Posted inଜାତୀୟ

‘ମୁଁ ଆଉ ବଞ୍ଚିବାକୁ ଚାହୁଁନି’, ରାଜ୍ୟସଭାରେ ବଡ଼ କଥା କହିଦେଲେ ଖଡ଼ଗେ

ନୂଆଦିଲ୍ଲୀ, ୩୧।୦୭: ସଂସଦରେ ମୌସୁମୀ ଅଧିବେଶନ ଜାରି ରହିଛି । ରାଜ୍ୟ ସଭାରେ ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଅଲଗା ରୂପ ଦେଖିବାକୁ ମିଳିଛି । ଗୃହର ବିରୋଧୀ ଦଳ ନେତା ଅଚାନକ ଭାବୁକ ହୋଇଯାଇଥିଲେ । ପରେ ପୁଣି ବର୍ଷିଥିଲେ । ଭାଜପା ନେତା ଘନଶ୍ୟାମ ତିୱାରୀ ମଙ୍ଗଳବାର ରାଜ୍ୟସଭାରେ ଖଡ଼ଗେଙ୍କୁ ଟାର୍ଗେଟ୍‌ କରି କହିଥିଲେ ଯେ, ସେ ପରିବାରବାଦରୁ ରାଜନୀତିକୁ ଆସିଛନ୍ତି। ଯାହାକୁ ନେଇ ଖଡ଼ଗେ ମର୍ମାହତ ହୋଇଥିବା କହିଛନ୍ତି ।

ପରିବାରବାଦ ଅଭିଯୋଗରେ ରାଜ୍ୟସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ ଗତକାଲି ମୁଁ ଗୃହରେ ନଥିବା ବେଳେ ଘନଶ୍ୟାମ ତିୱାରୀ ଏକ ସମସ୍ୟା ଉଠାଇଥିଲେ। ରାଜନୀତିରେ ଏହା ମୋର ପ୍ରଥମ ପିଢ଼ି । ମୋ ବାପା ରାଜନୀତିରେ ନଥିଲେ। ମା ମଧ୍ୟ ନଥିଲେ । ବାପା ମୋତେ ବଢ଼ାଇଛନ୍ତି । ମୁଁ ତାଙ୍କ ଆଶୀର୍ବାଦ ସହିତ ଏଠାରେ ପହଞ୍ଚିଛି । ମୋର ୮୫ ବର୍ଷ ଅତୀତ ଅତିବାହିତ ହୋଇସାରିଲାଣି ।

ତେବେ ଏହାକୁ ନେଇ ରାଜ୍ୟ ସଭା ଚେୟାରମ୍ୟାନ ଜଗଦୀପ ଧନଖର କହିଛନ୍ତି ଯେ ଆପଣ ଅଧିକ ଦିନ ବଞ୍ଚିବେ । ଖଡ଼ଗେ କିନ୍ତୁ କହିଛନ୍ତି, ’ବାଚସ୍ପତି, ମୁଁ ଆଉ ଏହି ପରିବେଶରେ ବଞ୍ଚିବାକୁ ଚାହେଁ ନାହିଁ। ମୁଁ ଖରାପ ଅନୁଭବ କଲି ଯେ ତିୱାରୀ କହିଛନ୍ତି ଯେ ମୁଁ ପରିବାରବାଦରୁ ଆସିଛି । ମଲ୍ଲିକାର୍ଜୁନା ହେଉଛି ଶିବଙ୍କ ନାମ । ୧୨ ଜ୍ୟୋର୍ତିଲିଙ୍ଗ ମଧ୍ୟରୁ ଏହା ଗୋଟିଏ ନାମ । ବୁଝି ବିଚାରି ମୋ ବାପା ଏହି ନାମ ଦେଇଥିଲେ । କିନ୍ତୁ ମୁଁ ମୋ ପରିବାରରୁ ଏକାକୀ ରାଜନୀତିକୁ ଆସିଛି ।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ:ରୋଗୀଙ୍କ ଚିକିତ୍ସାରେ ବାଧା

ବାଲିଗୁଡ଼ା, ୧୯/୯ (ସଞ୍ଜୟ କୁମାର ପାଣିଗ୍ରାହୀ): ପୂଜା, ପର୍ବପର୍ବାଣି ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର…

ବଟେଶ୍ୱର ବେଳାଭୂମିରେ ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର

ଗଞ୍ଜାମ, ୧୯/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆଗଡ଼ସ୍ଥିତ ବଟେଶ୍ୱର ବେଳାଭୂମିଠାରେ ଶନିବାର ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

ଗାଈକୁ ବଞ୍ଚାଇବାକୁ ଯାଇ ଓଲଟିଲା ଟୁରିଷ୍ଟ ବସ୍: ୧୫ରୁ ଊର୍ଦ୍ଦ୍ବ ଗୁରୁତର

ନୀଳଗିରି, ୧୯।୯, (ପ୍ରଶାନ୍ତ କୁମାର ବିଶ୍ବାଳ): ଶେରଗଡ଼ ନୀଳଗିରି ଦେଇ ମୟୁରଭଞ୍ଜକୁ ସଂଯୋଗ କରୁଥିବା ୧୯ନଂ ରାଜ୍ୟ ରାଜପଥର ଗୁହିରା ଏବଂ ଛତ୍ରପୁର ମଝି ରାସ୍ତା ଭୁଡୁରୁବଣି…

ଡେଙ୍ଗୁ ରୋଗୀଙ୍କ ପାଇଁ ହସ୍ପିଟାଲରେ ମିଳୁନି ସ୍ଥାନ, ଚଟାଣରେ ଚାଲିଛି ଚିକିତ୍ସା; ୧୮ ଦିନରେ ୭୯ ମୃତ୍ୟୁ

ଢାକା,୧୯।୯: ବର୍ତ୍ତମାନ ବାଂଲାଦେଶ ଏକ ଭୟଙ୍କର ଡେଙ୍ଗୁ ପ୍ରକୋପର ସାମ୍ନା କରୁଛି। ରାଜଧାନୀ ଢାକା ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ରୋଗ ଦ୍ରୁତ ଗତିରେ ବ୍ୟାପୁଥିବାରୁ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଅକ୍ଟୋବର ୧୫ରୁ ବଦଳିଯିବ UPI ପେମେଣ୍ଟ କରିବାର ପଦ୍ଧତି; ଗ୍ୟାସ ସିଲିଣ୍ଡର ପାଇଁ ନଗଦ ଟଙ୍କା ଦେବାକୁ ପଡ଼ିବ ନା ନାହିଁ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ସାରା ଦେଶରେ LPG ସିଲିଣ୍ଡରର ବହୁଳ ବ୍ୟବହାର ହୋଇଥାଏ; ତେଣୁ, ଯଦି ଆପଣ ମଧ୍ୟ ଘରେ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?