Odisha Elections 2024
Posted inଫୁରସତ

ପ୍ରଥମ ଦରମାରେ ମନ୍ଦିରରେ ଭୋଗ କରିଥିଲି: ଡଃ କୁମୁଦିନୀ ରାଉତରାୟ

ସୁନ୍ଦରଗଡ ସହରରେ ମୁଁ ମୋର ଆନୁଷ୍ଠାନିକ ଶିକ୍ଷା ଗ୍ରହଣ କରିଥିଲି। ପରେ ୟୁନିଭର୍ସିଟିରେ ଭୁତତ୍ତ୍ୱ ବିଜ୍ଞାନ ବିଭାଗରେ ଏମଏସସି ପଢୁଥିବାବେଳେ ସୁନ୍ଦରଗଡ ଜିଲାର ସମନ୍ବିତ ଶିଶୁ ବିକାଶ ଯୋଜନା ବିଭାଗର ସୁପରଭାଇଜର ପଦବୀ ପାଇଁ ସାକ୍ଷାତକାର ଦେଇ ସେଥିରେ କୃତକାର୍ଯ୍ୟ ହେଲି। ଆଉ ସୁନ୍ଦରଗଡ ଜିଲାର ଲାଠିକଟା ବ୍ଲକରେ ସମନ୍ବିତ ଶିଶୁ ବିକାଶ ଯୋଜନାର ସୁପରଭାଇଜର ଭାବେ କାର୍ଯ୍ୟରେ ଯୋଗ ଦେଲି ।

ପ୍ରଥମ ମାସ ପରେ ଯେତେବେଳେ ଦରମା ମିଳିଲା ଦରମା ଟଙ୍କା ଆଣି ବାପାଙ୍କୁ ଦେଇଥିଲି। ସେଥିରୁ କିଛି ଟଙ୍କା ନେଇ ମା’ ସମଲେଶ୍ୱରୀଙ୍କ ନିକଟରେ ଭୋଗ କରିଥିଲି। ତା’ସହ ସେତେବେଳେ ଆମ ଘର ପାଖରେ ରହୁଥିବା ଜଣେ କୁମ୍ଭପଟିଆ ବାବା (ମହିମା ସନ୍ନ୍ୟାସୀ) ଯେ କି ଆମଘରକୁ ପ୍ରାୟତଃ ଆସୁଥିଲେ ତାଙ୍କୁ ଜ୍ୱର ହେଉଥିବାରୁ ଔଷଧ କିଣି ତାଙ୍କୁ ଦେଇଥିଲି। ପ୍ରଥମ ରୋଜଗାର ଟଙ୍କାରେ କିଛି ସାହାଯ୍ୟ କରି ପାରିଥିବାରୁ ମୋ ମନ ଆତ୍ମତୃପ୍ତିରେ ଭରିଯାଇଥିଲା। ତା’ପରେ ବାପାଙ୍କ ପାଖରେ ଥିବା ଦରମା ଟଙ୍କାରୁ କିଛି କିଛି ନେଇ ନିଜର ଆବଶ୍ୟକତା ମୁତାବକ ଖର୍ଚ୍ଚ କରିବା ସଙ୍ଗେ ସଙ୍ଗେ ଘର ଲୋକଙ୍କ ପାଇଁ କିଛି ଉପହାର କିଣିଥିଲି ।

ମୋର ପ୍ରଥମ ଚାକିରିର ପ୍ରଥମ ପାରିଶ୍ରମିକକୁ ମୁଁ ଏପରି ଭାବେ ଖର୍ଚ୍ଚ କରିଥିଲି। ପରବର୍ତ୍ତୀ ସମୟରେ ଓଡିଶା ସରକାରଙ୍କ ଓପିଏସସି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ମୁଁ ଭୂତତ୍ୱ ବିଜ୍ଞାନ ବିଭାଗର ଅଧ୍ୟାପିକା ଭାବେ ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟରେ ଯୋଗଦେଲି। ଏହାପରେ ଭୂତତ୍ତ୍ୱ ବିଜ୍ଞାନରେ ଗବେଷଣା କରି ପିଏଚଡି ଡିଗ୍ରୀ ପ୍ରାପ୍ତ କଲି। ଆଉ ସେହି ମହାବିଦ୍ୟାଳୟର ସ୍ନାତକୋତ୍ତର ଭୂତତ୍ତ୍ୱ ବିଜ୍ଞାନ ବିଭାଗର ପ୍ରାଧ୍ୟାପିକା ଭାବେ କାର୍ଯ୍ୟ କରି ମହାବିଦ୍ୟାଳୟର ଛାତ୍ରୀ ନିବାସର ଅଧ୍ୟକ୍ଷା ଭାବେ ଛାତ୍ରୀମାନଙ୍କୁ ଉପଯୁକ୍ତ ମାର୍ଗଦର୍ଶନ ଦେଇ ନିଜର ଦାୟିତ୍ୱ ବୋଧକୁ ସୂଚାରୁ ରୂପେ ସଂପାଦନ କଲି। ୨୦୨୨ ମସିହାରେ ସୁନ୍ଦରଗଡ ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କରି କାର୍ଯ୍ୟରତ ରହିଛି । ଅଧ୍ୟକ୍ଷା ଭାବେ ନିଜ ଦାୟିତ୍ୱ ବୋଧକୁ ସୂଚାରୁରୂପେ ସଂପାଦନ କରିବା ସହ ମହାବିଦ୍ୟାଳୟରେ ପରିବେଶର ସୁରକ୍ଷା ଓ ଛାତ୍ରୀମାନଙ୍କର ସର୍ବାଙ୍ଗୀନ ଶୈକ୍ଷିକ ଅଭିବୃଦ୍ଧି ଏବଂ ସମାଜର ବିଭିନ୍ନ କ୍ଷେତ୍ରରେ ଛାତ୍ରୀଛାତ୍ରମାନେ କିପରି ନିଜକୁ ପ୍ରତିଷ୍ଠିତ କରି ଏକ ଉନ୍ନତ ରାଷ୍ଟ୍ର ନିର୍ମାଣରେ ବ୍ରତୀ ହେବେ ସେଥିପ୍ରତି ଯଥେଷ୍ଟ ଗୁରୁତ୍ୱ ଦେଇଛି । ବୃତିଗତ ଜୀବନରେ ଅନେକ ଟଙ୍କା ରୋଜଗାର କରିଥିଲେ ମଧ୍ୟ ପହିଲି ରୋଜଗାରର ପୁଲକ ଏବେ ବି ମୋ ମନରେ ଉଜ୍ଜିବୀତ ହୋଇ ରହିଛି।

-ଜୟନାରାୟଣ ମେଣ୍ଡୁଳି


Enter your email to get our daily news in your inbox.

All Right Reserved By Dharitri.Com

ଶାନ୍ତି, ସୌହାର୍ଦ୍ଦ୍ୟ ରକ୍ଷା ଜରୁରୀ

ଆତଙ୍କବାଦ ବିରୋଧୀ ଦିବସ ପ୍ରତିବର୍ଷ ମେ’ ୨୧ରେ ଭାରତରେ ପାଳନ କରାଯାଏ। ଆତଙ୍କବାଦ ବିଷୟରେ ଲୋକଙ୍କୁ ସଚେତନ କରାଇବା ଏବଂ ଆତଙ୍କବାଦ ବିରୋଧରେ ଏକତାର ବାର୍ତ୍ତା...

ଇଭିଏମକୁ ଫୁଲମାଳ ପିନ୍ଧାଇଲେ ସ୍ବାଧୀନ ପ୍ରାର୍ଥୀ

ନାସିକ: ଚଳିତ ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ ସୋମବାର ଅନୁଷ୍ଠିତ ହୋଇ ଯାଇଛି। ତେବେ ଏହି ନିର୍ବାଚନ ଚାଲିଥିବାବେଳେ ମହାରାଷ୍ଟ୍ରର ନାସିକରୁ ଏକ...

ପ୍ରେମିକଙ୍କୁ ଭେଟିବା ପାଇଁ ୧୫୦୦ କିଲୋମିଟର ଗଲେ ଯୁବତୀ, ବିମାନରୁ ଓହ୍ଲାଇବା ପରେ ଯାହା ଘଟିଲା, ଜାଣିଲେ…

ଅନଲାଇନ ଡେଟିଂ ସବୁବେଳ ପାଇଁ ବିପଦପୂର୍ଣ୍ଣ ଅଟେ। ଅନେକ ଯୁବତୀ/ଯୁବକଙ୍କ ପାଇଁ ଏହା ବହୁତ ମଜାଦାର ହୋଇଥିବା ବେଳେ ଆଉ କିଛି ଯୁବତୀ ଯୁବକ ଏଥିରେ...

କଣ ଏହି ‘ଗଜଗାମିନୀ’ ଚାଲି? ଅଦିତିଙ୍କ ବାସ ୧୦ ସେକେଣ୍ଡର ଝଲକ୍‌ରେ ଲୋକେ ହେଉଛନ୍ତି ଦିୱାନା

ଫ୍ୟାଶନ ଦୁନିଆରେ ‘କ୍ୟାଟୱାକ’ ବିଷୟରେ ଆପଣ ନିଶ୍ଚୟ ବହୁତ ଶୁଣିଥିବେ। କିନ୍ତୁ କେବେ ସ୍ବାନ ଓ୍ବାକ୍‌ କିମ୍ବା ଗଜ ଗାମିନୀ ବିଷୟରେ ଶୁଣିଛନ୍ତି କି? ପ୍ରାୟତ...

ପ୍ରଥମ ରୋଜଗାରର ଶିହରଣ ଏବେ ବି ଅନୁଭବ କରେ:ସୌମ୍ୟଶ୍ରୀ ପାଣିଗ୍ରାହୀ

ସବୁବେଳେ ନାହିଁ ନାହିଁର ଜୀବନ ଜିଇଆସିଥିବା, ସବୁକଥାରେ କାଣ୍ଟଛାଣ୍ଟ କରୁଥିବା, ଅୟସର ସ୍ବପ୍ନ ଦେଖିବାକୁ ନିଜ ମନକୁ ହାଲ୍‌କା ଭାବେ ଆକଟ କରୁଥିବା ୨୦/୨୨ ବର୍ଷର...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ଶିର୍ଲି

ସିଙ୍ଗାପୁର: ସିଙ୍ଗାପୁରର ଶିର୍ଲି ଲିଙ୍ଗ୍‌ ନାମ୍ନୀ ଜଣେ ମହିଳା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମାତ୍ର ୩୪ ବର୍ଷ ବୟସରେ ଜେଜେ ମା’ ହୋଇଛନ୍ତି। ତାଙ୍କର ୧୭...

ବିଶ୍ୱର ସବୁଠୁ ଛୋଟ ମହିଳାଙ୍କୁ ଭେଟିଲେ ‘ଦ ଗ୍ରେଟ୍‌ ଖଲି’: ପରେ ଘଟିଲା….ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୫: ଦେଶର ଜଣେ ଜଣାଶୁଣା କୁସ୍ତି ଖେଳାଳି ‘ଦ ଗ୍ରେଟ୍‌ ଖଲି’ କିଏ ବା ନ ଜାଣେ ନାହିଁ। ସେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଜିତିଛନ୍ତି।...

ନିରାପଦ ଏଚ୍‌ଆଇଭି ଟିକା ପାଇଁ ମିଳିତ ଉଦ୍ୟମ ଦରକାର

ସମଗ୍ର ବିଶ୍ୱରେ ଚିନ୍ତାର କାରଣ ସାଜିଥିବା ତଥା ଅନ୍ୟତମ ପ୍ରମୁଖ ରୋଗ ମଧ୍ୟରେ ଏଡ୍‌ସ (ଆକ୍ୟୁଆଡ ଇମ୍ୟୁନ ଡେଫିସିଏନ୍‌ସି ସଣ୍ଡ୍ରୋମ) ଅନ୍ୟତମ। ଏହାର ଏ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri