Posted inଜାତୀୟ

୨୦୪୭ରେ ଯେଉଁ ବ୍ୟକ୍ତି ବହିର୍ବ୍ୟାପାରମନ୍ତ୍ରୀ ହେବ ମୁଁ ତାଙ୍କୁ ଇର୍ଷା କରିବି: ଜୟଶଙ୍କର…

ଅହମଦାବାଦ,୫।୯ : ଗୁଜରାଟରେ ଏକ କାର୍ଯ୍ୟକ୍ରମରେ ଭାରତ ବିଷୟରେ କଥାବାର୍ତ୍ତା ବେଳେ ବହିର୍ବ୍ୟାପାରମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ମୁଁ ୨୦୪୭ରେ ବହିର୍ବ୍ୟାପାରମନ୍ତ୍ରୀ ଥିବା ବ୍ୟକ୍ତିଙ୍କ ପ୍ରତି ଇର୍ଷା କରିବି, କିନ୍ତୁ ମୁଁ ଆପଣଙ୍କୁ ଗୋଟିଏ କଥା କହିବି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ବହିର୍ବ୍ୟାପାରମନ୍ତ୍ରୀ ହେବା ମଧ୍ୟ ଏକ ବଡ କ୍ଷମତା। ଭାରତର ମୂଳ ବିଶ୍ୱାସ, ଆତ୍ମବିଶ୍ୱାସ ଏବଂ ମନୋଭାବକୁ ବିଶ୍ୱ ସ୍ବୀକୃତି ଦେଉଛି। ଜୟଶଙ୍କର ଏହି ବିବୃତ୍ତି ଦେଇଛନ୍ତି କାରଣ ପ୍ରଧାନମନ୍ତ୍ରୀ ମୋଦି ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ ୨୦୪୭ରେ ଭାରତ ଏକ ବିକଶିତ ଦେଶ ହେବ। ଏକ ବିକଶିତ ଦେଶରବହିର୍ବ୍ୟାପାରମନ୍ତ୍ରୀ ହେବା ଏକ ବଡ କଥା।

ଗୁଜରାଟର ଅହମଦାବାଦରେ ଜୟଶଙ୍କରଙ୍କ ପୁସ୍ତକ ‘ଦ ଇଣ୍ଡିଆ ୱେ: ଷ୍ଟ୍ରାଟେଜିଜ ଫର୍‌ ଆନ୍‌ ଅନସର୍ଟନ ଓ୍ବାଲର୍‌ଡ’ ର ଗୁଜୁରାଟୀ ଅନୁବାଦ ମୁକ୍ତିଲାଭ ପାଇଁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ବହିର୍ବ୍ୟାପାରମନ୍ତ୍ରୀ ଜନସଂଖ୍ୟା ନିୟନ୍ତ୍ରଣଠାରୁ ଆରମ୍ଭ କରି ଭବିଷ୍ୟତ ପର୍ଯ୍ୟନ୍ତ ଭାରତର ବୈଦେଶିକ ନୀତି ଉପରେ କହିଥିଲେ।

ସେ କହିଛନ୍ତି ଯେ ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇଥିବାରୁ ଭାରତ ଆତ୍ମବିଶ୍ୱାସ ପ୍ରଦର୍ଶନ କରିବା ଉଚିତ। ଆତ୍ମବିଶ୍ୱାସର ଅଭାବ ଆମର ଅଭ୍ୟାସ ଯୋଗୁଁ ହୋଇଥାଏ ଯାହା ଆମକୁ ବାନ୍ଧି ରଖେ । ସେ ଏହା ମଧ୍ୟ କହିଛନ୍ତି ଯେ ଆମେରିକା ସହ ଜଡିତ ହେବା, ଚାଇନାକୁ ପରିଚାଳନା କରିବା, ରୁଷିଆକୁ ଆଶ୍ୱସ୍ତ କରିବା ଭାରତର ବୈଦେଶିକ ନୀତି ହେଉଛି ସବକା ସାଥ-ସବକା ବିକାଶ।

ବର୍ତ୍ତମାନ ପର୍ଯ୍ୟନ୍ତ, ଯେତେବେଳେ ବି ଆମେ ମହାସାଗର ବିଷୟରେ ଚିନ୍ତା କରୁ, ସେତେବେଳେ ଆମେ ଭାରତ ମହାସାଗର ବିଷୟରେ ଚିନ୍ତା କରିଥାଉ। ଆମର ବାଣିଜ୍ୟର ପଚାଶ ପ୍ରତିଶତରୁ ଅଧିକ ପ୍ରଶାନ୍ତ ମହାସାଗର ଆଡକୁ ଯାଇଥାଏ। ଭାରତ ମହାସାଗର ଏବଂ ପ୍ରଶାନ୍ତ ମହାସାଗର ମଧ୍ୟରେ ରେଖା କେବଳ ମାନଚିତ୍ର-ଆଟଲାସରେ ଅବସ୍ଥିତ, କିନ୍ତୁ ବାସ୍ତବରେ ସେପରି କିଛି ନାହିଁ ଆମ ଚିନ୍ତାଧାରାରେ ଆମକୁ ଐତିହାସିକ ରେଖା ଅତିକ୍ରମ କରିବାକୁ ପଡିବ। ଇଣ୍ଡୋ-ପାସିଫିକ ହେଉଛି ବିଶ୍ୱରେ ଚାଲିଥିବା ଏକ ନୂତନ ରଣନୀତିକ ଧାରଣା। ତାଙ୍କ ବହିର ଏକ ଅଧ୍ୟାୟ ବିଷୟରେ ବହିର୍ବ୍ୟାପାରମନ୍ତ୍ରୀ କହିଛନ୍ତି ଯେ ବିଶ୍ୱର ଅନ୍ୟମାନଙ୍କ ସମସ୍ୟାରେ ହସ୍ତକ୍ଷେପ କରିବା ଉଚିତ ନୁହେଁ।

ଭାରତରେ ଜନସଂଖ୍ୟା ନିୟନ୍ତ୍ରଣ ଉପରେ ସେ କହିଛନ୍ତି ଯେ ଶିକ୍ଷା, ସାମାଜିକ ସଚେତନତା ଏବଂ ସମୃଦ୍ଧତା କାରଣରୁ ଭାରତୀୟ ଜନସଂଖ୍ୟାର ଅଭିବୃଦ୍ଧି ହାର ହ୍ରାସ ପାଉଛି। ଆମ ପ୍ରତ୍ୟେକଙ୍କ ମଧ୍ୟରେ ପରିବାରର ଆକାର ସମୟ ସହିତ ଛୋଟ ହେବାରେ ଲାଗିଛି। ବାଧ୍ୟତାମୂଳକ ଜନସଂଖ୍ୟା ନିୟନ୍ତ୍ରଣ ଅତ୍ୟନ୍ତ ବିପଜ୍ଜନକ ପରିଣାମ ଦେଇପାରେ, ଏହା ଲିଙ୍ଗଗତ ଅସନ୍ତୁଳନ ସୃଷ୍ଟି କରିବାର ଆଶଙ୍କା ରହିଛି।

୧୯୫୦ ଏବଂ ୧୯୬୦ ଦଶକରେ ଆମର ସାମର୍ଥ୍ୟ ନଥିଲ। କିନ୍ତୁ କିଛି ଦିନ ପୂର୍ବରୁ ଆମେ ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇଛୁ। ୨୦ ନମ୍ବର ଏବଂ ୫ ନମ୍ବର ବିଷୟରେ କାହାର ଚିନ୍ତା ସମାନ ହୋଇପାରିବ ନାହିଁ । ଆମର ସାମର୍ଥ୍ୟ ଅନୁଯାୟୀ ଆମେ ପରିବର୍ତ୍ତନ କରିବା ଉଚିତ। ଆମେ ଏପରି ଏକ ପର୍ଯ୍ୟାୟରେ ପହଞ୍ଚିଛୁ ଯେଉଁଠାରେ ଆମର ସ୍ବର୍ଥକୁ ଆଗକୁ ବଢ଼ାଇବା ପାଇଁ ଆମେ ଯେତେ ସମ୍ଭବ ସମସ୍ତଙ୍କ ସହ ସମ୍ପର୍କ ବଜାୟ ରଖିବା ଜରୁରୀ। କାରଣ ଭାରତର ଅଗ୍ରଗତି ଆମ ପାଇଁ ଏକ ମାନଦଣ୍ଡ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

ଇନ୍‌ଷ୍ଟାଗ୍ରାମରୁ ପ୍ରେମ, ପରେ ପ୍ରତାରଣା ଦେଲେ କହ୍ନେଇ: ବିଧବାଙ୍କୁ ବଳାତ୍କାର ପରେ…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ପୋଲିସ କହ୍ନେଇ ମହାନ୍ତି(୨୬) ନାମକ ଜଣେ ଯୁବକଙ୍କୁ ବଳାତ୍କାର ଓ ଠକେଇ ମାମଲାରେ ଗିରଫ କରି…

୧୫୦ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ଦ୍ୱିତୀୟଥର ଘଟିଲା ଏହି ଘଟଣା: ବିରଳ ରେକର୍ଡ କଲେ ଏହି ବ୍ୟାଟ୍ସମ୍ୟାନ୍‌

ଡର୍ବାନ,୧୨।୧୦:ଟେଷ୍ଟ କ୍ରିକେଟ୍‌ରେ ବେଳେବେଳେ ଏପରି କିଛି ବିରଳ ରେକର୍ଡ ଦେଖିବାକୁ ମିଳେ, ଯାହା କ୍ରିକେଟ୍‌ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଡର୍ବାନର କିଙ୍ଗ୍ସମିଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?