Posted inଜାତୀୟ

ଉପରାଜ୍ୟପାଳ ହେବାକୁ ମୋର ଆଗ୍ରହ ନାହିଁ: ଗୁଲାମ ନବୀ…

ଶ୍ରୀନଗର,୨।୧୦ : ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡେମୋକ୍ରାଟିକ ପ୍ରୋଗେସିଭ ଆଜାଦ ପାର୍ଟିର ଅଧ୍ୟକ୍ଷ ଗୁଲାମ ନବୀ ଆଜାଦ ତାଙ୍କୁ ଉପରାଜ୍ୟପାଳ କରାଯିବା ପ୍ରଶ୍ନର ଉତ୍ତର ଦେଇଛନ୍ତି। ଗୁଲାମ ନବୀ କହିଛନ୍ତି ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ହେବାକୁ ମୋର ଆଗ୍ରହ ନାହିଁ। ମୁଁ ଏଠାକୁ ରୋଜଗାର କରିବାକୁ ଆସିନାହିଁ ବରଂ ଲୋକଙ୍କ ସେବା କରିବାକୁ ଆସିଛି। ଡେମୋକ୍ରାଟିକ ପ୍ରୋଗେସିଭ ଆଜାଦ ପାର୍ଟି (ଡିପିଏପି)ର ପ୍ରତିଷ୍ଠା ଦିବସରେ ଆୟୋଜିତ ଏକ ରାଲିରେ ସେ ଗୁଜବକୁ ଅସ୍ବୀକାର କରି ଏଭଳି ଉତ୍ତର ଦେଇଛନ୍ତି। ଗୁଜବରେ ବିଶ୍ୱାସ ନକରିବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି।

କିଛି ଲୋକ ଗୁଜବ ପ୍ରଚାର କରୁଛନ୍ତି ମୁଁ ପୁନର୍ବାସ ସନ୍ଧାନରେ ଅଛି। ଯେତେବେଳେ ମୁଁ ୨୦୦୫ ରେ ମୁଖ୍ୟମନ୍ତ୍ରୀ ହୋଇଥିଲି, ସେତେବେଳେ ମୁଁ ଦୁଇଟି କେନ୍ଦ୍ରୀୟ ମନ୍ତ୍ରଣାଳୟ ସ୍ବରାଷ୍ଟ୍ର ଓ ନଗର ଉନ୍ନୟନ ଏବଂ ସଂସଦୀୟ ବ୍ୟାପାର ଛାଡିଥିଲି। ଲୋକଙ୍କ ସେବା କରିବା ପାଇଁ ଏଭଳି କରିଥିଲି। ମୋର କୌଣସି କାମ ନ ଥିଲା ତାହା ନୁହେଁ।

ବେରୋଜଗାରୀ ଏବଂ ମୁଦ୍ରାସ୍ଫୀତି ଜମ୍ମୁ-କଶ୍ମୀରର ଦୁଇଟି ମୁଖ୍ୟ ସମସ୍ୟା, ଯାହା ମୁଁ ଏହି ଅଞ୍ଚଳର ପର୍ଯ୍ୟଟନ ସମ୍ଭାବନାକୁ ଉପଯୋଗ କରି ସମାଧାନ କରିବାକୁ ଚାହୁଁଛି।

ପଦବୀ ପୂରଣ ପାଇଁ ସରକାର କେବଳ ବିଜ୍ଞାପନ ଜାରି କରୁଛନ୍ତି। କିନ୍ତୁ ପରୀକ୍ଷା ହେଉନାହିଁ। ଶିକ୍ଷିତ ଯୁବବର୍ଗମାନଙ୍କ ପାଖରେ ଚାକିରୀ ନାହିଁ। ଅଭିଭାବକମାନେ ସେମାନଙ୍କର ସଞ୍ଚୟ ପିଲାମାନଙ୍କ ଶିକ୍ଷା ପାଇଁ ଖର୍ଚ୍ଚ କରିଛନ୍ତି। ସମାଜର ସମସ୍ତ ବର୍ଗଙ୍କୁ ଜୀବିକା ଯୋଗାଇବା ପାଇଁ ପର୍ଯ୍ୟଟନର ସାମର୍ଥ୍ୟ ଅଛି। ୨୦୦୭ ରେ ପ୍ରତିଷ୍ଠିତ ହୋଇଥିବା ଟ୍ୟୁଲିପ ଉଦ୍ୟାନ ହଜାର ହଜାର ଲୋକଙ୍କୁ ଜୀବିକା ଯୋଗାଇ ଦେଇଛି। ମୋର ଯୋଜନା ଥିଲା ଜମ୍ମୁ-କଶ୍ମୀରର ପ୍ରତ୍ୟେକ ଜିଲାରେ ୧୦ ରୁ ୧୨ ପର୍ଯ୍ୟଟନ ସ୍ଥଳ ବିକାଶ କରିବା। ମୋର ଯୋଜନା ଥିଲା ହୋମଷ୍ଟେ ସୁବିଧା ସ୍ଥାପନ କରିବା ପାଇଁ ଲୋକଙ୍କୁ ଋଣ ଯୋଗାଇବା, ଯାହା ଦ୍ୱାରା ସେମାନଙ୍କୁ ରୋଜଗାରର ସୁଯୋଗ ପ୍ରଦାନ କରାଯାଇ ପାରିଥାନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଟିଆ ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରି ବନ୍ଧାହେଲେ ଘରମାଲିକ

