Posted inଜାତୀୟ

ପ୍ରଧାନମନ୍ତ୍ରୀ କ’ଣ, ମୁଁ କିଛି ବି ହେବାକୁ ଚାହୁଁ ନାହିଁ: ନୀତୀଶ

ପାଟନା,୨୪।୮: ଭାଜପା ସହ ମେଣ୍ଟ ଭାଙ୍ଗି ପୁଣି ନୂଆ ସରକାର ଗଢ଼ିବା ପଛରେ ନୀତିଶ କୁମାରଙ୍କ ମହତ୍ତ୍ୱାକାଂକ୍ଷା ଥିବା କୁହାଯାଇଥିଲା। ତାଙ୍କର ପ୍ରଧାନମନ୍ତ୍ରୀ ହେବାର ଅଭିଳାଷ ଥିବା ନେଇ ଚର୍ଚ୍ଚା ହୋଇଥିଲା। ଏହାକୁ ନେଇ ନୀତୀଶ ବୁଧବାର ବିଧାନସଭାରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଯେଉଁମାନେ କହୁଛନ୍ତି ମୁଁ ଭାଜପା ସହ ମେଣ୍ଟ ଭାଙ୍ଗିଛି କାରଣ ମୁଁ କିଛି ହେବାକୁ ଚାହୁଁଛି, ମୁଁ କିଛି ହେବାକୁ ଚାହେଁ ନାହିଁ। ୨୦୨୦ ନିର୍ବାଚନ ପରେ ମୁଁ ମୁଖ୍ୟମନ୍ତ୍ରୀ ହେବାକୁ ପ୍ରସ୍ତୁତ ନ ଥିଲି। ଭାଜପା ଅଧିକ ଆସନ ଜିତିଥିବାରୁ , ମୁଖ୍ୟମନ୍ତ୍ରୀ ତାଙ୍କ ଦଳରୁ ହେବା ଉଚିତ ବୋଲି କହିଥିଲି। ହେଲେ ସିଏମ୍‌ ହେବା ପାଇଁ ମୋ ଉପରେ ବହୁତ ଚାପ ପକାଯାଇଥିଲା। ଶେଷରେ ମୁଁ ରାଜି ହେଲି।

ଏହାଛଡ଼ା ନୀତୀଶ କେନ୍ଦ୍ର ସରକାରଙ୍କ ପ୍ରେସ ଏବଂ ସୋସିଆଲ ମିଡିଆ ଉପରେ ନିୟନ୍ତ୍ରଣ ଥିବା ନେଇ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ୨୦୧୭ରେ ଯେତେବେଳେ ପାଟନା ବିଶ୍ୱବିଦ୍ୟାଳୟ ଲାଗି କେନ୍ଦ୍ରୀୟ ମାନ୍ୟତା ମାଗିଥିଲି, ସେତେବେଳେ କେହି ଏଥିପ୍ରତି ଧ୍ୟାନ ଦେଇ ନ ଥିଲେ। ହେଲେ ଏବେ କେନ୍ଦ୍ର ସରକାର ନିଜର କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ଲାଗି ସମାନ କାର୍ଯ୍ୟ କରିବ। ପ୍ରେସ ଏବଂ ସୋସିଆଲ ମିଡିଆ ଉପରେ ତାଙ୍କର ନିୟନ୍ତ୍ରଣ ଥିବାରୁ ସମସ୍ତେ କେନ୍ଦ୍ରର କାମକୁ ନେଇ ଚର୍ଚ୍ଚା କରୁଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜମିବାଡି ବିବାଦ: ପୁରୋହିତଙ୍କୁ ଜାଳିଦେଲେ ଦୁର୍ବୃତ୍ତ

ଜୟପୁର,୯।୧୦-ରାଜସ୍ଥାନର କରୌଲି ଜିଲାରେ ଜମି ବିବାଦକୁ କେନ୍ଦ୍ର କରି ଜଣେ ପୁରୋହିତଙ୍କୁ ହତ୍ୟା କରାଯାଇଛି। କିଛି ଦୁର୍ବୃତ୍ତ ତାଙ୍କ ଦେହରେ ନିଆଁ ଲଗାଇ ଦେବାରୁ ତାଙ୍କର...

ଖୋଳିଥିବା ସିନ୍ଧିରେ ଫସିଲେ ଚୋର

ଶ୍ରୀକାକୁଲମ,୭।୪: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲାରେ ଥିବା ଜାମି ୟେଲାମ୍ମା ମନ୍ଦିରରୁ ଅଳଙ୍କାର ଚୋରି କରିବା ଲାଗି ଚୋର କାନ୍ଥରେ କରିଥିବା ସିନ୍ଧିରେ ନିଜେ ଫସିଯାଇଥିଲେ। ତାଙ୍କୁ...

ତିନି ଦଶକ ପରେ ଘାଟିରୁ ହଟିବ ଭୟ, କଶ୍ମୀରରେ ପ୍ରଥମ ମଲି୍ଟପ୍ଲେକ୍ସର ହେବ ଉଦ୍‌ଘାଟନ

ଜମ୍ମୁ,୨୦ ।୯: ନିକଟରେ କିଛି ବର୍ଷ ମଧ୍ୟରେ କଶ୍ମୀରର ଏକ ନୂଆ ରୂପ ସାମ୍ନାକୁ ଆସିବାକୁ ଯାଉଛି । ଏବେ ପ୍ରାୟ ଦୀର୍ଘ ୩ଦଶକ ପରେ...

୩୭୦ ଉପରେ ପାର୍ଲାମେଣ୍ଟରେ ଭାଷଣ ଦେଇ ରାତାରାତି ହିରୋ ହେଲେ ଏମ୍‌ପି, ଏବେ ଫେସବୁକକୁ ନେଇ ଚିନ୍ତିତ

ନୂଆଦିଲ୍ଲୀ, ୮।୮:ଜମ୍ମୁ-କଶ୍ମୀରରୁ ୩୭୦ ଅନୁଚ୍ଛେଦ ଉଠିବା ଏବଂ ରାଜ୍ୟକୁ ଦୁଇଭାଗ କରି ୨ଟି କେନ୍ଦ୍ର ଶାସିତ ଅଞ୍ଚଳ କରିବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି...

ବ୍ରହ୍ମାଣ୍ଡ ସୁନ୍ଦରୀ ହେଲେ ଭାରତ ଝିଅ ହରନାଜ

ମୁମ୍ବାଇ,୧୩।୧୨: ଦୀର୍ଘ ୨୧ ବର୍ଷ ପରେ ମିସ୍‌ ୟୁନିଭର୍ସ ମୁକୁଟ ପିନ୍ଧିଛନ୍ତି ଭାରତର ଝିଅ ହରନାଜ ସାନ୍ଧୁ। ସେ ୨୦୨୧ ମସିହା ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ...

ମୁଣ୍ଡରେ ଗାନ୍ଧୀ ଟୋପି ପିନ୍ଧି ସ୍କୁଲ ଆସନ୍ତି ଛାତ୍ର

ଭୋପାଳ,୨୮।୯: ମଧ୍ୟପ୍ରଦେଶ ନରସିଂହପୁର ଜିଲାରେ ଏକ ସରକାରୀ ମାଧ୍ୟମିକ ବାଳକ ବିଦ୍ୟାଳୟରେ ମୁଣ୍ଡରେ ଗାନ୍ଧୀ ଟୋପି ପିନ୍ଧି ଛାତ୍ରମାନେ ଆସିଥାନ୍ତି। ସ୍କୁଲରେ ମହାତ୍ମା ଗାନ୍ଧୀଙ୍କ ପ୍ରିୟ...

ରାଜ୍ୟ ସରକାର ଚାହିଁଲେ ଦେଇ ପାରିବେ ମାଗଣା କରୋନା ଟିକା!

ନୂଆଦିଲ୍ଲୀ,୨ ।୩: କରୋନା ମହାମାରୀକୁ ଦୂରେଇ ଦେବାକୂ ଏବେ ସାରା ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଯାଇଛି । ହେଲେ ଏହା ସରକାରୀ ହସ୍ପିଟାଲରେ...

ସମ୍ବିଧାନ ସୁରକ୍ଷା ପାଇଁ ୧୧ କିମି ଲମ୍ବ ମାନବ ଶୃଙ୍ଖଳ

କୋଲକାତା,୨୬।୧: ସମ୍ବିଧାନ ସୁରକ୍ଷା ପାଇଁ କୋଲକାତାରେ ୧୧ କିମି ଲମ୍ବ ମାନବ ଶୃଙ୍ଖଳ ଲୋକମାନଙ୍କ ଦ୍ୱାରା କରାଯାଇଛି। ସାଧାରଣତନ୍ତ୍ର ଦିବସ ଅବସରରେ ରବିବାର ଏଭଳି ହୋଇଛି।...

Advertisement
Archives

Model This Week