ନାଲି ପିମ୍ପୁଡ଼ି ଭୟରେ ଗାଁ ଛାଡ଼ିଲେ ୩ ପରିବାର

ପିପିଲି,୫।୯(ଡି.ଏନ୍‌.ଏ.):ପିପିଲି ବ୍ଲକ ଅନ୍ତର୍ଗତ ଚନ୍ଦ୍ରାଦେଇପୁର ପଞ୍ଚାୟତର ବ୍ରାହ୍ମଣ ଶାସନ ଗ୍ରାମରେ ନାଲି ପିମ୍ପୁଡ଼ି ଆତଙ୍କରେ ୩ ପରିବାର ଗାଁ ଛାଡି ଅନ୍ୟତ୍ର ଚାଲିଯାଇଛନ୍ତି। ସେମାନେ ହେଲେ କୁମୁଦ ଦାସ, ରେଣୁବାଳା ଦାସ, ଦେବେନ୍ଦ୍ର ଦାସ। ଗ୍ରାମରେ ପିମ୍ପୁଡ଼ିଙ୍କ ଆତଙ୍କ ଏତେ ବଢିଯାଇଥିବାରୁ ଗ୍ରାମବାସୀ ଅତିଶୟ ହୋଇପଡିଲେଣି। ଘର, ରାସ୍ତା, ରୋଷେଇ ଘର, ଶୋଇବା ଘର ସବୁଆଡେ ନାଲି ପିମ୍ପୁଡ଼ି ହେବାରୁ ଲୋକେ ଏବଂ ପିଲାମାନେ ବହୁ ହଇରାଣ ହେଉଛନ୍ତି। ଘରେ ଶୋଇବାକୁ ମଧ୍ୟ କଷ୍ଟକର ହୋଇପଡିଲାଣି। ଗ୍ରାମକୁ କେହି ଆସୁ ନ ଥିବାବେଳେ ଲୋକେ ଗୋଡରେ ପଲିଥିନ୍‌ ବାନ୍ଧି ବାହାରକୁ ବାହାରୁଥିବା ଦେଖିବାକୁ ମିଳୁଛି। ଅନ୍ୟପଟେ ମଙ୍ଗଳପୁର ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ କଣ୍ଟିଆ ଗ୍ରାମର ସ୍ବାସ୍ଥ୍ୟକର୍ମୀ ସୁରେଶ ପ୍ରଧାନ ଏକ ଟିମ୍‌ ସହ ଗ୍ରାମରେ ପହଞ୍ଚି ପିମ୍ପୁଡ଼ି କାମୁଡିଥିବା ଲୋକମାନଙ୍କୁ ଅଏଣ୍ଟମେଣ୍ଟ ଦେଇ ସତର୍କ କରାଇଛନ୍ତି। ଏଥିସହ ସୋମବାର ପୁଣି ଆସି ଅଏଣ୍ଟମେଣ୍ଟ ଯୋଗାଇବେ ବୋଲି କହିଛନ୍ତି। ପ୍ରଶାସନ ଯଦି ଏହି ସମସ୍ୟାର ପ୍ରତିକାର ନ କରନ୍ତି, ତେବେ ସମୂହ ଗ୍ରାମବାସୀ ଗାଁ ଛାଡିବାକୁ ବାଧ୍ୟ ହେବେ ବୋଲି ୱାର୍ଡ ସଭ୍ୟ ରାଜ ପ୍ରସାଦ ଦାଶ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ଧୋଇଗଲା ପିସୁବାନ୍ଦା ନାଳ ପୋଲର ଦୁଇ ପାର୍ଶ୍ୱ ରାସ୍ତା: ଯାତାୟାତ ଠପ୍‌

କୋଟଗଡ଼, ୯।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା କୋଟଗଡ଼ ବ୍ଲକରେ ଗତ ୪ଦିନଧରି ଲଗାଣ ବର୍ଷା ଲାଗିରହିଛି। ଏଥିରେ ପିସୁବାନ୍ଦା ନାଳ ଉପରେ ନୂତନଭାବେ ଏକ ପୋଲ ଠିକା...

ଲାଇକ୍‌, ଭିଉଜ୍‌ ଜିଣୁଛି ଜୟପୁର ବିଧାୟକଙ୍କ ଗୀତ

ଜୟପୁର,୨୭ା୧୦(ନି.ପ୍ର.): ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଗୀତ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୂର୍ବରୁ ବାହିନୀପତି ନିଜ ନିର୍ବାଚନମଣ୍ଡଳୀର ବିଭିନ୍ନ କାର୍ଯ୍ୟକ୍ରମ ମଞ୍ଚରେ...

ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ସିଡିଭିଓ: କାର୍‌ରୁ ଜବତ ହେଲା ୩ ଲକ୍ଷ ୯୧ ହଜାର ଟଙ୍କା

ବାରିପଦା ଅଫିସ/ବେତନଟୀ,୧୨।୬: ( ଡିଏନଏ)- ମୟୂରଭଞ୍ଜ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ( ସିଡିଭିଓ) ଡା. ଅଭୟ କୁମାର ତ୍ରିପାଠୀ ଶୁକ୍ରବାର ଭିଜିଲାନ୍ସ ହାତରେ ଧରା...

ସ୍ବାସ୍ଥ୍ୟ ବିଭାଗକୁ ରୋଗୀ ସୁରକ୍ଷା ଚିନ୍ତା: ଝରକାରେ ତାରଜାଲି ଲଗାଇବାକୁ ଚିଠି

ଢେଙ୍କାନାଳ ଅଫିସ, ୧୯।୫- ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ କୋଠାରୁ ଡେଇଁ ବର୍ଷକ ମଧ୍ୟରେ ୨ଜଣ ରୋଗୀ ଆତ୍ମହତ୍ୟା କରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି...

ପ୍ରାର୍ଥୀ, ନେତାଙ୍କ ଚରିତ୍ରସଂହାର ମନା

ଜଗତ୍‌ସିଂହପୁର ଅଫିସ, ୯ା୩: ପୌର ନିର୍ବାଚନ ନିମନ୍ତେ ଫେବୃୟାରୀ ୨୫ରୁ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ଏହି ସମୟ ମଧ୍ୟରେ...

ଭୋଜି ଖାଇବାକୁ ଡାକି ଯୁବକଙ୍କୁ ହତ୍ୟା  

ସମ୍ବଲପୁର,୬ା୭(ବ୍ୟୁରୋ)-ସମ୍ବଲପୁର ଜିଲା ଅଇଁଠାପାଲି ଥାନା କରମଟୁଲିରେ ରବିବାର ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ମୃତକ ହେଲେ ସୋନୁ...

ଛତିଶଗଡ଼ ଫେରନ୍ତାଙ୍କୁ ଗାଁରେ ପୂରାଇ ଦେଲେନି ଗ୍ରାମବାସୀ: କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ଗଲେ ୬ ଶ୍ରମିକ

ସରଣ୍ଡା,୨୯ା୪(ଡି.ଏନ୍‌.ଏ.): କରୋନା ସଂକ୍ରମଣ ନେଇ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ବିଭିନ୍ନ ସ୍ଥାନରେ ଶ୍ରମିକମାନେ ଫସି ରହିଛନ୍ତି। ରାଜ୍ୟ ସରକାର ଶ୍ରମିକଙ୍କ ଫେରିବା ନେଇ...

ଡିଭାଇଡରରେ ପିଟିହେଲା ବାଇକ୍‌, ୨ ଜଣଙ୍କ ଜୀବନ ଗଲା

ଛତ୍ରପୁର,୨୫ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ବାୟା ରେଷ୍ଟୁରାଣ୍ଟ ସମ୍ମୁଖରେ ୧୬ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛ। ଏହି ଦୁର୍ଘଟଣାରେ...

Advertisement
Archives

Model This Week