Posted inଫୁରସତ

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଗାୟକ ବିଜୟରାମ ତ୍ରିପାଠୀ

ବଡ଼ ଭାଇ ତାଙ୍କ ପିଲାମାନଙ୍କ ପାଠପଢା ଉଦ୍ଦେଶ୍ୟରେ ଭୁବନେଶ୍ୱର ଚାଲି ଯିବାପରେ ଘରର ଆର୍ଥତ୍କସ୍ଥିତି ଖରାପ ହୋଇଗଲା। କାରଣ ନିପଟ ମଫସଲିଆ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ ସେ। ସେ ଯିବା ପରେ ନନାବୋଉ( ବାପାମା’)ବହୁତ ଭାଙ୍ଗି ପଡ଼ିଲେ । ସେତେବେଳକୁ ମୋର +୩ ପରୀକ୍ଷା ସରିଥାଏ। ବାପାମା’ଙ୍କର ହତାଶିଆ ଆଖି ମୋର ହୃଦୟକୁ ଆନ୍ଦୋଳିତ କରୁଥାଏ। ଭଲ ଗୀତ ଗାଉଥିଲି ବୋଲି ଆଖପାଖ ଗାଁର ଲୋକେ ଜାଣିଥାନ୍ତି। କଲେଜରେ ରାଜନୀତି ବିଜ୍ଞାନ ବିଷୟ ଥିଲା ସତ, ହେଲେ ଇଂରାଜୀ, ଅଙ୍କ ଏବଂ ଓଡ଼ିଆରେ ଭଲ ଜ୍ଞାନ ଥିଲା ମୋର। ବାହାରିପଡିଲି ରୋଜଗାର ଅନ୍ବେଷଣରେ। ବହୁ ସ୍ଥାନରେ ନିରାଶ ହେବାକୁ ପଡ଼ିଲା ସତ, ତଥାପି ଆଶା ହରାଇ ନ ଥାଏ। ଜଣେ ସହୃଦୟ ବ୍ୟକ୍ତି ତାଙ୍କର ଦୁଇଟି ପିଲାଙ୍କୁ ଟ୍ୟୁଶନ କରିବାକୁ କହିବା ପରେ ଆଶ୍ୱସ୍ତ ହୋଇ ଟ୍ୟୁଶନ ମାଷ୍ଟର ଭାବେ ପ୍ରଥମେ ମତେ କାମ ମିଳିଲା। ପ୍ରଥମ ମାସର ଦରମା ମତେ ମିଳିଥିଲା ୩୦୦ଟଙ୍କା। ସେଇ ଟଙ୍କାକୁ ଯେତେବେଳେ ବୋଉ ହାତକୁ ବଢ଼ାଇ ଦେଲି, ଦେଖିଲି ତା’ ଆଖିରେ ଲୁହର ବନ୍ୟା। ମୋତେ କୋଳେଇ ଧରି ମୋ ମୁଣ୍ଡକୁ ଆଉଁସି ଦେଇ କହିଲା ‘ତୁ ଏକମାତ୍ର ଆମ ସାହାରା।’ ତା’ପରେ ଯେତେ କଷ୍ଟ ହେଉ ପିତାମାତାଙ୍କ ଆଖିରେ ଖୁସି ଦେବା ପାଇଁ ଟ୍ୟୁଶନ ସହିତ ସଙ୍ଗୀତ ଶିକ୍ଷାରେ ଲାଗି ପଡ଼ିଲି। ପ୍ରୋଗ୍ରାମ ବି ମିଳିଲା। ପ୍ରଥମ ପ୍ରୋଗ୍ରାମରେ ୫୦୦ଟଙ୍କା ପାଇଲା ପରେ ମୋ ଭିତରେ ଆତ୍ମପ୍ରତ୍ୟୟ ବୃଦ୍ଧି ପାଇଲା । ଆତ୍ମବିଭୋର ହେଲି ମୁଁ । ବାପାମା’ଙ୍କର ସେବା କରିବାକୁ ଭଗବାନ ମୋତେ ଆହୁରି ଯୋଗ୍ୟ କରନ୍ତୁ ବୋଲି ତାଙ୍କ ଉଦ୍ଦେଶ୍ୟରେ ପ୍ରଣତି ଢାଳି ସଙ୍ଗୀତ ସାଧନା ଓ ବିଦ୍ୟାଦାନ ଜାରି ରଖିଲି। ଚାକିରି କଲେ ନାନାବୋଉଙ୍କ ପାଖ ଛାଡ଼ିଯିବାକୁ ପଡ଼ିବ ବୋଲି ଚାକିରିର ଲୋଭ ପରିତ୍ୟାଗ କରି ସଙ୍ଗୀତସାଧନା ଜାରି ରଖିବା ସହ ପୂଜାପାଠ କରୁଥିଲି। ଯେତିକି ରୋଜଗାର ହେଉଥିଲା ସେଇଥିରେ ମୋ ପରିବାର ସୁରୁଖୁରୁରେ ଚଳି ଯାଉଥିଲା। ଘରେ ପୂଜା ଓ ସଙ୍ଗୀତ ସାଧନା ଯୋଗୁ ଆଧ୍ୟାତ୍ମିକ ଶାନ୍ତି ରହୁଥିଲା, ଯାହା ଆଜି ବି ବଳବତ୍ତର ରହିଛି। ମୋତେ ଲାଗେ ନନା, ବୋଉଙ୍କ ସହ ଈଶ୍ୱର ଖୁସି ତେଣୁ ଘରେ ଏହି ପବିତ୍ରଭାବର ଆନନ୍ଦମୟ ବାତାବରଣ ରହୁଛି। ଏବେ ତ ନନାବୋଉ ନାହାନ୍ତି। ତାଙ୍କ ଆଶୀର୍ବାଦରୁ ସଙ୍ଗୀତ ଦୁନିଆରେ ପ୍ରତିଷ୍ଠିତ ହୋଇପାରିଛି। ମୁଁ କେବଳ ଭଜନ, ଜଣାଣ, ସୁନ୍ଦରକାଣ୍ଡ, ରାମଚରିତ ମାନସ, ଗୀତା, ଭାଗବତ ଓ ଗୀତଗୋବିନ୍ଦ ଗାୟନ କରେ। ତେବେ ଗୀତଗୋବିନ୍ଦର ଗାୟକ ଭାବରେ ହିଁ ମୋର ପ୍ରସିଦ୍ଧି। ମୋର ସଙ୍ଗିତ ଟିମ୍‌ ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ସଙ୍ଗିତ କାର୍ଯ୍ୟକ୍ରମ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

ଦେଶର ସବୁଠାରୁ ବଡ ଭୋଟର ପରିବାର, ୧୦-୨୦ ନୁହେଁ ଗୋଟିଏ ପରିବାରରେ ଭୋଟରଙ୍କ ସଂଖ୍ୟା ଶହେରେ

ଗୁଆହାଟି,୧୫।୪: ଲୋକ ସଭା ନିର୍ବାଚନ ୨୦୨୪ରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଆଉ କିଛି ଦିନ ବାକି ଅଛି। ଏହି ସମୟରେ ଆସାମରେ ଏକ ପରିବାର...

ଇସ୍ରାଏଲ-ଇରାନ ବିବାଦ ମଧ୍ୟରେ ଆନନ୍ଦ ମହିନ୍ଦ୍ରାଙ୍କୁ ପସନ୍ଦ ଆସିଗଲା ଏହି ଗୋଟିଏ ଜିନିଷ: କହିଲେ, ଭାରତକୁ ବି ଏହା ଆବଶ୍ୟକ

ନୂଆଦିଲ୍ଲୀ,୧୫।୪: ଅନେକ ଦିନ ପରେ ନୀରବ ରହିବା ପରେ ଶେଷରେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବିବାଦ ଆରମ୍ଭ ହୋଇଛି। ଏହି ବିବାଦ ଉପରେ ସମଗ୍ର...

ବିବାହରେ ଅପେକ୍ଷା କରିଥିଲେ ଅତିଥି, ହନିମୁନ୍‌ରେ ବାହାରିଲେ ବରକନ୍ୟା, ଲଜ୍ଜିତ ହେଲେ ପରିବାର

ବିବାହ ହଲ୍‌ରେ ପ୍ରବେଶ କରିବା ପୂର୍ବରୁ ଆପଣ ବର କିମ୍ବା କନ୍ୟାଙ୍କର ଅନେକ କାହାଣୀ ଶୁଣିଥିବେ ନିଶ୍ଚୟ। କିନ୍ତୁ ଆପଣ କେବେ ଶୁଣିଛନ୍ତି କି ଉଭୟ...

Featured Video Play Icon

ସଫେଇ କର୍ମଚାରୀରୁ IAS ଅଫିସର

ଅବଦୁଲ୍ ନସର । ୫ ବର୍ଷ ବୟସରେ ମାତାପିତାଙ୍କ ଘଟିଥିଲା ମୃତ୍ୟୁ ।ଏହାପରେ ତାଙ୍କର ଲାଳନ ପାଳନ ହୋଇଥିଲା ଅନାଥ ଆଶ୍ରମରେ । କିନ୍ତୁ ଭାଗ୍ୟ...

ଗାଧୋଇବା ପାଇଁ ଅନ୍ୟ ଦେଶକୁ ବିମାନ ଯାତ୍ରା କଲେ ଏହି ଯୁବକ, ଖର୍ଚ୍ଚ କଲେ ଏତିକି ଟଙ୍କା…

ମୁମ୍ବାଇ: ଦୁନିଆରେ ଅଜବ ଧରଣର ଲୋକ ରହିଛନ୍ତି। କିଛି ଲୋକଙ୍କର ଅଜବ ସଉକ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଏବେ ସେମିତି ଜଣେ ଯୁବକଙ୍କ ଫିଟୋ...

ଲାଞ୍ଚଂ ଶରଣଂ ଗଚ୍ଛାମି

ଥରେ ଜୀବେ ଦୟା ବିଷୟରେ ପ୍ରବଚନ ଶୁଣିଲା ପରେ ଉଦବୁଦ୍ଧ ହୋଇ ବାଟରେ ଯାଉଥିବା ଗାଈକୁ ଟିକେ ଆଉଁସି ଦେଲି । ଜାଗା ଅଜାଗାରେ ହାତ...

ମୋନାଲିସା ପେଣ୍ଟିଂ ଏତେ ପ୍ରସିଦ୍ଧ କ’ଣ ପାଇଁ? ଜାଣନ୍ତୁ ରହସ୍ୟ…

ଇଟାଲିର ମହାନ ଚିତ୍ରକର ଲିଓନାର୍ଡୋ ଦା ଭିନ୍ସିଙ୍କ ହାତର ଯାଦୁକରୀ ହେଉଛି ପୃଥିବୀ ପ୍ରସିଦ୍ଧ ମୋନାଲିସା ପେଣ୍ଟିଂ। ୧୫୦୩ରୁ ୧୫୦୬ ମସିହା ମଧ୍ୟରେ ତିଆରି ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri