‘ମୁଁ ଓଡ଼ିଆ ପୁଅ, ଶେଷ ପର୍ଯ୍ୟନ୍ତ ଲଢିବି’

ଭୁବନେଶ୍ୱର,୨୯ା୧୧(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଏବଂ ଟାଟା କମ୍ପାନୀରେ ଚାକିରି ଦେବା ନାଁରେ ଠକେଇ ମାମଲାରେ ଜେଲ୍‌ ଯାଇ ଜାମିନ୍‌ରେ ଆସିଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ଏହି ଦୁଇ ମାମଲାରେ ହୋଇଥିବା କୋଟି କୋଟି ଟଙ୍କା ବେଆଇନ୍‌ ଅର୍ଥ କାରବାର ସମ୍ବନ୍ଧରେ ଇଡି ତଦନ୍ତ କରୁଛି। ଇଡିର ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟରେ ପ୍ରଦୀପଙ୍କୁ ପୂର୍ବାହ୍ନ ପ୍ରାୟ ୧୦ଟାରୁ ସା ୭ଟା ପର୍ଯ୍ୟନ୍ତ ୯ଘଣ୍ଟା ଧରି ମାରାଥନ ଜେରା କରାଯାଇଛି।
ଭାବି ଜ୍ୱାଇଁ ଆକାଶ ପାଠକଙ୍କ ଆକାଉଣ୍ଟରୁ ପ୍ରଦୀପଙ୍କ ଆକାଉଣ୍ଟକୁ ବିପୁଳ ପରିମାଣର ଟଙ୍କା ଟ୍ରାନ୍‌ଫର୍‌ ହୋଇଥିବା ତଦନ୍ତରୁ ଜଣାପଡ଼ିଥିଲା। ଦୁଇ ପରିବାରର ସଦସ୍ୟଙ୍କ ମଧ୍ୟରେ କୋଟି କୋଟି ଟଙ୍କା ନେଣଦେଣ ମଧ୍ୟ ହୋଇଥିଲା। ତେବେ ଏହି ଟଙ୍କା କେଉଁଠୁ ଆସିଥିଲା, ଟଙ୍କାର ଉତ୍ସ କ’ଣ ପ୍ରଭୃତି ବିଭିନ୍ନ ଦିଗକୁ ନେଇ ତାଙ୍କୁ ପ୍ରଶ୍ନ ପଚାରି ଇଡି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଥିବା ସୂଚନା ମିଳିଛି। ଏହାପୂର୍ବରୁ ଅକ୍ଟୋବର ୫ରେ ପ୍ରଥମ ଓ ଗତ ଗୁରୁବାର ଦ୍ୱିତୀୟ ଥର ପାଇଁ ପ୍ରଦୀପଙ୍କ ଭାବୀ ଶ୍ୱଶୁର ପୂର୍ବତନ ଆଇଏଫ୍‌ଏସ୍‌ ଅଧିକାରୀ ଅଭୟକାନ୍ତ ପାଠକଙ୍କୁ ଜେରା କରାଯାଇଥିଲା। ନଭେମ୍ବର ୧୧ରେ ତାଙ୍କ ପୁଅ ଆକାଶଙ୍କୁ ଝାରପଡ଼ା ଜେଲ୍‌ରେ ଏବଂ ପ୍ରଦୀପଙ୍କ ଝିଅ ଶ୍ରୁତି ପାଣିଗ୍ରାହୀଙ୍କୁ ଶୁକ୍ରବାର ଇଡି ଜେରା କରିଥିଲା। ଜେରା ବେଳେ ପାଠକ ଓ ପାଣିଗ୍ରାହୀଙ୍କ ପରିବାର ମଧ୍ୟରେ ଆର୍ଥିକ କାରବାର ନେଇ ଇଡିକୁ ବହୁ ଗୁରୁତ୍ୱପୁର୍ଣ୍ଣ ତଥ୍ୟ ମିଳିଥିଲା। ଉକ୍ତ ତଥ୍ୟ ଆଧାରରେ ପ୍ରଦୀପଙ୍କୁ ଇଡି ଜେରା କରିଛି। ଏନେଇ ପ୍ରଦୀପ ଗଣମାଧ୍ୟମକୁ କହିଛନ୍ତି, ମୁଁ ଓଡ଼ିଆ ପୁଅ, ଶେଷ ପର୍ଯ୍ୟନ୍ତ ଲଢିବି। ନ୍ୟାୟପାଳିକା ଉପରେ ମୋର ଭରସା ଅଛି। ଇଡି ଯେଉଁ ପ୍ରଶ୍ନ ପଚାରିଲେ ତା’ର ଉତ୍ତର ରଖିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କନିଷ୍ଠ ଯନ୍ତ୍ରୀଙ୍କୁ ଉଠ୍‌ବସ୍‌ କରିବା ଘଟଣା: ପାଟଣାଗଡ଼ ବିଧାୟକଙ୍କ ପାଇଁ ଅଡୁଆ ବଢ଼ିଲା

ବଲାଙ୍ଗିର ଅଫିସ/ଭୁବନେଶ୍ୱର, ୮ା୬(ବ୍ୟୁରୋ): ନିମ୍ନମାନର ରାସ୍ତା କାମ ପାଇଁ ପାଟଣାଗଡର ନବନିର୍ବାଚିତ ବିଧାୟକ ସରୋଜ ମେହେର ଗତ ୫ତାରିଖରେ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ସର୍ବସମ୍ମୁଖରେ...

ଆଇଏଏସ୍‌ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର,୧୪ା୯(ବ୍ୟୁରୋ): ରାଜ୍ୟ ସରକାର ବୁଧବାର ଆଇଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ...

ନୂଆ ଆବେଦନକାରୀଙ୍କୁ ମିଳୁନାହିଁ ରାଶନ କାର୍ଡ, ବିଧାନସଭାରେ ଉଦ୍‌ବେଗ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଜାତୀୟ ଖାଦ୍ୟ ସୁରକ୍ଷା ଆଇନରୁ ବହୁ ଯୋଗ୍ୟ ହିତାଧିକାରୀ କାର୍ଡ ପାଇବାରୁ ବଞ୍ଚିତ ହୋଇଛନ୍ତି। କମ୍ପ୍ୟୁଟର ଖୋଲୁ ନ ଥିବାରୁ ଜଣେ ବି ଯୋଗ୍ୟ...

‘କ୍ୟୁଆର୍‌ଏସ୍‌ଏଏମ୍‌’ର ପରୀକ୍ଷଣ ସଫଳ

ବାଲେଶ୍ୱର ଅଫିସ, ୧୮।୧୧: ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ଆଇଟିଆର୍‌ (ସମନ୍ବିତ ପରୀକ୍ଷଣ କେନ୍ଦ୍ର ପରିସର) ୩ନଂ. ଲଞ୍ଚପ୍ୟାଡ୍‌ରୁ ମଙ୍ଗଳବାର ‘କ୍ୟୁଆର୍‌ଏସ୍‌ଏଏମ୍‌’ (କୁଇକ୍‌ ରିଆକ୍‌ସନ୍‌ ସର୍ଫେସ୍‌ ଟୁ...

ବିଦ୍ୟୁତ୍‌ ଆଘାତରେ ଠିକା ଶ୍ରମିକଙ୍କ ମୃତ୍ୟୁ ଘଟଣା:ଠିକାଦାରଙ୍କ ଘର ସମ୍ମୁଖରେ ଧାରଣା, କ୍ଷତିପୂରଣ ଦାବି

କୋରେଇ,୧୨ା୬(ସ୍ବ.ପ୍ର.) – କୋରେଇ ଥାନା ଅନ୍ତର୍ଗତ ରଣପୁର ପଞ୍ଚାୟତ କଣ୍ଟାବଣିଆ ଗ୍ରାମରେ ଖୁଣ୍ଟରେ ଚଢି କାମ କରୁଥିବାବେଳେ ସୋମବାର ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା।...

ଯାଜପୁରରେ କରୋନା କଟକଣା: ବାରୁଣୀ ମହାସ୍ନାନ ବାତିଲ, ସହରରେ ୧୪୪ ଧାରା ଜାରି

ଯାଜପୁର ଅଫିସ,୧୬।୩: ପ୍ରସିଦ୍ଧ ବାରୁଣୀ ମେଳାକୁ ବାତିଲ କରାଯିବା ସହ ଯାଜପୁର ସହରରେ ୧୪୪ ଧାରା ଜାରି କରାଯାଇଛି।  ଯାଜପୁର ଜିଲା ଭାରପ୍ରାପ୍ତ ଜିଲାପାଳ ଇନ୍ଦ୍ରମଣି...

ଏମ୍ସର ଅବାନ୍ତର ନିଷ୍ପତ୍ତି

ଭୁବନେଶ୍ୱର, ୨୧।୨(ବ୍ୟୁରୋ):ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ର ସମସ୍ତ କର୍ମଚାରୀ ଓ ଫାକଲ୍ଟି ଏଣିକି ହିନ୍ଦୀ ଭାଷାରେ କାଗଜପତ୍ରରେ ଦସ୍ତଖତ କରିବା ସହ ବିଭିନ୍ନ ରେକର୍ଡ...

‘ମତ୍ସ୍ୟ ଉତ୍ପାଦନ ବୃଦ୍ଧି ସୁଯୋଗ ଅଛି’

ଭୁବନେଶ୍ୱର,୧୯।୩(ବ୍ୟୁରୋ): ଓଡ଼ିଶାରେ ମତ୍ସ୍ୟ ଉତ୍ପାଦନ ଏବଂ ରପ୍ତାନି ବୃଦ୍ଧିର ବ୍ୟାପକ ସୁଯୋଗ ରହିଛି। ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ମତ୍ସ୍ୟ ସମ୍ପଦର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସରକାର ଚାଷୀଙ୍କ...

Advertisement
Archives

Model This Week