Posted inଜାତୀୟ

ସତରେ କ’ଣ ପରିବା ବିକୁଥିଲେ ଆଇଏଏସ୍‌: ଦେଲେ ସଫେଇ

ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶର ଆଇଏଏସ ଅଧିକାରୀ ଅଖିଳେଶ ମିଶ୍ର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଅଖିଳେଶ ମିଶ୍ର ପନିପରିବା ବିକ୍ରି କରୁଥିବା ଦେଖିବାକୁ ମିଳିଛି। ଏକ ଫେସବୁକ ପୋଷ୍ଟରେ ଅଖିଳେଶ ମିଶ୍ର ଏକ ପରିବା ଦୋକାନରେ ବିକ୍ରେତାଙ୍କ ପରି ବସିଥିବାର ନଜର ଆସିଛନ୍ତି। ଏହି ପରିପ୍ରେକ୍ଷୀରେ, ଆଇଏଏସ ଅଖିଳେଶ ମିଶ୍ର ସ୍ପଷ୍ଟ କରିଛନ୍ତି ଯେ ଏହି ଫଟୋ ପ୍ରକୃତରେ ପ୍ରୟାଗରାଜରୁ ଆସିଛି। ଏହି ଫଟୋ ସାଙ୍ଗମାନଙ୍କ ଦ୍ୱାରା ଥଟ୍ଟା କରି ଉଠାଯାଇଥିଲା। ସେ କିଛି କାମ ପାଇଁ ଯିବା ବାଟରେ ପନିପରିବା ବିକ୍ରେତାଙ୍କ ଫଟୋ ଉଠାଇଥିଲେ। ଫଟୋ ଉଠାଇବା ପଛରେ ତାଙ୍କର ଅନ୍ୟ କୌଣସି ଉଦ୍ଦେଶ୍ୟ ନଥିଲା। ସରକାରଙ୍କ ଭାବମୂର୍ତ୍ତିକୁ ଖରାପ କରିବାକୁ କୌଣସି ଉଦ୍ଦେଶ୍ୟ ନ ଥିଲା ସେ ସଫେଇ ଦେଇଛନ୍ତି। ଅଖିଳେଶ ମିଶ୍ର ତାଙ୍କ ବିବୃତ୍ତିରେ ସ୍ପଷ୍ଟ କରିଛନ୍ତି ଯେ ସେ ସରକାରୀ କାର୍ଯ୍ୟ ପାଇଁ ପ୍ରୟାଗରାଜକୁ ଯିବାବେଳେ ଏହି ଫଟୋ ଉଠାଯାଇଥିଲା। ଫେରି ଆସିବାବେଳେ ପନିପରିବା ଦେଖିବା ପାଇଁ ଗୋଟିଏ ସ୍ଥାନରେ ଅଟକି ଥିଲେ। ପନିପରିବା ବିକ୍ରେତା ଜଣେ ବୁଦ୍ଧା ଥିଲେ, ଯିଏ ମୋତେ ତାଙ୍କ ପନିପରିବା ଉପରେ ନଜର ରଖିବାକୁ ଅନୁରୋଧ କରିଥିଲେ, ସେ ଏକ ଜିଫିରେ ଆସନ୍ତି। ବୋଧହୁଏ ତା’ର ପିଲା ଚାଲିଯାଇଥିଲା। ମୁଁ ତାଙ୍କ ଦୋକାନରେ କିଛି ସମୟ ସେପରି ବସିଥିଲି। ଏହି ସମୟରେ ବିକ୍ରେତା ମହିଳା ଆସିବା ଭିତରେ ମୋର ଜଣେ ଭଲ ବନ୍ଧୁ ଫଟୋ ଉଠାଇଲେ। ଥଟ୍ଟା କରି ମୋ ନିଜ ଫୋନରୁ ଏକ ଫେସବୁକ ପୋଷ୍ଟ କରିଥିଲେ। ମୁଁ ବିଳମ୍ବରେ ଦେଖି ତାକୁ ହଟାଇଥିଲି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଅଖିଳେଶ ମିଶ୍ର ହେଉଛନ୍ତି ୟୁପି ପରିବହନ ବିଭାଗର ସ୍ବତନ୍ତ୍ର ସଚିବ।


Enter your email to get our daily news in your inbox.

All Right Reserved By Dharitri.Com

ରାମପୁରରେ ଭୂସ୍ଖଳନ: ଚାପି ହୋଇ ୧ମୃତ, ୪ଆହତ

ଶିମ୍‌ଲା,୧୨।୮: ହିମାଚଳ ପ୍ରଦେଶର ରାମପୁରରେ ଶୁକ୍ରବାର ଭୂସ୍ଖଳନ ହୋଇଛି। ଯେଉଁଠାରେ ଭଗ୍ନାବଶେଷ ତଳେ ପାଞ୍ଚ ଜଣ ଚାପି ହୋଇ ଯାଇଥିଲେ। ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ...

୩ ନୂଆ କ୍ୟାବିନେଟ କମିଟି ଗଠିତ: ବିକାଶ, ନିଯୁକ୍ତି, ସୁରକ୍ଷାକୁ ଗୁରୁତ୍ୱ

ନୂଆଦିଲ୍ଲୀ,୬ା୬ : ଦେଶରେ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରି ନୂତନ କର୍ମନିଯୁକ୍ତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ପଦକ୍ଷେପ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ...

ଆସାମ ଗସ୍ତରେ ମୋଦି: ଭୂମିହୀନଙ୍କୁ ବାଣ୍ଟିଲେ ଜମି ପଟ୍ଟା

ନୂଆଦିଲ୍ଲୀ,୨୩ ।୧: ମିଶନ ବଙ୍ଗାଲ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ପ୍ରଥମେ ଆସାମ ଗସ୍ତ କରିଛନ୍ତି । ସେଠାରେ ସେ ପାଖାପାଖି ୧ଲକ୍ଷ ୬...

ସାକ୍ଷୀ ମହାରାଜଙ୍କ ବିବାଦୀୟ ମନ୍ତବ୍ୟ: ନେତାଜୀଙ୍କ ହତ୍ୟା ପଛରେ କଂଗ୍ରେସ ହାତ

ଉନ୍ନାଓ, ୨୪।୧: ସବୁବେଳେ ନିଜ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହୁଥିବା ଭାଜପା ଏମ୍‌ପି ସାକ୍ଷୀ ମହାରାଜଙ୍କୁ ନେଇ ଏବେ ଦେଶର ରାଜନୈତିକ ମହଲରେ ଉଷ୍ଣତା ବଢ଼ିବାରେ...

ପାକ୍‌ର ମିଛ ଦୋହରାଇବାକୁ କୁଳଭୂଷଣଙ୍କ ଉପରେ ଚାପ

ନୂଆଦିଲ୍ଲୀ,୩ା୯: କୁଳଭୂଷଣଙ୍କୁ ଦୂତାବାସ ମାଧ୍ୟମରେ ଆଇନଗତ ସହାୟତା ଯୋଗାଇଦେବା ପାଇଁ ସୁଯୋଗ ମିଳିଥିଲେ ହେଁ ତାଙ୍କୁ ପାକିସ୍ତାନର ମିଛ ଦୋହରାଇବା ପାଇଁ ଅତ୍ୟଧିକ ଚାପ ପକାଯାଇଥିବା...

ମହାରାଷ୍ଟ୍ରରେ ସଙ୍କଟ, ମେଘାଳୟରେ ଆରମ୍ଭ

ନୂଆଦିଲ୍ଲୀ,୧୫।୪: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାର ଟପିଲାଣି। ଦେଶରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି...

ଭାରତରେ ରୁଷିଆ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୩୧।୩: ୟୁକ୍ରେନ ସହ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଗୁରୁବାର ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚିଛନ୍ତି। ଲାଭରୋଭ ୨ଦିନିଆ ଭାରତ...

ଆନ୍ଧ୍ରରେ ମହଙ୍ଗା ହେଲା ମଦ

ନୂଆଦିଲ୍ଲୀ, ୬ା୫: ଲକ୍‌ଡାଉନ୍‌ ଅବଧି ତୃତୀୟ ଥର ଲାଗି ବଢ଼ିଥିବା ବେଳେ ଆନ୍ଧ୍ରପ୍ରଦେଶରେ ମଦ ଦର ପୁଣି ୫୦% ମହଙ୍ଗା ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ...

Advertisement
Archives

Model This Week