ତର ସହୁ ନାହିଁ

ତର ସହୁ ନାହିଁ। ଅନୁରାଗର ଆକାଶରେ ସିନ୍ଦୂରା ଫାଟିଲାଣି। ସକାଳ ପରେ ସକାଳର ଜିଜ୍ଞାସା ଖିଅ ଧରୁଛି। ଏଠାରୁ ସେଠାଯାଏ, ସେଠାରୁ ଏଠାଯାଏ, ଏହି ଜିଜ୍ଞାସାର ଖିଅ, ଏହି ଅନୁରାଗ ଆକାଶର ସିନ୍ଦୂରା। ସମାଜ ଏଠି ସଂସାର ଏହି ପୃଥ୍ବୀ ଯାହାକୁ ଯେତେ। ଯାହାର ଅନ୍ତ ଯେତେବଡ଼, ତା’ ଅନୁରାଗ ଆକାଶର ଚଉହଦୀ ସେତେ ବଡ଼। ସେହି ଚଉହଦୀରେ ଗାଁ ଥାଏ ଗାଁ ନ ଥାଏ, ଦେଶ ଥାଏ ଦେଶ ନ ଥାଏ, ସକଳ ଭିଆଣରେ ଆଉ ଏକ ବାସ୍ନା ଭରପୂର ହୋଇ ରହିଥାଏ। ଏହି ସଂସାର ଏହି ପୃଥ୍ବୀରେ କେତେ କେତେ ମଣିଷ ଆତଯାତ ହେଉଥିଲେ ମଧ୍ୟ ଆକାଶର ସିନ୍ଦୂରାକୁ ଅଳପ କେଇଜଣଙ୍କର କେବଳ ହେତୁ ପାଏ। ଅନେକେ ଆଡ଼ ଆଡ଼ ହୋଇ ଉଠନ୍ତି। ହଁ, ଏହିପରି ଅଳପ କେଇଜଣଙ୍କ ଭିତରୁ ଓଡ଼ିଶାର ଚିତ୍ତରଞ୍ଜନ ଦାସ ଥିଲେ (ଚିତ୍ତଭାଇ) ଅନୁରାଗ ଆକାଶରେ ପ୍ରତ୍ୟକ୍ଷ କରୁଥିବା ସକାଳର ବିଭୋର ବାସ୍ନାକୁ ଆଉଜଣେ କତିକୁ ନାଗି ନାଗି ଆସୁଥିବା ସୁହୃଦ୍‌। ସୁହୃଦ୍‌ର ବିଭୋର ମଣିଷ। ଜାତି ଯାଇଥିଲା, ମାତ୍ର ଅଜାତିଆର ଗୌରବପଣରେ ସେ ଥିଲେ ମରମଭେଦୀ। ମରମକୁ ଭେଦୁଥିଲେ, ମରମକୁ ହେଜୁଥିଲେ, ମରମକୁ ହାଣି ସକାଳର ଆକାଶକୁ କେଡ଼େ ବାଗରେ ଫର୍ଚ୍ଚା କରି ଆଣୁଥିଲେ।
ଅବିଭକ୍ତ କଟକ ଜିଲା ବାଗଲପୁର ଅଧିବାସୀ ହାରାମଣି ଦେବୀ ଓ ଖୁସାଲି ଚରଣ ଦାସଙ୍କର ପୁଅ ଚିତ୍ତରଞ୍ଜନ ବଂଶବୁନିଆଦିର ଚିତ୍ତକୁ ରଞ୍ଜନ କରିବା ସହ ମଣିଷର ବଂଶ ବୁନିଆଦି ଆହୁରି କେତେ କେତେ ସମ୍ଭାବନାକୁ ଗୌରବୋଜ୍ଜ୍ୱଳ କରି ଆଣିବ, ତାହାର ଏକ ପ୍ରତିଜ୍ଞାବଦ୍ଧ ନମୁନା ରୂପେ କାଳ କାଳକୁ ନଜିର ହୋଇଯାଇଥିଲେ। କଟକ ଜେଲରେ ସ୍ବାଧୀନତାରେ ବନ୍ଦୀ ଜୀବନ କାଟୁଥିବା ବେଳେ ସେ ଲେଖିଛନ୍ତି ଶତାଧିକ କବିତା। ଏଗୁଡ଼ିକ କେବଳ ଯେ ଲେଖିବା ପାଇଁ ଲେଖାଯାଇଛି ତା’ ନୁହେଁ, ଆଲୁଅକୁ ଆଘ୍ରାଣ କରୁଥିବା ଜଣେ ସମଦରଦୀ ବନ୍ଧୁ ରୂପେ ଏସବୁ କବିତା ତାଙ୍କ ବ୍ୟଥିତ ପ୍ରାଣାକାଶର ନମୁନା।
ଦେଶ ସ୍ବାଧୀନ ହେଲା। ଜଣେ ତରୁଣ ସେତେବେଳେ ଅନେକ ସ୍ବପ୍ନର ଅଧିକାରୀ ଦେଶପାଇଁ। ଦେଶ ଓ ଦଶ ତାଙ୍କ ପାଇଁ ସ୍ବପ୍ନର କେତେକ ଶବ୍ଦ ପୁଞ୍ଜ ନ ଥିଲେ। ଏହି ଭୂଇଁକୁ କେନ୍ଦ୍ର କରି ତାଙ୍କ ଅଭୀପ୍‌ସାର ମହିମା ଉକୁଟି ଉଠୁଥିଲା। ସେଥିଲାଗି କେନ୍ଦ୍ର ସରକାରଙ୍କ ବାରବାର ବିଦେଶ-ସେବାର ଅନୁରୋଧ ପତ୍ରକୁ ସେ ପ୍ରାପ୍ତି-ସ୍ବୀକାର କରୁ ନ ଥିଲେ। ଜଣେ ଶିକ୍ଷକର ବାସ୍ନାକୁ ସେ ଆତ୍ମସ୍ଥ କରିସାରିଥିଲେ ସେତେବେଳକୁ। ମାଳତୀ ଚୌଧୁରୀ ଓ ନବକୃଷ୍ଣ ଚୌଧୁରୀଙ୍କର ମମତା ଅଙ୍ଗନରେ ସେ ଶିକ୍ଷାର ଜୀବନକୁ ବିଦ୍ୟାଳୟ ରୂପରେ ପ୍ରକାଶ ଦେବାପାଇଁ ମଗ୍ନ ମଣିଷର ଭୂମିକା ନିର୍ବାହ କରୁଥିଲେ।
ଦେଶ ସ୍ବାଧୀନତା ସମୟର ସକାଳ ସରିଆସି ସଞ୍ଜ ଆସି ଯାଉଥିଲା କି! ମାତ୍ର ଚିତ୍ତରଞ୍ଜନ ସକାଳ ଓ ସଞ୍ଜର ମିତପଣକୁ ସାଉଁଟି ନେଉଥିଲେ ଝରା ଶେଫାଳୀକୁ ତୋଳିଧରିଲା ପରି। କେତେ କେତେ ଲୋଭ ଓ ଉପଦ୍ରବର ଫଟାଭୂଇଁକୁ ଆର୍ଦ୍ରକରି ଆଣିବାରେ ଚିତ୍ତରଞ୍ଜନ ନିଜ ‘କତି’ ପଣର ଖୁବ୍‌ ଭାଗୀଦାରି କରାଇପାରିଛନ୍ତି। ଏଥିରେ ଓଡ଼ିଶାରେ ହାତଗଣତି କେଇଜଣ ତାଙ୍କୁ ବୁଝିଛନ୍ତି, ମାତ୍ର ଅନେକଙ୍କୁ ବୁଝାଇଛନ୍ତି ଜୀବନର ଶେଷ ନିଃଶ୍ୱାସ ରଖିବା ପର୍ଯ୍ୟନ୍ତ।
ହଁ ଏକଥାକୁ ଦେଖି ହେଉଥିଲା ଯେ, ଚିତ୍ତରଞ୍ଜନ ଯେତିକି ପରିମାଣରେ ସାବଲୀଳ ଥିଲେ, ତା’ଠାରୁ ଅନେକ ବେଶି ଥିଲେ ଗତିଶୀଳ। ଝଲକାଏ ଖରାରେ ସେ ଲାଗୁଥିଲେ କେତେ ଉଜ୍ଜ୍ୱଳ ସମସ୍ତଙ୍କ ଭିତରେ, ସମସ୍ତଙ୍କ ଅଲକ୍ଷ୍ୟରେ। ଏହି ଗତିଶୀଳ ଜୀବନ ପଣରେ ଶ୍ରୀଅରବିନ୍ଦ, ରବୀନ୍ଦ୍ର ନାଥ, ଗାନ୍ଧୀ, ସ୍ପିନୋଜା, କ୍ରିଷ୍ଣେନ୍‌ କଲ୍‌ଲ ପ୍ରମୁଖଙ୍କୁ ଯେମିତି ହୃଦୟଗ୍ରାହୀ କରି ବାଣ୍ଟିଦେଉଥିଲେ, ତାହା ଭିଡ଼ ଭିତରର ମଣିଷଙ୍କୁ ସତରେ ଅନେକ ଦୂର। ଯହୁଁ ଯହୁଁ ଖରା ବଢ଼ୁଥିଲା, ଚିତ୍ତରଞ୍ଜନ ଅଣନିଃଶ୍ୱାସୀ ହୋଇଯାଉଥିଲେ ମାତ୍ର ତାଙ୍କ ଆଲୋଚନା ଓ ଆବେଦନ ତର ସହୁ ନ ଥିଲା। ମନେପକାଇ ଗୋଟି ଗୋଟି କରି ଖୋଜୁଥିଲେ, ଏ ମୁଣ୍ଡରୁ ସେମୁଣ୍ଡ ଯାଏ, ଏ କାନିରୁ ସେ କାନି ଯାଏ। ସକାଳର ମହିମାରେ, ସକଳର ପ୍ରାର୍ଥନାରେ।
ପୁରୁଣା ଭୁବନେଶ୍ୱର
ମୋ:୮୨୪୯୬୫୭୭୭୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

ଡିଜିଟାଲ କାରବାରରେ ସନ୍ଦେହ

କୌଶଳକରି ଅନ୍‌ଲାଇନ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଉପରେ କେନ୍ଦ୍ର ସରକାର ଚାପ ଦେଇଛନ୍ତି । ଅର୍ଥାତ୍‌ ପ୍ରଚଳନହେବା ପରଠାରୁ ନଗଦ ଟଙ୍କା…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?