ସ୍ବାମୀ ଦ୍ୱିତୀୟ ବିବାହ କରିଥିବା ନେଇ କରିଥିଲି ଅଭିଯୋଗ: ୫ ଦିନ ବିତିଲାଣି, କାର୍ଯ୍ୟାନୁଷ୍ଠାନ ନେଉନି ପୋଲିସ

ନନ୍ଦପୁର, ୧୯ା୧୧(ଶଙ୍କର ପୂଜାରୀ): ବିବାହର ୩ ବର୍ଷ ବିତିଯାଇଥିଲେ ମଧ୍ୟ ସ୍ବାମୀ ଗତ ଦଶହରା ଦିନ ଅନ୍ୟ ଜଣଙ୍କୁ ବିବାହ କଲେ। ଏହାର ପ୍ରତିବାଦ କରିବାରୁ ଗ୍ରାମବାସୀଙ୍କ ସମ୍ମୁଖରେ ସ୍ବାମୀ ଅର୍ଜୁନ ମୁଦୁଲି, ଶାଶୁ, ଶଶୁର, ନଣନ୍ଦ ଓ ଦିଅର ମିଶି ତାଙ୍କୁ ଗାଳିଗୁଲଜ କରି ମାଡ଼ ମାରିଲେ। ଏବେ ସେମାନେ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଉଛନ୍ତି। ଶେଷରେ ଦେଢ଼ ବର୍ଷର ଝିଅକୁ ଧରି ନନ୍ଦପୁର ଥାନାକୁ ଯାଇ ଘଟଣା ସମ୍ପର୍କରେ ଗତ ବୁଧବାର ଏତଲା ଦେଇଥିଲି। ଗାଳି ମାଡ ମାରିବା ସମୟର ସାକ୍ଷ୍ୟଙ୍କ ନାମ ଓ ସ୍ବାମୀଙ୍କ ଫୋନ ନମ୍ବର ଦେଇଥିଲି। ମାତ୍ର ତାଙ୍କ ଅଭିଯୋଗକୁ ୫ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ବୋଲି ଉମ୍ବେଲ ପଞ୍ଚାୟତ ଡୁମୁରିପୁଟ ଗ୍ରାମର ଅର୍ଜୁନଙ୍କ ସ୍ତ୍ରୀ ସୁବର୍ଣ୍ଣା ମୁଦୁଲି ଅଭିଯୋଗ ଆଣିଛନ୍ତି।

ମୋତେ ନ୍ୟାୟ ମିଳୁ। ଏଭଳି ଦାବିକରି ରବିବାର ସୁବର୍ଣ୍ଣା ତାଙ୍କ ବାପା ମହେନ୍ଦ୍ର ଶିଶା, ମାଆ ଭଗବତୀଙ୍କ ସହ ନନ୍ଦପୁର ଥାନା ସମ୍ମୁଖରେ ଧାରଣାରେ ବସିଥିଲେ। ଖବର ପାଇ ଏସଡିପିଓ ସଞ୍ଜୟ ମହାପାତ୍ର, ଥାନା ଅଧିକାରୀ ଆଶ୍ରିତା ଖାଲକୋ, ଏସ୍‌ଆଇ ବେଦୋବର ସାହୁ, ଦୀପ୍ତିମୟି ଧାରୁଆ ପ୍ରମୁଖ ଧାରଣା ସ୍ଥଳରେ ପହଞ୍ଚି ସୁବର୍ଣ୍ଣା ଓ ତାଙ୍କ ମାଆବାପାଙ୍କ ସହ ଆଲୋଚନା କରିଥିଲେ। ତୁରନ୍ତ ମାମଲା ରୁଜୁ କରି ଏହାର ତଦନ୍ତ କରିବାକୁ ଏସ୍‌ଡିପିଓ ମହାପାତ୍ର ଥାନା ଅଧିକାରୀ ଖାଲକୋଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଘଟଣାଟି ପାରିବାରିକ ମାମଲା ହୋଇଥିବାରୁ ଏବଂ ଆରୋପ ପ୍ରତ୍ୟାରୋପ ଭଳି ଦୁଇ ପରିବାର ପକ୍ଷରୁ ଏତଲା ହୋଇଥିବାରୁ ଦୁଇ ପକ୍ଷଙ୍କୁ ଡାକି କିଛି ଗୋଟେ ସମାଧାନର ରାସ୍ତା ବାହାର କରାଯିବ ବୋଲି ପୋଲିସ ପ୍ରକାଶ କରିଛି। ଅନ୍ୟପକ୍ଷରେ ରବିବାର ୨ଟି ମାମଲା ରୁଜୁ କରାଯାଇଛି। ସ୍ବାମୀ ଅର୍ଜୁନ, ବାପା ଧନପତି ମୁଦୁଲି, ମା’ ଯମୁନା, ଦିଅର ଭଗବାନ ଓ ନଣନ୍ଦ ଚୁମୁକିଙ୍କୁ ଥାନାକୁ ଅଣାଯିବାକୁ ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଅର୍ଜୁନ ଘରେ ନ ଥିବାରୁ ତାଙ୍କୁ ଡାକି ଆଲୋଚନା କରିବା ଓ ମାମଲା ରୁଜୁ କରିବାରେ ବିଳମ୍ବ ହୋଇଛି ବୋଲି ଥାନା ଅଧିକାରୀ ଖାଲକୋ କହିଛନ୍ତି। ଧାରଣା ସ୍ଥଳରେ ସୁବର୍ଣ୍ଣଙ୍କ ନିକଟରେ ହିକିମପୁଟ ସରପଞ୍ଚ, ସମିତି ସଭ୍ୟ ଓ କେତେଜଣ ଗ୍ରାମବାସୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ଜନଶୁଣାଣି ଶିବିରରେ ଅଭାବନୀୟ ଘଟଣା, ବାର୍ଦ୍ଧକ୍ୟ ଭତ୍ତା ନ ମିଳିବାରୁ ବରିଷ୍ଠ ନାଗରିକଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ ସଦର,୧୮ା୮(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ୪୨ ମୌଜା ଅନ୍ତର୍ଗତ କଳପଡାଠାରେ ସୋମବାର ଅନୁଷ୍ଠିତ କଟକ ସଦର ବିଧାୟକଙ୍କ ଜନଶୁଣାଣି ଶିବିରରେ ଏକ ଅଭାବନୀୟ…

ଆଖିବୁଜା ଗୁଳି ଚଳାଇଲେ ସପ୍ତମ ଶ୍ରେଣୀର ଛାତ୍ର, ୨ ମୃତ

ମାନିଲା,୧୮।୮: ଫିଲିପାଇନ୍ସର ଏକ ସ୍କୁଲରେ ଗୁଳିକାଣ୍ଡ ହୋଇଥିବା ରିପୋର୍ଟ ସାମ୍ନାକୁ ଆସିଛି। ଏହି ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଜଣେ ସ୍ଥାନୀୟ ଅଧିକାରୀଙ୍କ ଅନୁଯାୟୀ, ମଙ୍ଗଳବାର…

ଶେଷ ପର୍ଯ୍ୟାୟରେ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ବାତିଲ: ପଲିଥିନରେ ଘୋଡ଼ାହୋଇ ରହିଛି ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ପ୍ରତିମୂର୍ତ୍ତି

ଲୋଇସିଂହା,୧୮।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଏନଏସି ଅନ୍ତର୍ଗତ ଲୋଇସିଂହାସ୍ଥିତ ହରେକୃଷ୍ଣ ମହତାବ ହାଇସ୍କୁଲ ପରିସରରେ ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ୮୦…

ଦେବୋତ୍ତର ଜମି ଧାନବିକ୍ରି ପଞ୍ଜୀକରଣକୁ ନା: ଚିନ୍ତାରେ ଦେବଦେବୀଙ୍କ ସେବାୟତ

ବରଗଡ଼,୧୮।୮(ପ୍ରେମାନନ୍ଦ ଖମାରୀ):ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବରଗଡ଼ ଜିଲାରେ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଏହି ପଞ୍ଜୀକରଣରେ ଏଥର ନୂଆଁ କଟକଣାଗୁଡ଼ିକ ଚାଷୀଙ୍କ ପାଇଁ ଅଡୁଆ ସାଜିଛି।…

୩୨୬ ଏମ୍‌ପି, ୧୪ ମୁଖ୍ୟମନ୍ତ୍ରୀଙ୍କ ନାମରେ ଆପରାଧିକ ମାମଲା

ନୂଆଦିଲ୍ଲୀ,୧୮ା୮(ପି.ଟି.): ଲୋକ ସଭାର ୫୪୩ ସଦସ୍ୟଙ୍କ ମଧ୍ୟରୁ ୨୫୧ ଜଣ ଏବଂ ରାଜ୍ୟ ସଭାର ୨୩୩ ସଦସ୍ୟଙ୍କ ମଧ୍ୟରୁ ୭୫ ଜଣଙ୍କ ନାମରେ ଆପରାଧିକ ମାମଲା ରହିଥିବା…

ଯୋବ୍ରା ଆନିକଟ ବ୍ରିଜ୍‌ରେ ଭାସୁଛି ମହିଳାଙ୍କ ମୃତଦେହ, ପୋଲିସ…

କଟକ,୧୮।୮(ପ୍ରଭୁକଲ୍ୟାଣ ପାଲ): କଟକ ଯୋବ୍ରା ଆନିକଟ ବ୍ୟାରେଜରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମଙ୍ଗଳବାର ସକାଳୁ ଗେଟ ନମ୍ବର ୪୧/୪୨ ରେ ଅଜଣା ମହିଳାଙ୍କ ମୃତଦେହ…

ଓଡ଼ିଶାର ନୂଆ DGP ଚୟନ ପ୍ରକ୍ରିୟା ମାମଲା, ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

ଭୁବନେଶ୍ୱର,୧୮।୮(ସୁନିତ୍‌ ମିଶ୍ର): ଓଡ଼ିଶାର ନୂଆ ଡିଜିପି ଚୟନ ନେଇ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଅଛି। ଏନେଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଗତ ୧୪ ତାରିଖରେ ଶୁଣାଣି ହୋଇଥିଲା।…

ଆର୍ସେଲର ମିତ୍ତଲ ପ୍ଲାଣ୍ଟରେ ରୁଷିଆର ଆକ୍ରମଣ: ୨ ମୃତ

ଲଣ୍ଡନ, ୧୮।୮: ୟୁକ୍ରେନ୍‌ସ୍ଥିତ ଆର୍ସେଲର ମିତ୍ତଲ ପ୍ଲାଣ୍ଟରେ ରୁଷିଆର ମିଶାଇଲ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୩ଜଣ ଆହତ ହୋଇଛନ୍ତି। ଭାରତୀୟ ଶିଳ୍ପପତି ଲକ୍ଷ୍ମୀ ମିତ୍ତଲଙ୍କ ମାଲିକାନାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri