Posted inଖେଳ

ବିଶ୍ୱ ଜୁନିୟର ବକ୍ସିଂରେ ଭାରତର ଉଲ୍ଲେଖନୀୟ ସଫଳତା: ୮ ବକ୍ସରଙ୍କ ପଦକ ପକ୍କା

ନୂଆଦିଲ୍ଲୀ,୩୦ା୧୧: ଆର୍ମେନିଆର ୟେରେଭାନ୍‌ଠାରେ ଚାଲିଥିବା ଆଇବିଏ ଜୁନିୟର ଓ୍ବାଲର୍‌ଡ ବକ୍ସିଂ ଚାମ୍ପିୟନଶିପ୍‌ ୨୦୨୩ର ୬ଷ୍ଠ ଦିବସରେ ଭାରତକୁ ଉଲ୍ଲେଖନୀୟ ସଫଳତା ମିଳିଛି। ୮ବକ୍ସର ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି। ଟୁର୍ନାମେଣ୍ଟରେ ଭାଗ ନେଇଥିବା ୮ଜୁନିୟର ବାଳିକାଙ୍କ ମଧ୍ୟରୁ ୬ ଜଣ ସେମିଫାଇନାଲରେ ପ୍ରବେଶ କରିଛନ୍ତି।

ଏସିଆନ ଜୁନିୟର ବକ୍ସିଂ ଚାମ୍ପିୟନଶିପ୍‌ର ଦୁଇ ସ୍ବର୍ଣ୍ଣ ବିଜେତା ପରୀ (୫୦କେଜି) ଓ ନିଧି (୬୬କେଜି) ଯଥା କ୍ରମେ ରୋମାନିଆର ମୁଲର ମିକାଏଲା ଓ ଚାଇନିଜ ତାଇପେର କାଓ ଚିନ୍‌ ଆଇଙ୍କ ବିପକ୍ଷରେ  ୫-୦ରେ ସହଜ ବିଜୟ ହାସଲ କରିଛନ୍ତି।

ପାୟଲ (୪୮କେଜି) ୫-୦ରେ ଆୟର୍ଲାଣ୍ଡର ଡୋହର୍ଟି ଲରେନଙ୍କୁ ପରାସ୍ତ କରିଥିବା ବେଳେ ଆମିଶା (୫୪କେଜି)ରେ ଦକ୍ଷିଣ କୋରିଆର କିିମ୍‌ ଜିଆଇଙ୍କୁ ହରାଇ ଦେଇଛନ୍ତି। ଏସିଆନ ଜୁନିୟର ରୌପ୍ୟ ପଦକ ବିଜେତା ନେହା ଲୁଥିନୀ (୪୬କେଜି) ବେଲାରୁଷର ହିକୋସ୍କାୟା ଆନହେଲିନାଙ୍କୁ ୪-୧ ବିଭାଜିତ ନିଷ୍ପତ୍ତିରେ ହରାଇ ଦେଇଛନ୍ତି।

ପ୍ରାଚୀ (୫୪କେଜି) କାଜାଖସ୍ତାନର ସିଥାନକାଇଜିକ୍‌ ପାନାରଙ୍କ ବିପକ୍ଷରେ କଷ୍ଟସାଧ୍ୟ ବିଜୟ ହାସଲ କରିଛନ୍ତି। ପ୍ରଥମ ରାଉଣ୍ଡରେ ତାଙ୍କୁ ସଂଘର୍ଷ କରିବାକୁ ପଡ଼ିଥିଲା। ଶେଷ ଦୁଇ ରାଉଣ୍ଡରେ ଦୃଢ ପ୍ରତ୍ୟାବର୍ତ୍ତନ ସହ ସେ ୩-୨ରେ ମୁକାବିଲା ଜିତି ନେଇଥିଲେ। ଭାରତର ଏକମାତ୍ର ମହିଳା ଜୟଶ୍ରୀ ଦେବୀ ଏକତରଫା ମୁକାବିଲାରେ ରୁଷିଆର ଲିଓନେଭା କିରାଙ୍କଠାରୁ ୧-୪ରେ ହାରିଯାଇଛନ୍ତି।

ବାଳକ ବିଭାଗରେ ୪ ଭାରତୀୟ ବକ୍ସର ପଦକ ରାଉଣ୍ଡକୁ ଉନ୍ନୀତ ହେବାରେ ସଫଳ ହୋଇଛନ୍ତି। ବାଳକ ବିଭାଗରେ ୪ ଭାରତୀୟ ବକ୍ସରଙ୍କ ମଧ୍ୟରୁ ୨ଜଣ ପଦକ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଏସିଆନ ଜୁନିୟର ସ୍ବର୍ଣ୍ଣ ବିଜେତା ହାର୍ଦ୍ଦିକ ପନଓ୍ବାର (୮୦କେଜି) ଓ ଯତିନ (୫୪କେଜି) ଚମତ୍କାର ପ୍ରଦର୍ଶନ ସହ ଯଥାକ୍ରମେ ଦକ୍ଷିଣ କୋରିଆର ପାର୍କ ଡାମିୟନ ଏବଂ ଜର୍ଜିଆର ମୁସ୍କୁଡିଆନି ଡେଭିକ୍‌ଙ୍କୁ ହରାଇ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି। ବ୍ରିଜେଣ ଟାମଟା (୪୬କେଜି) ଓ ଡିଭାଶ କାଟାରେ (୫୦କେଜି) ଏହି ଦୁଇ ବକ୍ସର କ୍ୱାର୍ଟରଫାଇନାଲରେ ପରାଜିତ ହୋଇଛନ୍ତି। ସେମିଫାଇନାଲ ଡିସେମ୍ବର ୨ରେ ଏବଂ ଫାଇନାଲ ଡିସେମ୍ବର ୩, ୪ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର: ହସ୍ପିଟାଲରରେ ହେଲେ ଭର୍ତ୍ତିି, ଆରୋଗ୍ୟ କାମନା କଲେ…

ପାଟଣା, ୨୨।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…

CJP ପ୍ରଦର୍ଶନ ମଧ୍ୟରେ ଭାଜପା କଲା ବଡ଼ ଘୋଷଣା: ରାହୁଲ ଗାନ୍ଧୀଙ୍କ ବିରୋଧରେ ସାରା ଦେଶରେ ହେବ…

ନୂଆଦିଲ୍ଲୀ,୨୨।୭: ଭାଜପା ଆଜି ସାରା ଦେଶରେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟକୁ ଘେରାଉ କରିବାକୁ ଯାଉଛି। ଭାଜପାର କହିବାନୁଯାୟୀ ରାହୁଲ ଗାନ୍ଧୀ ଦୁର୍ଭାବନାପୂର୍ଣ୍ଣ ମନୋଭାବ ରଖି ପ୍ରଧାନମନ୍ତ୍ରୀ ଆବାସ…

CJP ଆନ୍ଦୋଳନ ଭିତରେ କେନ୍ଦ୍ର ସରକାରଙ୍କ ଠାରେ ବଡ଼ ଦାବି କଲେ ମୁଖ୍ୟମନ୍ତ୍ରୀ ବିଜୟ: NEET ପରୀକ୍ଷାକୁ…

ନୂଆଦିଲ୍ଲୀ,୨୨।୭: କକ୍ରୋଚ ଜନତା ପାର୍ଟି (CJP)ର ପ୍ରଦର୍ଶନ ଏବଂ ବିବାଦ ଭିତରେ ତମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ ଥଲାପତି କେନ୍ଦ୍ର ସରକାରଙ୍କ ନିକଟରେ ଏକ ବଡ଼ ଦାବି ରଖିଛନ୍ତି।…

ଶପିଂ ମଲରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ଜିନିଷ ଜଳିପୋଡ଼ି ଛାରଖାର

ଝାରସୁଗୁଡା, ୨୨।୭(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡା ସରବାହାଲ ରୋଡ଼ସ୍ଥିତ ଭି ଆର୍ଟ ଶପିଂ ମଲ ଏବଂ ଶଙ୍କର ଅଳଙ୍କାର ଦୋକାନରେ ବୁଧୁବାର ଭୋରରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି I…

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

ସୋନମ ୱାଙ୍ଗଚୁକଙ୍କ ପାଇଁ ନ୍ୟୁୟର୍କଠାରୁ ଆରମ୍ଭ କରି ଲଣ୍ଡନ ପର୍ଯ୍ୟନ୍ତ ପ୍ରଦର୍ଶନ, ଭାରତ ସରକାରଙ୍କୁ କଲେ ବଡ଼ ଅପିଲ୍‌

ନୂଆଦିଲ୍ଲୀ,୨୨।୭: ଆମେରିକାସ୍ଥିତ ଏକ ଅଧିକାର ଗ୍ରୁପର କର୍ମକର୍ତ୍ତାମାନେ ଆମରଣ ଅନଶନ କରୁଥିବା ସୋନମ ୱାଙ୍ଗଚୁକଙ୍କ ପ୍ରତି ଏକଜୁଟତା ଜାହିର କରିବା ପାଇଁ ନ୍ୟୁୟର୍କ ଏବଂ ସାନ ହୋଜେରେ…

ଅଙ୍ଗନଦୀରେ ଭାସିଗଲେ ଗୋପାଳକ, ଅଗ୍ନିଶମ ବିଭାଗ ପକ୍ଷରୁ ଚାଲିଛି ଖୋଜାଖୋଜି

ପଦ୍ମପୁର,୨୨।୭ (ପ୍ରଦୀପ୍ତ ଦାଶ) : ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ଅନ୍ତର୍ଗତ ସମ୍ବଲପୁରୀ ଗ୍ରାମ ନିକଟରେ ଥିବା ଅଙ୍ଗନଦୀରେ ଭାସିଯାଇ ଜଣେ ଗୋପାଳକ ନିଖୋଜ ହୋଇଥିବା ଘଟଣା…

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri