ମଡେଲ ରେଞ୍ଜର ମୂଲ୍ୟ ବଢ଼ାଇବ ମାରୁତି ସୁଜୁକି

ନୂଆଦିଲ୍ଲୀ,୨୪।୩:ଦେଶର ପ୍ରମୁଖ ଅଟୋମାବାଇଲ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌(ଏମ୍‌ଏସ୍‌ଆଇଏଲ୍‌) ତା’ର ବିଭିନ୍ନ ମଡେଲ ଉପରେ ଦର ବୃଦ୍ଧି କରିବାକୁ ଯାଉଛି। ଏପରିକି ଚଳିତ ବର୍ଷ ଏପ୍ରିଲରୁ ନୂଆ ଦର ସୂଚୀ ପ୍ରକାଶିତ ହେବ ବୋଲି ଗୁରୁବାର ଏମ୍‌ଏସ୍‌ଆଇଏଲ୍‌ ପକ୍ଷରୁ କୁହାଯାଇଛି। ବିଶେଷକରି ସାମଗ୍ରିକ ମୁଦ୍ରାସ୍ଫୀତି ଓ ନିୟାମକ ଆବଶ୍ୟକତାର ପ୍ରଭାବକୁ ଆଂଶିକ ଭାବେ ଭରଣା କରିବା ପାଇଁ କମ୍ପାନୀ ୨୦୨୩ ଏପ୍ରିଲରେ ତା’ର ମଡେଲ ରେଞ୍ଜର ମୂଲ୍ୟ ବୃଦ୍ଧି କରିବ ବୋଲି ଘୋଷଣା କରିଛି। ଏପରିକି ଆସନ୍ତା ମାସରୁ ଲାଗୁହେବାକୁ ଥିବା ଦର ବୃଦ୍ଧିର ପରିମାଣ ସମ୍ପର୍କିିତ କୌଣସି ପ୍ରକାର ତଥ୍ୟ ଏବଂ ଦରସୂଚୀ ବର୍ତ୍ତମାନ ସମୟରେ ଘୋଷଣା କରିନାହିଁ।
ଏ ସମ୍ପର୍କରେ ଏମ୍‌ଏସ୍‌ଆଇଏଲ୍‌ କହିଛି, କମ୍ପାନୀ ୨୦୨୩ ଏପ୍ରିଲରେ ଉକ୍ତ ମୂଲ୍ୟ ବୃଦ୍ଧି ଯୋଜନା କରିଛି, ଯାହା ବ୍ରାଣ୍ଡ୍‌ର ବିଭିନ୍ନ ମଡେଲ ଉପରେ ଭିନ୍ନ ଭିନ୍ନ ପ୍ରକାର ହେବ। ଅପରପକ୍ଷରେ ସାମଗ୍ରିକ ମୁଦ୍ରାସ୍ଫୀତି ଏବଂ ନିୟାମକ ଆବଶ୍ୟକତା ଯୋଗୁ କମ୍ପାନୀର ମୂଲ୍ୟ ଚାପ ବୃଦ୍ଧି ପାଉଛି ବୋଲି ଏମ୍‌ଏସ୍‌ଆଇଏଲ୍‌ ଏକ ନିୟାମକ ଫାଇଲିଂରେ ଉଲ୍ଲେଖ କରିଥିବା ଜଣାପଡ଼ିଛି। ସେହିଭଳି କମ୍ପାନୀ ଖର୍ଚ୍ଚ ହ୍ରାସ କରିବା ଏବଂ ଆଂଶିକ ଭାବେ ନୂତନ ଦର ବୃଦ୍ଧିକୁ ଭରଣା କରିବା ପାଇଁ ସର୍ବାଧିକ ପ୍ରୟାସ କରୁଥିବା ଜଣାପଡ଼ିଛି। ଦରବୃଦ୍ଧି ଫଳରେ ଏହାର କିଛି ପ୍ରଭାବ ଉତ୍ପାଦିତ ସାମଗ୍ରୀର ମୂଲ୍ୟ ବୃଦ୍ଧି ମାଧ୍ୟମରେ ଦେବା ଜରୁରୀ ହୋଇପଡ଼ିଛି। ସେହିପରି ଭାରତୀୟ ଅଟୋମୋବାଇଲ ଶିଳ୍ପ ବର୍ତ୍ତମାନ ସମୟରେ ଅନେକ ପ୍ରକାର ନୂଆ ନୀତି ନିୟମରେ କାର୍ଯ୍ୟ କରୁଛି। ଏପରିକି କମ୍ପାନୀଗୁଡ଼ିକୁ ନୂତନ ଉତ୍ପାଦକୁ ବିଏସ୍‌ ୬ ନିର୍ଗମନ ମାନଦଣ୍ଡର ୨ୟ ପର୍ଯ୍ୟାୟ ପୂରଣ କରିବା ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି। ଫଳରେ ୨୦୨୩ ଏପ୍ରିଲ ପହିଲାରୁ ଗାଡ଼ିଗୁଡ଼ିକରେ ରିୟଲ ଟାଇମ୍‌ ଡ୍ରାଇଭିଂ ନିର୍ଗମନ ସ୍ତର ଉପରେ ନଜର ରଖିବା ପାଇଁ ଏକ ଅନ୍‌-ବୋର୍ଡ ସେଲ୍ଫ ଡାଇଗ୍ନୋଷ୍ଟିକ୍‌ ଡିଭାଇସ୍‌ ରହିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ,ଏହା ପୂର୍ବରୁ ହୋଣ୍ଡା କାର୍‌ସ,ଟାଟା ମୋଟର୍ସ ଏବଂ ହିରୋ ମୋଟୋକର୍ପ ସମେତ ଅନେକ ଅଟୋମୋବାଇଲ କମ୍ପାନୀ ୨୦୨୩ ଏପ୍ରିଲରୁ ବର୍ଦ୍ଧିତ ଦର ଲାଗୁ କରିବାକୁ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ବଜାରରେ ଷ୍ଟାର୍ଟଅପ୍‌ର ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୨୯।୪ (ଅଭୟ ଦାଶ):କ୍ରମାଗତ ଭାବେ ଘରୋଇ ବଜାରରେ ଷ୍ଟାର୍ଟଅପ ସଂଖ୍ୟାର ଉଲ୍ଲେଖନୀୟ ଅଭିବୃଦ୍ଧି ସହିତ ସଫଳତା ମଧ୍ୟ ହାସଲ କରିଛି। ଏପରିକି ୨୦୧୪ରେ ପ୍ରାୟ ୩୫୦...

SBI ଶେୟାରର କମାଲ, ୪୫ ହଜାର କୋଟି ରୋଜଗାର କଲେ ନିବେଶକ

ମୁମ୍ବାଇ, ୨୭।୪: ଗତ ସପ୍ତାହରେ ସେୟାର ବଜାର ପାଇଁ ବହୁତ ଭଲ ବୋଲି ପ୍ରମାଣିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଶ୍ରେଷ୍ଠ ୧୦ ଟି କମ୍ପାନୀର...

ପିପିଏଲ୍‌କୁ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’

ଭୁବନେଶ୍ୱର ,୨୮।୪ (ଅଭୟ ଦାଶ): ପାରାଦୀପ ଫସ୍‌ଫେଟ ଲିମିଟେଡ୍‌ (ପିପିଏଲ୍‌)କୁ ନିକଟରେ ସମ୍ମାନଜନକ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଶେଷକରି କର୍ପୋରେଟ ଗଭର୍ନାନ୍ସ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

ଅଙ୍କୁରା ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ନୂଆ ଜୀବନ ପାଇଲେ ବାଲୁଗାଁର ଯାଆଁଳା ଶିଶୁ

ଭୁବନେଶ୍ୱର ,୨୮।୪: ରାଜ୍ୟର ଅଗ୍ରଣୀ ଘରୋଇ ଚିକିତ୍ସାଳୟ ତଥା ମେଡିକାଲ ଚେନ୍‌ ଅଙ୍କୁରାର ଭୁବନେଶ୍ୱର ଶାଖା (ଅଙ୍କୁରା ହସ୍ପିଟାଲ)ରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ...

୬ ଦେଶକୁ ରପ୍ତାନି ହେବ ପିଆଜ

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା): ପିଆଜ ରପ୍ତାନି ଉପରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରପ୍ତାନି ଉପରେ ନିଷେଧାଦେଶ ସତ୍ତ୍ୱେ ୬ ଦେଶକୁ ୯୯,୧୫୦ ମେଟ୍ରିକ୍‌...

୧୦ ହଜାର ନବାଗତଙ୍କୁ ନିଯୁକ୍ତି ଦେବା ଏହି ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୭।୪: ଭାରତର ତୃତୀୟ ବୃହତ୍ତମ ଆଇଟି କମ୍ପାନୀ ଏଚସିଏଲଟେକ୍ ୨୦୨୫ ଆର୍ଥିକ ବର୍ଷରେ ୧୦,୦୦୦ ରୁ ଅଧିକ ନବାଗତଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଯେଉଁ ସମୟରେ...

ଆମେରିକାରେ ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ, ଜାଣନ୍ତୁ ଏପରି କାହିଁକି କହିଲେ ଆମେରିକାର ରାଷ୍ଟ୍ରଦୂତ ?

ନୂଆଦିଲ୍ଲୀ,୨୭।୪: ଗୁଗ୍‌ଲ, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ଆଇବିଏମ୍ ଏବଂ ଆଡୋବ ଭଳି ଦୁନିଆର ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ବହୁ ଆମେରିକୀୟ କମ୍ପାନୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri