Posted inଖେଳ

ଉର୍ବଶୀ କିଏ ମୁଁ ଜାଣିନାହିଁ: ନଶିମ ଶାହା

ଦୁବାଇ,୧୧।୯: ଏସିଆ କପରେ ଚମତ୍କାର ପ୍ରଦର୍ଶନ କରିଥିବା ପାକିସ୍ତାନୀ ଦ୍ରୁତ ବୋଲର ନଶିମ ଶାହା ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଭାରତ ବିପକ୍ଷରେ ଟି-୨୦ ଡେବ୍ୟୁ କରିଥିବା ନଶିମ ସୁପର-୪ ରାଉଣ୍ଡ ଆଫଗାନିସ୍ତାନ ବିପକ୍ଷରେ ସେ ଦଳକୁ ଲଗାତାର ଦୁଇଟି ଛକା ମାରି ରୋମାଞ୍ଚକର ବିଜୟ ଦେଇଥିଲେ। ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ମଧ୍ୟ ତାଙ୍କ ଖେଳ ଦେଖିବା ତାଙ୍କର ବଡ଼ ପ୍ରଶଂସକ ହୋଇଥିଲେ। ରଉତେଲା ଇନଷ୍ଟାଗ୍ରାମରେ ତାଙ୍କର ଏକ ଭିଡିଓ ଶେୟାର କରିଛନ୍ତି। କିନ୍ତୁ ନଶିମ ତାଙ୍କୁ ଚିହ୍ନିବାକୁ କରିବାକୁ ମନା କରି ଦେଇଛନ୍ତି।
ଉର୍ବଶୀ ଇନଷ୍ଟାଗ୍ରାମ ଷ୍ଟାଟସରେ ନଶିମଙ୍କ ସହ ଶେୟାର କରିଥିବା ଭିଡିଓରେ ସେ ଗୋଟିଏ ଫ୍ରେମରେ ଥିଲେ। ନଶିମ ଦ୍ୱିତୀୟ ଫ୍ରେମରେ ଥିଲେ। ଉର୍ବଶୀ ଏହି ଭିଡିଓ ଶେୟାର କରିବା ପରେ ବହୁତ ଚର୍ଚ୍ଚା ମଧ୍ୟ ହୋଇଥିଲା। ଏବେ ନଶିମ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇଛନ୍ତି।
ନଶିମ କହିଛନ୍ତି, ମୁଁ କିଛି ଜାଣେ ନାହିଁ, ମୁଁ ପଡ଼ିଆରେ ଖେଳେ। ଏହା ମୋ ପାଇଁ ଏକ ଭଲ କଥା ଯେ ଲୋକମାନେ ଏହାକୁ ପସନ୍ଦ କରୁଛନ୍ତି। ଉର୍ବଶୀ କିଏ ମୁଁ ଜାଣି ନାହିଁ। ମୁଁ ବର୍ତ୍ତମାନ ପାଇଁ କ୍ରିକେଟ ଉପରେ ଧ୍ୟାନ ଦେବାକୁ ଚାହୁଁଛି।
ନଶିମଙ୍କ ଭାରତ ବିପକ୍ଷ ପ୍ରଥମ ମ୍ୟାଚରେ ୨୭ ରନ ଦେଇ ୨ଟି ଉଇକେଟ ନେଇଥିଲେ। ଏହା ପରେ ସେ ହଂକଂ ବିପକ୍ଷରେ ସାତ ରନ ଦେଇ ୨ଟି ଉଇକେଟ ନେଇଥିଲେ। ଏଥି ସହିତ ସେ ଭାରତ ବିପକ୍ଷ ସୁପର-୪ରେ ମହଙ୍ଗା ବୋଲି କରିଥିଲେ। ସେ ୪୫ ରନ ଦେଇ ଗୋଟିଏ ଉଇକେଟ ନେଇଥିଲେ। ଏଥି ସହିତ ସେ ଆଫଗାନିସ୍ତାନ ବିପକ୍ଷରେ ୧୯ ରନ ଦେଇ ଗୋଟିଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱ ପାରାବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ :କ୍ୱାର୍ଟର ଫାଇନାଲରେ ପ୍ରମୋଦ

ଭୁବନେଶ୍ୱର, ୨୪।୮(କ୍ରୀଡ଼ା ପ୍ରତିନିଧି)- ସୁଇଜରଲାଣ୍ଡର ବାସେଲଠାରେ ଚାଲିଥିବା ବିଶ୍ୱ ପାରାବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଓଡ଼ିଶାର ପ୍ରମୋଦ ଭଗତ। ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ...

ଦଳରେ ନେବା ପୂର୍ବରୁ ଦଶଥର ଭାବିଥିଲେ ଚୟନକର୍ତ୍ତା, ଏବେ ବିରୋଧୀ ବୋଲରଙ୍କ ସହ ଲଢ଼ୁଛନ୍ତି ସେହି ଭାରତୀୟ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୬।୮: ଭାରତ-ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଥିବା ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ ଦଳରେ କାହାକୁ କାହାକୁ ଜାଗା ମିଳିବ ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ...

ବାରବାଟୀ ମ୍ୟାଚ୍‌ ଖେଳିବେନି ରାହୁଲ

ନୂଆଦିଲ୍ଲୀ,୮ା୬: ଓଡ଼ିଶା କ୍ରିକେଟ ପ୍ରେମୀଙ୍କ ପାଇଁ ନୈରାଶଜନକ ଖବର। ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ଏକ ବଡ଼ ଝଟ୍‌କା।...

ଚେନ୍ନାଇ ଜିତିଲା, ଭୋ ଭୋ ହୋଇ କାନ୍ଦିଲେ କୁନି ପ୍ରଶଂସକ: ଜାଣନ୍ତୁ କାହିଁକି

ଦୁବାଇ,୧୧।୧୦: ଆଇପିଏଲ ୨୦୨୧ର ପ୍ରଥମ ଯୋଗ୍ୟତା ପର୍ଯ୍ୟାୟରେ ଏମଏସ ଧୋନୀଙ୍କୁ ତାଙ୍କ ପୁରୁଣା ରଙ୍ଗରେ ଦେଖିବାକୁ ମିଳିଥିଲା। କ୍ରିକେଟ ପ୍ରଶଂସକମାନେ ମାହିଙ୍କ ଏହି ଅବତାରକୁ ଉତ୍ସାହର...

ପୃଥ୍ବୀ ଶ’ଙ୍କୁ ଆକ୍ରମଣ ଘଟଣା: ସପ୍‌ନା ଗିଲ୍‌ଙ୍କୁ ଜାମିନ

ନୂଆଦିଲ୍ଲୀ,୨୧।୧: ଭାରତୀୟ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ଙ୍କ ସହ ଝଗଡ଼ା ଅଭିଯୋଗରେ ଗିରଫ ହୋଇଥିବା ସୋସିଆଲ ମିଡିଆ ଇନ୍‌ପ୍ଲୁଏନ୍ସର ସପନା ଗିଲଙ୍କୁ ସୋମବାର ମୁମ୍ବାଇ...

ପ୍ରୋ-କବାଡ଼ି ଲିଗ୍‌:ଓ୍ବାରିୟର୍ସ-ଟାଇଟାନ୍ସ ମ୍ୟାଚ ଡ୍ର, ଯୋଦ୍ଧା ବିଜୟୀ

ଅହମ୍ମଦାବାଦ, ୧୩।୮(ପି.ଟି.)- ପ୍ରୋ-କବାଡ଼ି ଲିଗ୍‌ରେ ସୋମବାର ବେଙ୍ଗଲ ଓ୍ବାରିୟର୍ସ ଓ ତେଲ୍‌ଗୁ ଟାଇଟାନ୍ସ ମ୍ୟାଚ ୨୯-୨୯ ପଏଣ୍ଟରେ ଡ୍ର ରହିଛି। ଉଭୟ ଦଳ ମଧ୍ୟରେ ଏହା...

କୋହଲିଙ୍କ ସହ ଏହି ଖେଳାଳିଙ୍କୁ ରଖିପାରେ ଆରସିବି

ବାଙ୍ଗାଲୋର,୨୫।୧୧: ଆଇପିଏଲର ମେଗା ଅକଶନ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ତା’ର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ରିଟେନ କରିବା ନିଶ୍ଚିତ। କିନ୍ତୁ କୋହଲିଙ୍କ...

ଜେଲ୍‌ ଗଲେ ସେଲ୍ଫି ଫ୍ୟାନ

ମୋହାଲି, ୨୨।୯- ମ୍ୟାଚ୍‌ ମଝିରେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ସେଲଫି ଉଠାଇବାକୁ ଚେଷ୍ଟା କରିଥିବା ୩ଜଣ କ୍ରିକେଟ୍‌ ପ୍ରଶଂସକଙ୍କୁ ଶେଷରେ ଜେଲ୍‌...

Advertisement
Archives

Model This Week