Posted inଫୁରସତ

ଟ୍ୟୁସନ ପଇସାରେ ସ୍କୁଲ ପିଲାଙ୍କୁ ବହିଖାତା ଦେଇଥିଲି

କେନ୍ଦୁଝର ଜିଲାର କଣ୍ଟିପାଳ ଗାଁରେ ମୋ ଜନ୍ମ । କଣ୍ଟିପାଳ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ୍‌ କରି ଆନନ୍ଦପୁର କଲେଜରେ ଯୁକ୍ତ ଦୁଇ ଓ ଇଂରାଜୀ ସମ୍ମାନ ରଖି ଯୁକ୍ତ ତିନି ପଢିଥିଲି । ତାପରେ ପୁଣି ରାଜନୀତି ବିଜ୍ଞାନରେ ରେଭେନ୍ସାରୁ ଯୁକ୍ତ ତିନି କରି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଏମ୍‌.ଏ, ଜେଏନୟୁରେ ଏମ୍‌.ଫିଲ୍‌ ଏବଂ ପିଏଚ୍‌ଡି କଲି । ପିଏଚ୍‌ଡି କାମ ସମ୍ପୂର୍ଣ୍ଣ ସରି ନଥାଏ ତା’ରି ଭିତରେ ଆଇଏଏସ୍‌ ପରୀକ୍ଷା ଦେଉଥିଲି । ୨୦୧୪ ରେ ପରୀକ୍ଷା ବହୁତ ଭଲ ହୋଇଥିଲା । କିନ୍ତୁ ବିଶେଷ କାରଣରୁ ଦିଲ୍ଲୀ ଛାଡିବାକୁ ପଡିଲା । ସେତେବେଳକୁ ବାଲେଶ୍ୱର ଫକୀର ମୋହନ କନିଷ୍ଠ ମହାବିଦ୍ୟାଳୟରେ ଅଧ୍ୟାପକ ଚାକିରି ମିଳିଥାଏ । ଭାବିଲି ଦୁଇମାସ ଅଧ୍ୟାପନା କରିଦେବି, ତାପରେ ଆଇଏଏସ୍‌ ହେଲେ ସେଥିରେ ଯୋଗ ଦେବି । ଦୁର୍ଭାଗ୍ୟ ଅଳ୍ପ କିଛି ମାର୍କ ପାଇଁ ଆଇଏଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିଲି ନାହିଁ; ଯଦ୍ଦ୍ବାରା ଅଧ୍ୟାପକ ଚାକିରିଟା ଦୁଇମାସ ପରିବର୍ତ୍ତେ ଦୁଇ ବର୍ଷ ଯାଏଁ ଚାଲିଲା ।
ସେପଟେ ପିଏଚଡି ଛାଡି ଆସିଥାଏ । ବହୁତ ଦୁଃଖ ଲାଗିଥିଲା କିନ୍ତୁ ଓପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାରୁ କିଛି ମାତ୍ରାରେ ଦୁଃଖ ଲାଘବ ହୋଇଥିଲା । ୨୦୧୬ ରେ ଡିଏସପି ଭାବରେ ଯୋଗ ଦେଲି । ୨୦୧୮ ଯାଏଁ ଟ୍ରେନିଂରେ ରହିଲି । ଟ୍ରେନିଂ ସମୟରେ ଶ୍ରେଷ୍ଠ ପ୍ରଦର୍ଶନ ଲାଗି ରାଜ୍ୟପାଳ ପଦକ ମିଳିଲା । ତା’ପରେ ପ୍ରଥମ ପୋଷ୍ଟିଂ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଏସ୍‌.ଡି.ପି.ଓ ଭାବେ । ପରେ ବଦଳି ହେଲା କନ୍ଧମାଳର ବାଲିଗୁଡ଼ା ଆଉ ଏବେ ବାଲୁଗାଁର ଏସ୍‌.ଡି.ପି.ଓ ଦାୟିତ୍ୱରେ ଅଛି ।
‘ଆତ୍ମନିର୍ଭରଶୀଳତାକୁ ପସନ୍ଦ କରେ’ ତେଣୁ ଚାକିରି କରି ଦରମା ପାଇବାର ବହୁ ପୂର୍ବରୁ ହିଁ ମୋର ରୋଜଗାର ଆରମ୍ଭ ହୋଇଯାଇ ଥିଲା। ନବମ ଶ୍ରେଣୀରେ ମେଧାବୃତ୍ତି ବାବଦକୁ ବର୍ଷକୁ ଏକକାଳୀନ ୩୦୦ ଟଙ୍କା ମିଳିଥିଲା । ସେଥିରେ ନିଜ ପାଇଁ ଗୋଟିଏ ଓ୍ବାର୍ଡ ବୁକ୍‌ ଓ ଜ୍ୟାମିତି ବାକ୍ସ କିଣିଥିଲି। ବାକି ଟଙ୍କା ବୋଉକୁ ନେଇ ଦେଇଥିଲି । ମାଟ୍ରିକ୍‌ ପାସ୍‌ କରିବା ପରେ ଦଶମ ଶ୍ରେଣୀ ପିଲାଙ୍କୁ ଟ୍ୟୁସନ କରୁଥିଲି ମୁଖ୍ୟତଃ ସଂସ୍କୃତ ଓ ଇଂରାଜୀ ବିଷୟରେ ।
ସେଥିରୁ ଯେଉଁ ଟଙ୍କା ମିଳେ ସେଥିରେ ନିଜ ପଢାଖର୍ଚ୍ଚ ଉଠାଇବା ସହ ସାଧ୍ୟମତେ ଅନ୍ୟ ପିଲାଙ୍କୁ ମଧ୍ୟ ବହିଖାତା ଯୋଗାଇ ଦିଏ । ଜେଏନ୍‌ୟୁରେ ଜେ.ଆର.ଏଫ୍‌ ମିଳିବା ପର୍ଯ୍ୟନ୍ତ ମୁଁ ଟ୍ୟୁସନ କରିଛି ଆଉ ସେହି ରୋଜଗାରରୁ କେବଳ ଗରିବ ପିଲା ନୁହେଁ, ଅସୁବିଧାରେ ପଡିଥିବା ଯେକୌଣସି ଲୋକଙ୍କୁ ବି ସାହାଯ୍ୟ କରିବାକୁ ସବୁବେଳେ ଚେଷ୍ଟା କରିଛି । ଏହି ଧାରା ମୋର ଏବେ ବି ଚାଲିଛି ଆଉ ଏ କ୍ଷେତ୍ରରେ ମୋ ପତ୍ନୀ କବିତା ରାଣୀ ମୋତେ ପୂର୍ଣ୍ଣ ସହଯୋଗ କରିଥାନ୍ତି । ସାଙ୍ଗମାନେ ତିଆରି କରିଥିବା ‘ଆମ ପ୍ରୟାସ’ସଂଗଠନ ବି ଅନେକ ସମୟରେ ପ୍ରେରଣା ଦିଏ। ମୋର ଧ୍ୟାନ ଗରିବ ପିଲାଙ୍କ ପଢ଼ାଖର୍ଚ୍ଚ ସହ ରୋଗୀଙ୍କୁ ରକ୍ତଦାନ ଏବଂ ଔଷଧ ଖର୍ଚ୍ଚ ଆଦିରେ ବି ରହେ। ଯେତେବେଳେ ଯେମିତି ବି ଘଟଣା ମୋ ସାମ୍ନାକୁ ଆସେ, ତା’ର ସମାଧାନ ମୋର ସାଧ୍ୟ ମୁତାବକ କରିବାକୁ ଚେଷ୍ଟା କରିଛି । ଗତବର୍ଷ କରୋନା ସମୟରେ ଜଣେ ଅସହାୟ ବୃଦ୍ଧାଙ୍କ ପୁଅଙ୍କ ମୃତ ଶରୀରକୁ ଅନ୍ୟମାନେ ଛୁଇଁ ନଥିବା ବେଳେ, ସେଇ ମା’ଙ୍କ ଅନୁରୋଧରେ ମୁଁ ଓ ଆଉ ୩ ଜଣ ସହଯୋଗୀ ପିପିଇ କିଟ୍‌ ପିନ୍ଧି ରାତି ସାରା ଜଗି ରହି ଶବଦାହ କରିଥିଲୁ । ସେଇ ମା’ ଜଣକ କାନ୍ଦି କାନ୍ଦି ମୁଣ୍ଡ ଛୁଇଁ ଆଶୀର୍ବାଦ କରିଥିଲେ । ବାଲିଗୁଡ଼ାରେ କରୋନା ସମୟରେ ବିଭିନ୍ନ ରୋଚକପୂର୍ଣ୍ଣ କବିତା ଓ ଗୀତ ଲେଖି ତାକୁ ରେକର୍ଡିଂ କରି ଲୋକଙ୍କୁ ସଚେତନ କରିବାର ଭିନ୍ନ ପ୍ରୟାସ ବି ବେଶ୍‌ ଜନାଦୃତ ହୋଇଥିଲା। ସାଧାରଣତଃ ଲୋକମାନେ ପୋଲିସ୍‌ ସହ କଥାବାର୍ତ୍ତା ହେବାକୁ ଟିକେ ସଙ୍କୋଚବୋଧ ଅବା ଭୟ କରିଥାନ୍ତି ।
ତେଣୁ ମୋର ପ୍ରୟାସ ରହେ ଲୋକେ କେମିତି ମୋ ପାଖରେ ବିନା ଭୟ ବିନା ସଙ୍କୋଚରେ ତାଙ୍କ ଦୁଃଖ ଜଣାଇ ପାରିବେ। ସେଥିପାଇଁ ମୋ ମୋବାଇଲ୍‌ ନମ୍ବରକୁ ମୁଁ ରହୁଥିବା ଅଞ୍ଚଳରେ ବାଣ୍ଟି ଦିଏ, ଯଦ୍ଦ୍ବାରା କୌଣସି ବ୍ୟକ୍ତି କୌଣସି ଅସୁବିଧାରେ ମଧ୍ୟ ମୋତେ ଫୋନ୍‌ କରି କିମ୍ବା ହ୍ବାଟ୍ସଆପ ମେସେଜ୍‌ କରି ଅସୁବିଧା ଜଣାଇଲେ ତାଙ୍କୁ ଅନାୟାସରେ ସାହାଯ୍ୟ କରିପାରିବି । ଏଇ କିଛି ଦିନ ତଳେ ଚିଲିକାରେ ବୁଡିଯାଉଥିବା ୧୧ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରି ଅନେକ ଖୁସି ଆଉ ଆଶୀର୍ବାଦ ପାଇଥିଲି। ଆଜି ଯାଏଁ ଯେଉଁଠି ବି କାମ କରିଛି ଲୋକେ ଖୁବ୍‌ ଭଲ ପାଇବା ଦେଇଛନ୍ତି; ଆଉ ତାକୁ ହିଁ ପାଥେୟ କରି ମୁଁ ମୋ କର୍ମପଥରେ ଆଗେଇ ଚାଲିଛି । -ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri