Posted inଖେଳ

ମୁଁ ଫିଟ୍‌ ଅଛି କିନ୍ତୁ…ଟିମ୍‌ ଚୟନକୁ ନେଇ ସାଂଘାତିକ କଥା କହିଦେଲେ ମହମ୍ମଦ ଶାମି

ନୂଆଦିଲ୍ଲୀ,୯।୧୦: ବରିଷ୍ଠ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ଶେଷରେ ତାଙ୍କର ନୀରବତା ଭାଙ୍ଗିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ ପାଇଁ ଟିମ ଇଣ୍ଡିଆର ଦଳରୁ ବାଦ ପଡ଼ିବା ପରେ, ଶାମି ସ୍ପଷ୍ଟ ଭାବରେ କହିଛନ୍ତି, ଫିଟନେସ ତାଙ୍କର ପ୍ରସଙ୍ଗ ନୁହେଁ, କିନ୍ତୁ ଏହି ଚୟନ ସମ୍ପୂର୍ଣ୍ଣ ଭାବରେ ଟିମ ମ୍ୟାନେଜମେଣ୍ଟର ନିଷ୍ପତ୍ତି। ୨୦୨୫ ଚାମ୍ପିଅନ୍ସ ଟ୍ରଫିରୁ ଅନ୍ତର୍ଜାତୀୟ ଦଳରୁ ବାହାରେ ଥିବା ଶାମି ଏବେ ଘରୋଇ କ୍ରିକେଟ ମାଧ୍ୟମରେ ଟିମ ଇଣ୍ଡିଆକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି।

ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ଶାମି କହିଛନ୍ତି, ଅନେକ ଲୋକ ପଚାରୁଛନ୍ତି ଯେ ମୋତେ ଅଷ୍ଟ୍ରେଲିଆ ସିରିଜ ପାଇଁ କାହିଁକି ଚୟନ କରାଗଲା ନାହିଁ। ମୁଁ କେବଳ ଏତିକି କହିବି ଯେ, ଚୟନ ମୋ ହାତରେ ନାହିଁ। ଏହା ଚୟନକାରୀ, ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ଅଧିନାୟକ ଶୁବମନ ଗିଲଙ୍କ ନିଷ୍ପତ୍ତି। ଯଦି ସେମାନେ ଭାବନ୍ତି ଯେ, ମୁଁ ଦଳ ପାଇଁ ପ୍ରସ୍ତୁତ। ମୁଁ ନିରନ୍ତର ଅଭ୍ୟାସ କରୁଛି ଏବଂ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି।

ଶାମି କହିଛନ୍ତି, ତାଙ୍କ ଫିଟନେସ ବିଷୟରେ ସୋସିଆଲ ମିଡିଆରେ ପ୍ରସାରିତ ଗୁଜବ ଭିତ୍ତିହୀନ। ଅନେକ ଗୁଜବ ଏବଂ ମିମ୍ସ ଚାଲିଛି, କିନ୍ତୁ ମୋର ଫିଟନେସ ସମ୍ପୂର୍ଣ୍ଣ ଠିକ ଅଛି। ମୁଁ ପ୍ରତିଦିନ କଠିନ ପରିଶ୍ରମ କରୁଛି ଏବଂ ମୋ ଶରୀର ଉପରେ କାମ କରୁଛି।

୨୦୨୫ ପ୍ରାରମ୍ଭରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ପରଠାରୁ ମହମ୍ମଦ ଶାମିଙ୍କ ପ୍ରଦର୍ଶନ ଖରାପ ରହିଛି। ସେ ଏହି ବର୍ଷ ୧୧ଟି ଦିନିକିଆରେ ୧୧ଟି ଉଇିକେଟ ନେଇଥିଲେ। ତାଙ୍କ ହାରାହାରି ୩୦.୬୩ ଥିଲା। ଏହା ବ୍ୟତୀତ, ଆଇପିଏଲ ୨୦୨୫ ସିଜିନ୍ରେ ଶାମିଙ୍କ ପ୍ରଦର୍ଶନ ମଧ୍ୟ ଦୁର୍ବଳ ଥିଲା। ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳି ସେ ୯ଟି ମ୍ୟାଚ୍‌ରେ କେବଳ ୬ଟି ଉଇକେଟ ନେଇଥିଲେ। ଏହା ଫଳରେ ଚୟନକର୍ତ୍ତାମାନେ ତାଙ୍କୁ ଇଂଲଣ୍ଡ ଟେଷ୍ଟ ଏବଂ ଅଷ୍ଟ୍ରେଲିଆ ଏ ବିପକ୍ଷ ମ୍ୟାଚ୍‌ରୁ ବାଦ ଦେଇଥିଲେ।

ଶାମି କହିଛନ୍ତି, ନିକଟରେ ଦୁଲୀପ ଟ୍ରଫିରେ ପୂର୍ବ ଜୋନ ପାଇଁ ଖେଳିଥିଲେ ଏବଂ ପ୍ରାୟ ୩୫ ଓଭର ବୋଲିଂ କରିଥିଲେ। ମୋର ଲୟ ଏବଂ ଫିଟନେସ ଭଲ ଥିଲା। ମୁଁ ଭାବୁନାହିଁ ଯେ ମୁଁ କୌଣସି କ୍ଷେତ୍ରରେ ପଛରେ ଅଛି। କ୍ଷେତ୍ରରୁ ଦୂରେଇ ରହିବା ପ୍ରତ୍ୟେକ ଖେଳାଳିଙ୍କ ପାଇଁ କଷ୍ଟକର, କିନ୍ତୁ ମୁଁ ଉତ୍ସାହିତ ଏବଂ ପୁନରାଗମନ ପାଇଁ କଠିନ ପରିଶ୍ରମ କରିବି।

ଯଦିଓ ବିସିସିଆଇର ବର୍ତ୍ତମାନର ଚୟନ ନୀତିରେ ଶାମିଙ୍କ ନାମ ‘ସ୍କିମ୍‌ ଅଫ୍‌ ଥିଙ୍ଗ୍ସ’ ବାହାରେ ଥିବା ପରି ମନେ ହେଉଛି। ଦଳ ପରିଚାଳନା ବର୍ତ୍ତମାନ ଯୁବ ଦ୍ରୁତ ବୋଲରଙ୍କ ଉପରେ ନିର୍ଭର କରୁଛି, କିନ୍ତୁ ଯଦି ଶାମି ଘରୋଇ କ୍ରିକେଟରେ ସ୍ଥିର ପ୍ରଦର୍ଶନ କରନ୍ତି, ତେବେ ଆଗାମୀ ମାସଗୁଡ଼ିକରେ ଟି-୨୦ କିମ୍ବା ଟେଷ୍ଟ ଦଳକୁ ଫେରିବା ସମ୍ଭବ ହୋଇପାରେ।

 

Dharitri – Odisha’s No.1, Most Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

‘ଢେମ୍‌ସା ନୃତ୍ୟ ଆନ୍ଧ୍ରପ୍ରଦେଶର’ ଗୁଗ୍‌ଲରେ ଉଲ୍ଲେଖ ନେଇ ବଢ଼ୁଛି ଅସନ୍ତୋଷ

ପଟ୍ଟାଙ୍ଗି,୧୪ା୯(ଶରତ କୁମାର ଧଳ):କୋରାପୁଟ କଫି ଏବେ ବ୍ରିକ୍ସ ସମ୍ମିଳନୀରେ ବିଶ୍ୱ ପ୍ରତିନିଧିମାନଙ୍କୁ ପରଷା ଯାଉଛି। କୋରାପୁଟ କଫିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ପାଇଁ ଚେଷ୍ଟା ଜାରି…

ଧରାପଡ଼ିଲା ଓରାଙ୍ଗଉଟାନର ଚାଲାଣର ମାଷ୍ଟରମାଇଣ୍ଡ୍‌: ଏହି ୨ ଜଣ କରୁଥିଲେ…

ଭୁବନେଶ୍ୱର/ଭୋଗରାଇ,୧୪ା୯ (ତ୍ରିନାଥ ମହାନ୍ତି/ପ୍ରଦୀପ ଦାସ):ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗ୍‌ଉଟାନ ଶାବକ ଉଦ୍ଧାର ଘଟଣାରେ ଅନ୍ତର୍ଜାତୀୟ ଚୋରା ଚାଲାଣକାରୀଙ୍କ ଲିଙ୍କ୍‌ ରହିଛି। ପଶ୍ଚିବଙ୍ଗ ଦୀଘାସ୍ଥିତ ଗ୍ରାଣ୍ଡ୍‌ ହେରିଟେଜ୍‌…

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଜଣଙ୍କୁ ପଢ଼ାଇବା ପାଇଁ ଶିକ୍ଷକଙ୍କ ଦୈନିକ ୫ କି.ମି. ପଦଯାତ୍ରା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

କୋଲ୍ହାପୁର, ୧୪ା୯ (ପି.ଟି.):ପ୍ରତିଦିନ ସକାଳେ ଶିକ୍ଷକମାନେ ନିଜ ନିଜ ଗାଡ଼ି କିମ୍ବା ବସ୍‌ରେ ସ୍କୁଲ ଯାଉଥିବା ବେଳେ ୫୫ ବର୍ଷୀୟ ଶିକ୍ଷକ ଜୀବନ ମିଥାରୀ କିନ୍ତୁ ଖରା,…

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?