Posted inଜାତୀୟ

‘ଭାବି ନ ଥିଲି କେବେ ପ୍ରଧାନମନ୍ତ୍ରୀ ହେବି’

ନୂଆଦିଲ୍ଲୀ,୭।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅକ୍ଟୋବର ୭ ଅର୍ଥାତ୍‌ ଆଜି ତାଙ୍କର ସାମ୍ବିଧାନିକ ପଦବୀର ୨୦ବର୍ଷ ପୂରଣ କରିବାକୁ କରିଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ୩୫ ଅମ୍ଳଜାନ ପ୍ଲାଣ୍ଟର ଉଦଘାଟନ ପାଇଁ ପ୍ରଧାନମନ୍ତ୍ରୀ ଗୁରୁବାର ଉତ୍ତରପ୍ରଦେଶର ରିଷିକେଶରୁ ଆସିଥିଲେ। ଏହି ଅବସରରେ ସେ ତାଙ୍କ ସାଧାରଣ ଜୀବନର ଯାତ୍ରା ବିଷୟରେ ସଂକ୍ଷେପରେ ମନ୍ତବ୍ୟ ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି- ୨୦ ବର୍ଷ ପୂର୍ବେ ଏହି ଦିନ, ମୁଁ ଜନସାଧାରଣଙ୍କ ସେବା କରିବା ପାଇଁ ଏକ ନୂତନ ଦାୟିତ୍ୱ ପାଇଲି। ଲୋକଙ୍କ ସେବା କରିବା, ଲୋକଙ୍କ ମଧ୍ୟରେ ରହିବା ମୋର ଯାତ୍ରା ଅନେକ ଦଶନ୍ଧି ପୂର୍ବରୁ ଚାଲିଆସୁଥିଲା, କିନ୍ତୁ ୨୦ ବର୍ଷ ପୂର୍ବେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ ମୁଁ ଏକ ନୂତନ ଦାୟିତ୍ୱ ପାଇଲି। ମୁଁ କଦାପି କଳ୍ପନା କରି ନ ଥିଲି ଯେ ମୁଁ ପ୍ରଥମେ ମୁଖ୍ୟମନ୍ତ୍ରୀ ଏବଂ ପରେ ଲୋକଙ୍କ ଆଶୀର୍ବାଦରେ ଦେଶର ପ୍ରଧାନମନ୍ତ୍ରୀ ପଦରେ ପହଞ୍ଚିବି। ୨୦ ବର୍ଷର ଏହି  ଯାତ୍ରା ଆଜି ଏହାର ୨୧ ତମ ବର୍ଷରେ ପ୍ରବେଶ କରୁଛି। ମୁଁ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସବରେ ଆସିବା ଏକ ବଡ଼ ସୌଭାଗ୍ୟ ବୋଲି ମନେ କରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
୭ ଅକ୍ଟୋବର ୨୦୦୧ରେ ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଠାରୁ ପ୍ରଧାନମନ୍ତ୍ରୀ ପଦ ପର୍ଯ୍ୟନ୍ତ ଯାତ୍ରା ସଫଳତାର ସହ ଚାଲିଥିବା ମୋଦି ଏପର୍ଯ୍ୟନ୍ତ ତାଙ୍କ ନାମରେ ଅନେକ ରେକର୍ଡ ସୃଷ୍ଟି କରିଛନ୍ତି। ସେ ହେଉଛନ୍ତି ପ୍ରଥମ ଅଣ-କଂଗ୍ରେସ ନେତା ଯିଏକି ଦୀର୍ଘ ଦିନ ଧରି ପ୍ରଧାନମନ୍ତ୍ରୀ ପଦବୀରେ ଅବସ୍ଥାପିତ ହୋଇଛନ୍ତି। ତାଙ୍କ ପୂର୍ବରୁ ଏହି ରେକର୍ଡ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ଥିଲା। ୭ ଅକ୍ଟୋବର ୨୦୦୧ରେ ମୁଖ୍ୟମନ୍ତ୍ରୀ ହେବା ପରେ ସେ ପଛକୁ ଚାହିଁ ନ ଥିଲେ ଏବଂ ସେ ଲଗାତାର ୪ ଥର ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜେଏନ୍‌ୟୁ ହିଂସାକୁ ନେଇ ପ୍ରତିକ୍ରିୟା ରଖିଲେ ବଲିଉଡ୍‌ ସେଲିବ୍ରିଟି

ନୂଆଦିଲ୍ଲୀ,୬।୧: ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ) କ୍ୟାମ୍ପସ୍‌ରେ ରବିବାର ରାତିରେ ଦୁଇ ଛାତ୍ରଗୋଷ୍ଠି ମଧ୍ୟରେ ବିବାଦ ଦେଖାଦେଇଛି। ରାତି ଅନ୍ଧକାରରେ କିଛି ଦୁର୍ବୃତ୍ତ ମୁହଁରେ କପଡ଼ା...

ସିଡିଏସ୍‌ ଦୌଡ଼: ଆଗରେ ଜେନେରାଲ ବିପିନ ରାଓ୍ବତ୍‌

ନୂଆଦିଲ୍ଲୀ, ୧୭ା୮(ପି.ଟି.): ସ୍ଥଳ ସେନାଧ୍ୟକ୍ଷ ଜେନେରାଲ ବିପିନ ରାଓ୍ବତ୍‌ ସିଡିଏସ୍‌ ମୁଖ୍ୟ( ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌) ହେବାର ସମ୍ଭାବନା ରହିଛି। ଗୁରୁବାର ୭୩ତମ ସ୍ବାଧୀନତା ଦିବସ...

ଓସ୍କାର ବିଜେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ,୧୩।୩: ଆଜି ଭାରତ ପାଇଁ ଏକ ଐତିହାସିକ ଦିନ। ଓସ୍କାର ୨୦୨୩ ଭାରତ ଦୁଇଟି ଓସ୍କାର ଜିତିଛି। ‘ଆର୍‌ଆର୍‌ଆର୍‌’ର ନାଟୁ ନାଟୁ ଗୀତ ଏବଂ ‘ଦ...

ବିମାନସେବା ବନ୍ଦ କରି ଦେଇଥିଲେ ହୁଏତ ଦେଶରେ ପ୍ରବେଶ କରିପାରି ନ ଥାଆନ୍ତା ଓମିକ୍ରନ୍‌: କେଜରିୱାଲ

ନୂଆଦିଲ୍ଲୀ,୪ ।୧୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି)ର ମୁଖ୍ୟ ଅରବିନ୍ଦ କେଜରିୱାଲ ଏକ ଘରୋଇ ଟେଲିଭିଜନ ଚ୍ୟାନେଲ ମାଧ୍ୟମରେ କରୋନା ଭାଇରସର ନୂଆ...

ବିଳମ୍ବ ହୋଇନି, ଫେରିଆସ

ମୁମ୍ବାଇ,୨୯ା୬:ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଗୁଆହାଟୀରେ ବିଦ୍ରୋହୀ ସେନାପତି ଏକନାଥ ସିନ୍ଧେଙ୍କ ସହ ଅବସ୍ଥାନ କରୁଥିବା ୪୦ ବିଧାୟକଙ୍କୁ ମଙ୍ଗଳବାର ଏକ ଆବେଗପୂର୍ଣ୍ଣ ପତ୍ର ଲେଖି...

ଭୋଟ ଗଣନା ବେଳେ ଲାଠିଚାର୍ଜ

ଲକ୍ଷ୍ନୌ,୧୦।୩: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଫଳାଫଳର ଚିତ୍ର ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି। ବର୍ତ୍ତମାନ ଭାରତୀୟ ଜନତା ପାର୍ଟି (ଭାଜପା) ସଂଖ୍ୟାଗରିଷ୍ଠତା ସହ ସରକାର...

ତାଜମହଲ ପାଖରେ ଟର୍ମିନାଲ ପାଇଁ ମଞ୍ଜୁରୀ…

ନୂଆଦିଲ୍ଲୀ,୧୮।୧ : ବର୍ତ୍ତମାନ ଖେରିଆରେ ଅବସ୍ଥିତ ଆଗ୍ରା ବିମାନବନ୍ଦରରୁ ଅଧିକ ବିମାନ ଚଳାଚଳ କରିବାକୁ ସକ୍ଷମ ହେବ। ଏହାର ପୂର୍ବ ଆଦେଶରେ ସଂଶୋଧନ କରି ସୁପ୍ରିମକୋର୍ଟ...

ସ୍କୁଲରେ କରୋନା ବିସ୍ଫୋରଣ, ୧୬ ଛାତ୍ର ଆକ୍ରାନ୍ତ…

ମୁମ୍ବାଇ, ୧୮।୧୨: ମହାରାଷ୍ଟ୍ରର ନଭି ମୁମ୍ବାଇରେ ଏକ ସ୍କୁଲରେ କରୋନା ବିସ୍ଫୋରଣ ହୋଇଛି। ସ୍କୁଲର ୧୬ ଜଣ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ନଭି ମୁମ୍ବାଇ...

Advertisement
Archives

Model This Week