କେନ୍ଦୁଝର,୧୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ପୋଲିସ ଜଣେ ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ ଅଭିଯୋଗରେ ଘର ମାଲିକଙ୍କୁ ଗିରଫ କରିଛି। ଅଭିଯୁକ୍ତ ପୁରୀ ଜିଲା ତାଳବଣିଆ…

ଭାରତର ଗୁରୁତ୍ୱକୁ ଅନୁଭବ କରୁଛି ବାଂଲାଦେଶ, ଏବେ କରୁଛି ଏମିତି ଚିନ୍ତା

ଢାକା,୧୧।୫: ବାଂଲାଦେଶ ଏବେ ଭାରତ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଚାହୁଁଛି। ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ଜଣେ ବରିଷ୍ଠ ପରାମର୍ଶଦାତାଙ୍କ ପକ୍ଷରୁ ଏ ସମ୍ପର୍କରେ ଏକ ବିବୃତ୍ତି ପ୍ରକାଶ…

ପଡ଼ୋଶୀଙ୍କ କୋଦାଳ ଆଉ ଶାବଳମାଡ଼ରେ ମହିଳାଙ୍କ ଜୀବନ ଗଲା

ଖଇରା,୧୧ା୫(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ହରିପୁର ଗ୍ରାମରେ ଘର ତିଆରି ପାଇଁ ସେଣ୍ଟରିଂ ବେଳେ ଅଭାବନୀୟ ଘଟଣା ଘଟି ଯାଇଛି। ସୀମା ବିବାଦକୁ…

ମୋଦିଙ୍କ ବଡ଼ ଉପଦେଶ, କହିଲେ ଘରୁ ରହି କାମ କରିବାକୁ…

ନୂଆଦିଲ୍ଲୀ,୧୧।୫:  ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ବିଶ୍ୱ ବଜାରରେ ତୈଳ ସଙ୍କଟ ଦେଖାଦେଇଥିବାବେଳେ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ଆଶଙ୍କା କରାଯାଉଛି। ପଶ୍ଚିମ ଏସିଆ ସଙ୍କଟ…

ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ହତ୍ୟା କଲେ ଖଣି ମାଫିଆ, ଶରୀରର ଅନେକ ସ୍ଥାନରେ ରହିଛି…

ନୟାଗଡ଼,୧୧ା୫(ଲୋକନାଥ ମିଶ୍ର): ମାଙ୍କଡ଼ାପଥର ଚୋରାଚାଲାଣକୁ ବିରୋଧ କରିବାରୁ ରବିବାର ବିଳମ୍ବିତ ରାତିରେ ଓଡ଼ଗାଁ ବିଜୟ ମଣ୍ଡପସାହିର ଅଜିତ ସାହୁ(୩୫)ଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି ମାଫିଆ। ଏହି…

ଆମେରିକାକୁ କଡ଼ା ଜବାବ ଦେଲା ଇରାନ!

ତେହରାନ,୧୧।୫: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଉଥିବା ପରି ମନେ ହେଉଛି। ଗୋଟିଏ ପଟେ, ଆମେରିକା ସମାଧାନ ପାଇଁ ଚାପ ପ୍ରୟୋଗ…

ରାହୁଲଙ୍କୁ ମହଙ୍ଗା ପଡ଼ିଲା ଥାଲାପତିଙ୍କ ସହ ଇନଷ୍ଟା ରିଲ ଶେୟାର କରିବା

ନୂଆଦିଲ୍ଲୀ,୧୧।୫: ତାମିଲନାଡୁରେ ବିଜୟ ଥାଲାପତିଙ୍କ ଶପଥ ଗ୍ରହଣ ସମାରୋହ ସମୟରେ, ଟିଭିକେ ମୁଖ୍ୟ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସହ ମଞ୍ଚ ଉପରେ ଏକ ରିଲ…

ସ୍ତ୍ରୀଙ୍କ ହାତ ଗୋଡ଼ ବାନ୍ଧି ମାରିବା ପାଇଁ ସ୍ବାମୀଙ୍କ ଉଦ୍ୟମ, ଜ୍ୱାଇଁଙ୍କୁ ମାଡ଼ ମାରି ଶ୍ୱଶୁର ଘର ଲୋକେ…

ମହାକାଳପଡ଼ା,୧୧ା୫ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ସ୍ଥାନୀୟ ଖରିନାଶୀ ଗ୍ରାମର ମନୋରଞ୍ଜନ ଗିରି ୧୪ ବର୍ଷ ପୂର୍ବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri