Posted inଖେଳ

ସେନା ଅଧିକାରୀ ହେବାର ସ୍ବପ୍ନ ଥିଲା, ମା’ କହିବାରୁ କ୍ରିକେଟକୁ କରିଥିଲେ କ୍ୟାରିୟର

ନୂଆଦିଲ୍ଲୀ,୮।୧୨: ଆର୍ମି ଅଫିସର(ସେନା ଅଧିକାରୀ) ହେବାର ସ୍ବପ୍ନ ଥିଲା। ହେଲେ ମା’ଙ୍କ ପରାମର୍ଶ ମୁତାବକ ସେ କ୍ରିକେଟର ହୋଇଥିଲେ ବୋଲି କହିଛନ୍ତି ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବ ଓପନର୍‌ ଗୌତମ ଗମ୍ଭୀର। ୟୁଟ୍ୟୁବର ଗୌରବ କପୁରଙ୍କ ଶୋ’ ବ୍ରେକ୍‌ଫାଷ୍ଟ ଉଇଥ୍‌ ଚାମ୍ପିଆନ୍ସରେ କେଉଁ କଥାକୁ ସେ ସବୁବେଳେ ମନେପକାନ୍ତି ପ୍ରଶ୍ନରେ ଗମ୍ଭୀର କହିଛନ୍ତି, ପିଲାଟିବେଳୁ ସେନାରେ ଭର୍ତ୍ତି ହେବାକୁ ସେ ଲକ୍ଷ୍ୟ ରଖିଥିଲେ। ଦ୍ୱାଦଶ ପରେ ଏନ୍‌ଡିଏରେ ଦାଖଲ ହୋଇଥାନ୍ତେ। ସେଠାରୁ ଆଇଏମ୍‌ଏ ଯାଇଥାନ୍ତେ। ହେଲେ ଠିକ୍‌ ସେତିକିବେଳେ ରଣଜୀ ଟ୍ରଫି ଖେଳିବା ପାଇଁ ତାଙ୍କୁ ସୁଯୋଗ ମିଳିଥିଲା। କ୍ରିକେଟ ଖେଳିବେ ନା ସେନାରେ ଯୋଗଦେବେ, ଉଭୟକୁ ନେଇ ଦ୍ୱନ୍ଦରେ ଥିଲେ ସେ। ଏଭଳି ପରିସ୍ଥିତି ଦେଖି ତାଙ୍କ ମା’ ରଣଜୀ ଖେଳିବାକୁ ପରାମର୍ଶ ଦେଇଥିଲେ। ଭାରତ ପାଇଁ ଖେଳିବାରୁ ସେ ଗୋଟିଏ ପାଦ ଦୂରରେ ବୋଲି ସେ କହିଥିଲେ। ସେତେବେଳେ କ୍ରିକେଟରେ ତିନୋଟି ସୋପାନ ଥିଲା। ଗୋଟିଏ ଅଣ୍ଡର-୧୯, ରଣଜୀ ଟ୍ରଫି ଏବଂ ତା ପରେ ସିଧା ଭାରତ ପାଇଁ ଖେଳିବା। ଯଦି ସେ କଠିନ ପରିଶ୍ରମ କରନ୍ତି ତେବେ ରଣଜୀରେ ଭଲ ପ୍ରଦର୍ଶନ କରିବେ। ଏହାପରେ ଭାରତ ପାଇଁ ଖେଳିବାକୁ ତାଙ୍କୁ ସୁଯୋଗ ମିଳିଯିବ ବୋଲି ମା’ କହିଥିଲେ। ଏହାପରେ ସେ ତାହା ହିଁ କରିଥିଲେ। ହେଲେ ସେନାବାହିନୀ ପ୍ରତି କିଛି କରିବାକୁ ସେ ନିର୍ଣ୍ଣୟ ନେଇଥିଲେ। ଏବେ ସେ ସୁକମା ଆକ୍ରମଣରେ ଶହୀଦ ହୋଇଥିବା ସିଆର୍‌ପିଏଫ୍‌ର ୨୫ଜଣ ଯବାନଙ୍କ ପିଲାମାନଙ୍କୁ ସାରା ଜୀବନ ଭରଣପୋଷଣ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କୁ ଶିକ୍ଷାଦାନ ନିମନ୍ତେ ସବୁ ଚେଷ୍ଟା କରୁଛନ୍ତି। ଆଗାମୀ ଦିନରେ ମଧ୍ୟ ସେ ଅଧିକ କାମ କରିବେ ବୋଲି ଗମ୍ଭୀର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri