ୟୁ ନେଇ କରନ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଲେଖିଛନ୍ତି, ପଟୌଦି ଅଲୀ ଖାନ୍‌ ପରିବାର ସହ ତାଙ୍କର ୪୦ ବର୍ଷର ପୁରୁଣା ସମ୍ପର୍କ ରହିଛି। ଉକ୍ତ ପରିବାରକୁ ସେ ବହୁ ସମ୍ମାନ କରନ୍ତି। ସେ ମାତ୍ର ୧୨ ବର୍ଷ ବୟସର ହୋଇଥିବାବେଳେ ଇବ୍ରାହିମଙ୍କ ମା’ ଅମୃତାଙ୍କୁ ପ୍ରଥମଥର ପାଇଁ ଭେଟିଥିଲେ। ସେ ଧର୍ମା ପ୍ରଡକ୍ସନର ବ୍ୟାନରରେ ତାଙ୍କ ବାପାଙ୍କ ସହ ଅନେକ ଫିଲ୍ମରେ କାମ କରିଛନ୍ତି ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି, କ୍ୟାମେରା ସାମ୍‌ନାରେ ଅମୃତାଙ୍କର ସାମର୍ଥ୍ୟ ଅତ୍ୟନ୍ତ ଚମତ୍କାର ଥିଲା। ସେହିପରି ହିନ୍ଦୀ ଭାଷାରେ ପ୍ରଗାଢ଼ ଜ୍ଞାନ ଥିବାରୁ
ଅମୃତା ଅତି ସହଜରେ ଏବଂ ଉଚ୍ଚୋକୋଟୀର ଭାବେ ଡାଏଲଗଗୁଡ଼ିକୁ ସମ୍ପାଦନ କରିପାରୁଥିଲେ। ଚଳଚ୍ଚିତ୍ର ପ୍ରତି ଆଗ୍ରହ ପଟୌଦି ଅଲୀ ଖାନ୍‌ ପରିବାରର ରକ୍ତ ଏବଂ ଡିଏନ୍‌ଏରେ ରହିଛି। ଏହି ପରିବାରର ଆଗାମୀ ପିଢ଼ି ଇବ୍ରାହିମ ଅଲୀ ଖାନ୍‌ ପଟୌଦୀ ଖୁବ୍‌ଶୀଘ୍ର ଧର୍ମା ପ୍ରଡକ୍ସନର ବ୍ୟାନରରେ ବଡ଼ ପରଦାରେ ନଜରକୁ ଆସିବା ସହ ଦର୍ଶକଙ୍କ ହୃଦୟରେ ରାଜ୍‌ କରିବେ। କରନଙ୍କ ଏହି ପୋଷ୍ଟରେ ବଲିଉଡ୍‌ର ଅନେକ ତାରକା କମେଣ୍ଟ କରି ଇବ୍ରାହିମଙ୍କୁ ଅଭିନନ୍ଦନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

ଭାଜପା ଏମପିଙ୍କୁ ବଡ଼ ପରାମର୍ଶ ଦେଲେ ମୋଦି, ବର୍ତ୍ତମାନ ଉପରେ ଫୋକସ୍…

ନୂଆଦିଲ୍ଲୀ,୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିବା ଭାରତୀୟ ଜନତା ପାର୍ଟି (ଭାଜପା)ର ୩୭ ଜଣ ନୂଆ ଏମପିଙ୍କ ବୈଠକ କରିଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri