ମଡେଲ ରେଞ୍ଜର ମୂଲ୍ୟ ବଢ଼ାଇବ ମାରୁତି ସୁଜୁକି

ନୂଆଦିଲ୍ଲୀ,୨୪।୩:ଦେଶର ପ୍ରମୁଖ ଅଟୋମାବାଇଲ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌(ଏମ୍‌ଏସ୍‌ଆଇଏଲ୍‌) ତା’ର ବିଭିନ୍ନ ମଡେଲ ଉପରେ ଦର ବୃଦ୍ଧି କରିବାକୁ ଯାଉଛି। ଏପରିକି ଚଳିତ ବର୍ଷ ଏପ୍ରିଲରୁ ନୂଆ ଦର ସୂଚୀ ପ୍ରକାଶିତ ହେବ ବୋଲି ଗୁରୁବାର ଏମ୍‌ଏସ୍‌ଆଇଏଲ୍‌ ପକ୍ଷରୁ କୁହାଯାଇଛି। ବିଶେଷକରି ସାମଗ୍ରିକ ମୁଦ୍ରାସ୍ଫୀତି ଓ ନିୟାମକ ଆବଶ୍ୟକତାର ପ୍ରଭାବକୁ ଆଂଶିକ ଭାବେ ଭରଣା କରିବା ପାଇଁ କମ୍ପାନୀ ୨୦୨୩ ଏପ୍ରିଲରେ ତା’ର ମଡେଲ ରେଞ୍ଜର ମୂଲ୍ୟ ବୃଦ୍ଧି କରିବ ବୋଲି ଘୋଷଣା କରିଛି। ଏପରିକି ଆସନ୍ତା ମାସରୁ ଲାଗୁହେବାକୁ ଥିବା ଦର ବୃଦ୍ଧିର ପରିମାଣ ସମ୍ପର୍କିିତ କୌଣସି ପ୍ରକାର ତଥ୍ୟ ଏବଂ ଦରସୂଚୀ ବର୍ତ୍ତମାନ ସମୟରେ ଘୋଷଣା କରିନାହିଁ।
ଏ ସମ୍ପର୍କରେ ଏମ୍‌ଏସ୍‌ଆଇଏଲ୍‌ କହିଛି, କମ୍ପାନୀ ୨୦୨୩ ଏପ୍ରିଲରେ ଉକ୍ତ ମୂଲ୍ୟ ବୃଦ୍ଧି ଯୋଜନା କରିଛି, ଯାହା ବ୍ରାଣ୍ଡ୍‌ର ବିଭିନ୍ନ ମଡେଲ ଉପରେ ଭିନ୍ନ ଭିନ୍ନ ପ୍ରକାର ହେବ। ଅପରପକ୍ଷରେ ସାମଗ୍ରିକ ମୁଦ୍ରାସ୍ଫୀତି ଏବଂ ନିୟାମକ ଆବଶ୍ୟକତା ଯୋଗୁ କମ୍ପାନୀର ମୂଲ୍ୟ ଚାପ ବୃଦ୍ଧି ପାଉଛି ବୋଲି ଏମ୍‌ଏସ୍‌ଆଇଏଲ୍‌ ଏକ ନିୟାମକ ଫାଇଲିଂରେ ଉଲ୍ଲେଖ କରିଥିବା ଜଣାପଡ଼ିଛି। ସେହିଭଳି କମ୍ପାନୀ ଖର୍ଚ୍ଚ ହ୍ରାସ କରିବା ଏବଂ ଆଂଶିକ ଭାବେ ନୂତନ ଦର ବୃଦ୍ଧିକୁ ଭରଣା କରିବା ପାଇଁ ସର୍ବାଧିକ ପ୍ରୟାସ କରୁଥିବା ଜଣାପଡ଼ିଛି। ଦରବୃଦ୍ଧି ଫଳରେ ଏହାର କିଛି ପ୍ରଭାବ ଉତ୍ପାଦିତ ସାମଗ୍ରୀର ମୂଲ୍ୟ ବୃଦ୍ଧି ମାଧ୍ୟମରେ ଦେବା ଜରୁରୀ ହୋଇପଡ଼ିଛି। ସେହିପରି ଭାରତୀୟ ଅଟୋମୋବାଇଲ ଶିଳ୍ପ ବର୍ତ୍ତମାନ ସମୟରେ ଅନେକ ପ୍ରକାର ନୂଆ ନୀତି ନିୟମରେ କାର୍ଯ୍ୟ କରୁଛି। ଏପରିକି କମ୍ପାନୀଗୁଡ଼ିକୁ ନୂତନ ଉତ୍ପାଦକୁ ବିଏସ୍‌ ୬ ନିର୍ଗମନ ମାନଦଣ୍ଡର ୨ୟ ପର୍ଯ୍ୟାୟ ପୂରଣ କରିବା ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି। ଫଳରେ ୨୦୨୩ ଏପ୍ରିଲ ପହିଲାରୁ ଗାଡ଼ିଗୁଡ଼ିକରେ ରିୟଲ ଟାଇମ୍‌ ଡ୍ରାଇଭିଂ ନିର୍ଗମନ ସ୍ତର ଉପରେ ନଜର ରଖିବା ପାଇଁ ଏକ ଅନ୍‌-ବୋର୍ଡ ସେଲ୍ଫ ଡାଇଗ୍ନୋଷ୍ଟିକ୍‌ ଡିଭାଇସ୍‌ ରହିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ,ଏହା ପୂର୍ବରୁ ହୋଣ୍ଡା କାର୍‌ସ,ଟାଟା ମୋଟର୍ସ ଏବଂ ହିରୋ ମୋଟୋକର୍ପ ସମେତ ଅନେକ ଅଟୋମୋବାଇଲ କମ୍ପାନୀ ୨୦୨୩ ଏପ୍ରିଲରୁ ବର୍ଦ୍ଧିତ ଦର ଲାଗୁ କରିବାକୁ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ହଇଚଇ: ପେଟ୍ରୋଲ ୫ ଓ ଡିଜେଲ ୩ଟଙ୍କା ବଢିଲା; ଜାଣନ୍ତୁ ନୂଆ ରେଟ୍‌

ନୂଆଦିଲ୍‌ଲୀ,୩।୧୦: ଦେଶର ପ୍ରମୁଖ ଘରୋଇ ଇନ୍ଧନ କମ୍ପାନୀ ‘ନାୟରା ଏନର୍ଜି’ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିଛି। କମ୍ପାନୀ ପେଟ୍ରୋଲ ଦରରେ ଲିଟର…

୩ ଦିନରେ ପ୍ରତ୍ୟାହାର ହେଲାଣି ୨୯,୬୦୦ କୋଟି

ମୁମ୍ବାଇ,୩ା୧୦: ପଶ୍ଚିମ ଏସିଆ ସଙ୍କଟକୁ ନେଇ ପରିବର୍ତ୍ତିତ ଭୂ-ରାଜନୈତିକ ସ୍ଥିତିରେ ବୈଶ୍ୱିକ ଶେୟାର ବଜାର ମାତ୍ରାଧିକ ପ୍ରଭାବିତ ହେବାରେ ଲାଗିଛି। ଅଶୋଧିତ ତୈଳର ଯୋଗାଣ ଶୃଙ୍ଖଳ ବ୍ୟାହତହେବା…

ରେନୋଇଣ୍ଡିଆ ନୂଆ ଟ୍ରାଇବର ୧୦୦ ପିଏସ୍‌ର ବଜାର ପ୍ରବେଶ

ଭୁବନେଶ୍ୱର, ୩ା୧୦:ରେନୋଇଣ୍ଡିଆ ପକ୍ଷରୁ ନୂଆ ଟ୍ରାଇବର ୧୦୦ ପିଏସ୍‌ ଉନ୍ମୋଚନ ହୋଇଯାଇଛି। ଏଥିସହ ଭାରତରେ କମ୍ପାନୀର ରେନୋ ଗ୍ରୁପ୍‌ ଏଣ୍ଟ୍ରି ପ୍ଲାଟ୍‌ଫର୍ମ (ଆର୍‌ଜିଇପିି)ର ଶୁଭାରମ୍ଭ ହୋଇଛି। ଗ୍ରାହକମାନଙ୍କ…

ଦୀପାବଳି ପୂର୍ବରୁ ଚାଷୀଙ୍କୁ ଉପହାର: ଖାତାକୁ ଆସୁଛି PM କିଷାନର ୨୦୦୦ ଟଙ୍କା; ତୁରନ୍ତୁ କରନ୍ତୁ…

ନୂଆଦିଲ୍‌ଲୀ,୨।୧୦: ଦେଶର କୋଟି କୋଟି ଚାଷୀଙ୍କୁ ଦୀପାବଳି ପୂର୍ୱରୁ ସରକାର ଉପହାର ଦେଇପାରନ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-Kisan) ଯୋଜନାର ୨୪ତମ କିସ୍ତି…

FASTag ନିୟମରେ ବଡ଼ ପରିବର୍ତ୍ତନ: ଆଜିଠାରୁ ଲାଗୁ ହେଲା ନୂଆ ବ୍ୟବସ୍ଥା, ଲକ୍ଷ ଲକ୍ଷ ଯାତ୍ରୀଙ୍କ ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ, ୨।୧୦: ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ହାଇୱେ ଓ ଏକ୍ସପ୍ରେସେୱରେ ଯାତ୍ରା କରୁଛନ୍ତି। ଏଥିପାଇଁ ସେମାନଙ୍କୁ ଟୋଲ ଦେବାକୁ ପଡ଼ିଥାଏ। ଟୋଲ ବ୍ୟବସ୍ଥାକୁ ନେଇ…

ଟାଟା ଗ୍ରୁପ୍‌ର ବଜାର ପୁଞ୍ଜିରେ ୧୦% ହ୍ରାସ, ନିବେଶକଙ୍କୁ ପ୍ରଭାବିତ କରିଛି ବିବାଦ

ମୁମ୍ବାଇ,୨।୧୦: ଟାଟା ଟ୍ରଷ୍ଟ ଏବଂ ଟାଟା ସନ୍ସ ମଧ୍ୟରେ ଚାଲିଥିବା ବିବାଦ ଏବେ ନିବେଶକମାନଙ୍କୁ ପ୍ରଭାବିତ କରିଛି । ଏହି କାରଣରୁ ଟାଟା ଗ୍ରୁପ ଅନ୍ତର୍ଭୁକ୍ତ ଅନେକ…

8th Pay Commission ପୂର୍ବରୁ ସରକାରଙ୍କ ବଡ଼ ଉପହାର! ୫% ବଢିଲା DA

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ପେନସନଭୋଗୀ (Pensioner), ତେବେ ଆପଣଙ୍କ ପାଇଁ ଏକ ବହୁତ ଖୁସି ଖବର ରହିଛି। ଗୋଟିଏ ପଟେ ସାରା…

2 October No UPI Day: ଆଜି ଚାଲିବନି UPI ପେମେଣ୍ଟ, ପାଖରେ ରଖନ୍ତୁ କ୍ୟାଶ୍‌!

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଗାନ୍ଧୀ ଜୟନ୍ତୀ ଛୁଟିରେ ସପିଂ କରିବାକୁ କିମ୍ୱା ସାଙ୍ଗମାନଙ୍କ ସହ ବାହାରକୁ ବୁଲିବାକୁ ଯୋଜନା କରୁଛନ୍ତି, ତେବେ ଟିକେ ଅଟକି ଯାଆନ୍ତୁ। ଅନଲାଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?