ନୂଆ ଶିକ୍ଷା ନୀତିରେ ପରିବେଶ ଶିକ୍ଷା ସାମିଲକୁ ଗୁରୁତ୍ୱ

ଭୁବନେଶ୍ୱର,୫।୯(ବ୍ୟୁରୋ):ସାମ୍ପ୍ରତିକ ସମୟରେ ବିଶ୍ୱ ଅନେକ ପରିବେଶ ସମ୍ବନ୍ଧୀୟ ଆହ୍ବାନର ସମ୍ମୁଖୀନ ହେଉଛି। ଏହା କେବଳ ମାନବ ଜାତି ପାଇଁ ନୁହେଁ, ବରଂ ସମଗ୍ର ଜୀବଜଗତର ଅସ୍ତିତ୍ୱ ପ୍ରତି ବିପଦ ସୃଷ୍ଟି କରୁଛି। ଏଥିପାଇଁ କେବଳ ମନୁଷ୍ୟ ହିଁ ଦାୟୀ। ନିଜର ସ୍ବାର୍ଥ ସାଧନ ପାଇଁ ସେ ପ୍ରକୃତିକୁ ନଷ୍ଟ କରିଚାଲିଛି। ତେଣୁ ଯୁବପିଢିଙ୍କୁ ଏବେଠାରୁ ପରିବେଶ ଶିକ୍ଷା ପ୍ରଦାନ କରାଯିବା ଆବଶ୍ୟକ। ଏଥିପାଇଁ କେନ୍ଦ୍ର ସରକାର କାର୍ଯ୍ୟକାରୀ କରିଥିବା ଦେଶର ନୂତନ ଶିକ୍ଷା ନୀତିର ପାଠ୍ୟକ୍ରମରେ ପରିବେଶ ସମ୍ବନ୍ଧୀୟ ବିଷୟ ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ। ଓଡ଼ିଶା ପରିବେଶ ସମିତି ପକ୍ଷରୁ ‘ନୂତନ ଶିକ୍ଷା ନୀତିରେ ପରିବେଶ ଶିକ୍ଷା ଉପରେ ଗୁରୁତ୍ୱ ପ୍ରଦାନ’ ଶୀର୍ଷକ ବିଷୟବସ୍ତୁ ଉପରେ ଆୟୋଜିତ ଏକ ୱେବିନାରରେ ବିଶେଷଜ୍ଞମାନେ ଏହି ମତ ଦେଇଛନ୍ତି।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫକିର ମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ଜୀବ ପ୍ରଯୁକ୍ତିବିଦ୍ୟାର ପୂର୍ବତନ ପ୍ରଫେସର ଡ଼. ଶିବ ପ୍ରସାଦ ଆଧିକାରୀ ଯୋଗଦେଇଥିଲେ। ସମୟ କ୍ରମେ ବିଶ୍ୱର ପରିବେଶ ଦୃଶ୍ୟପଟ୍ଟ କିପରି ପରିବର୍ତ୍ତିତ ହୋଇଚାଲିଛି ଏବଂ ଏହାର ଗୁଣବତ୍ତା ଉପରେ କ୍ଷତିକାରକ ପ୍ରଭାବ ବିସ୍ତାର ହେଉଛି ତାହା ଉପରେ ବର୍ଣ୍ଣନା କରିଥିଲେ। ନିମ୍ନ ଶ୍ରେଣୀର ପିଲାଙ୍କ ଠାରୁ ଆରମ୍ଭ କରି ବୈଷୟିକ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କୁ ଏ ନେଇ ଉପଯୁକ୍ତ ଶିକ୍ଷା ପ୍ରଦାନର ଆବଶ୍ୟକତା ରହିଛି ବୋଲି ସେ ମତ ଦେଇଥିଲେ। ସମିତିର ସଭାପତି ଡ. ସୁନ୍ଦର ନାରାୟଣ ପାତ୍ର ସଭାପତିତ୍ୱ କରି କହିଲେ, ପରିବେଶ ଶିକ୍ଷାକୁ ନେଇ ସଚେତନତା କାର୍ଯ୍ୟକ୍ରମ, ସଭାସମିତି, ଖବରକାଗଜ ଓ ଟିଭିରେ ବିଭିନ୍ନ ବାର୍ତ୍ତା ମାଧ୍ୟମରେ ସମସ୍ତଙ୍କୁ ପ୍ରଦାନ କରାଯିବା ବାଞ୍ଛନୀୟ। ସ୍ବାଗତ ଭାଷଣ ପ୍ରଦାନ କରି ସମ୍ପାଦକ ଡ଼. ଜୟକୃଷ୍ଣ ପାଣିଗ୍ରାହୀ ବିଶ୍ୱ ପରିବେଶ କିପରି ଘୋର ଆହ୍ବାନର ସମ୍ମୁଖୀନ ହେଉଛି ତଥା ସମଗ୍ର ପୃଥିବୀରେ ଗ୍ରୀଷ୍ମ ପ୍ରବାହ, ପ୍ରବଳ ବର୍ଷା, ବନ୍ୟାର ପ୍ଲାବନ, ଭୂସ୍ଖଳନ ଏବଂ ଜଙ୍ଗଲ ଅଗ୍ନିକାଣ୍ଡ ପରି ପ୍ରାକୃତିକ ବିପର୍ଯ୍ୟୟ ବୃଦ୍ଧିପାଉଛି ତାହା ବର୍ଣ୍ଣନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବନ୍ୟପ୍ରାଣୀ ବିଶେଷଜ୍ଞ ଡ଼. ଲାଲା ଏକେ ସିଂହ, ପୂର୍ବତନ ପିସିସିଏଫ ଡ଼. ବିଜୟ କେତନ ପଟ୍ଟନାୟକ, ଇଂ ମୁକ୍ତିପଦ ପଣ୍ଡା, ଡ. ସୁଧାକର କର, ଇଂ ବିପିନ ପଣ୍ଡା ପ୍ରମୁଖ ଯୋଗଦେଇ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri