Posted inଫୁରସତ

ଚାନ୍ଦାରେ ଦେଇଥିଲି ପ୍ରଥମ ପାରିଶ୍ରମିକ

କେନ୍ଦୁଝର ଜିଲା ହାଟଡିହୀ ବ୍ଲକ୍‌ ଅନ୍ତର୍ଗତ କଳିଗାଁ ଗାଁରେ ମୋର ଜନ୍ମ। ଗାଁ ସ୍କୁଲ୍‌ରେ ପ୍ରଥମରୁ ଅଷ୍ଟମ ଓ ପରେ କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ଜନତା ଉଚ୍ଚ ବିଦ୍ୟାଳୟ, ପାଳିମୀରେ ନବମ ଓ ଦଶମ ପଢିଥିଲି। ତା’ପରେ ଯୁକ୍ତ ଦୁଇ ଭଦ୍ରକ ମହାବିଦ୍ୟାଳୟ ଓ ଯୁକ୍ତ ତିନି ହାଟଡିହୀ ଆଞ୍ଚଳିକ ମହାବିଦ୍ୟାଳୟରେ ଶେଷ କରିଥିଲି। ଏହାପରେ କେନ୍ଦୁଝରରେ ଡି.ଆଇ.ଇଟି ଟ୍ରେନିଂ ଶେଷକରି ୧୯୯୭ ମସିହାରେ ତେଲକୋଇ ବ୍ଲକ ଅନ୍ତର୍ଗତ ସୁବୁଦ୍ଧିସାହି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବରେ ଯୋଗଦେଲି; ଯେଉଁଠାରେ ମୋତେ ପ୍ରଥମ ମାସ ୩୫୦୦ ଟଙ୍କା ଦରମା ମିଳିଥିଲା। ଯେଉଁଦିନ ଦରମାଟି ପାଇଲି, ସେଦିନ ରାତିରେ ମୋ ଆଖିକୁ ଆଦୌ ନିଦ ଆସିଲା ନାହିଁ। କେମିତି ରାତି ପାହିବ ଆଉ ମୁଁ ଘରକୁ ଯାଇ ବାପାଙ୍କୁ ସବୁତକ ଟଙ୍କା ଦେଇଦେବି ସେଇ କଥା ଖାଲି ଭାବୁଥିଲି। ପରଦିନ ଘରକୁ ଗଲି। ହଠାତ୍‌ ମୋତେ ଘରେ ଦେଖି ବାପାବୋଉ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ୩/୪ ଦିନ ପୂର୍ବରୁ ହିଁ ମୁଁ ଘରୁ ତେଲକୋଇକୁ ଯାଇଥିଲି। ହଠାତ୍‌ ଏମିତି କାହାକୁ କିଛି ନ ଜଣାଇ ଘରକୁ ଆସିବାର କାରଣ କ’ଣ ହୋଇପାରେ ବୋଲି ବାପାବୋଉ ମନେମନେ ଚିନ୍ତା କରୁଥାନ୍ତି। ଠିକ୍‌ ଏତିକିବେଳେ ପକେଟ୍‌ରୁ ସବୁତକ ଟଙ୍କା କାଢି ବାପାଙ୍କ ହାତରେ ଧରେଇ ଦେଇ କହିଲି, ଏହା ମୋର ପ୍ରଥମ ଦରମା ଟଙ୍କା, ଗତକାଲି ପାଇଲି। ଏହା ଶୁଣି ବାପାବୋଉ ବହୁତ ଖୁସି ହୋଇଗଲେ ଆଉ ଅଜାଣତରେ ତାଙ୍କ ଆଖିରେ ଆସି ଯାଇଥିବା ଆନନ୍ଦାଶ୍ରୁକୁ ମୁଁ ସେଦିନ ଠିକ୍‌ ଅନୁଭବ କରିପାରୁଥିଲି। ତେବେ ଏଠାରେ ଗୋଟେ କଥା କହି ରଖିବାକୁ ଚାହେଁ ଯେ, ଚାକିରୀ କରିବାର ବହୁ ପୂର୍ବରୁ ଅର୍ଥାତ୍‌ ମୁଁ ଯେତେବେଳେ ହାଟଡିହୀ କଲେଜରେ ପଢୁଥିଲି ସେତେବେଳେ କଲେଜକୁ ପ୍ରତିଦିନ ଗାଁରୁ ଯିବାଆସିବା କରୁଥିଲି। ଆଉ ସେହି ସମୟରେ ଆମ ଗାଁ ଏମ୍‌.ଇ ସ୍କୁଲର ପ୍ରଧାନଶିକ୍ଷକଙ୍କ ପିଲାଙ୍କୁ ନୂଆକରି ଟ୍ୟୁଶନ କରୁଥିଲି। ପ୍ରଥମ ମାସ ଟ୍ୟୁଶନରୁ ୩୦ ଟଙ୍କା ଦରମା ପାଇଲି; ଯାହାକି ଥିଲା ମୋ ଜୀବନର ପ୍ରଥମ ରୋଜଗାର। ଅଭିନୟ ପ୍ରତି ରୁଚି ଥିବାରୁ ସେହି ବର୍ଷ ଆମେ କେତେଜଣ ପିଲା ମିଶି ଗାଁରେ ଏକ ଯାତ୍ରା ନାଟକ ମଞ୍ଚସ୍ଥ କରିଥିଲୁ। ଆଉ ସେହି ବାବଦରେ ମୋତେ ୩୦ ଟଙ୍କା ଚାନ୍ଦା ଦେବାର ଥିଲା। ଟ୍ୟୁଶନରୁ ମିଳିଥିବା ସେହି ୩୦ ଟଙ୍କାଟିକୁ ଚାନ୍ଦା ଆକାରରେ ଦେଇ ସେଦିନ ଭାରି ଖୁସି ହୋଇଥିଲି। ତେବେ କେବଳ ଅଭିନୟ ନୁହେଁ, ଗାଁ ସ୍କୁଲ୍‌ରେ ପଢୁଥିବା ସମୟରେ ସାହିତ୍ୟ ଶିକ୍ଷକ ନବକୁମାର ଲେଙ୍କାଙ୍କ ପ୍ରେରଣାରେ ମୁଁ ଛୋଟ ଛୋଟ କବିତା ଲେଖିବା ମଧ୍ୟ ଆରମ୍ଭ କରିଥିଲି। କଲେଜରେ ପଢିଲାବେଳେ ଆଧୁନିକ କବିତା ଲେଖିଲି। କିନ୍ତୁ ସମୟକ୍ରମେ ଶିଶୁ ସାହିତ୍ୟ ପ୍ରତି ମୋର ଶ୍ରଦ୍ଧା ବଢିଲା। ମୋ ଲେଖାଗୁଡ଼ିକ ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକାରେ ପ୍ରକାଶ ପାଇ ପାଠକାଦୃତ ବି ହେଲା; ଯାହା ମୋତେ ପ୍ରେରଣା ଦେଲା ପୁସ୍ତକ ରଚନା କରିବାକୁ। ୟା’ ଭିତରେ ମୋ ଲିଖିତ ପ୍ରାୟ ୭/୮ ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇ ଢେର ପାଠକୀୟ ପ୍ରଶଂସା ପାଇସାରିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?