ଅର୍ଥନୀତିରେ ବାଉଁଶ

ନବ ସଭ୍ୟତାର ପ୍ରାରମ୍ଭରୁ ସାମ୍ପ୍ରତିକ ସମୟ ପର୍ଯ୍ୟନ୍ତ ବାଉଁଶର ବୈଶିଷ୍ଟ୍ୟ ଅପରିହାର୍ଯ୍ୟ। ୧୯୨୭ରେ ବ୍ରିଟିଶ୍‌ଶାସିତ ଭାରତରେ ଜଙ୍ଗଲ ଆଇନ ପ୍ରଣୀତ ହେଲା। ସେ ସମୟରେ ବାଉଁଶ ଏକ ବୃକ୍ଷ ରୂପେ ବିବେଚିତ ହେଉଥିଲା। କିନ୍ତୁ ୨୦୧୭ (ପ୍ରାୟ ୯୦ ବର୍ଷ ପରେ)ରେ ଜଙ୍ଗଲ ଆଇନର ସଂଶୋଧନ କରାଯାଇ ବାଉଁଶକୁ ଏକ ଘାସଜାତୀୟ ଉଦ୍ଭିଦର ମାନ୍ୟତା ମିଳିଲା। ଫଳରେ ବାଉଁଶ ଛେଦନ ଓ ପରିବହନ ଉପରୁ ସମସ୍ତ ପ୍ରତିବନ୍ଧକ ଦୂରହେଲା। ଅନ୍ୟ ବୃକ୍ଷମାନଙ୍କର ଛେଦନ ଓ ପରିବହନ ଉପରେ ଥିବା କଟକଣା ବାଉଁଶ ପ୍ରତି ଲାଗୁ ହେଉନାହିଁ। ୨୦୧୭ରେ ନୀତି ଆୟୋଗ ବାଉଁଶ ଚାଷ ଓ ଏହାର ପ୍ରୟୋଜନୀୟତାକୁ ଦୃଷ୍ଟିରେ ରଖି ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛି। ସଘନ ବାଉଁଶ ଚାଷ ଓ ଏହାର ରପ୍ତାନିକୁ ପ୍ରୋତ୍ସାହିତ କରିବା ପାଇଁ ୨୦୧୮-୧୯ ଆର୍ଥିକ ବର୍ଷରେ ‘ଜାତୀୟ ବାଉଁଶ ମିଶନ’ ପ୍ରତିଷ୍ଠା କରାଗଲା। ପରିତାପର କଥା ଯେ ବାଉଁଶ ଉପତ୍ାଦନ ଓ ବାଉଁଶ ଶିଳ୍ପକୁ ଏଯାବତ୍‌ ମିଳିପାରିନାହିଁ ପର୍ଯ୍ୟାପ୍ତ ପ୍ରୋତ୍ସାହନ।
ବିଶ୍ୱରେ ପ୍ରାୟ ୧୫୦୦ ପ୍ରଜାତିର ବାଉଁଶ ଥିବାବେଳେ ଭାରତରେ ରହିଛି ପ୍ରାୟ ୧୫୦ ପ୍ରଜାତିର ବାଉଁଶ। ଭାରତର ଉତ୍ତର-ପୂର୍ବ ରାଜ୍ୟସମୂହ ଓ ପଶ୍ଚିମଘାଟ ପର୍ବତମାଳାର ପାଦଦେଶରେ ବିସ୍ତୃତ ବାଉଁଶ ଜଙ୍ଗଲ ଦେଖାଯାଏ। ବାଉଁଶ ଉପତ୍ାଦନରେ ଚାଇନା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଭାରତର ସ୍ଥାନ ଦ୍ୱିତୀୟ ଓ ମ୍ୟାନ୍‌ମାର ତୃତୀୟ ସ୍ଥାନରେ ଅଛି। ଉପରୋକ୍ତ ତିନୋଟି ଦେଶର ବାଉଁଶ ଉପତ୍ାଦନ ପୃଥିବୀର ସମୁଦାୟ ଉପତ୍ାଦନର ପ୍ରାୟ ୮୦ ପ୍ରତିଶତ। ଆମ ରାଜ୍ୟରେ ବ୍ୟାପକ ବାଉଁଶ କ୍ଷେତ ରହିଛି। ନୟାଗଡ଼ ଜିଲା ବିଶେଷକରି ଦଶପଲ୍ଲା ଜଙ୍ଗଲ ବାଉଁଶରେ ପ୍ରସିଦ୍ଧି ଅର୍ଜନ କରିଥିଲା, ଯାହା ବର୍ତ୍ତମାନ ଅବକ୍ଷୟର ସମ୍ମୁଖୀନ ହୋଇଛି। ବିସ୍ତୀର୍ଣ୍ଣ ବାଉଁଶ ବଗାୟତଗୁଡ଼ିକ ହ୍ରାସ ପାଇବାରେ ଲାଗିଛି। ଆଧୁନିକତାର ସ୍ପର୍ଶରେ ବାଉଁଶ ଉପରେ ନିର୍ଭରଶୀଳତା କ୍ରମେ ହ୍ରାସ ପାଉଛି। କେଉଁ ଅନାଦି କାଳରୁ ଗୃହ ନିର୍ମାଣରେ ବାଉଁଶ ଏକ ପ୍ରମୁଖ ଭୂମିକା ନିର୍ବାହ କରିଆସୁଥିଲା। ଘରର ଆସବାବପତ୍ର, କୃଷି ଉପକରଣ ଯଥା ଲଙ୍ଗଳ, ମଇ, କୋଦାଳ, କୋଡ଼ି ଓ ଶିଡ଼ି ଇତ୍ୟାଦିରେ ବାଉଁଶର ଆବଶ୍ୟକତା ଥିଲା ଅପରିହାର୍ଯ୍ୟ। ବାଉଁଶନିର୍ମିତ ବଂଶୀ ସାହାଯ୍ୟରେ ଗାଈ ଜଗୁଆଳ ତୋଳୁଥିଲା ସଙ୍ଗୀତ ସ୍ବରର ଅପୂର୍ବ ମୂର୍ଚ୍ଛନା। କୃଷ୍ଣଙ୍କ ମୋହନବଂଶୀ ଯେପରି ଗୋପାଙ୍ଗନାଙ୍କୁ ଉଚ୍ଚାଟ କରୁଥିଲା, ନଦୀତଟରେ ଗୋପାଳ ବାଳକର ବଂଶୀବାଦନ ସେହିପରି ପଲ୍ଲିବାସୀଙ୍କୁ ବିମୋହିତ କରୁଥିଲା। ଆଧୁନିକ ଯୁଗରେ କାଗଜ ଶିଳ୍ପର ପ୍ରଧାନ କଞ୍ଚାମାଲ୍‌ ହେଉଛି ବାଉଁଶ। ଦିନେ ବାଉଁଶ ଥିଲା କୁଟିରଶିଳ୍ପ ଓ ହସ୍ତକଳାର ପ୍ରମୁଖ ଉପାଦାନ। ଟୋକେଇ, ବାଉଁଶିଆ ଓ ମତ୍ସ୍ୟ ଶିକାରର ବିଭିନ୍ନ ସାମଗ୍ରୀ ବାଉଁଶରୁ ପ୍ରସ୍ତୁତ ହେଉଥିଲା। ପ୍ରାଚୀନ ପରମ୍ପରାର ପ୍ରତୀକ ଚକୁଳିଆପଣ୍ଡାମାନେ ବ୍ୟବହାର କରୁଥିଲେ ବାଉଁଶ ଓ ତାଳପତ୍ର ନିର୍ମିତ ଛତା। ଏହି ପରମ୍ପରା ଏବେ ମଧ୍ୟ ଉଜ୍ଜୀବିତ ଅଛି।
ବାଉଁଶ ଗଛ ଅନ୍ୟ ଉଦ୍ଭିଦ ତୁଳନାରେ ଶୀଘ୍ର ବଢ଼ିଥାଏ ଓ ସ୍ଥଳ ବିଶେଷରେ ଏହାର ଉଚ୍ଚତା ପ୍ରାୟ ୩୦/୪୦ ଫୁଟ ହୋଇଥାଏ। ଏହା ଏକ ସରଳବର୍ଗୀୟ ଉଦ୍ଭିଦ। ବାଉଁଶ ପରିବେଶ ପାଇଁ ଅତ୍ୟନ୍ତ ଅନୁକୂଳ। ଏହା ସର୍ବାଧିକ ଅଙ୍ଗାରକାମ୍ଳ ଅବଶୋଷଣ କରେ ଓ ବାୟୁମଣ୍ଡଳକୁ ପ୍ରଚୁର ଅମ୍ଳଜାନ ଯୋଗାଇଥାଏ। ବାଉଁଶ ଗଛର ବୃଦ୍ଧି ପାଇଁ ରାସାୟନିକ ସାରର ଆବଶ୍ୟକ ହୁଏନାହିଁ। ନୀତି ଆୟୋଗଙ୍କ ଅଭିନବ ଚିନ୍ତାଧାରା ଅନୁଯାୟୀ ବାଉଁଶରୁ ଇନ୍ଧନ ପ୍ରସ୍ତୁତ କରାଯାଇପାରିବ, ଯାହା ଏକ ଯୁଗାନ୍ତକାରୀ ପଦକ୍ଷେପ। କିନ୍ତୁ ଏଥିପାଇଁ ପ୍ରବଳ ନିଷ୍ଠା, ଆଗ୍ରହ ଓ ସରକାରୀ ପ୍ରୋତ୍ସାହନର ଆବଶ୍ୟକତା ରହିଛି। ନିକଟରେ ଚାଇନାର ଗବେଷକମାନେ ଏପରି ଏକ ପ୍ରଜାତିର ବାଉଁଶ କୃଷିର ବିକାଶ କରିଛନ୍ତି, ଯାହା ଅତ୍ୟନ୍ତ ସ୍ବଚ୍ଛ ଓ ଅଗ୍ନିପ୍ରତିରୋଧୀ । ଏଥିରୁ ଏକ ଧୂମହୀନ ଇନ୍ଧନ ପ୍ରସ୍ତୁତ କରାଯାଇପାରିବ। ଚାଇନାର ସାଉଥ୍‌ ୟୁନିଭର୍‌ସିଟି ଅଫ୍‌ ଫରେଷ୍ଟ୍ରି ଆଣ୍ଡ ଟେକ୍ନୋଲୋଜି(ସିଏସ୍‌ୟୁଏଫ୍‌ଟି) ଆଉ ଏକ ପ୍ରକାର ବାଉଁଶର ବିକାଶ କରିଛି, ଯେଉଁଥିରୁ ନିର୍ମିତ ପଦାର୍ଥ ଅତ୍ୟନ୍ତ ସ୍ବଚ୍ଛ, ଅଗ୍ନିନିରୋଧକ ଓ ବିଦ୍ୟୁତ୍‌ କୁପରିବାହୀ। ପୂର୍ବରୁ କାଠତନ୍ତୁରୁ ଏପରି ପଦାର୍ଥ ସୃଷ୍ଟି କରାଯାଉଥିଲା। କିନ୍ତୁ ଏହା ଅଗ୍ନି ନିରୋଧକ ନ ଥିଲା। ବାଉଁଶରୁ ସୃଷ୍ଟ ପଦାର୍ଥ ହାଲକା, ସ୍ଥାନାନ୍ତରଯୋଗ୍ୟ ଓ କାଷ୍ଠପ୍ରସ୍ତୁତ ପଦାର୍ଥର ସହଜଲବ୍ଧ ବିକଳ୍ପ ହୋଇପାରିଛି।
ପୂର୍ବେ ବାଉଁଶରେ ନଦୀ ନାଳ ପ୍ରଭୃତିରେ ପୋଲ ନିର୍ମାଣ କରାଯାଇ ଯାତାୟାତକୁ ସୁଗମ କରାଯାଉଥିଲା। କାମ୍ବୋଡିଆର ମେକଙ୍ଗ୍‌ ନଦୀ ଉପରେ ଲୋକମାନେ ୩୩ଶହ ଫୁଟ ଲମ୍ବର ଏକ ପୋଲ ନିର୍ମାଣ କରନ୍ତି, ଯେଉଁଥିରେ ପ୍ରାୟ ୫୦ହଜାର ବାଉଁଶ ବ୍ୟବହୃତ ହୁଏ। ପ୍ରତି ୨ବର୍ଷ ଅନ୍ତରରେ ଏହି ପୋଲ ନୂତନ ଭାବେ ତିଆରିହୁଏ। ଏହି ପୋଲ ଏତେ ଶକ୍ତ ଯେ ଏଥିରେ ମୋଟରସାଇକେଲ ଓ କାର୍‌ ଅନାୟାସରେ ଯାତାୟାତ କରିପାରନ୍ତି। ଆମ ଦେଶର ବିହାରର ସମସ୍ତିପୁର ଜିଲାରେ ବାଉଁଶ ନିର୍ମିତ ଏକ ବିରାଟକାୟ ଛତା (ସ୍ଥାନୀୟ ଭାଷାରେ ଛତ୍ରୀ) ପ୍ରସ୍ତୁତ କରାଯାଏ, ଯାହା ଏକାଦିକ୍ରମେ ୨୦/୨୫ ଲୋକଙ୍କୁ ଖରା ଓ ବର୍ଷାରୁ ରକ୍ଷାକରେ। ଏହି ଛତା ବ୍ୟବହାର ଇତିହାସ ପ୍ରାୟ ୫୦୦ ବର୍ଷର ପୁରୁଣା। ସେହି ସମସ୍ତିପୁର ଜିଲାର ସୟ ନାମକ ଜଣେ ଯୁବକ ବାଉଁଶ ସାହାଯ୍ୟରେ ଏକ ସାଇକେଲ ନିର୍ମାଣ କରିବାରେ ସଫଳ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ଏହି ବାଉଁଶନିର୍ମିତ ସାଇକେଲ ବହୁଳ ପ୍ରସାରିତ ହୋଇ ଜନମାନସକୁ ଆକୃଷ୍ଟ କରିଛି। ସାଇକେଲକୁ ପୂର୍ଣ୍ଣାଙ୍ଗ ରୂପରେଖ ଦେବା ପାଇଁ ସୟଙ୍କୁ ଲାଗିଛି ୨୫ ଦିନ ସମୟ। ପ୍ରାରମ୍ଭିକ ଭାବେ ସୟ ଏହି ସାଇକେଲଟିର ମୂଲ୍ୟ ରଖିଛନ୍ତି ମାତ୍ର ୫୦୦ ଟଙ୍କା। ଏହାର ଟାୟାର, ପେଡାଲ ଓ ଚେନ୍‌ ବ୍ୟତୀତ ଆଉସବୁ ଯନ୍ତ୍ରାଂଶ ବାଉଁଶରେ ତିଆରି। ଏହା ଅପେକ୍ଷାକୃତ ହାଲ୍‌କା ଓ କମ୍‌ ଦୁର୍ଘଟଣା ସମ୍ଭାବନା ବିଶିଷ୍ଟ। ସାମ୍ପ୍ରତିକ ଯୁଗରେ ଉଚ୍ଚ ଜ୍ଞାନ କୌଶଳ ବ୍ୟବହାରକରି ବୈଜ୍ଞାନିକମାନେ ଏପରି ସାଇକେଲ ନିର୍ମାଣ କରିବାରେ ସକ୍ଷମ ହେଲେଣି, ଯାହାର ମୂଲ୍ୟ ପ୍ରାୟ ୧ ଲକ୍ଷ ଟଙ୍କା। ଏହା ଏକ ସମୟରେ ଗମନାଗମନକୁ ତ୍ୱରାନ୍ବିତ କରିବା ସହ ଆଭିଜାତ୍ୟର ନମୁନା ବହନ କରେ। ସବୁଠାରୁ ବଡ଼କଥା ହେଲା, ଏହା କି ଉପାଦାନରେ ତିଆରି ହୋଇଛି ଜାଣିବା କଷ୍ଟକର। ଏପରି ଏକ ସମୟରେ ସୟଙ୍କ ଦ୍ୱାରା ପ୍ରସ୍ତୁତ ବାଉଁଶନିର୍ମିତ ସାଇକେଲ ଏକ ବିସ୍ମୟ ନୁହେଁ କି? ଅବଶ୍ୟ ଏହାର ଆଦୃତି ପରବର୍ତ୍ତୀ ସମୟରେ ଜଣାପଡ଼ିବ।
ବାଉଁଶର ନାନାବିଧ ଉପକାରିତାକୁ ଦୃଷ୍ଟିରେ ରଖି ୨୦୦୦ ରେ ପ୍ରଥମ ଥର ପାଇଁ ‘ବିଶ୍ୱ ବାଉଁଶ କଂଗ୍ରେସ’ ସ୍ଥାପିତ ହୋଇ ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କଲା। ୨୦୦୯ରେ ବାଉଁଶ କଂଗ୍ରେସର ନବମ ଅଧିବେଶନ ଥାଇଲାଣ୍ଡରେ ଅନୁଷ୍ଠିତ ହେଲା। ସେବେଠାରୁ ଥାଇଲାଣ୍ଡ ସଘନ ବାଉଁଶ ଚାଷକୁ ଆପଣେଇ ନେଇ ସଫଳତାର ଶୀର୍ଷରେ ପହଞ୍ଚତ୍ଛି। ବର୍ତ୍ତମାନ ଥାଇଲାଣ୍ଡ ବାଉଁଶ ଉପତ୍ାଦନ ଓ ରପ୍ତାନିରେ ପ୍ରମୁଖ ଅଂଶ ଗ୍ରହଣ କରିଛି। ଥାଇଲାଣ୍ଡ ଏକ ହାତୀବହୁଳ ଦେଶ ଭାବେ ବିଶ୍ୱପ୍ରସିଦ୍ଧ। ବାଉଁଶ ଗଛ, ଏହାର ଗଜା ଓ ଡାଳପତ୍ର ହାତୀଙ୍କର ଅତିପ୍ରିୟ ଖାଦ୍ୟ। ସଘନ ବାଉଁଶ କୃଷି ଥାଇଲାଣ୍ଡ ଅର୍ଥନୀତିକୁ ସମୃଦ୍ଧ କରିବା ସହ ହାତୀମାନଙ୍କ ଖାଦ୍ୟର ଏକ ପ୍ରମୁଖ ଉତ୍ସ ପାଲଟିଛି। ସୁତରାଂ ବାଉଁଶ ଏକ ଉଭୟ ଅର୍ଥକରୀ ଓ ଉପକାରୀ ଉଦ୍ଭିଦ ଭାବେ ଆମଠାରୁ ଆବଶ୍ୟକ କରେ ସାମାନ୍ୟ ଯନତ୍। ଏହାକୁ ଅଣଦେଖା କରିବା ଉଚିତ ନୁହେଁ।
ସିଦ୍ଧଳ, ଜଗତ୍‌ସିଂହପୁର
ମୋ: ୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

ଡିଜିଟାଲ କାରବାରରେ ସନ୍ଦେହ

କୌଶଳକରି ଅନ୍‌ଲାଇନ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଉପରେ କେନ୍ଦ୍ର ସରକାର ଚାପ ଦେଇଛନ୍ତି । ଅର୍ଥାତ୍‌ ପ୍ରଚଳନହେବା ପରଠାରୁ ନଗଦ ଟଙ୍କା…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?