ରୋଜଗାରର ଖୁସି ସମସ୍ତଙ୍କ ସହ ବାଣ୍ଟିଥିଲି

ରୋଜଗାରର ଖୁସି ସମସ୍ତଙ୍କ ସହ ବାଣ୍ଟିଥିଲି
ଗ୍ରାଜୁଏଶନ୍‌ ପରେ ସିଟି ଟ୍ରେନିଂ ସରିଲା ଆଉ ତା’ପରେ ମୋ ବାହାଘର ହୋଇଗଲା। ବାପଘର କୋରାପୁଟ ଜିଲାର ଲକ୍ଷ୍ମୀପୁର ଗାଁରେ ହୋଇଥିଲେ ହେଁ ଶାଶୁଘର ଥିଲା ମୋର ବ୍ରହ୍ମପୁରରେ। ତେଣୁ ବ୍ରହ୍ମପୁର ଆସି ଚାକିରି ପାଇଁ ଅପେକ୍ଷା କଲି। ହେଲେ କିଛି ବି ପୋଷ୍ଟିଂ ବାହାରିଲାନି। ସେପଟେ ମୋର ପୁଅଟିଏ ହୋଇସାରିଥିଲା। ବାହାଘରର ତିନି ବର୍ଷ ପରେ ଅନୁସୂଚିତ ଜାତି ଓ ଜନଜାତି ମଙ୍ଗଳ ବିଭାଗର ଗୋଟିଏ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ ମୋତେ ଚାକିରି ମିଳିଲା। କିନ୍ତୁ ଚାକିରି କ୍ଷେତ୍ରଟି ଥିଲା କୋରାପୁଟର ନାରାୟଣପାଟଣାଠାରେ; ଯାହାକି ମୋ ବାପଘରଠାରୁ ପ୍ରାୟ ୨୦ କି.ମି ଦୂରରେ ଥିଲା। ତେଣୁ ଦ୍ୱନ୍ଦ୍ୱରେ ପଡିଲି ଚାକିରି କରିବି କି ନାହିଁ। ଗୋଟେ ପଟେ ସରକାରୀ ଚାକିରି ନ ଛାଡ଼ିବାର ଲୋଭ; ଅନ୍ୟପଟେ ଛୋଟ ପୁଅକୁ ଛାଡ଼ି ଦୂରରେ ନ ରହିବାର ଇଚ୍ଛା ମୋତେ ଚିନ୍ତାରେ ପକାଇ ଦେଇଥିଲା। ଶେଷରେ ବହୁ ଭାବିଚିନ୍ତି ନିଷ୍ପତ୍ତି ନେଲି ଚାକିରିରେ ଜଏନ କରିଯିବି ବୋଲି। ପୁଅକୁ ମୋ ବାପାବୋଉଙ୍କ ପାଖରେ ଛାଡ଼ି ସ୍କୁଲ୍‌କୁ ବାହାରିଲି। ଯିବାବେଳେ ମାଆ ପୁଅ ପରସ୍ପରକୁ ଧରି ଖୁବ୍‌ କାନ୍ଦିଲୁ। ସ୍କୁଲ୍‌ରେ ପହଞ୍ଚତ୍ବା ପରେ ପୁଅ କଥା ଖାଲି ମନେ ପଡ଼ିଲା। ଆଖି ଆଗରେ ତା’ରି ଚେହେରା ନାଚି ଯାଉଥିଲା। କାନ୍ଦ ବି ମାଡୁଥିଲା। କାରଣ ଘରୁ ପ୍ରତିଦିନ ଯିବାଆସିବା କରିବାକୁ ଅସୁବିଧା ହେବାରୁ ସ୍କୁଲ୍‌ କ୍ୱାଟର୍‌ରେ ମୋତେ ବାଧ୍ୟ ହୋଇ ରହିବାକୁ ପଡିଲା। ହେଲେ ପ୍ରତି ଶନିବାର ଘରକୁ ଯାଉଥିଲି, ରବିବାର ରହି ସୋମବାର ଫେରିଲା ବେଳକୁ ପୁଣି ମା’ପୁଅଙ୍କର କାନ୍ଦ ବୋବାଳି ହେଉଥିଲା। ଏମିତିରେ ଗୋଟେ ମାସ କେମିତି ବିତିଗଲା ଜଣାପଡିଲାନି। ମାସ ଶେଷକୁ ସ୍କୁଲ୍‌ ହେଡ୍‌ସାର୍‌ ମୋ ପରିଶ୍ରମର ଫଳସ୍ବରୂପ ୫୭୦୦ ଟଙ୍କା ମୋ ହାତକୁ ଯେତେବେଳେ ବଢ଼ାଇଦେଲେ, ଖୁସିରେ ମୋ ଆଖିରୁ ଦୁଇଟୋପା ଲୁହ ଝରି ପଡ଼ିଲା। ସେଇ ଟଙ୍କା ଭିତରେ ମୋତେ ମୋ ପୁଅର ଚେହେରା ହିଁ ନଜର ଆସିଲା।
ସେଇଥର ଘରକୁ ଗଲାବେଳେ ଘର ପାଇଁ କିଛି ମିଠା, ପୁଅ ପାଇଁ କିଛି ଖାଇବା ଜିନିଷ କିଣି ନେଇଥିଲି। ତା’ପରେ ଗାଁ ଠାକୁରାଣୀଙ୍କ ପାଖରେ କିଛି ଟଙ୍କାରେ ଭୋଗ ବି କରିଥିଲି। ଏଥିସହିତ ବୋଉ ଆଉ ଶାଶୁଙ୍କ ପାଇଁ ଦୁଇଟି ସମ୍ବଲପୁରୀ ଶାଢ଼ି ମଧ୍ୟ କିଣିଥିଲି। ତା’ପରେ କିଛି ଟଙ୍କା ନିଜ ପାଖେ ସାଇତି ରଖି ଆଉ ଯାହା ବଳିଥିଲା ତାକୁ ବାପାଙ୍କ ହାତକୁ ବଢ଼ାଇ ଦେଇଥିଲି। ନିଜ ପାଖେ କିଛି ଟଙ୍କା ଏଇଥିପାଇଁ ରଖିଥିଲି, କାରଣ ମୋର ଗୋଟେ ଇଚ୍ଛା ଥିଲା; ଯେବେ ବି ପୁରୀ ଯାଇ ଚକାଆଖିଙ୍କୁ ଦର୍ଶନ କରିବି ତାଙ୍କ ପାଖରେ ମୋ ପ୍ରଥମ ରୋଜଗାର ଟଙ୍କାରେ ଭୋଗ ଲଗେଇବି ବୋଲି। ସତକୁ ସତ ଚାକିରି କରିବାର କିଛି ମାସ ପରେ ମୁଁ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଫେରିଥିଲି। ତେବେ ଏହି ଚାକିରିର ବର୍ଷେ ପରେ ମୋତେ ବ୍ରହ୍ମପୁରର ବମକେଇସ୍ଥିତ ମଣିପଡିଆ ହାଇସ୍କୁଲ୍‌ରେ ଶିକ୍ଷୟିତ୍ରୀ ଚାକିରି ମିଳିବାରୁ ପୂର୍ବ ଚାକିରି ଛାଡ଼ି ଏଠାକୁ ଚାଲିଆସିଲି; ଯେଉଁଠାରେ ଏବେ ବି ମୁଁ କାର୍ଯ୍ୟରତା। ଶିକ୍ଷକତା ବ୍ୟତୀତ ଗପ ଲେଖିବାକୁ ମୋତେ ବହୁତ ଭଲ ଲାଗେ। ବିଶେଷକରି ଶିଶୁ ଗପ ଲେଖିବାରେ ମୋର ରୁଚି ରହିଛି। ୟା’ଭିତରେ ଅନେକ ଲେଖା ମୋର ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ମୋତେ ବହୁ ପାଠକୀୟ ପ୍ରଶଂସା ମଧ୍ୟ ମିଳିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁଙ୍କୁ ADHD ରୁ ରକ୍ଷା କରିପାରେ ମା’ କ୍ଷୀର, ଜାଣନ୍ତୁ କଣ କହୁଛି ନୂଆ ଗବେଷଣା

ନୂଆଦିଲ୍ଲୀ,୩୦।୬ (ପି.ଟି.): ଆଜିକାଲି ଅନେକ କ୍ଷେତ୍ରରେ ବିଭିନ୍ନ କାରଣକୁ ନେଇ ଶିଶୁଙ୍କୁ ସ୍ତନ୍ୟପାନ କରାଇବା ହ୍ରାସ ପାଉଥିବା ଦେଖାଯାଉଛି। କେତେକ ସ୍ଥଳରେ ମା’ର ସ୍ବାସ୍ଥ୍ୟଗତ କାରଣ ଏବଂ…

ଆଜିଠୁ ୪ ରାଶିର ଖୋଲୁଛି ଭାଗ୍ୟ! ବ୍ୟବସାୟ-ଇନକମ୍ ଏବଂ ଚାକିରି କ୍ଷେତ୍ରରେ ଡବଲ୍ ଲାଭ…

ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ ପୂର୍ଣ୍ଣିମାକୁ ଅତ୍ୟନ୍ତ ଶୁଭ ଭାବରେ ବର୍ଣ୍ଣନା କରାଯାଇଛି । ଏହା ସହିତ ଜ୍ୟେଷ୍ଠ ପୂର୍ଣ୍ଣିମାକୁ ଅତ୍ୟନ୍ତ ସ୍ବତନ୍ତ୍ର ଭାବରେ ବିବେଚନା…

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାର ସହଜ ଉପାୟ…

ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଠିକ୍‌ ରହିବା ନିହାତି ଦରକାର। ନ ହେଲେ ଆମେ ରୋଗଗ୍ରସ୍ତ ହେବାର ଯଥେଷ୍ଟ ଆଶଙ୍କା ରହିଛି। ତେବେ ଏହାକୁ ସନ୍ତୁଳିତ…

ଏଲ୍‌ ନିନୋ ଏବଂ ଉତ୍ତପ୍ତ ପାଣିପାଗ

ଇତିହାସରେ ଏଲ୍‌ ନିନୋ : ବିଗତ ୧୯୮୨-୮୩ ଏବଂ ୧୯୯୭-୯୮ ମସିହାର ଏଲ୍‌ ନିନୋଗୁଡ଼ିକ ବିଂଶ ଶତାବ୍ଦୀର ସବୁଠାରୁ ତୀବ୍ର ଘଟଣା ଥିଲା। ୧୯୮୨-୮୩ର ଘଟଣାଗୁଡ଼ିକ ସମୟରେ,…

ବ୍ରେନ୍‌ ଷ୍ଟ୍ରୋକ୍‌ରୁ ରକ୍ଷା ପାଇବାକୁ ହେଲେ…

ଆମ ଶରୀରରେ ସୁଗାର ପରିମାଣ ସନ୍ତୁଳିତ ରହିବା ନିହାତି ଦରକାର। ଏହାଦ୍ୱାରା ଆମେ ନିଜକୁ କେତେକ ସ୍ବାସ୍ଥ୍ୟ ସମସ୍ୟାଠାରୁ କେତେକାଂଶରେ ଦୂରେଇ ରଖିପାରିବା। ଯଦି ରକ୍ତରେ ସୁଗାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri